ଦେଶ ବିଦେଶ

ଅମିତ ଶାହାଙ୍କ ଆଇଏଏସ ଅଫିସରଙ୍କ ଦୁର୍ଦ୍ଦଶା, ନୂଆ ସମୀକରଣର ସୂଚନା

Published

on

ନୂଆଦିଲ୍ଲୀ:କେରଳ କ୍ୟାଡରର 1988 ବ୍ୟାଚ ଆଇଏଏସ ଅଫିସର ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଖାସ ଅଫିସର ଭାବେ ଦିଲ୍ଲୀ କ୍ଷମତା ଆଳିନ୍ଦରେ ବେଶ ଜଣାଶୁଣା।
ଗୃହ ମନ୍ତ୍ରଣାଳୟର କାଶ୍ମୀର ଡିଭିଜନର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଏହି ଅଫିସର ଶାହା ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ନେବାପରେ ବେଶ କ୍ଷମତାଶାଳୀ ହୋଇ ଯାଇଥିଲେ ।
ଜାମ୍ମୁ କାଶ୍ମୀର ର ପୁନର୍ଗଠନ ଆଇନ ଯାହା ସମ୍ବିଧାନର ଧାରା 370 ଓ 35A ର ଉଛେଦର ମୂଳରେ ଥିଲା ସେହି ଆଇନର ଚିଠା ପ୍ରସ୍ତୁତି କୁଆଡ଼େ ଜ୍ଞାନେଶ କରିଥିଲେ । କେବଳ ସେତିକି ନୁହେଁ ସେ ଅଯୋଧ୍ୟା ରେ ହେବାକୁ ଥିବା ରାମ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ ଦାୟିତ୍ୱ ରେ ବି ଥିଲେ ।
ତେବେ ଅମିତ ଶାହାଙ୍କ ନୀଳଆଖି ଭାବେ ଜଣାଶୁଣା ଏହି ଆଇଏଏସ ଅଫିସରଙ୍କୁ ବର୍ତ୍ତମାନ ପଦୋନ୍ନତି ନ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଜ୍ଞାନେଶଙ୍କ 1988 ବ୍ୟାଚର 24 ଜଣ ଅଫିସରଙ୍କୁ ନିକଟରେ ସଚିବ ପାହ୍ୟା ପାଇଁ ତାଲିକାଭୁକ୍ତ କରାଯାଇଥିବା ବେଳେ ଶାହାଙ୍କର ଏହି ଅଫିସରଙ୍କୁ ତାଲିକାରୁ ବାଦ ଦିଆଯିବା ଘଟଣାକୁ ନେଇ ବର୍ତମାନ ଅନେକ ରାଜନୈତିକ ଅଟକଳ ଲଗା ଯାଉଛି ।
କେନ୍ଦ୍ର ସରକାରଙ୍କ ସଚିବ ପାହ୍ୟାରେ ତାଲିକାଭୁକ୍ତ ନିଷ୍ପତ୍ତି ନେଉଥିବା ଅପଏଂଟମେଂଟ କମିଟି ଅଫ କ୍ୟାବିନେଟରେ ଗୃହମନ୍ତ୍ରୀ ଅମିତ ଶାହା ଜଣେ ସଦସ୍ୟ ଥିବା ବେଳେ ଜ୍ଞାନେଶଙ୍କ ଏହି ଦୁର୍ଦ୍ଦଶା କିଏ କଲା ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version