ନୂଆଦିଲ୍ଲୀ,୨୬/୦୨:ଅଯୋଧ୍ୟାର ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମଧାନ ଯଦି ମଧ୍ୟସ୍ଥତା ଜରିଆରେ ହୋଇ ପାରିବାର ୧ ପ୍ରତିଶତ ବି ସମ୍ଭାବନା ରହିଥାଏ ତେବେ ତାକୁ ଖୋଜି ବାହାର କରିବା ଆବଶ୍ୟକ ବୋଲି ଆଜି ମତ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟ। ଅଯୋଧ୍ୟା ମାମଲାର ବିଚାର ତାରିଖ ପୁଣି ମାର୍ଚ୍ଚ ୫କୁ ଘୁଞ୍ଚିଛି। ଏହି ମାମଲାରେ କୌଣସି ମଧ୍ୟସ୍ଥି ରହିବା ଆବଶ୍ୟକ ଅଛି କି ନାହିଁ ସେ ନେଇ ଏହି ଦିନ ବିଚାର ହେବ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହା ସୂଚନା ଦେଇଛନ୍ତି। ଆପୋଷ ବୁଝାମଣାରେ ଏହି ମାମଲାର ବିଚାର ପାଇଁ ଉଭୟ ପକ୍ଷ ରାଜି ହେବାର ଏକ ପ୍ରତିଶତ ଆଶା ରହିଥିଲେ ମଧ୍ୟ ଏହା ଉପରେ ଅଦାଲତ ପକ୍ଷରୁ ବିଚାର କରାଯିବ। ଏହି ସହିତ ମୁସଲମାନ୍ ପକ୍ଷଙ୍କୁ ତଥ୍ୟ ଯାଞ୍ଚ୍ ପାଇଁ କୋର୍ଟ ୬ ସପ୍ତାହ ସମୟ ଦେଇଛନ୍ତି।