Connect with us

ଦିଲ୍ଲୀ ୬/୪ : ଆଇଏଏସ ଟପରଙ୍କ ସଫଳତା । ଭାରତୀୟ ପ୍ରଶାସନିକ ସେବା ୨୦୧୮ର ପରୀକ୍ଷାରେ ଓଡିଶାରୁ ଟପ୍ପର ହୋଇଛନ୍ତି ୬୦ତମ ସ୍ଥାନରେ ରହିଛନ୍ତି ଓଡିଶାର ଅନ୍ୟା ଦାସ । ଜଗତସିଂହପୁରର ସାହିତ୍ୟିକ ଇନ୍ଦୁ ଭୂଷଣ ଦାସଙ୍କ ଝିଅ ଅନ୍ୟା ଦାସ୍ । ସେହିପରି ୧୧୮ ତମ ସ୍ଥାନରେ ସୌମ୍ୟରଂଜନ ରାଉତ, ୧୧୯ ତମ ସ୍ଥାନରେ ଅଛନ୍ତି ଉପାସନା ମହାପାତ୍ର ।
ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି କନିଷ୍କ କଟାରିଆ । ସେହିପରି ମହିଳା ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍କ କଟାରିଆ ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସସରେ ଇଞ୍ଜିନିୟରିଂ ଶେଷ କରି ସାରିଛନ୍ତି । ତେବେ ଗଣିତ ବିଷୟ ନେଇ ସେ ଆଇଏଏସ ପରୀକ୍ଷା ଦେଇଥିଲେ । ସେହିପରି ମହିଳାମାନଙ୍କ ମଧ୍ୟରେ ଟପ୍ପର ହୋଇଥିବା ସୃଷ୍ଟି ଜୟନ୍ତ ଦେଶମୁଖ ପୁରା ତାଲିକାରେ ରହିଛନ୍ତି ପଂଚମ ସ୍ଥାନରେ । ଭୋପାଳର ରାଜୀବ ଗାନ୍ଧୀ ବୈଷୟିକ ବିଦ୍ୟାଳୟରୁ ସେ କେମିକାଲ ଇଞ୍ଜିନିୟରିଂ କରିସାରିଛନ୍ତି । ତାଲିକାର ୨୦୧୮ ସେପ୍ଟେମ୍ବର-ଅକ୍ଟୋବରରେ ଏହି ପରୀକ୍ଷା ହୋଇଥିଲା । ଏହାପରେ ୨୦୧୯ ଫେବ୍ରୁଆରୀରୁ ମାର୍ଚ୍ଚ ମଧ୍ୟରେ ପର୍ସନାଲିଟି ଟେଷ୍ଟ ଏବଂ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ୨୦୧୮ରେ ସର୍ବଭାରତୀୟ ପରୀକ୍ଷାରେ ସାରାଦେଶରୁ ୭୫୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୫୭୭ ଜଣ ପୁରୁଷ ଏବଂ ୧୮୨ ଜଣ ମହିଳା । ପ୍ରଥମ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁଅ ଓ ୧୦ ଜଣ ଝିଅ ରହିଥିବା ଜଣାପଡିଛି ।
ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରରୁ ଆଇଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ନବଲ କିଶୋର ଜୈନ । ଚଳିତ ବର୍ଷର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ନବଲ କିଶୋର ୩୫୦ ତମ ର‌୍ୟାଙ୍କ ହାସଲ କରିଛନ୍ତି । ନବଲ କିଶୋରଙ୍କ ଏପରି ସଫଳତା ଖବର ପରେ ପୁରା ଅଂଚଳରେ ଖୁସି ଖେଳିଯାଇଛି । ନବଲ କଂଟାବାଞ୍ଜିରୁ ପାଠପଢା ସାରିବା ପରେ ରାୟପୁରରେ ସିଏ ପାଠ ପଢିଥିଲେ । ଏହା ପରେ ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ପ୍ରଥମ ଉଦ୍ୟମରେ ହିଁ ନବଲ କିଶୋର ଆଇଏଏସ ପାଇବାରେ ସଫଳତା ହାସଲ କରିଛନ୍ତି ।

ଦେଶ ବିଦେଶ

ଆଦର୍ଶ ଘରଭଡା ଆଇନକୁ ‘ପଗଡ଼ି ଭଡାଟିଆଙ୍କ’ ବିରୋଧ

Published

on

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡ଼ା ଆଇନକୁ ‘ପଗଡ଼ି ଭଡାଟିଆ’ମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ଏବଂ ଦେଶର ବଡ ବଡ ସହରରେ ଯେଉଁଠାରେ ପାଗଡ଼ି ବ୍ୟବସ୍ଥା ଚାଲିଛି ସେହିସବୁ ସହରରେ ଭଡାଟିଆମାନେ ନୂଆ ଆଦର୍ଶ ଘରଭଡା ଆଇନକୁ ନେଇ ଆସନ୍ତୁଷ୍ଟ ଅଛନ୍ତି।
ଘର ଏବଂ ଦୋକାନଘର ଭଡ଼ାରେ ନେଲାବେଳକୁ ସେମାନଙ୍କୁ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଟଙ୍କା ପଗଡ଼ି ଦେବାକୁ ପଡିଛି। ବର୍ତ୍ତମାନ ନୂଆ ଆଇନ ଆସିଲେ ସେମାନଙ୍କୁ ଘର ମାଲିକସହ ନୂଆ ଘରଭଡ଼ା ଚୁକ୍ତି କରିବାକୁ ହେବ। ପଗଡ଼ି ଅର୍ଥର ଆଉ କିଛି ମାନେ ରହିବ ନାହିଁ। ବର୍ତ୍ତମାନର ବଜାର ଦରରେ ଘରଭଡା ଦେବାକୁ ହେବ।
ଦିଲ୍ଲୀର ସମ୍ଭ୍ରାନ୍ତ କନ୍ନଟ ପ୍ଲେସ ଅଂଚଳରେ ଥିବା ହଜାର ହଜାର ସଂଖ୍ୟର ଦୋକାନ ମାଲିକମନେ କ୍ଷତିଗ୍ରସ୍ତ ହେବେ।
ରାଜଧାନୀ ପଗଡି କିରାୟଦାର ସଂଗଠନ ପକ୍ଷରୁ ଏହି ଆଇନକୁ ବିରୋଧ କରାଯିବା ସହ ଏହି ଆଇନ ଫଳରେ ପଗଡ଼ି କିରାୟଦାରମନେ ବେଘର ହୋଇଯିବେ ଏବଂ ସେମାନଙ୍କର ବ୍ୟବସାୟ ବୁଡିଯିବ ବୋଲି କହିଛି। ଏହି ଆଇନ ଜମି ମାଫିଆମାନକୁ ସାହାଯ୍ୟ କରିବ ବୋଲି ସଂଗଠନ କହିଛି।
କେନ୍ଦ୍ର ସରକାରଙ୍କ ଆଦର୍ଶ ଘରଭଡା ଆଇନଫଳରେ ଭଡାଟିଆଙ୍କ କବଜାରେ ଥିବା ଘର ଓ ଦୋକାନଘରଗୁଡ଼ିକ ମଳିକମାନଙ୍କ ହାତକୁ ଫେରିବେ। ବର୍ତମାନ ଏନେକ ଭଡାଟିଆ ଅତି ଅଳ୍ପ ଭଡ଼ା ଦେଇ ସହରର ପ୍ରମୁଖ ସ୍ଥାନରେ ବର୍ଷ ବର୍ଷ ଧରି ଘରେ ରହି ଆସୁଛନ୍ତି।
କେନ୍ଦ୍ର ଆଦର୍ଶ ଘରଭଡା ଆଇନକୁ ରାଜ୍ୟ ସରକାରଗୁଡିକ ରାଜ୍ୟରେ ପ୍ରବର୍ତ୍ତନ କରିବା ପରେ ଏହା କାର୍ଯ୍ୟକାରୀ ହେବ।

Continue Reading

World

ଭାରତ ଆନ୍ତର୍ଜାତିକ ଷ୍ଟାର୍ଟଅପ ସମ୍ମିଳନୀ

Published

on

ଭୁବେନଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଆନ୍ତର୍ଜାତିକ ଷ୍ଟାଟ୍‌ଅପ୍ ସମ୍ମିଳନୀ ‘ପ୍ରାରମ୍ଭ’କୁ ଆସନ୍ତା ଜାନୁୟାରୀ 16 ତାରିଖ ଦିନ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅପରାହ୍ନ 5ଟା ସମୟରେ ଉଦ୍‌ଘାଟନ କରିବେ ।

ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ଚଳିତ ଜାନୁୟାରୀ 15 ଏବଂ 16ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ।

ଗତ 2018 ମସିହା ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଠମାଣ୍ଡୁଠାରେ ଅନୁଷ୍ଠିତ ଚତୁର୍ଥ ବିମ୍‌ଷ୍ଟେକ୍ ସମ୍ମିଳନୀରେ ଭାରତ ବିମ୍‌ଷ୍ଟେଟ୍ ଷ୍ଟାଟଅପ ସିମ୍ମଳନୀର ଆୟୋଜନ କରିବ ବୋଲି ଘୋଷଣା କରିଥିଲେ । ଗତ 2016 ମସିହା ଜାନୁୟାରୀ 16ତାରିଖ ଦିନ ପ୍ରଧାନମନ୍ତ୍ରୀ ଷ୍ଟାଟ୍‌ଅପ ଇଣ୍ଡିଆ ଇନିସିଏଟିଭର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମର 5ବର୍ଷ ପୂର୍ତି ଅବସରରେ ଏହି ବିମ୍‌ଷ୍ଟେଟ ଷ୍ଟାର୍ଟଅପ୍ ସମ୍ମିଳନୀ ‘ପ୍ରାରମ୍ଭ’ ଆୟୋଜିତ ହେଉଛି ।

ଏଥିରେ 25ଟିରୁ ଅଧିକ ଦେଶର 200ରୁ ଅଧିକ ବିଶ୍ୱସ୍ତରୀୟ ବକ୍ତା ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଅଧୀନରେ ଏହା ସର୍ବବୃହତ୍ ସମ୍ମିଳନୀ । ଏଥିରେ 24ଟି ଅଧିବେଶନରେ ‘ଷ୍ଟାର୍ଟଅପ୍ ଇକୋ ସିଷ୍ଟମ’କୁ ବିଶ୍ୱବ୍ୟାପୀ ସୁଦୁଢ କରିବାକୁ ବହୁପକ୍ଷୀୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

Continue Reading

ଅର୍ଥନୀତି

ଦେଶର ବେକାରୀ ଡାଟା ପାଇଁ ଡାଟା ମ୍ୟାନ ଦଣ୍ଡିତ

Published

on

ନୂଆଦିଲ୍ଲୀ: ଦେଶର ବେକାରୀ ସଂଖ୍ୟା ଗତ ୪୫ ବର୍ଷରେ ସର୍ବାଧିକ। ଏହି ତଥ୍ୟ ପ୍ରକାଶ କରିବା ଆଜି ଦେଶର ଚିଫ ଷ୍ଟାଷ୍ଟିସିଆନ ତଥା କେନ୍ଦ୍ର ଷ୍ଟାଷ୍ଟିକସ ଅଣ୍ଡ ପ୍ରୋଗ୍ରାମ ଇଂପ୍ଲିମେଂଟସନ ବିଭାଗର ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ପାଇଁ ବେଶ ମହଙ୍ଗା ପଡିଛି।

ପ୍ରବୀନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସରୁଛି। ତାଙ୍କର ଚାକିରୀକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ତାହାକୁ ନାକଚ କରି ଦେଇଛି।

ଶ୍ରୀବାସ୍ତବ, ୧୯୮୩ ବ୍ୟଚର ଇଣ୍ଡିଆନ ଷ୍ଟାଷ୍ଟିକାଲ ଅଫିସର, ଗତ ୨୦୧୮ ଅକ୍ଟୋବରରେ ଦେଶର ଚିଫ ଷ୍ଟାଷ୍ଟିଆନ ପଦବୀରେ ନିିଯୁକ୍ତି ପାଇଥିଲେ।

ଶୁଣା ଯାଉଛି ଯେ ବେକାରୀ ଡାଟା ଗଣମାଧ୍ୟମରେ ଲିକ ହେବା ଫଳରେ ସରକାରଙ୍କୁ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ପଡିଲା। ଏହି କାରଣରୁ ଶ୍ରୀବାସ୍ତବଙ୍କୁ ଆଉ ଅନୁଗ୍ରହ ଦେଖାଇବାକୁ ସରକାର ଚାହିଁଲେ ନାହିଁ।

ପୁର୍ବରୁ ପ୍ରଣବ ସେନ ଓ ଟି ସି ଏ ଅନନ୍ତ ଏହି ପଦବୀରେ ଥଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions