Connect with us

ଡ଼ଲଫିନ ପ୍ରଧାନ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁନିଅନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସ୍‌ସି ପରୀକ୍ଷା ଫଳ। ଏଥିରେ ପ୍ରଦିପ ସିଂହ ଟପର ସହ ଟପ୍ ଟେନରେ ଦୁଇ ଓଡ଼ିଆ ।

ପ୍ରଦୀପ ସିଂହ ହେଲେ ଆଇଏଏସ ଟପ୍ପର। ରାଙ୍କରେ ଯତୀନ କିଶୋର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି ପ୍ରତିଭା ବର୍ମା। ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବା ବେଳେ ସଂଜିତା ମହାପାତ୍ରଙ୍କୁ ମିଳିଛି ଦଶମ ରାଙ୍କ।

ଚଳିତ ବର୍ଷ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ବହୁ ଓଡ଼ିଆ ପୁଅ ଝିଅ ଏଥର ବାଜି ମାରି ନେଇଛନ୍ତି ।

ଲିଷ୍ଟ ରେ ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅନୁପ ଦାସ, ୧୯୦ତମ ସ୍ଥାନରେ ଶୈଳଜା ଦାସ ଓ ୨୦୨ତମ ସ୍ଥାନରେ ରହିଛନ୍ତି ରାହୁଲ ମିଶ୍ର।
ସେହିପରି ୨୨୫ତମ ରାଙ୍କରେ ହେମା ନାୟକ ଥିବା ବେଳେ ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ରାଙ୍କରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି। ଏହାବ୍ୟତୀତ ୩୦୦ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ରାଙ୍କରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର।

୪୪୧ ରାଙ୍କରେ ସମୀର କୁମାର ଜେନା, ୫୬୭ ତମ ରାଙ୍କରେ ମାନସ ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର। ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଥିବା ବେଳେ ୮୧୯ସ୍ଥାନରେ ରହିଛନ୍ତି ବିଭୂତି ଭୂଷଣ ନାୟକ।

Continue Reading
Click to comment

Leave a Reply

Your email address will not be published. Required fields are marked *

Trending

Copyright © 2018 Odisha News Line. Developed By Swadhin IT Solutions