ଆମେ ରୁଣ କରି ଘିଅ ପିଉ ନାହୁଁ । ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ହେଲେ ରୁଣ କରିବାକୁ ପଡେ । ତେବେ ରୁଣ କରିବା ବେଳେ ମଧ୍ୟ ସରକାର ବିତୀୟ ଶୃଙ୍ଖଳାକୁ ଧ୍ୟାନ ଦେଇଛନ୍ତି । କେନ୍ଦ୍ର ଅର୍ଥ କମିଶନ ଆମକୁ ମୋଟ ଜିଏସ୍ଡିପିର ୨୫% ପର୍ଯ୍ୟନ୍ତ ରୁଣ କରିବାକୁ କ୍ଷମତା ହେଇଛନ୍ତି । କିନ୍ତୁ ବର୍ତମାନ ସୁଦ୍ଧା ଆମର ରୁଣ ପରିମାଣ ମାତ୍ର ୧୮% ରହିଛି । ୨୦୦୨-୦୩ରେ ଏହା ମୋଟ ଜିଏସ୍ଡିପିର ୫୦.୭୩% ଥିଲା ।
୧୨. ବିତୀୟ ଶୃଙ୍ଖଳାର ଅନ୍ୟ ଏକ ପରିମାପ ହେଉଛି ବିତୀୟ ନିଅଂଟ । ରାଜ୍ୟର ବିତୀୟ ନିଅଂଟ ପରିମାଣ ଅର୍ଥ କମିଶନଙ୍କର ଧାର୍ଯ୍ୟ ୩.୫%ରେ ହିଁ ରହିଛି ।
୧୩. ରାଜ୍ୟ ସରକାର ଆଗାମୀ ବଜେଟ୍ରେ କୃଷି, ଗ୍ରାମାଂଚଳର ବିକାଶ, ଭିତିଭୂମୀର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସାମାଜିକ କ୍ଷେତ୍ର ସମେତ ଗରିବ ଏବଂ ସାଧାରଣ ମଣିଷର ସାମାଜିକ ନିରାପତା ଉପରେ ଗୁରୁତ୍ୱ ଆରୋପ କରିବେ ଏଥିରେ ସନ୍ଦେହ ନାହିଁ ।
୧୪. ବିଗତ ବଜେଟ୍ଗୁଡିକରେ ମଧ୍ୟ ସରକାର ଏହି ଦିଗ ପ୍ରତି ଗୁରୁତ୍ୱ ଦେଇ ଆସିଥିବାରୁ ରାଜ୍ୟରେ ବିକାଶର ଏକ ଦ୍ରୁତ ତଥା ନିରନ୍ତର ପ୍ରକ୍ରିୟା ଜାରି ରହିଛି ।
୧୫. ଲୋକଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ଲୋକଙ୍କର ସମ ବିକାଶ ଘଟିଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଶିଶୁ ମୃତ୍ୟୁ ହାର ଦ୍ରୁତ ଗତିରେ ଖସି ୪୦ରେ ପହଂଚିଛି । ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳିଛି । ଗ୍ରାମ୍ୟ ରାସ୍ତା ନିର୍ମାଣରେ ପାରଦର୍ଶିତା ଦେଖାଇଛୁ । ରପ୍ତାନୀ କ୍ଷେତ୍ରରେ ଦେଶରେ ଚମ୍ପିଆନ୍ ହୋଇଛୁ ।
୧୬. ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି । ୨୦୧୬-୧୭ରେ ଏହା ୭.୯୪ ପ୍ରତିଶତ ଥିବାବେଳେ ଜାତୀୟ ହାର ୯.୨ ପ୍ରତିଶତ ଥିଲା । ୨୦୧୭-୧୮ରେ ରାଜ୍ୟର ଅଭିବୃଦ୍ଧି ହାର ୭.୧୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିବାବେଳେ ଜାତୀୟ ହାର ୬.୫ ପ୍ରତିଶତ ରହିବ ।