ସମ୍ବଲପୁର, ୧୮ : ଦୀର୍ଘ ଦିନ ହେବ ସମ୍ବଲପୁରରେ ବନ୍ଦ ରହିଥିବା ସମସ୍ତ ସରକାରୀ ଅନୁଷ୍ଠାନ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି । କିନ୍ତୁ କୋର୍ଟ କଚେରୀ ପୂର୍ବ ଭଳି ବନ୍ଦ ରହିବ । ଆଜି ବସିଥିବା ଜିଲ୍ଲା ଓକିଲ ସଂଘ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲାରେ ଗତ ସେପ୍ଟେମ୍ବର ୫ରୁ ଓକିଲ ସଂଘ ଆନ୍ଦୋଳନ କରି ଆସୁଥିଲା । କୋର୍ଟ କାର୍ୟ୍ୟ ବର୍ଜନ କରି ଧାରଣା ଦିଆଯାଉଥିଲା । ଏପରିକି ସମସ୍ତ ସରକାରୀ କାର୍ୟ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଥିଲା । ଯଦ୍ୱାରା ସାଧରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲା । ଆସନ୍ତାକାଲିଠାରୁ ସମସ୍ତ ସରକାରୀ କାର୍ୟ୍ୟାଳୟ ଖୋଲିବ କିନ୍ତୁ ପୂର୍ବ ଭଳି କୋର୍ଟ କଚେରୀ ବନ୍ଦ ରହିବ ବୋଲି ଓକିଲ ସଂଘ କହିଛି ।