ରାଜ୍ୟ

କୁଲଦାରେ ଚକ୍ଷୁ ଚିକିତ୍ସାଳୟର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

Published

on

ଭୁବନେଶ୍ୱର, ୧୮ : କୁଲଦା ଠାରେ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦଘାଟନ ଦିବସରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୩ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏ ଚକ୍ଷୁ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଆଜି ଏ ଅଂଚଳ ପାଇ ୨୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ଏହି ହସ୍ପିଟାଲର ଲୋକାର୍ପଣ କରିଥିବାରୁ ସୌଭାଗ୍ୟ ମନେ ହେଉଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ହସ୍ପିଟାଲରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ମେଡିକାଲ ନିର୍ମାଣ ହେବାର କଳ୍ପନା ଅନେକ ଦିନରୁ ଥିଲା । ଆଖି, ହାର୍ଟ, କ୍ୟାନ୍ସର ଆଦି ବିଭିନ୍ନ ରୋଗ ଚିକିତ୍ସାର ସହାୟତା ଏ ଅଂଚଳରେ ମିଳେ ନାହିଁ । କିନ୍ତୁ ଏବେ ଏଲଭି ପ୍ରସାଦ ହସ୍ପିଟାଲ ସମ୍ପନ୍ନଙ୍କ ଠାରୁ ଗରିବ ପର‌୍ୟ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସେବା ଦେବ । ଅନୁରୋଧକୁ ରକ୍ଷା କରି ନାଲକୋ ଏ ଅଂଚଳର ଗୋଟେ ମୂଳ ଆବଶ୍ୟକତାକୁ ପୂରଣ କରିଛି । ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିବାର ବ୍ୟବସ୍ଥା ଥିବା ବେଳେ ଦୈନିକ ୧୦୦ରୁ ଅଧିକ ଅପରେସନ ହୋଇପାରିବାର ବ୍ୟବସ୍ଥା ପ୍ରାରମ୍ଭିକ ପର‌୍ୟ୍ୟାୟରେ କରାଯାଇଛି । ଅନେକ ଗରିବ ଲୋକଙ୍କ ମାଗଣାରେ ମଧ୍ୟ ଏହି ହସ୍ପିଟାଲରେ ଚିକିତ୍ସା କରାଯିବ । ପ୍ରଧାନମନ୍ତ୍ରୀ ଏ ଅଂଚଳରେ ଡିଏମଏଫ ଫଣ୍ଡର ବ୍ୟବସ୍ଥା କରି ଅନେକ ଟଙ୍କା ଦେଇଛନ୍ତି ।୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାରେ ମିନେରାଲ ଫଣ୍ଡ ପାଖାପାଖି ହଜାର କୋଟି ଟଙ୍କା ଦେଇଛନ୍ତି । ଏହି ସବୁ ଟଙ୍କା ଏହି ଅଂଚଳରେ ଖର୍ଚ୍ଚ କଲେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଦୂରେଇ ପାରିବା ସହ ରୋଜଗାରର ବ୍ୟବସ୍ଥା ମଧ୍ୟ ହୋଇପାରିବ । ନାଲକୋର ସିଏମଡି ୧୬ କୋଟି ଟଙ୍କା ଖର୍ଚ୍ଚ କରି ନାନୋ ଟେକ୍ନୋଲୋଜିରେ ପାଣିକୁ ଶୁଦ୍ଧ କରିବାର କାରଖାନା ନାଲକୋ କଲୋନୀରେ କରୁଛନ୍ତି ।
ଏହାସହ ସେ କହିଛନ୍ତି ଯେ ୨୦୨୨ ସୁଦ୍ଧା ସ୍ୱାଧୀନତାକୁ ୭୫ ବର୍ଷ ପୂରିବ । ଏହି ସମୟ ସୁଦ୍ଧା ଭାରତ ବର୍ଷରେ ସବୁ ଗରିବଙ୍କ ସ୍ଥାୟୀ ପଟ୍ଟା ଓ ଛାତ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅଛି । ପୂର୍ବ ସରକାର ଅପେକ୍ଷା ଗତ ୪ ବର୍ଷ ନରେନ୍ଦ୍ର ମୋଦିଙ୍କ ସରକାରରେ ୧ କୋଟି ୪୦ ଲକ୍ଷ ଘର ଏବଂ ଘର ପିଛା ଦେଢ ଲକ୍ଷ ଟଙ୍କା ବଢିଛି । ଏହିପରି ଅଧିକ ସଂଖ୍ୟା ଏବଂ ଅଧିକ ପଇସା ମଧ୍ୟ ଅନୁଗୁଳ ଜିଲ୍ଲାରେ ଆମେ ଦାୟିତ୍ୱ ନେଉଛୁ । ଏଠାରେ ଲୋକଙ୍କୁ ସ୍ଥାୟୀ ଭତା ମିଳୁନାହିଁ । ବିଜେପି ଦାୟିତ୍ୱକୁ ଆସିଲେ ଭତାକୁ ୩୦୦ ଟଙ୍କାରୁ ବଢାଇ ୧୦୦୦ ଟଙ୍କା କରିବ । ସ୍ଥାୟୀ ପଟ୍ଟା ସହ ପକ୍କା ଘର ମଧ୍ୟ ଓଡିଶାର ଗରିବ ଲୋକଙ୍କୁ ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଆଜି ଚିକିତ୍ସାଳୟର ଲୋକାର୍ପର ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନେକ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version