କେନ୍ଦ୍ର ବଜେଟ୍ ରେ ଟିକସ ସଂସ୍କାର
ଦିଲିପ କୁମାର ବିଷୋୟୀ
ଅର୍ଥନୈତିକ ସାମ୍ବାଦିକ
ସ୍ୱାଧୀନତାର ସତୁରୀ ବର୍ଷ ଥିଲା ଅଧିକାର ସାବ୍ୟସ୍ତ୍ୟର ସମୟ । ଏବେ କିନ୍ତୁ ଆରମ୍ଭ ହୋଇଛି କର୍ତବ୍ୟ ସଂପାଦନାର ସମୟ ।
ଲୋକସଭାରେ କେନ୍ଦ୍ର ବଜେଟ୍ ୨୦୧୯-୨୦ ଉପସ୍ଥାପନ କଳାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କର ଏହି ଉକ୍ତି ଦେଶର ଅର୍ଥନୀତିକୁ ଏକ ନୂତନ ଦିଶା ଦେଇଛି ।
ବିଶ୍ୱ ଅର୍ଥନୀତି ଏକ ଚରମ ଅନିଶ୍ଚିତତା ଭିତରେ ଗତି କରୁଛି । ଚୀନ-ଆମେରିକା ବାଣିଜ୍ୟ ବିବାଦ, ଇରାନର ଅର୍ଥନୈତିକ ବାସନ୍ଦ ଆଦି ଘଟଣା ଚିନ୍ତାର କାରଣ ହୋଇଛି ।
ଏହି ଭଳି ପରିସ୍ଥିତିରେ ଦେଶର ଅର୍ଥନୀତି ମଧ୍ୟ ଏକ ସଂକଟ ଦେଇ ଗତି କରୁଛି । ଘରୋଇ ପୁଞି ନିବେଶ ହେଉ ନାହିଁ । ସରକାରୀ ପୁଞି ନିବେଶର କ୍ଷେତ୍ର ସଂକୁଚିତ ହେବାରେ ଲାଗିଛି । ବଜାରରେ କିଣା-ବିକାରେ ମାନ୍ଦାବସ୍ଥା ଲାଗି ରହିଛି । ଦେଶରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଉ ନାହିଁ । ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ୨୦୧୭-୧୮ ବର୍ଷରେ ୪.୪% ଥିବା ବେଳେ ଏହା ୨୦୧୮-୧୯ରେ ୩.୬ ପ୍ରତିଶତକୁ ଖସି ଆସିଛି । ସେହିଭଳି ରପ୍ତାନୀ କ୍ଷେତ୍ର ମଧ ନୈରାଶ୍ୟଜନକ ରହିଛି । ରପ୍ତାନୀ ଅଭିବୃଦ୍ଧି ହାର ୭୦%ରୁ ୧୨%କୁ ଖସି ଆସିଛି । କୃଷି କ୍ଷେତ୍ରରେ ଚରମ ବିପର୍ଯ୍ୟୟ ଦେଖା ଦେଇଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ନୈରାଶ୍ୟ ଜନକ ଭାବେ ବାର୍ଷିକ ହାରାହାରି ୨.୯% ରହିଛି । ନିଯୁକ୍ତି କ୍ଷେତ୍ର ବ୍ୟପକ ଭାବେ ସଂକୁଚିତ ହୋଇଛି । ଦେଶର ବେକାରୀ ହାର ବିଗତ ୪୫ ବର୍ଷରେ ସବୁଠାରୁ ଅଧିକ ୬.୧%ରେ ପହଂଚିଛି ।
ଦେଶର ସାମଗ୍ରୀକ ଘରୋଇ ଉତ୍ପାଦନ ବା ଜିଡିପି ହ୍ରାସ ପାଇବାରେ ଲାଗିଛି । ଗତ ପାଂଚ ବର୍ଷରେଏହା ୮ % ରୁ ୬.୮% ଖସି ଆସିଲାଣି ।
ଦେଶର ପ୍ରଥମ ସ୍ୱୟଂ ସପୁର୍ଣ୍ଣ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଜୀବନର ପ୍ରଥମ କେନ୍ଦ୍ର ବଜେଟ ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପନ କଲା ବେଳେ ତାଙ୍କ ସମ୍ମୁଖରେ ଦୁଇଟି ପରସ୍ପର ବିରୋଧୀ ବିକଳ୍ପ ଥିଲା । ଏକ ଲୋକପ୍ରୀୟ ବଜେଟ ଉପସ୍ଥାପନ କରି ନିର୍ବାଚନରେ ବିଜେପି ସରକାରକୁ ପୁର୍ନବାର କ୍ଷମତାକୁ ଆଣିଥିବା ଦେଶବାସୀଙ୍କୁ କୃତଜ୍ଞତା ଜଣାଇବା । ଅନ୍ୟ ପକ୍ଷରେ ଦେଶର ଅର୍ଥନୀତିକୂ ସଜାଡି ଏକ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାର ରାସ୍ତାକୁ ଆଣିବାର ଲକ୍ଷ୍ୟରେ ଏକ କଠୋର, ସଂସ୍କାର ମୂଳକ ବଜେଟ ଉପସ୍ଥାପନ କରିବା । ସୀତାରମଣ ଦ୍ୱିତୀୟ ବିକଳ୍ପକୁ ବାଛି ନେଇଥିଲେ ।
ଅର୍ଥନୈତିକ ସର୍ଭେ ରପୋର୍ଟ ଅନୁଯାଇ ଦେଶକୁ ଆଗାମୀ ପାଂଚ ବର୍ଷରେ ପାଂଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଂଚାଇବାକୁ ହେଲେ ବାର୍ଷିକ ୮% ଅଭିବୃଦ୍ଧି ହାର ହାସଲ କରିବାକୁ ହେବ । ଏହି ଉଚ୍ଚ ଲକ୍ଷ୍ୟ ହାସଲ କରିବା ଏକ ଦୁର୍ବାର ଆହ୍ୱାନ ।
ପ୍ରଥମ ବର୍ଷରୁ ହିଁ ଏଥିପାଇଁ ପ୍ରସ୍ତୁତି ର ଆବଶ୍ୟକତା ରହିଛି । ସେଥିପାଇଁ ଏକ ବାସ୍ତବବାଦୀ ବଜେଟ ଉପସ୍ଥାପନ କରି ସରକାର ପ୍ରକୃତ ସ୍ଥିତି ସହ ସାମନା-ସାମନି ହେଇଛନ୍ତ ।
ଦେଶର ଅର୍ଥନୀତିରେ ଏକ ଉଚ୍ଚ ଅଭିବୃଦ୍ଧି ହାସଲ କରିବାକୁ ହେଲେ ଘରୋଇ ପୁଞି ନିବେଶକୁ ଉତ୍ସାହିତ କରି ଶିଳ୍ପ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି କରିିବାକୁ ହେବ । କୃଷି କ୍ଷେତ୍ର ଓ ଭିତିଭୂମୀରେ ରେ ଉନ୍ନତି ଆଣି ନିଯୁକ୍ତି ସୃଷ୍ଟି କରି ଘରୋଇ ଆହରଣକୁ ବୃଦ୍ଧି କରିବାକୁ ହେବ । ଘରୋଇ ପୁଞି ନିବେଶକୁ ଉତ୍ସାହିତ କରିବାକୁ ହେବ ।
ବାସ୍ତବତାକୁ ହୃଦୟଙ୍ଗମ କରି, ସଂଞମତା ରକ୍ଷା କରି ସରକାର ଦେଶର ଅର୍ଥନୀତିକୁ ସଜାଡିବାର ପ୍ରୟାସ ଏହି ବଜେଟ୍ ରେ କରିଛନ୍ତି ।
କେନ୍ଦ୍ରୀୟ ଟିକସ ରାଜସ୍ୱ ହ୍ରାସ ପାଇବା ସରକାରଙ୍କ ପାଇଁ ଏକ ଗଭୀର ଉଦ୍ବେଗର କାରଣ । ଟିକସ-ଜିଡିପି ଅନୁପାତ ୨୦୧୮-୧୯ ଆର୍ଥିକ ବର୍ଷରେ ୦.୩ % ହ୍ରାସ ପାଇ ୧୦.୯% ପହଂଚିଥିଲା । ଏହା ୨୦୧୮-୧୯ ବର୍ଷରେ ୧୧.୪ % ହେବ ବୋଲି ମୂଳ ବଜେଟ୍ ରେ ଆକଳନ କରାଯାଇଥିଲା ।
ପ୍ରତ୍ୟକ୍ଷ କର ୨୦୧୮-୧୯ ବର୍ଷରେ ୧୪.୪% ବୃଦ୍ଧି ପାଇବ ବୋଲି ଆକଳନ କରା ଯାଇଥିବା ବେଳେ ତାହା ୧୩.୪% ବୃଦ୍ଧି ପାଇଥିଲା । ପରୋକ୍ଷ କର ବଜେଟ୍ ର ମୂଳ ଆକଳନରୁ ୧୬% କମ୍ ରହିଥିଲା ।
ତେବେ ସରକାର ଚଳିତ ବଜେଟରେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ଟିକସ ଆୟ ୨୪.୬୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରିଛନ୍ତି । ଟିକସ ଆଦାୟରେ ପ୍ଳବନତା (ଭଙ୍କକ୍ଟଚ୍ଚବଦ୍ଭମଚ୍ଚ) ୧.୭% ହେବ ବୋଲି ଆଶା କରା ଯାଇଛି । ବିମୁଦ୍ରୟନର ବର୍ଷ ୨୦୧୬-୧୭ରେ ଏହା ୧.୭% ଥିବା ବେଳେ ପରବର୍ତି ବର୍ଷରେ ଏହା ହ୍ରାସ ପାଇ ୨୦୧୭-୧୮ରେ ୧% ଏବଂ ୨୦୧୮-୧୯ରେ ମାତ୍ର ୦.୭%କୁ ଖସି ଆସିଛି । (ଜିଡିପି ତୁଳନାରେ ଟିକସର ଅଭିବୃଦ୍ଧି ଅନୁପାତିକ ହାରକୁ ଟିକସ ପ୍ଳାବନତା କୁହାଯାଏ । )
ବଜେଟ୍ ରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଫଳରେ ପରୋକ୍ଷ କର ରୁ ୨୫,୦୦୦ କୋଟି ଟଙ୍କ ଏବଂ ପ୍ରତ୍ୟକ୍ଷ କରରୁ ୬୦୦୦ କୋଟି ଟଙ୍କା ମିଳିବ ବୋଲି ଆଶା କରା ଯାଇଛି ।
ପ୍ରତ୍ୟକ୍ଷ କର:
ବଜେଟ୍ରେ ଆକଳନ କରା ଯାଇଛି ଯେ ଉଭୟ କରପୋରେଟ୍ ଟିକସ ଓ ବ୍ୟକ୍ତିଗତ ଟିକସ ମିଶିି ସଂଶୋଧିତ ଆକଳନରୁ ୬% ବୃଦ୍ଧି ପାଇବ । କିନ୍ତୁ ୨୦୧୮-୧୯ର ପ୍ରକୃତ ଆୟକୁ ବିଚାରକୁ ନେଲେ ଏହା ୧୮.୬% ବୃଦ୍ଧି ପାଇବାର ଆବଶ୍ୟକତା ରହିଛି ।
ବଜେଟରେ ସରକାର ଧନୀ ବ୍ୟକ୍ତିଙ୍କ ଆୟ ଉପରେ ଉଚ୍ଚ ହାରରେ ସରଚାର୍ଜ ଲାଗୁ କରଛନ୍ତି । ବାର୍ଷିକ ୨ରୁ ୫ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ପଡୁଥିବା ଟିକସର ହାର ବର୍ତମାନ ବାସ୍ତବରେ ୩% ପଏଂଟ ବୃଦ୍ଧି ପାଇବ ଏବଂ ୫ କୋଟିରୁ ଅଧିକ ଆୟକାରୀଙ୍କ ପାଇଁ ଏହା ୭% ପଏଂଟ ବୃଦ୍ଧି ପାଇବ । ଏହି ସରଚାର୍ଜ ବାବଦକୁ ୧୨,୦୦୦ କୋଟି ଟଙ୍କା ଅଧିକ ପ୍ରତ୍ୟକ୍ଷ କର ରାଜସ୍ୱ ମିଳିବ ବୋଲି ସରକାର ହିସାବ କରିଛନ୍ତି ।
ଧନୀଙ୍କ ଉପରେ ଏହି ଟିକସକୁ ଧନୀ ବ୍ୟକ୍ତିମାନେ ବିରୋଧ କରିବା ସ୍ୱଭାବିକ । ଏହା ସେମାନଙ୍କୁ ଅଧିକ ଉପାର୍ଜନ କରିବରୁ ନରୁତ୍ସାହିତ କରିବ ବୋଲି ସେମାନେ ଯୁକ୍ତି କରୁଛନ୍ତି । କିନ୍ତୁ ବଜେଟର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ । କାରଣ ବର୍ତମାନ ପରିସ୍ଥତିରେ ଗରୀବ ଓ ମଧ୍ୟବିତଙ୍କଠାରୁ କୈାଣସି ଟିକସ ଆଦାୟ କରିବା ସମୀଚୀନ ନୁହେଁ ।
ତେବେ ଏହି ସରଚାର୍ଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ ଏହା ବର୍ତମାନ ବିଦେଶୀ ପୁଞି ନିବେଶକ (ୠକ୍ଟକ୍ସରସଶଦ୍ଭ ଚକ୍ଟକ୍ସଗ୍ଧଲକ୍ଟକ୍ଷସକ୍ଟ ଓଦ୍ଭଙ୍ଖରଗ୍ଦଗ୍ଧକ୍ଟକ୍ସଗ୍ଦ କ୍ଟକ୍ସ ୠଚଓଗ୍ଦ) ପାଇଁ ଲାଗୁ ହେବ । ଅଧିକାଂଶ ବିଦେଶୀ ନିବେଶକ ମାନେ ଟ୍ରଷ୍ଟ ମାଧ୍ୟମରେ ଦେଶର ଷ୍ଟକ ବଜାରେରେ ଓ ବଣ୍ଡ ବଜାରରେ ପୁଞି ଲଗାଉଛନ୍ତି । କରପୋରେଟ ପୁଞି ନିବେଶ କଲେ ସେମାନଙ୍କୁ ସର୍ବନିମ୍ବ ବିକଳ୍ପ ଟକସ ବା ଗଇଞ ୧୮.୫% ଏବଂ ଅଂଶଧନ ବିତରଣ ଟିକସ (ଊସଙ୍ଖସୟରଦ୍ଭୟ ଊସଗ୍ଦଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ ଞବଙ୍ଘ କ୍ଟକ୍ସ ଊଊଞ) ୨୦% ହିସାବରେ ଦେବାକୁ ହେବ । ଏହି ଟିକସକୁ ଏଡାଇବା ପାଇଁ ବିଦେଶୀ ନିବେଶକମାନେ ଟ୍ରଷ୍ଟ ମାଧ୍ୟମରେ ପୁଞି ବିନିଯୋଗ କରୁଛନ୍ତି । ବର୍ତମାନ ଟ୍ରଷ୍ଟକୁ ଏକ ବ୍ୟକ୍ତି ବା ଗୋଷ୍ଟୀ (ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ କ୍ଟଲ ଚରକ୍ଟକ୍ଟ୍ରକ୍ଷର) ଭାବେ ଧରା ଯାଉଥିବାରୁ ଟ୍ରଷ୍ଟ ମାଧ୍ୟମରେ ପୁଞି ବିନିଯୋଗ କରୁଥିବା ବିଦେଶୀ ନିବେଶକ ଗୁଡିକୁ ଏହି ସରଚାର୍ଜ ଦେବାକୁ ପଡିବ ।
ବିଦେଶୀ ନିବେଶକ ଗୁଡିକୁ ବର୍ତମାନ ଦୀର୍ଘ ମିଆଦି ପୁଞି ଲାଭ (ଖକ୍ଟଦ୍ଭଶ ଞରକ୍ସଜ୍ଞ ଉବକ୍ଟ୍ରଗ୍ଧସବକ୍ଷ ଏବସଦ୍ଭ) ଉପରେ ବାସ୍ତବରେ ୧୨% ପରିବର୍ତେ ୧୪.୨୫% ଟକସ ଏବଂ ସ୍ୱଳ୍ପ ମିଆଦି ପୁଞି ଲାଭ(ଝଷକ୍ଟକ୍ସଗ୍ଧ ଞରକ୍ସଜ୍ଞ ଉବକ୍ଟ୍ରସଗ୍ଧବକ୍ଷ ଏବସଦ୍ଭ) ଉପରେ ୧୭.୯% ପରିବର୍ତେ ୨୧.୪% ଟିକସ ଦେବାକୁ ହେବ ।
ବିଦେଶୀ ନବେଶକମାନେ ବଜେଟର ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି । ତେବେ ଅର୍ଥ ମନ୍ତ୍ରୀ ସୀତାରମଣ ସାଂସଦରେ ଏହାର ଯଥାର୍ଥତା ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ ବିଦେଶୀ ପୁଞି ନିବେଶକ ମାନଙ୍କୁ ଏହି ସରଚାର୍ଜରୁ ରକ୍ଷା ପାଇବାକୁ ଚାହୁଁଥିଲେ ଟ୍ରଷ୍ଟ ବଦଳରେ କରପୋରେଟ ଫଣ୍ଡ ଭାବେ ପୁଞି ନିବେଶ କରିବାକୁ ପରାମର୍ଶ ଦେଇଛନ୍ତି ।
ସର୍ବ ନମ୍ନ କରପୋରେଟ ଟିକସ ୨୫% ପାଇଁ ମୋଟ କାରବାରର ସୀମା ୨୫୦ କୋଟି ଟଙ୍କାରୁ ୪୦୦ କୋଟି ଟଙ୍କାକୁ ବୃଦ୍ଧି କରା ଯାଇଛି । ଏହା ଫଳରେ ବର୍ତମାନ ଦେଶର ପ୍ରାୟ ସମସ୍ତ ଅର୍ଥାତ ୯୯.୩% କମ୍ପାନୀ ଉପକୃତ ହେବେ । କେବଳ ମାତ୍ର ୍ର ୦.୭% କମ୍ପାନୀଙ୍କୁ ୩୦% ହାରରେ କରପୋରେଟ ଟିକସ ଦେବାକୁ ହେବ । ସରକାର କରପୋରେଟ ଟିକସକୁ ହ୍ରାସ କରିବେ ବୋଲି ଅଗରୁ ପ୍ରତିଶୃତି ଦେଇଥିଲେ । ବର୍ତମାନ ଅଧିକାଂଶ କମ୍ପାନୀ ୨୫% ଟିକସ ବନ୍ଧନୀ ମଧ୍ୟକୁ ଆସି ଯାଇଛନ୍ତି । ଏହା ଛଡା ବାଜେଟରେ ଦୋବାଲିଆ କମ୍ପାନୀ ଗୁଡିକୁ ଜାତୀୟ କମ୍ପାନୀ ଟ୍ରିବ୍ୟୁନାଲ ମାଧ୍ୟମରେ କିଣୁଥିବା କମ୍ପାନୀଗୁଡିକୁ ମଧ୍ୟ କରପୋରେଟ ଟକସରେ ରିହାତି ବ୍ୟବସ୍ଥା ଦେଇଛନ୍ତି ।
ସରକାରଙ୍କର ଏହି ପଦକ୍ଷେପ ଫଳରେ କରପୋରେଟ କ୍ଷେତ୍ରରେ ପୁଞି ଲଗାଣ ବୃଦ୍ଧି ପାଇବ । ପୂର୍ବରୁ ୨୫୦ କୋଟି ଟଙ୍କା ଭିତରେ କାରବାର କରୁଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଗୁଡିକ ସେମାନଙ୍କର ଉତ୍ପାଦନ ପରିସର ବୃଦ୍ଧି କରିବାରେ ଉତ୍ସାହିତ ହେବା ବେଳେ ବଡ କମ୍ପାନୀ ଗୁଡିକ ଟିକସ ରିହାତି ପାଇ ସେମାନଙ୍କର କାରବାର ବୃଦ୍ଧି କରିବାକୁ ଇଛା ପ୍ରକାଶ କରିବେ । କେବଳ ସେତିକି ନୁହେଁ ଦେବାଳିଆ କମ୍ପାନୀଗୁଡିକୁ କିଣିବା ପାଇଁ କରପୋରେଟ ହାଉସ ମାନେ ପୁଞି ଖଟେଇବାକୁ ଉତ୍ସାହିତ ହେବେ ।
କରପୋରେଟ ଟିକସ ହ୍ରାସ ଫଳରେ ଦେଶରେ ଘରୋଇ ପୁଞି ଲଗାଣରେ ଉନ୍ନତି ଆସିବ ବୋଲି ଆଶା କରାଯାଏ । ଏହି ପ୍ରକ୍ରିୟା ଅରମ୍ଭ ହେଲେ କରପୋରେଟ ଜଗତ ଆତ୍ମବିଶ୍ୱାସ ଫେରି ପାଇବ ଏବଂ ଆଗମୀ ଦିନରେ ଅଧିକରୁ ଅଧିକ ଘରୋଇ ପୁଞି ଶିଳ୍ପ କାରଖାନା ଓ ଭିତିଭୂମୀ ନିର୍ମାଣ କ୍ଷେତ୍ରକୁ ଆସିବ ।
ବଜେଟରେ ଆଶା କରାଉଥିଲାଯେ ସରକାର ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ସଂପୁର୍ଣ୍ଣ ଛାଡ କରିବେ । କିନ୍ତୁ ତାହା ହେଲା ନାହିଁ । ପୁର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗତ ଫେବୃଆରୀ ମାସରେ କାମଚଳା ବଜେଟ ଉପସ୍ଥାପନ କଲାବେଳେ ମଧ୍ୟବିତ ତଥା ବେତନ ଭୋଗୀ କର୍ମଚାରୀ ମାନଙ୍କୁ ଯେଉଁ ରିହାତି ଦେଇ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୈଣସି ଆୟକର ନ ପଡିବାର ବ୍ୟବସ୍ଥା କରିଥିଲେ । ସେହି ବ୍ୟବସ୍ଥାକୁ ପୂର୍ଣ୍ଣାଙ୍ଗ ବଜେଟ୍ରେ କାୟମ ରଖା ଯାଇଛି ।
ତେବେ ସରକାର ସୁଲଭ ଗୃହ ନିର୍ମାଣକୁ ଉତ୍ସାହିତ କରିବା ପାଇଁ ଗୃହ ରୁଣ ଉପରେ ସୁଧରେ ସୁଧରେ ଅଧିକ ଟିକସ ରିହାତି ଦେଇଛନ୍ତି । ଆୟକର ଦାତାମାନେ ୪୫ଲକ୍ଷ ଟଙ୍କାର ଗୃହ ପାଇଁ ୧.୫ ଲକ୍ଷ ଟଙ୍କା ପଯ୍ୟନ୍ତ ଅତିରିକ୍ତ ସୁଧ ରିହାତି ପାଇ ପାରିବେ । ଏହା ଫଳରେ ବର୍ତମାନ ଘର ବାବଦକୁ ମୋଟ ୩.୫ଲକ୍ଷ ଟଙ୍କା ପଯ୍ୟନ୍ତ ସୁଧ ଉପରେ ଆୟକର ରିହାତି ମିଳିବ । ମଧ୍ୟବିତ ଆୟକର ଦାତାଙ୍କୁ ପନ୍ଦର ବର୍ଷରେ ମୋଟ ସାତ ଲକ୍ଷ ଟଙ୍କାର ଲାଭ ମିଳିବ । ଏହା ଫଳରେ ସରକାରଙ୍କର ୨୦୨୨ ସୁଦ୍ଧା ୧.୯୫ କୋଟି ଘର ନିର୍ମାଣ କରିବା ଏବଂ ଘରକୁ ପାଇଖାନା, ବିଜୁଳି ଏବଂ ଇନ୍ଧନ ଗ୍ୟାସ ସଂଯେଗ ଦେବା ଲକ୍ଷ୍ୟ ସାକାର ହେବ ।
ପରୋକ୍ଷ କର:
ପରୋକ୍ଷ କର ସଂପର୍କ ସରାକାର ଅଧିକ ସଚେତନ ଅଛନ୍ତି । ଏବଂ ପରୋକ୍ଷ କର ଆଦାୟ ଲକ୍ଷ୍ୟ ନିର୍ଦ୍ଧାରଣ କରିବାରେ ଅଧିକ ଯତ୍ନବାନ ହେଇଛନ୍ତି ।
ବଜେଟ ଆକଳନରେ ଜିଏସ୍ଟି ଆଦାୟକୁ ୧୪% ହ୍ରାସ କରାଯାଇ ୫.୨୬ ଲକ୍ଷ କୋଟି ଟଙ୍କା ରଖା ଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ଜିଏସ୍ଟି ଆଦାୟ ହ୍ରାସ ପାଇବା ଘଟଣାକୁ ବିଚାରକୁ ନେଇ ସରକାର ଜିଏସ୍ଟି ଆଦାୟ ଲକ୍ଷ୍ୟରେ ସଂଶୋଧନ କରିଛନ୍ତି । ଜିଏସ୍ଟି ରେଟ ହ୍ରାସ ପାଉଥିବାରୁ କର ସଂଗ୍ରହ ହ୍ରାସ ପାଉଛି । ଜିଏସ୍ଟି ବଜେଟର ପରିସର ବାହାରେ ଥିବାରୁ ସରକାର ଜିଏସ୍ଟିରୁ ରାଜସ୍ୱ ଆଦାୟ ଉପରେ ବିଶେଷ ଅପେକ୍ଷା ରଖି ନାହାଁନ୍ତି ।
ତେବେ ଅବକାରୀ ଶୁଳ୍କ ଆଦାୟ ୩ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରା ଯାଇଛି । ଅବକାରୀ ଶୁଳ୍କ ୨୦୧୮-୧୯ ବର୍ଷରେ ୨.୩୧ ଲକ୍ଷ କୋଟି ଟଙ୍କା ଥିଲା । ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପ୍ରତି ଏକ ଟଙ୍କା ସେସ୍ ଏବଂ ସିଗାରେଟ ଓ ତମ୍ବାଖୁ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଅଧିକ ଅବକାରୀ ଶୁଳ୍କ ମିଳିବ ବୋଲି ଆଶା କରା ଯାଇଛି ।
ଅନେକ ଗୁଡିଏ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି ଯୋଗୁ ସେ ବାବଦରେ ମୋଟ ଆଦାୟ ୧.୫୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରା ଯାଇଛି ।
ସରକାର ଅବକାରୀ ଶୁଳ୍କ ବା ସୀମା ଶୁଳ୍କ ମାଧ୍ୟମରେ ଦେଶରେ ଶିଳ୍ପାୟନକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରିଛନ୍ତି ।
ମେକ-ଇନ୍-ଇଣ୍ଡିଆକୁ ସଫଳ କରିବାକୁ,ଂ ସାମଗ୍ରୀ ଆମଦାନୀ ବଦଳରେ ଦେଶରେ ତାହାର ଉତ୍ପାଦନକୁ ଉତ୍ସାହିତ କରିବାକୁ ଏବଂ ଦେଶୀୟ ଶିଳ୍ପକୁ ସମାନ ସୁଯୋଗ ଦେବାକୁ ଅନେକ ଗୁଡିଏ ସାମଗ୍ରୀ ଉପରେ ଥିବା ସୀମା ଶୁଳ୍କକୁ ବୃଦ୍ଧି କରା ଯାଇଛି । ସେହିଭଳି ଦେଶରେ ଉତ୍ପାଦନକୁ ବୃଦ୍ଧି କରିବାକୁ ଆବଶ୍ୟକ କଂଚାମାଲ ଏବଂ ଅନ୍ୟାନ୍ୟ ଶିଳ୍ପ ଉତ୍ପାଦନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ କରା ଯାଇଛି । ନାପଥା, ପ୍ରୋପଲିନ୍ ଅକ୍ସାଇଡ୍, ସିଆର୍ ଜିଓ ଷ୍ଟୀଲ ଆଦି ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ବ୍ୟବହାର ହେଇଥିବରୁ ଏହି ସବୁ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ କରା ଯାଇଛି ।
ଅନ୍ୟ ପକ୍ଷରେ କାଜୁ ବାଦାମ, ପିଭିସି, ଅଟୋ ପାର୍ଟ, ସିସିଟିଭି କ୍ୟାମେରା, ଆଇପି କ୍ୟାମେରା, ଡିଜିଟାଲ ଆଣ୍ଡ ନେଟୱାର୍କ ଭିଡିଓ ରେକର୍ଡର ଆଦି ଉପରେ ବେସିକ କଷ୍ଟମ ଡ୍ୟିୁଟି ବୃଦ୍ଧି କରି ଭାରତୀୟ ଉତ୍ପାଦକଙ୍କୁ ସମାନ ସୁଯୋଗ ଦେବାପାଇଁ ପ୍ରୟାସ କରା ଯାଇଛି । । ସ୍ପିଲଟ୍ ଏସିର ଇନଡୋର ଓ ଆଉଟଡୋର ଯୁନିଟ ଉପରେ ବେସିକ କଷ୍ଟମ ଡ୍ୟିୁଟି କୁ ୧୦%ରୁ ୨୦ %କୁ , ସିସିଟିଭି ଏବଂ ଆଇପି କ୍ୟାମେରା ଉପରେ ୧୫%ରୁ ୨୦କୁ ବୃଦ୍ଧି କରା ଯାଇଛି । ତେବେ ବର୍ତମାନ ଭାରତରେ ପ୍ରସ୍ତୁତ ହୋଇ ପାରୁଥିବା ମାଇକ୍ରୋଫୋନ, ରିସିଭର, ସିମ ସକେଟଏବଂ ସେଲୁଲାର ମୋବାଇଲ ଫେନରେ ବ୍ୟବହୃତ କନେକ୍ଟର ଭଳି ଇଲେକ୍ଟ୍ରୋନିକ ସାମଗ୍ରୀ ଉପରେ ଯେଉଁ ବେସିକ କଷ୍ଟମ ଡ୍ୟିୁଟି ଛାଡ ଥିଲା ତାହାକୁ ଉଠାଇ ଦିଆ ଯାଇଛି ।
ଦେଶୀୟ ପ୍ରସ୍ତୁତକାରୀଙ୍କୁ ଉତ୍ସାହିତ କରିବା ପାଇଁ କେତକ କଂଚାମାଲ ଏବଂ କ୍ୟାପିଟାଲ ଗୁଡସ୍ ଯଥା କୃତ୍ରିମ ବୃକକ୍ , ଡିସପୋଜେବଲ ଷ୍ଟେରୀଲାଇଜଡ୍ ଡାଏଲସର ଏବଂ ଆଣବିକ କେନ୍ଦ୍ରରେ ବ୍ୟବହୃତ ହେଇଥିବା ଇନ୍ଧନ୍ ଉପରେ ସୀମା ଶୁଲ୍କ ହ୍ରାସ କରା ଯାଇଛି । ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ସୀମା ଶୁଳ୍କ କୁ ୧୦%ରୁ ୧୨.୫ ପ୍ରତିଶତକୁ ବୃଦ୍ଧି କରା ଯାଇଛି ।
ଭାରତରେ ପ୍ରସ୍ତୁତ ହେଉ ନଥିବା ପ୍ରତିରକ୍ଷା ଯନ୍ତ୍ରପାତିର ଆମଦାନୀ ଉପରୁ ବେସିକ କଷ୍ଟମ ଡ୍ୟିୁଟି ଜୁନ୍ ୩୦, ୨୦୨୪ ପର୍ଯ୍ୟନ୍ତ ଛାଡ କରା ଯାଇଛି । ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଏହା ସହାୟକ ହେବ,
ଭାରତକୁ ବିଶ୍ୱର ଇଲେକ୍ଟ୍ରିକ ଗାଡି ଉତ୍ପାଦନରଏକ ହବରେ ପରିଣତ କରିବାକୁ ବଜେଟରେ ପ୍ରୟାସ ଅରମ୍ଭ କରା ଯାଇଛି । ଏଥିପାଇଁ ସରକାର ବଜେଟରେ ଆସନ୍ତା ତିନି ବର୍ଷରେ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ପ୍ରସ୍ତାବ ରଖିଛନ୍ତି । ଇଲେକ୍ଟ୍ରିକ କାର ପ୍ରଚଳନକୁ ପ୍ରୋତ୍ସାହନ ଦେବାକୁ ଏହାର ଯନ୍ତ୍ରାଂଶ ଉପରେ ଆମଦାନୀ ଶୁଳ୍କ ଛାଡ କରି ଦିଆ ଯାଇଛି । ସେପଟେ ଜିଏସ୍ଟି ପରିଷଦକୁ ମଧ୍ୟ ଇଲେକ୍ଟ୍ରିକ କାର ଉପରେ ଥିବା ଟିସକକୁ ୧୨%ରୁ ୫%କୁ ଖସାଇ ଦେବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି । ବଜେଟରେ ଇଲେକ୍ଟ୍ରିକ କାରକୁ ପ୍ରେତ୍ସାହନ ଦେବାକୁ ଏକ ନିର୍ଣ୍ଣାୟକ ନିଷ୍ପତି ନିଆ ଯଇଛି ।
ପେଟ୍ରୋଲ ଓ ଡିଜେଲ ଉପରେ ଏକ ଟଙ୍କା ସ୍ୱତନ୍ତ୍ର ଅତିରିକ୍ତ ଅବକାରୀ ଶୁଳ୍କ ଏବଂ ଏକ ଟଙ୍କା ରାସ୍ତା ଓ ଭିତିଭୂମୀ ସେସ୍ ଏହି ଭଳି ଭାବରେ ପ୍ରତି ଲିଟର ଉପରେ ଦୁଇ ଟଙ୍କା ଟିକସ ଲାଗୁ କାରା ଯାଇଛି । ଏହି ସଂକ୍ରାନ୍ତିୟ ବିତିୟ ବିଧେୟକରେ ଅତିରିକ୍ତ ଶୁଳ୍କ ପ୍ରତି ଲିଟରରେ ତିନି ଟଙ୍କା ପର୍ଯ୍ୟନ୍ତ ଏବଂ ସେସ୍ ଦୁଇ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରା ଯାଇ ପାରିବାର ବ୍ୟବସ୍ଥା କରା ଯାଇଛି ।
ସରକାର ପେଟ୍ରେଲ ଡିଜେଲ ସେସ୍ ରେ ରାସ୍ତାଘାଟ ତଥା ଭିତିଭୂମୀ ନିର୍ମାଣ କ୍ଷେତ୍ରରେ ବିନିଯୋଗ କରିବେ ।
ଦେଶର ବୀମା, ବିମାନ ସେବା,ଏକକ ଖୁଚୁରା ବ୍ୟବସାୟ ଓ ଗଣମାଧ୍ୟମ କ୍ଷେତ୍ରକୁ ବିଦେଶ ପୁଞି ନିବେଶ ପାଇଁ ଖୋଲି ଦିଆ ଯାଇଛି । ଏହାଫଳରେ ପ୍ରତ୍ୟକ୍ଷ ବିଦେଶ ପୁଞି ନବେଶକୁ ପ୍ରେତ୍ସାହନ ମିଳିବ ।
ବଜେଟରେ ଏଞେଲ ଟିକସ ବିବାଦର ସମାଧାନ କରା ଯାଇଛି । ନୂଆ ନିର୍ଦେଶନାମା ଅନୁଯାୟୀ ଷ୍ଟାର୍ଟ ଅପ୍ ବା ନିବେଶକ ମାନଙ୍କୁ ଆଉ ଯାଂଚ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ ଯଦି ସେମାନେ ପୂର୍ବରୁ ଆବଶ୍ୟକ ତଥ୍ୟ ପ୍ରକାଶ କରିଥିବେ । ଷ୍ଟାର୍ଟ ଅପ୍ ର ସଂଜ୍ଞାକୁ ପରିବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ଏହା ସମୟ ସୀମାକୁ ସାତ ବର୍ଷରୁ ଦଶ ବର୍ଷକୁ ବୃଦ୍ଧି କରା ଯାଇଛି । ଷ୍ଟାର୍ଟ ଅପ୍ କ୍ଷେତ୍ରରେ ପୁଞି ନିବେଶକୁ ଉତ୍ସାହିତ କରିବାକୁ କ୍ୟାପିଟାଲ ଗ୍ୟାନ୍ ଛାଡ ସମୟ ସୀମାକୁ ବୃଦ୍ଧି କରିଛନ୍ତି । ଗୃହ ବିକ୍ରୀ ଲବ୍ଧ ଅର୍ଥ ଷ୍ଟାର୍ଟ ଅପ୍ ରେ ନିବେଶ କଲେ ଏହି ସୁବିଧା ମିଳିବ । ସରକାର ଷ୍ଟାର୍ଟ ଅପ୍ ପାଇଁ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ଆରମ୍ଭ କରିବାର ପ୍ରସ୍ତାବ ରଖିଛନ୍ତି ।
ପ୍ରକୃତ ପକ୍ଷେ ଷ୍ଟାର୍ଟ ଅପ୍ କମ୍ପାନୀ, ଭେଂଚର କ୍ୟାପିଟାଲ ଓ ଆଞେଲ ପୁଞି ଲଗାଣକାରୀ ସଂସ୍ଥା ମାନେ ଆୟକର ବିଭାଗର ଯାଂଚରେ ଅତିଷ୍ଟ ହୋଇ ପଡିଥିଲେ । ତେବେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟର ହସ୍ତକ୍ଷେପ ଫଳରେ ଏହି ବିବାଦର ସମାଧାନ ହୋଇଥିଲା । ବାଣିଜ୍ୟ ମନ୍ତ୍ରଣାଳୟର ଓ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ଷ୍ଟାର୍ଟଅପ୍ କମ୍ପାନୀ, ଭେଂଚର କ୍ୟାପିଟାଲ ଓ ଆଞେଲ ଫଣ୍ଡିଂ କମ୍ପାନୀର ପ୍ରତିନଧିମାନଙ୍କ ମଧ୍ୟରେ ଅପୋଷ ଆଲୋଚନା ପରେ ଷ୍ଟାର୍ଟ ଅପ କମ୍ପାନୀଗୁଡିକର ତାଲିକାଭୁକ୍ତ ହେବାର ପଦ୍ଧତିରେ ସରଳୀକରଣ ହୋଇ ପାରିଥିଲା । ଏଥରର ବଜେଟରେ ଏହାକୁ ଆହୁରି ଏକ ପାଦ ଆଗକୁ ନେଇ ଅର୍ଥମନ୍ତ୍ରୀ ଆବଶ୍ୟକ ତଥ୍ୟ ଷ୍ଟାର୍ଟଅପ୍ କମ୍ପାନୀ ପକ୍ଷରୁ ପୂର୍ବରୁ ପ୍ରକାଶ କରା ଯାଇଥିଲେ ଆଉ ମୂଲ୍ୟୟନକୁ ପ୍ରଶ୍ନ କରା ଯାଇପାରିବ ନାହିଁ । ଏହାଛଡା ଏକ ଇ-ଭେରିଫିକେସନ ବ୍ୟବସ୍ଥା ଟିକସ ଅଧିକାରୀ ମାନଙ୍କ ପାଇଁ କରାଯିବ ଯାହା ମାଧ୍ୟମରେ ସେମାନେ ପୁଞି ନିବେଶକାରୀଙ୍କ ର ପରିଚୟ ଓ ସେମାନଙ୍କର ପୁଞିର ଉତ୍ସକୁ ସ୍ୱୀକୃତି ଦେଇ ପାରିବେ ।
ସରକାର ଟଙ୍କା ନେଣ-ଦେଣ କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ଡିଜିଟାଲ ପେମେଂଟକୁ ବଜେଟ୍ରେ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ନଗଦ ଟଙ୍କା କାରବାର ଉପରେ ରୋକ ଲଗାଇବାର ବନ୍ଦୋବସ୍ତ କରିଛନ୍ତି ।
ଡିଜିଟାଲ ପେମେଂଟ କ୍ଷେତ୍ରରେ ଦୁଇଟି ଘୋଷଣା ହୋଇଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ନୂଆ ପେମେଂଟ ପ୍ଳାଟଫର୍ମ ଏବଂ ଏମ୍ଡିଆର୍ ଦେୟ ଛାଡର ବ୍ୟବସ୍ଥା କରା ଯାଇଛି । ପେମେଂଟ ପ୍ଳାଟଫର୍ମ ରେ ବର୍ତମାନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକ ସୋମନଙ୍କର ବିଲ ଗୁଡିକ ସହଜରେ ଦାଖଲ କରିବା ସଙ୍ଗେ ସଙ୍ଗେ ଠିକଣା ସମୟରେ ସେମାନଙ୍କ ଦେୟ ପଇଠ କରି ପାରିବେ । ଏମ୍ଡିଆର ଦେୟ ଛାଡ କରି ସରକାର ଛୋଟ ଛୋଟ ବ୍ୟବସାୟକୁ ଡିଜିଟାଲ ପେମେଂଟ ରାସ୍ତାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ବଜେଟରେ ଡିଜିଟାଲ ପେମେଂଟରେ ବ୍ୟବସାୟ ଦେୟକୁ ଛାଡ କରି ସରକାର ବାର୍ଷିକ ୫୦ କୋଟି ଟଙ୍କାରୁ ଉର୍ଦ୍ଧ କାରବାର କରୁଥିବା ବ୍ୟବସାୟୀଙ୍କୂ ସେମାନଙ୍କର ଗ୍ରହକଙ୍କୁ ଡିଜିଟାଲ ପେମେଂଟର ସୁବିଧା ଦେବାକୁ ଉତ୍ସାହିତ କରିଛନ୍ତି । ଏହି ବ୍ୟବସାୟ ଦେୟ ବର୍ତମାନ ସଂପୃକ୍ତ ବ୍ୟାଙ୍କ ବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଭରଣା କରିବେ ।
ଅନ୍ୟ ପକ୍ଷରେ ନଗଦ କାରବାରକୁ ନିରୁତ୍ସାହିତ କରିବାକୁ ବଜେଟରେ ଉଦ୍ୟମ କରାଯାଇଛି । ବର୍ଷକୁ ଏକ କୋଟି ଟଙ୍କାରୁ ଉର୍ଦ୍ଧ ନଗଦ ଉଠାଣ ଉପରେ ୨% ଟିଡିଏସ୍ ଲାଗୁ । ବ୍ୟବସାୟ-ବ୍ୟବସାୟ ଭିତରେ ହେଉଥିବା ନେଣଦେଣ କାରବାରରେ ମଧ୍ୟ ଡିଜିଟାଲ ପେମେଂଟକୁ ଲାଗୁ କରିବାକୁ ଏହି ପଦକ୍ଷେପ ନିଆ ଯାଇଛି ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଯେ ଅର୍ଥମନ୍ତ୍ରୀ ସୀତାରମଣ ବଜେଟରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ଘୋଷଣା କଲା ବେଳେ ଟିକସ ଫାଙ୍କି ଉପରେ ନିଜର କଠେର ମନୋଭାବ ପ୍ରଦର୍ଶନ କରିଥିଲେ ।
ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ ତାମିଲ ଭାଷାର ପ୍ରାଚୀନ ସଙ୍ଗମ ସାହିତ୍ୟ ଯୁଗର ‘ପୁରାଣାନୁରୁ’ ମହାକାବ୍ୟର ଏକ ପଂକ୍ତି ଉଦ୍ଧାର କରି କହିଥିଲେ ଯେ ଏକ ଛୋଟ ଚାଷ ଜମିରୁ ଉତ୍ପାଦନ ହୋଇଥିବା ଧାନରୁ କେଇ ଆଞୁଳା ଚାଉଳ ଗୋଟେ ହାତୀକୁ ସନ୍ତୁଷ୍ଟ କରି ପାରିବ । ଯଦି ହାତୀ ଚାଉଳ ପାଇଁ ସେ କ୍ଷେତରେ ପ୍ରବେଶ କରେ ତାହେଲେ ସେ ସମସ୍ତ ଧାନ କ୍ଷେତକୁ ଦଳି ଚକଟି ନଷ୍ଟ କରିଦେବ । ସେ ପରୋକ୍ଷରେ ଟିକସ ଫାଙ୍କୁଥିବା ଅସାଧୁ ଶିଳ୍ପପତି, ବ୍ୟବସାୟୀ ଏପରିକି ସାଧାରଣ କରଦାତାଙ୍କୁ ପରୋକ୍ଷରେ ଚେତାବନୀ ଦେଇଥିଲେ ଯେ “ଆମେ କାହାକୁ ଦଳି ଚକଟି ଦେବାକୁ ଚାହୁଁ ନାହୁଁ ।” (ସମାପ୍ତ)
ସଂସ୍କାର ପଦକ୍ଷେପ: (ବକ୍ସରେ ରଖିଲେ ଭଲ ହୁଅନ୍ତା)
୧.ଜିଏସ୍ଟି କ୍ଷେତ୍ରକୁ ସରଳୀକରଣ କରାଯାଇ ମାସିକିଆ ରିଟର୍ଣ୍ଣର ବ୍ୟବସ୍ଥା କରା ଯାଇଛି । ପାଂଚ କୋଟିରୁ କମ୍ କାରବାର କରୁଥିବା ବ୍ୟବସାୟ ସଂସ୍ଥା ପାଇଁ ଏଣିକି ପ୍ରତି ତିନି ମାସରେ ଥରେ ରିଟର୍ଣ୍ଣ ଭର୍ତି କରିବାର ବ୍ୟବସ୍ଥା କରା ଯାଇଛି । ଜାନୁୟାରୀ ୨୦୨୦ରୁ ଇଲେକ୍ଟ୍ରୋନିକ ଇନଭଏସିଂ (ଋକ୍ଷମଗ୍ଧକ୍ସକ୍ଟଦ୍ଭସମ ଓଦ୍ଭଙ୍ଖକ୍ଟସମସଦ୍ଭଶ) ପ୍ରଚଳନ ହେବା ସଙ୍ଗେ ସଙ୍ଗେ ଇ-ୱେ ବିଲ୍ (ର-ଙ୍ଗବଚ୍ଚଭସକ୍ଷକ୍ଷ) ବ୍ୟବସ୍ଥାର ଉଚ୍ଛେଦ ହେବ । ଏହା ଛଡା ନ୍ୟାସନାଲ ଅପେଲେଟ ଅଥରିଟି (ଘବଗ୍ଧସକ୍ଟଦ୍ଭବକ୍ଷ ଇକ୍ଟ୍ରକ୍ଟ୍ରରକ୍ଷବଗ୍ଧର ଇଙ୍କଗ୍ଧଷକ୍ସକ୍ଟଗ୍ଧସଚ୍ଚ) ପ୍ରତିଷ୍ଠା, ଟିକସ ଦେୟ ପାଇଁ ଇଲେକ୍ଟ୍ରୋନିକ କ୍ୟାସ ରେଜିଷ୍ଟର (ଋକ୍ଷରମଗ୍ଧକ୍ସକ୍ଟଦ୍ଭସମ ଉବଗ୍ଦଷ ଜରଶସଗ୍ଦଗ୍ଧରକ୍ସ) ରେ ଥିବା ନଗଦକୁ ଗୋଟଏ ହେଡରୁ ଅନ୍ୟ ଏକ ହେଡକୁ ନେବା, ମୋଟ ବକେୟା ଟିକସ ଉପରେ ସୁଧ ଲାଗୁ କରିବା ଆଦି ପଦକ୍ଷେପ ଦେଶର ବ୍ୟବସାୟୀ ଏବଂ ଶିଳ୍ପପତିଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ ।
୨.ଶୁଳ୍କ ମୁକ୍ତ ସ୍କ୍ରିପସ୍ (ଞବଙ୍ଘ-ଲକ୍ସରର ଝମକ୍ସସକ୍ଟ୍ରଗ୍ଦ) ରେ ହେଇଥିବା ଜାଲିଆତି କାରବାର ଏବଂ ଅସାଧୁ ବ୍ୟବହାରକୁ ରୋକିବା ପାଇଁ ଏବଂ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସକ୍୍ରିପସ୍ କୁ ଡ୍ରବ୍ୟାକ ୍ କରିବା ଉପରେ କଡା ଆଭିମୂଖ୍ୟ ଗ୍ରହଣ କରି ଏହାକୁ ଧାର୍ତବ୍ୟ ଏବଂ ଜାମିନ ବିହୀନ ଅପରାଧ ଘେଷଣା କରା ଯାଇଛି ।
୩.ଦେଶ ଜିଏସ୍ଟି ଟିକସ ପ୍ରଶାସନକୁ ଆସିବାର ଦୁଇ ବର୍ଷ ହେଲାଣି । ତଥାପି ଅନେକ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଏବେବି ବିଗତ ଦିନର ଭାଟ ପ୍ରଶାସନ କାଳର ଟିକସ ସଂକ୍ରାନ୍ତିୟ ବିବାଦମାନ ଲାଗି ରହିଛି । ଟକସ ବିବାଦକୁ ହ୍ରାସ କରିବା ଏବଂ ଟିକସ ପ୍ରଶାସନକୁ ପୁର୍ନବିନ୍ୟାସ କରିବା ଉେଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ଲିଗାସୀ ଡିସ୍ପ୍ୟୁଟ ରାଜୋଲ୍ୟୁସନ ସ୍କିମ(ଖରଶବମଚ୍ଚ ଊସଗ୍ଦକ୍ଟ୍ରଙ୍କଗ୍ଧର ଜରଗ୍ଦକ୍ଟକ୍ଷଙ୍କଗ୍ଧସକ୍ଟଦ୍ଭ ଝମଷରଜ୍ଞର) ର ପ୍ରସ୍ତାବ ରଖିଛନ୍ତି । ଏହା ଫଳରେ ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ବହୁ ଦିନରୁ ପଡି ରହିଥିବା ଟିକସ ବିବାଦ ଗୁଡିକର ତୁରନ୍ତ ସମାଧାନ ହେଇ ପାରିବ ।
୪.ଡିଜିଟାଲ ଅର୍ଥନୀତି ଏବଂ ର୍ଷ୍ଟାଟ ଅପ୍ ମାଧ୍ୟମରେ ସରକାର ବର୍ତମାନର ପ୍ରଚଳିତ ଆୟକର ଆକଳନ ବ୍ୟବସ୍ଥାକୁ ପରିବର୍ତନ କରିବାକୁ ଯାଉଛନ୍ତି । କୋ÷ଣସି ମଣିଷର ଉପସ୍ଥିତି ବିନା ଫେସ୍ଲେସ୍ ଇ-ଆସେସମେଂଟ (ୠବମରକ୍ଷରଗ୍ଦଗ୍ଦ ର-ବଗ୍ଦଗ୍ଦରଗ୍ଦଜ୍ଞରଦ୍ଭଗ୍ଧ) କୁ ସରକାର ସମ୍ଭବ କରିବାକୁ ଯାଉଛନ୍ତି । ଏହି ଭଳି ବ୍ୟବସ୍ଥା ପରବର୍ତି କାଳରେ ପରୋକ୍ଷ ଟକସ ପାଇଁ ବି ଲାଗୁ ହେବ ଏଥିରେ ସନ୍ଦେହ ନାହିଁ ।
୫.କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରୁଣ ୫୯ ମିନଟ୍ରେ ମିଳି ପାରିବ । ଜିଏସ୍ଟି ତାଲିକାଭୁକ୍ତ ସମସ୍ତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ନୂଆ ରୁଣ କଲେ ଇଂଟେରେଷ୍ଟ ସବ୍ଭେନ୍ସନ ସ୍କିମରେ ୨% ସୁଧ ଛାଡ ପାଇଁ ୩୫୦ କୋଟି ଟଙ୍କାର ପ୍ରବଧାନ କରା ଯାଇଛି ।
୬.ସେଂଟ୍ରାଲ ପବ୍ଲିକ ସେକ୍ଟର ଏଂଟରପ୍ରାଇଜ (ଉରଦ୍ଭଗ୍ଧକ୍ସବକ୍ଷ ଚଙ୍କଭକ୍ଷସମ ଝରମଗ୍ଧକ୍ଟକ୍ସ ଋଦ୍ଭଗ୍ଧକ୍ସରକ୍ଟ୍ରକ୍ସସଗ୍ଦରଗ୍ଦ) ଏକ୍ସଚେଞ ଟ୍ରେଡ ଫଣ୍ଡରେ (ଋଙ୍ଘମଷବଦ୍ଭଶର ଞକ୍ସବୟର ୠଙ୍କଦ୍ଭୟ) ରେ ବର୍ତମାନ ସାଧାରଣ ନାଗରିକ ପୁଞି ନିବେଶ କରି ପାରିବେ ଏବଂ ଆୟକର ଆଇନର ଧାରା ୮୦ଗ ରେ ଟିକସ ରିହାତି ପାଇପାରିବେ । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ସିପିଏସ୍ଇ ଇଟିଏଫ (ଉଚଝଋ-ଋଞୠ) ଟିକସ ସଂଚୟ ମ୍ୟୁଚୁଆଲ ଫଣ୍ଡ ଢ଼ାଂଚାରେ ହେବ ।
୭.ବୈଷୟୀକ ଜ୍ଞାନ କୋ÷ଶଳକୁ ବ୍ୟବହାର କରି ଟିକସ ପ୍ରଶାସନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ କାର୍ଯ୍ୟଦକ୍ଷ କରିବାର ପ୍ରୟାସ ଏଥରର ବଜେଟରେ କରା ଯାଇଛି । ଟିକସ ବିଭାଗର ଡାଟାବେସ ସହ ବ୍ୟାଙ୍କ, ଷ୍ଟକ୍ ଏକ୍ସଚେଞ, ପ୍ରେଭିଡେଂଟ ଫଣ୍ଡ ଭଳି ସଂସ୍ଥାର ଡାଟାବେସକୁ ସଂଯୋଗୀକରଣ ଫଳରେ କେବଳ ଟକସ ଠକେଇ ଘଟଣା ନୁହେଁ ଆୟକର ଦାତାଙ୍କ ସହ ବିନା ପ୍ରତ୍ୟକ୍ଷ ସାକ୍ଷାତରେ ଟିକସ ଆକଳନ କରାଯାଇ ପାରିବ । ବର୍ତମାନ ଆୟକର ବିଭାଗର ଜିଏସ୍ଟି ଓ ରେଜିଷ୍ଟ୍ରାର ଅଫ କମ୍ପାନୀଜ ନେଟୱାର୍କ ସହ ସଂଯୋଗ ରହିଛି ।
୮.ଟିକସ କମିଶନରଙ୍କୁ ଦାତବ୍ୟ ଟ୍ରଷ୍ଟ ଗୁଡିକ ସଂପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଅଧିକ କ୍ଷମତା ଦିଆ ଯାଇଛି । ଟ୍ରଷ୍ଟ ଗୁଡିକ ଯଦି ଅନ୍ୟାନ୍ୟ ଆଇନ ଉଲଘଂନ କରୁଥାନ୍ତି ତାହେଲେ ସେମାନଙ୍କୁ ମିଳୁଥିବା ଟିକସ ରିହାତି ପ୍ରତ୍ୟହୃତ କମିଶନର କରି ପାରିବେ । ଟ୍ରଷ୍ଟ ଗୁଡିକୁ ଗତ ବର୍ଷଠାରୁ ଏକ ନୂଆ ଫର୍ମରେ ଫରେନ କଂଟ୍ରିବ୍ୟୁସନ୍ (ରେଗୁଲେସନ୍) ଆକ୍ଟ ୨୦୧୦ ଆଦି ଆଇନ ଗୁଡିକ ସଂପର୍କରେ ବିଷଦ ଘୋଷଣାମାନ ଦେବାକୁ ପଡୁଛି ।
୯.ସଂପତି କିଣୁଥିବା ବା ବିଦେଶ ଗସ୍ତ କରୁଥିବା ଧନୀ ବ୍ୟକ୍ତିମାନଙ୍କୁ ଟ୍ୟାକ୍ସ ରିଟର୍ଣ୍ଣ ଦେବାକୁ ବାଧ୍ୟତାମୂଳକ କରାଯିବା ଫଳରେ ଅଧିକରୁ ଅଧିକ ଲୋକ ବର୍ତମାନ ଟ୍ୟାକ୍ସ ପରିସରକୁ ଆସିବେ ।
ଦିଲିପ କୁମାର ବିଷୋୟୀ
ଅର୍ଥନୈତିକ ସାମ୍ବାଦିକ
ଠଜ-୩/୧, ଜକ୍ଟବୟ ଘକ୍ଟ.୧୫, ଟଦ୍ଭସଗ୍ଧ-୩
କଷବକ୍ସବଙ୍ଖରକ୍ଷବ ଘବଶବକ୍ସ
ଈଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ:୭୫୧ ୦୦୧.