୮/୩ : ଚାଲିଚାଲି ଆସି ବିବାହ କଲେ ଯୁବକ । ପରିବେଶ ସନ୍ତୁଳତନର ବାର୍ତା ଦେଇ ଓ ଚାରା ଗଛ ବାଂଟି ବିବାହ କଲେ କେନ୍ଦ୍ରାପଡାର ସଂଜୟ ନାୟକ । ଏହାକୁ ନିଆରା ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।
ପରିବେଶ ସୁରକ୍ଷା ବାର୍ତା ଦେଇ ସମ୍ପନ୍ନ ହେଲା ବିବାହ । ଧୁମ୍ ଧାମରେ ନୁହେଁ ବରଂ ସରଳତାର ସହ ଜୀବନସାଥିଙ୍କ ହାତ ଧରିଲେ କେନ୍ଦ୍ରାପଡାର ମହେନ୍ଦିନଗର ଗାଁର ସଂଜୟ ନାୟକ । ଭାରତୀୟ ଅର୍ଦ୍ଧସାମରିକ ବାହୀନିରେ କାର୍ୟ୍ୟରତ ସଂଜୟ ସାଇକେଲରେ ଓ ପାଦରେ ଚାଲିଚାଲି ଆସି ବାହାକଣ୍ଡିଆରେ କନ୍ୟା ଘରେ ପହଂଚିଥିଲେ । ଏହାସହ ଗଛଚାରା ବାଂଟିବା ସହ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନର ବାର୍ତା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସଂଜୟ । ଏହି ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି