ଭୁବନେଶ୍ୱର ୨୨/୧ : ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରତିଷ୍ଠାନ ପାଇଁ ଜମି ଯୋଗାଇ ଦେବାଲାଗି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏକ ଚିଠି ଲେଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପ୍ରତିଷ୍ଠାନ ପାଇଁ ୭୫ ଏକର ଜମି ଦେବା ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଜମି ହସ୍ତାନ୍ତରରେ ବିଳମ୍ବ ଘଟୁଛି । ଯଥାଶୀଘ୍ର ଜମି ନଦେଲେ ପ୍ରସ୍ତାବିତ ପ୍ରତିଷ୍ଠାନ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଥିବାରୁ ଏ ଦିଗରେ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।