Connect with us

ଧର୍ମଶାଳା ୩/୪ : ଧର୍ମଶାଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଏବେ ଚଳଚଞ୍ଚଳ । କାରଣ ପୁଣିଥରେ ଏହି ନିର୍ବାଚନ ମଣ୍ଡଳୀରେ ମାମୁଁ ଭଣଜା ଲଢ଼େଇ ହେବ ବୋଲି ଅପେକ୍ଷାରେ ଧର୍ମଶାଳାବାସୀ । ବିଜେଡି ତରଫରୁ ପୁଣି ପ୍ରାର୍ଥୀ ହୋଇଥିବା ଭଣଜା ପ୍ରଣବଙ୍କୁ ସାମ୍ନା କରିବେ ବିଜେପି ପ୍ରାର୍ଥୀ ତୁଷାର ପରିଡ଼ା । ସେହିଭଳି କଂଗ୍ରେସ ତରଫରୁ ଟିକେଟ୍ ପାଇ ପ୍ରଥମଥର ରାଜନୀତି କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ସ୍ମୃତିରେଖା ପହି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ କାହା ମୁଣ୍ଡରେ ପିନ୍ଧାହେବ ଶିରିପା ତାହାକୁ ନେଇ ଧର୍ମଶାଳା ରାଜନୀତି ଜୋର ଧରିଛି ।
ଧର୍ମଶାଳା ନିର୍ବାଚନମଣ୍ଡଳୀ ୧୯୯୦ରୁ ୨୦୦୦ ପର‌୍ୟ୍ୟନ୍ତ ଦୁଇଥର ଜନତା ଦଳ ଏବଂ ପରେ ବିଜେଡି ଜନ୍ମ ହେବା ପରଠାରୁ ତାଙ୍କ ଗଡ଼ଭାବେ ପରିଗଣିତ ହେଉଛି । ଯାହାକି ରାଜ୍ୟ ରାଜନୀତିରେ ମଧ୍ୟ ବେଶ ପ୍ରଭାବ ବିସ୍ତାର କରିପାରିଛି । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ସବୁ ଗଣିତ ପରିବର୍ତ୍ତନ ହୋଇଯାଇଛି । ଆଉ ଆଗାମୀ ନିର୍ବାଚନରେ ବାଜିମାତ୍ କରିବାକୁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଆସନ୍ତା ୨୯ ତାରିଖ ଚତୁର୍ଥ ତଥା ଶେଷ ପର‌୍ୟ୍ୟାୟ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଏହି ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଆଉ ନେତା ବାଛିବେ ଧର୍ମଶାଳା ଭୋଟର । ପ୍ରଥମେ ଶାସକ ବିଜେଡିକୁ ବିଚାରକୁ ନେଲେ ଏବେ ଧର୍ମଶାଳା ବିଧାନସଭା କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଛନ୍ତି ସ୍ୱର୍ଗତ ରାଜ୍ୟସଭା ସାଂସଦ କଳ୍ପତରୁ ବଳବନ୍ତରାୟଙ୍କ ପୁତ୍ର ପ୍ରଣବ ପ୍ରକାଶ ବଳବନ୍ତରାୟ । ଧର୍ମଶାଳା ବ୍ଲକରେ ନିଜ ଭାଇ ପ୍ରଭାତ ବଳବନ୍ତରାୟ ଓ ରସୁଲପୁର ବ୍ଲକରେ ନିଜର ଅନୁଗତ ସାରଥୀ ଜେନାଙ୍କୁ ଅଧ୍ୟକ୍ଷ ପଦରେ ବସାଇ ନିର୍ବାଚନ ମଣ୍ଡଳୀକୁ କବଜାରେ ରଖିଛନ୍ତି । ତେଣୁ ତାଙ୍କର ରାଜନୈତିକ ଅଭିଜ୍ଞତାକୁ ଆଧାର କରି ଧର୍ମଶାଳା ବିଜେଡି ଟିକେଟ୍ ପାଇଛନ୍ତି ପ୍ରଣବଙ୍କୁ ଦେଇଛନ୍ତି ସୁପ୍ରିମୋ ।
ଅନ୍ୟପଟେ ଏହି ବିଧାନସଭା କ୍ଷେତ୍ରରେ ବିଜେପି ତରଫରୁ ଅନେକ ପ୍ରାର୍ଥୀ ଆଶାୟୀ ଥିବାବେଳେ ଦଳୀୟ ସଙ୍ଗଠନ ତୁଷାର ପରିଡ଼ାଙ୍କ ହାତରେ ଧର୍ମଶାଳା ମଙ୍ଗ ଧରାଇଛି ବିଜେପି । କାରଣ କଳ୍ପତରୁଙ୍କ ଏକାନ୍ତ ଅନୁଗତ ଥାଇ ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ତୁଷାର ଲଗାତାର ତିନିଥର ବିଜେପି ଟିକେଟରେ ଦୁଇଥର କଳ୍ପତରୁ ଓ ଥରେ ପ୍ରଣବଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ସୋଚନୀୟ ପରାଜିତ ହୋଇଛନ୍ତି । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ତୁଷାରଙ୍କ ନେତୃତ୍ୱରେ ବିଜେପି ଧର୍ମଶାଳାରେ ଗୋଟିଏ ଜିଲ୍ଲାପରିଷଦ ଆସନ ହାତେଇଥିବାବେଳେ ଦଳକୁ ୫୫ ହଜାରରୁ ଅଧିକ ଭୋଟ୍ ମିଳିବା ତୁଷାରଙ୍କ ପାଇଁ ଟିକେଟ୍ ବାଟ ଖୋଲି ଦେଇଥିଲା । ଆଉ ଶେଷରେ ପଞ୍ଚାୟତ ନିର୍ବାଚନୀ ଫଳାଫଳ ଭରସାରେ ପୁର୍ନବାର ତୁଷାରଙ୍କୁ ବିଜେପି ଟିକେଟ୍ ଦେଇଛି ।
ସେପଟେ ଧର୍ମଶାଳାରେ ମାଟି କାମୁଡ଼ି ପଡ଼ିଥିବା କଂଗ୍ରେସ ଏଥର କମାଲ କରିବାକୁ ଯୋଜନା କରୁଛି । ଆଉ ଜଣେ ନୂଆ ମୁହଁ ତଥା ମହିଳା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଉଭୟ ବିଜେପି-ବିଜେଡିକୁ ମାତ୍ ଦୋବକୁ ସ୍ମୃତିରେଖାଙ୍କ ଭରସିଛନ୍ତି କଂଗ୍ରେସ ହାଇକମାଣ୍ଡ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions