ରାଜ୍ୟ

ନଗଡାରେ ପ୍ରଥମ ସାବାଳିକା ବିବାହ

Published

on

ନଗଡ଼ା ୨୫/୨ : ନଗଡାର ସୁନ୍ଦରୀ ରଇବାରୀ ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତଳ ନଗଡାର ଗୁରୁ ପ୍ରଧାନଙ୍କ ବଡଝିଅ ରୁଇ ଢେଙ୍କାନାଳ ଜିଲ୍ଲା ବିରଶାଳା ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନଙ୍କୁ ଜୁଆଙ୍ଗ ପ୍ରଥା ଓ ପରମ୍ପରା ଅନୁସାରେ ବିବାହ କରିଛନ୍ତି । ନଗଡାର ଏହା ପ୍ରଥମ ସାବାଳକ ବିବାହ ବୋଲି କୁହାଯାଉଛି । ବିଧାୟକ ପ୍ରୀତିରଞ୍ଜନ ଘଡାଇ ଏହି ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ କରଛନ୍ତି । ଭଲ ଭାବେ ପାଠ ନଥିବା ରୁଇ ପାରମ୍ପରିକ ଚାଙ୍ଗୁନୃତ୍ୟଗୀତରେ ନିପୁଣ ବୋଲି ଜଣାଯାଇଛି । ନଗଡା ଦିନ ଅପପୁଷ୍ଟି ପାଇଁ ଚର୍ଚ୍ଚାରେ ଥିଲା ।
ନଗଡ଼ା ସୁନ୍ଦରୀ ରଇବାରୀ(ରୁଇ) ପ୍ରଧାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତଳ ନଗଡ଼ାର ଗୁରୁ ପ୍ରଧାନଙ୍କ ବଡ଼ଝିଅ ରୁଇ(୧୯) ପଡ଼ୋଶୀ ଢେଙ୍କାନାଳ ଜିଲ୍ଲା ବିରାଶାଳ ପାଖ ମୁତୁରିବନ୍ଧ ଗାଁର ଗଣେଶ ପ୍ରଧାନ(୨୪)ଙ୍କୁ ଜୁଆଙ୍ଗ ପ୍ରଥା ଓ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ସାଧାରଣତଃ ବାଲ୍ୟ ବିବାହର ଗଡ଼ କୁହାଯାଉଥିବା ନଗଡ଼ା ଇଲାକାରେ ଏହା ପ୍ରଥମ ବୈଧ ବିବାହ ବୋଲି ଜଣାପଡ଼ିଛି। ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଏହି ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ କରିଛନ୍ତି। ଅଧିକ ପାଠ ପଢ଼ିବାର ସୁଯୋଗ ପାଇ ନଥିଲେ ମଧ୍ୟ ଭଲରେ ଗଣନ ଓ ହିସାବ କରିପାରୁଥିବା ସହ ପାରମ୍ପରିକ ଚାଙ୍ଗୁ ନୃତ୍ୟଗୀତରେ ନିପୁଣା ରୁଇ ନଗଡ଼ା ସୁନ୍ଦରୀ ଭାବେ ଜଣାଶୁଣା।

Trending

Exit mobile version