ନୂଆଦିଲ୍ଲୀ ୩୦/୧୧ : ପଶ୍ଚିବଙ୍ଗରେ ହୋଇଥିବା ଖଣି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କେନ୍ଦ୍ର କୋଇଲା ସଚିବ ଏଚ୍ସି ଗୁପ୍ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି । ଏହାଛଡା ଘରୋଇ କମ୍ପାନୀ ବିକାଶ ମେଟାଲ୍ସ ଆଣ୍ଡ ପାୱାର ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ପଟ୍ଟନୀ ଓ ଅଧିକାରୀ ଆନନ୍ଦ ମଲ୍ଲିକ୍, କୋଇଲା ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କେଏସ୍ କ୍ରୋଫା ଏବଂ ତକ୍ରାଳୀନ ନିର୍ଦ୍ଦେଶକ କେସି ସାମରିଆଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଜଜ୍ ଭରତ ପରାଶରଙ୍କ ଇଜଲାସରେ ଏହି ମାମଲାର ଶୁଣାଣି ଚାଲିଛି ।
ପଶ୍ଚିମବଙ୍ଗର ମଧୁ ଯୋଡ଼େ କୋଇଲା ଖଣି ଏବଂ ମୋଇଲା କୋଇଲା ଖଣିର ଲିଜ୍ ଆବଂଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲା । ୨୦୧୨ ସେପ୍ଟେମ୍ବରରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।