ଝାରସୁଗୁଡ଼ା ୬/୧ : ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଋଣ ଭାର ସହିନପାରି ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । କୋଲାବିରା ସମାସିଙ୍ଘା ବାସିନ୍ଦା ଯୁଧିଷ୍ଠିର ମଲ୍ଲିକ ଜଣେ ଭାଗଚାଷୀ । ସେ ଧାର କରଜ କରି ଚାଷ କରିଥିଲେ । ହେଲେ ଫସଲ ନଷ୍ଟ ହେବା କାରଣରୁ ସେ କିଛିଦିନ ହେବ ଚାପରେ ଥିଲେ । ଶେଷରେ ଅନ୍ୟ ଉପାୟ ନପାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ପରିବାର ଲୋକ କହିଛନ୍ତି ।