Connect with us

ଭୁବନେଶ୍ୱର ୧/୪ : ବିଜେପି ଚାପରେ କାଳିଆ ଯୋଜନା ଟଙ୍କା ଅଟକାଯାଉଥିବା ବିଜେଡି ଅଭିଯୋଗ କରିଛି । ବିଜେପି ଚାପରେ ସିଇଓ କାଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
କାଳିଆ ଯୋଜନା- ନିର୍ବାଚନ ଅଧିକାରୀ ପକ୍ଷଭୁକ୍ତ ହୋଇ ଭାରତୀୟ ଜନତା ପାର୍ଟିର ଚାପରେ ବସିଭୁତ ହୋଇ କାଳିଆ ଯୋଜନାର ଦ୍ୱିତୀୟ କିସ୍ତିର ଟଙ୍କାକୁ ଅଟକାଇ ଦେଇଛନ୍ତି । ଯେଉଁଠି ପିଏମ୍ କିଷାନ ଯୋଜନାକୁ ସିଇଓ ଅନୁମୋଦନ ଦେଉଛନ୍ତି । ତାର ଅର୍ଥ ରାଶି ଲୋକଙ୍କ ପାଖକୁ ଯାଉଛି ତେବେ କାଳିଆ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କର ହୀତକୁ କାହିଁକି ମାରି ଦିଆଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି ।
ଜାଲ ଦସ୍ତାବିଜ ବ୍ୟବହାର କରିଥିଲା ବିଜେପି- ଏକ ସମ୍ବାଦିକ ସମ୍ମିଳନୀରେ ଏକ ଜାଲ୍ ଗୁଇନ୍ଦା ରିପୋର୍ଟ ଦେଖାଇ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ବିଜେପି । ଏନେଇ ବାରମ୍ବାର ବିଜେଡି ସିଇଓର ଦ୍ୱାରସ୍ଥ ହେବା ସତ୍ୱେ ବି କାର‌୍ୟ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ପ୍ରଶ୍ନ କରିଛି ଦଳ ।
ପେଟ୍ରୋଲ ପମ୍ପ ଓ ଗ୍ୟାସ ଏଜେନ୍ସି ମାଧ୍ୟମରେ ନିର୍ବାଚନୀ ଟଙ୍କା ବଂଟାଯାଉଛି – ପେଟ୍ରୋଲ ପମ୍ପ ଏବଂ ଗ୍ୟାସ ଏଜେନ୍ସି ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ରାଜନୈତିକ ଅଭିସନ୍ଧି ରଖି ବ୍ୟବହାର କରୁଛନ୍ତି । କିନ୍ତୁ ବଡ ଦୁଃଖର କଥା କି ଏଯାବତ୍ ସିଇଓ ପକ୍ଷରୁ କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ । ବିଜେପି ଚାପରେ ସିଇଓ ଏତେମାତ୍ରାରେ ରହିଛନ୍ତି ଯେ ତାଙ୍କ ଆଖି ଆଗରେ ଏଭଳି କାର‌୍ୟ୍ୟ ହେଉଥିବା ସତ୍ୱେ ବି ସେ ଏଥିରେ ମୁହଁ ଖୋଲୁନାହାଁନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।
ବିଭିନ୍ନ ଜାଗାରେ ସମସ୍ତ ପିଏସୟୁର ଅଫିସରେ, ବିଭିନ୍ନ ତେଲ ଟାଙ୍କିରେ ଆଜି ବି ବ୍ୟାନର, ପୋଷ୍ଟର ଏବଂ ହୋଡିଂ ଲାଗିଛି । ଏନେଇ ବିଜେଡି ନିର୍ବାଚନ ଆୟୋଗର ଦ୍ୱାରସ୍ଥ ବାରମ୍ବାର
ସେହିପରି ବିଭିନ୍ନ ଜାଗାରୁ ଗାଡିରୁ ପେଟ୍ରୋଲ ପମ୍ପରୁ ପୁଳା ପୁଳା ଟଙ୍କା ଜବତ କରାଯାଉଛି । ଏପରିକି ଏଥିରେ ସଂପୃକ୍ତ ଥିବା ରାଜନୈତିକ ଦଳ ବା ପ୍ରାର୍ଥୀଙ୍କୁ ବି ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ହେଲେ ବଡ ଦୁର୍ଭାଗ୍ୟର କଥା ହେଲା କି ସବୁ ଜାଣିବା ପରେ ବି ସିଇଓ କୌଣସି ଦୃଷ୍ଟାନ୍ତ ମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି ବୋଲି ବିଜେଡିର ଅଭିଯୋଗ ରହିଛି ।
ଉଜ୍ଜ୍ୱଳା ଯୋଜନା- ଆଦର୍ଶ ଆଚରଣ ବିଧି ଲାଗୁ ହେବା ସେଭଳି କୌଣସି ସେଭଳି କୌଣସି ସରକାରୀ କାର‌୍ୟ୍ୟ କରାଯିବ ନାହିଁ କି ନୂଆ ହିତାଧୀକାରୀ ଚୟନ କରାଯିବ ନାହିଁ । ହେଲେ ବିଜେପିଠାରେ ଏହାର ବ୍ୟତିକ୍ରମ ବାରମ୍ବାର ଦେଖିବାକୁ ମିଳୁଛି । ଏପରିକି ଆଚରଣ ବିଧି ଲାଗୁ ହେବା ସତ୍ୱେ ବି ବିଜେପି ତାର ଦଳିୟ ଚିହ୍ନ ସହ ନେତାଙ୍କ ଫଟୋ ଲଗାଉଥିବା ଅଭିଯୋଗ କରିଛି ବିଜେଡି ।
ପ୍ରତିଶ୍ରୃତିର ପତ୍ର- ଲୋକଙ୍କୁ ଭୁଆଁ ବୁଲାଇବା ହେଉଛି ବିଜେପିର ଅଭ୍ୟାସ । ବିଜେପି ପ୍ରତିଶ୍ରୃିତର ପତ୍ର କହି ଲୋକଙ୍କୁ ଭୁଆଁ ବୁଲାଇବା ସହ ଜନତାଙ୍କର ଡାଟା ଦେବାକୁ ପଡୁଛି । ଅର୍ଥାତ୍ ଲୋକଙ୍କର ତଥ୍ୟ ଚୋରି କରୁଛି ବିଜେପି । ଏଥିସହିତ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୃତି ପତ୍ର ବିଜେପି ଦେଉଛି ଏବଂ ଏନେଇ ସିଇଓର ଦ୍ୱାରସ୍ଥ ହେବା ସତ୍ୱେ ବି କୌଣସି କାର‌୍ୟ୍ୟାନୁଷ୍ଠାନ ନିଆଯାଉନାହିଁ ।
ସ୍କିଲ ଇଣ୍ଡିଆ- ସ୍କିଲ ଇଣ୍ଡିଆକୁ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସରକାରୀ ଲୋଗୋ ଲଗାଇବା ସହ ସରାକରୀ ବ୍ୟାନର ପୋଷ୍ଟର ଲଗାଯାଇ କାର‌୍ୟ୍ୟକ୍ରମ କରାଯାଇଥିଲା । ଏବଂ ଯାହାକୁ ନେଇ ବିଜେଡି ସିଇଓର ଦ୍ୱାରସ୍ଥ ହୋଇଥିଲା କିନ୍ତୁ ସିଇଓ ବିଜେପି ଚାପରେ ବଶବର୍ତି ହୋଇ ଅଭିଯୋଗ କଲା ପରେ ବି ବିଜେପି ବିରୋଧରେ କୌଣସି କାର‌୍ୟ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions