ଦେଶ ବିଦେଶ

ପୁଂଚ୍ – ରାଜୌରୀରେ ବମ ପକାଇଲା ପାକିସ୍ତାନ : ସୀମାରେ ହାଇ ଆଲର୍ଟ

Published

on

ନୂଆଦିଲ୍ଲୀ ୨୭/୨ : କାଶ୍ମୀରର ନୌଶେରାରେ ପାକିସ୍ତାନ ଆଜି ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି । ଲମ୍ମୁ କାଶ୍ମୀରର ନୌଶେରାରେ ପାକିସ୍ତାନ ବିମାନ ପଶି ଆସି ପୁଂଛ ଏବଂ ରାଜୌରୀ ଅଂଚଳରେ ବମ ପକାଇଛି ବୋଲି ପିଟିଆଇ ସୂତ୍ରରୁ ଖବର ମିଳିଛି । ତେବେ ଭାରତୀୟ ବାୟୁସେନା ପାକିସ୍ତାନ ଫାଇଟର ଜେଟକୁ ଭଗେଇ ଦେଇଛି । ଏଥିରେ ଭାରତର କୌଣସୀ କ୍ଷତି ହୋଇ ନାହିଁ । ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ, ଲେହ, ଶ୍ରୀନଗର ଏବଂ ପଠାନକୋଟ ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ଶ୍ରୀନଗର ବିମାନ ବନ୍ଦରର ସମସ୍ତ ଉଡାଣ ରଦ୍ଦ କରି ଦିଆଯାଇଛି । ଭାରତ ତରଫରୁ ଏପର‌୍ୟ୍ୟନ୍ତ କୌଣସୀ ଆଧୀକାରିକ ସୂଚନା ମିଳି ନାହିଁ ।
ପାକିସ୍ତାନୀ ବାୟୁ ସେନା ବିମାନ ରାଜୌରୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଠିକ ସମୟରେ ଭାରତୀୟ ବାୟୁସେନା ସେମାନଙ୍କୁ ଭଗେଇ ଦେଇଥିଲା । ପୁଲୱାମା ଆକ୍ରମଣ ପରେ ଭାରତ ତରଫରୁ ହୋଇଥିବା ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଏହି ପଦକ୍ଷେପ ଉଠାଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version