ନୂଆଦିଲ୍ଲୀ:ଭାରତର ପୂର୍ବତନ ପ୍ରଧାନମାନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଲୋକପ୍ରିୟ ରାଷ୍ଟ୍ରନେତା । ଜଣେ ବିଚକ୍ଷଣ ବାଗ୍ମୀ। ଆଉ ଜଣେ ଦରଦୀ କବି।
ହେଲେ ସେ ମଧ୍ୟ ଥିଲେ ଜଣେ ପ୍ରଚଣ୍ଡ ପ୍ରେମିକ।
କଲେଜ ଜୀବନରେ ସହପାଠୀନିଙ୍କ ସହ ହୋଇଥିଲା ପ୍ରେମ। ହେଲେ ହୋଇପାରିନଥିଲା ବିବାହ। ପ୍ରେମିକା ଚାଲି ଯାଇଥିଲେ ଆଉ କାହାର ହାତ ଧରି।
ବାଜପେୟୀ କିନ୍ତୁ ଭୁଲି ପାରିନଥିଲେ ପ୍ରେମିକାଙ୍କୁ। ବାହାଘର ବିଚ୍ଛେଦ ପାରିନଥିଲା ପ୍ରେମୀ ଯୁଗଲଙ୍କୁ। ସାମାଜିକ ବ୍ୟବସ୍ଥା ଭାଙ୍ଗି ପାରିନଥିଲା ସେମାନଙ୍କର ପ୍ରେମକୁ।
ପରକୀୟା ପ୍ରେମକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା।
ବାଜପେୟୀ ଏବଂ ରାଜକୁମାରୀ କାଉଲଙ୍କ ଏହି ନିଷିଦ୍ଧ ପ୍ରେମକୁ ନେଇ ବିଚଳିତ ହୋଇ ପଡ଼ିଥିଲା ରକ୍ଷଣଶୀଳ ସଂସ୍କାରବାଦୀ ଜାତୀୟ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବା ଆଏସଏସ।
ଜନସଂଘର ଜଣେ ଉଦୟମାନ ନେତା ବାଜପେୟୀ ଓ ରାଜକୁମାରୀ କାଉଲଙ୍କ ଏହି ସମ୍ପର୍କ ସମ୍ପର୍କରେ ଆଲୋଚନା ପାଇଁ ଆରଏସଏସ ର ତତ୍କାଳୀନ ମୁଖ୍ୟ ଗୁରୁ ଗୋଲଓଅଳକର ୧୯୬୫ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।
ଏହି ବୈଠକରେ ଉତ୍ତର ପ୍ରଦେଶର ତତ୍କାଳୀନ ଆରଏସଏସ ମୁଖ୍ୟ ଭାଉସାହେବ ଦେଓରାସ ଯେତେବେଳେ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ଜୋର ନଧରିଛି ସେତେବେଳେ ପର୍ୟ୍ଯନ୍ତ ତ ଠିକ ଅଛି। ଜନସଂଘର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନାନାଜି ଦେଶମୁଖ ପ୍ରସ୍ତାବ ଦେଇଥିଲେ ଯେ ବାଜପେୟୀଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ କୁହାଯାଉ।
ଗୋଲଓଅଳକର ସମସ୍ତଙ୍କ କଥା ଶୁଣିବାପରେ ବାଜପେୟୀଙ୍କୁ ରାଜକୁମାରୀ କାଉଲଙ୍କ ସହ ସମ୍ପର୍କ ତୁଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ହେଲେ ପ୍ରେମିକ ବାଜପେୟୀ ସେ ନିର୍ଦ୍ଦେଶ ମାନି ନଥିଲେ । ପ୍ରେମ ଆଉ ପ୍ରେମିକା ତାଙ୍କପାଇଁ ସେ ଦିନ ବଡ ଥିଲା।
ଯେତେଦୂର ସମ୍ଭବ ତାଙ୍କର ବ୍ୟକ୍ତିଗତ ବ୍ୟାପାରରେ ଆରଏସଏସର ଏହି ହସ୍ତକ୍ଷେପକୁ ନାପସନ୍ଦ କରିଥିଲେ କବି-ପ୍ରେମିକ ବାଜପେୟୀ
ବାଜପେୟୀଙ୍କ ଏହି ଅପୂର୍ବ ପ୍ରେମ କାହାଣୀ ବର୍ଣ୍ଣନାକରି ଲେଖକ, ଶିକ୍ଷାବିତ୍ ବିନୟ ସିତାପତି ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ ଯୁଗଲବନ୍ଦୀ ରେ ଲେଖିଛନ୍ତି ଯେ ଯେତେଦୂର ସମ୍ଭବ ଏହି ଘଟଣା ପରେ ବାଜପେୟୀ ସାରା ଜୀବନ ଆରଏସଏସଠାରୁ ଏକ ନିର୍ଦ୍ଧିଷ୍ଟ ଦୂରତା ରକ୍ଷା କରିଥିଲେ।