Connect with us

ନୂଆଦିଲ୍ଲୀ ୯/୪ : ଇସ୍ତାହାର ପତ୍ରରେ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି । ୨୦୧୪ ନିର୍ବାଚନରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା କେତେ ମାତ୍ରାରେ ପୂରଣ ହୋଇଛି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । ଏହା ସହ ଦଳ ପକ୍ଷରୁ ବିଜେପି ପ୍ରତିଶ୍ରୁତିର କାର‌୍ୟ୍ୟକାରିତାକୁ ମଧ୍ୟ ଦର୍ଶାଯାଇଛି ।
ଇସ୍ତାହାରରେ କୁହାଯାଇଛି, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ, ୨୦୧୪ରେ ବିଜେପି ନିଜ ଇସ୍ତାହାର ପତ୍ରରେ ମୁଖ୍ୟ ମୁଦ୍ଦା କରି ରଖିଥିଲା । ଯାହାକି କାର‌୍ୟ୍ୟକାରୀ ହୋଇପାରିନାହିଁ । ବିଜେପି ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ଭୁଲିଯାଇଥିବା ସହ ଏହି ପ୍ରସଙ୍ଗରେ ନିରବ ରହିଛି ବୋଲି ବିଜେଡି କହିଛି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାବୃତ୍ତି ଦୁଇଗୁଣା ହେବ ବୋଲି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏହା ମଧ୍ୟ କାର‌୍ୟ୍ୟକାରୀ ହୋଇନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି
ସେହିପରି ପ୍ରତିଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ଏହି ପ୍ରସଙ୍ଗରେ ଟଙ୍କାଟିଏ ବି ଦିଆଯାଇନାହିଁ ବୋଲି ବିଜେଡି କହିଛି । ସେପଟେ ବିଧବା ଭତ୍ତମାସିକ ୧ ହଜାର ଟଙ୍କା ଦିଆଯିବ ବୋଲି ୨୦୧୪ ନିର୍ବାଚନ ଆଗରୁ ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଦୀର୍ଘ ୫ ବର୍ଷ ପରେ ଏହା ମାତ୍ର ୩୦୦ ଟଙ୍କା ହୋଇଥିବା ବେଳେ ରାଜ୍ୟ ସରକାର ଏଥିରେ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ।
ସେହିପରି ଚାଷୀଙ୍କୁ ନେଇ ବଡ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏମଏସପି ବୃଦ୍ଧି କରିବା ସହ ଫସଲର ଉତ୍ପାଦକ ମୂଲ୍ୟରେ ବୃଦ୍ଧି କରାଯିବା ନେଇ କୁହାଯାଇଥିଲା । ଏହି ପ୍ରସଙ୍ଗରେ ବିଜେପି ରାଜ୍ୟବାସୀଙ୍କୁ ଧୋକା ଦେଇଛି ବୋଲି ବିଜେଡି କହିଛି । ଗାଁ ଗୁଡିକର ବିକାଶ ପାଇଁ ‘ସମ୍ପୂର୍ଣ୍ଣ ଗ୍ରାମ ବିକାଶ ଯୋଜନା’ କାର‌୍ୟ୍ୟକାରୀ କରାଯିବା ବୋଲି ନିଜ ଇସ୍ତାହାର ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ଏହି ଯୋଜନା ଆଜି ପର‌୍ୟ୍ୟନ୍ତ କାର‌୍ୟ୍ୟକାରୀ ହୋଇପାରିନଥିବା ଦଳ ପକ୍ଷରୁ କୁହାଯାଇଛି । ପ୍ରତି ଜିଲ୍ଲାରେ ବିଶ୍ୱସ୍ତରୀୟ ହସ୍ପିଟାଲ ଖୋଲାଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଯାହା କେବଳ ପ୍ରତିଶ୍ରୁତିରେ ରହିଯାଇଛି । ୨୦୧୪ ନିର୍ବାଚନ ସମୟରେ ବିଜେପି ଓଡିଶାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରତାରଣାରେ ପରିଣତ ହୋଇଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions