Connect with us

ଭୁବନେଶ୍ୱର ୧୯/୩ : ଗତକାଲି ବିଳମ୍ବିତ ରାତିରେ ପ୍ରଥମ ପର‌୍ୟ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର ୩୬ ଆସନ ଲାଗି ଅଖିଳ ଭାରତ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ ମୁକୁଲ ୱାସନିକ୍‌ଙ୍କ ଦସ୍ତଖତରେ ପ୍ରାର୍ଥୀ ତାଲିକା ଜାରି କରାଯାଇଛି।
ବରଗଡ ଲୋକସଭା ଆସନ ଲାଗି ପ୍ରଦୀପ କୁମାର ଦେବତାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିଭଳି ଜେଏମ୍‌ଏମ୍‌ରୁ କ˚ଗ୍ରେସକୁ ଆସିଥିବା ବିଧାୟକ ଜର୍ଜ ତିର୍କୀଙ୍କୁ ସୁନ୍ଦରଗଡ, ଭକ୍ତ ଚରଣ ଦାସ କଳାହାଣ୍ତିରୁ, ପ୍ରଦୀପ ମାଝୀଙ୍କୁ ନବରଙ୍ଗପୁର, ମନୋଜ କୁମାର ଆଚାର‌୍ୟ୍ୟ କନ୍ଧମାଳ ଓ ବି ଚନ୍ଦ୍ରଶେଖର ନାଇଡୁଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ପ୍ରଥମ ପର‌୍ୟ୍ୟାୟରେ ନିର୍ବାଚନ ହେବାକୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ କୋରାପୁଟ ପାଇଁ ପ୍ରାର୍ଥୀ ଚୟନ ସମ୍ଭବତଃ ଚୂଡାନ୍ତ ହୋଇପାରିନାହିଁ। ତେବେ ବିଧାନସଭା ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ଭାବେ ଚିତ୍ରକୋଣ୍ତା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦଳ ପାର୍ଥୀ କରିଛି।
ଅନ୍ୟପକ୍ଷରେ ୩୬ ବିଧାନସଭା ଆସନ ମଧୢରେ ବିରୋଧୀ ଦଳ ନେତା ନରସି˚ହ ମିଶ୍ରଙ୍କ ସମେତ ୩ଜଣ ବିଧାୟକଙ୍କ ନାମ ରହିଛି। ଶ୍ରୀ ମିଶ୍ର ପୂର୍ବଭଳି ବଲାଙ୍ଗୀର ଆସନରୁ ପ୍ରାର୍ଥୀ ହେବେ। ବିଧାୟକ ଭୂଜବଳ ମାଝୀଙ୍କୁ ଡାବୁଗାଁ ଓ ଜୟପୁରରୁ ତାରା ପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ କରାଯାଇଛି।
ପୂର୍ବତନ ବିରୋଧୀ ଦଳ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ ଏଥର ପୁଣି ପଦ୍ମପୁର ଆସନରୁ ପ୍ରାର୍ଥୀ ହେବେ। ନିପନ ଦାସଙ୍କୁ ବରଗଡ, ପୂର୍ବତନ ବିଧାୟକ ନିହାର ମହାନନ୍ଦ ଅତାବିରା, ରୋହିତ ଯୋଶେଫ ତିର୍କି ବୀରମିତ୍ରପୁର, ଡାକ୍ତର ସିଆର‌୍‌ ରାଜନ ରାଜଗାଙ୍ଗପୁର ଆସନରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ଏଥର ନିର୍ବାଚନ ଲଢିବାକୁ ଦଳ ସ୍ବୀକୃତି ଦେଇଛି।
ପୂର୍ବତନ ବିଧାୟକ ବିନୋଦ ପାତ୍ର ବୀର ମହାରାଜପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ଘାସିରାମ ମାଝୀ ନୂଆପଡା, ଅଧିରାଜ ପାଣିଗ୍ରାହୀ ଖରିଆର, ଉଇଧର ମାଝୀ ଝରିଗାଁ, ପୂର୍ବତନ ବିଧାୟକ ସଦନ ନାୟକ ନବରଙ୍ଗପୁର, ପୂର୍ବତନ ବିଧାୟକ ଶିବାଜୀ ମାଝୀ ଲାଞ୍ଜିଗଡରୁ କ˚ଗ୍ରେସ ପ୍ରାର୍ଥୀ ଭାବେ ଲଢିବେ। ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଦଳ ତାଙ୍କୁ ସାନଖେମୁଣ୍ତି ଆସନରେ ପ୍ରାର୍ଥୀ କରିଛି। ମୋହନାରୁ ଦାଶରଥୀ ଗମାଙ୍ଗୋ, ପଟ୍ଟାଙ୍ଗିରୁ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ କ˚ଗ୍ରେସ ଟିକେଟ ପାଇଛନ୍ତି। ଆଜି ମାଲକାନଗିରି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ମାଲା ମାଢୀଙ୍କୁ ଦଳ ଟିକେଟ୍‌ ଦେଇଛି। ସେ ଆଜି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions