Connect with us

ନବରଙ୍ଗପୁର ୩/୪ : ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବଙ୍ଗୀୟ ଭୋଟର କାହା ସପକ୍ଷରେ ଭୋଟଦେବେ, ତାହାକୁ ନେଇ ଅବଗଣନା ଆରମ୍ଭ ହୋଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀଙ୍କ ସମୟରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ବ୍ଲକର ବିଭିନ୍ନ ଡିଏନକେ ଗାଁରେ ଥଇଥାନ କରାଯାଇଥିଲା। ରହିବା ପାଇଁ ୫ସେଣ୍ଟ ଘର ଡିହ ଓ ଚାଷ ପାଇଁ ୪ଏକର ଲେଖାଏଁ ଜମି ଦିଆଯାଇଥିଲା। ସେହି ସମୟରେ ପରିଚୟ ପତ୍ର ଭାବେ (ବ୍ଲାକ୍ ବୁକ୍) କଳା ବହି ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ଅନୁସୂଚିତ ଜାତି ବର୍ଗରେ ସମସ୍ତଙ୍କୁ ସାମିଲ କରି ୫୦ ବର୍ଷ ପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା ।
ଇତି ମଧ୍ୟରେ ବଙ୍ଗୀୟ ପରିବାର ଏବଂ ଲୋକସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଛି। ଉମରକୋଟ ବ୍ଲକର କାରାଗାଁ, ମହୁଲି, ଖୁଦୁଗୁଡା, ଜାମରୁଣ୍ଡା, ଅଧିକାରୀଗୁଡା, ଖାଣ୍ଡା, ସିଲାଟି, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୂରୀ, ବଡକୁମାରୀ ଓ ସାନକୁମାରୀ ଆଦି ୧୩ଟି ଗାଁ ଏବଂ ରାଇଘର ବ୍ଲକର ସରଗୁଲି, କୁମୁଲି, କୋଚରାପାରା -୧, କୋଚରାପାରା-୨, ଡୁମୁରିମୁଣ୍ଡା, କ୍ରିଷ୍ଣା ନଗର, ଗୁରୁସିଙ୍ଗା, ବୁଡ୍ରାପାରା, ମୋହଣ୍ଡି, ତଳମୋହଣ୍ଡି, ଉଦୟପୁର, ପୋରବାଲା-୨, ପୋରବେଲା-୧, କୋଚରାପାରା -୩, ଯୋଡିଙ୍ଗା, କେବିକଙ୍ଗା, ପରଚିପାରା, ଟୁରୁଡିହି, ଜଲାଙ୍ଗପାରା, ଦାଶପୁର, ତୋଳଦାସପୁର, ବିରିପୁର, ହାତିବେଣା, ନାକଟିସିମଡା, କୁସମୁପୁର, ସୋନେପୁର, ଭାରଷୁଣ୍ଡି, ଛଟାବେଡା ଆଦି ୩୨ଟି ଗାଁରେ ଏମାନେ ବସତି ସ୍ଥାପନ କରିଛନ୍ତି। ରାଇଘର ବ୍ଲକରେ ବଙ୍ଗୀୟ ଭାଷାଭାଷୀ ଭୋଟରଙ୍କ ସଂଖ୍ୟା ପ୍ରାୟ ୨୨ହଜାର ହେବ। ସେହିପରି ଉମରକୋଟରେ ରହୁଥିବା ୧୨ଟି ବଙ୍ଗୀୟ ଗ୍ରାମର ଭୋଟରଙ୍କ ସଂଖ୍ୟା ପ୍ରାୟ ୭ହଜାର ହେବ। କିଛି ମାସ ତଳେ ବିଜେଡି ବଙ୍ଗୀୟ ଭୋଟରଙ୍କୁ ହାତେଇବା ପାଇଁ ବଙ୍ଗୀୟ କମିଟି ଗଠନ କରାଯାଇଥିଲା। ଏହି କମିଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ଦାବି ରଖିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉମରକୋଟରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗଦେଇ ବଙ୍ଗୀୟ ଭାଷାଭାଷୀଙ୍କ ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି ବୋଲି ଉଦବୋଧନ ଦେଇଥିଲେ।
ଏହାପରେ ଶରଣାର୍ଥୀ କାର୍ଡ ଖେଳିଛି ବିଜେପି। ବଙ୍ଗୀୟ ଭୋଟରଙ୍କୁ ନିଜ ପକ୍ଷରେ ନେବା ପାଇଁ ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବିଜେପି ସରକାର ଆସୁ ଆସୁ ସଂସଦରେ ବିଲ୍ ଆଣି ବଙ୍ଗୀୟ ଶରଣାର୍ଥୀଙ୍କୁ ନାଗରିକତ୍ବ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମିତି ଦୁଇ ଦଳର ଛକାପଞ୍ଝା ମଧ୍ୟରେ କଂଗ୍ରେସ ଚୁପ୍ ବସିନି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିର୍ବାଚିତ ହେଲେ ଅନୁସୂଚିତ ବର୍ଗ ବଳବତ୍ତର ରଖିବା ସହ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ, ବଙ୍ଗୀୟ ଭୋଟର କାହାକୁ ନିଜ ଭୋଟଦେବେ, ତାହାକୁ ନେଇ ରୋମାଞ୍ଚ ବଢ଼ିଯାଇଛି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions