Connect with us

କେନ୍ଦ୍ରାପଡା ୪/୪ : ପୁରୁଣା ବିଜେପି କର୍ମୀ ବୈଜୟନ୍ତଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଆସନରେ ପ୍ରାର୍ଥୀ ଚୟନରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଦ୍ରୋହର ନିଆଁ ଦେଖିବାକୁ ମିଳିଛି । ଖାସକରି ମହାକାଳପଡାରେ ବିଜେପି ଯେଉଁ ବିଧାୟକ ପ୍ରାର୍ଥୀ ଚୟନ କରିଛି ତାହାକୁ ନେଇ କର୍ମୀଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରିକି ଏହାପଛର ମୁଖ୍ୟ କାର୍ପଟଦାର ବୈଜୟନ୍ତ ବୋଲି ସିଧାସଳଖ ଅଭିଯୋଗ ଆଣିଛନ୍ତି ଦଳର ପୁରୁଣା କର୍ମୀ । ଯେଉଁଥିପାଇଁ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ କରିବାକୁ ପଛାଇ ନାହାନ୍ତି କର୍ମୀ ।
ଆଜି ମହାକାଳପଡାର ଛପାଲି ଛକରେ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରିବା ସହ ବୈଜୟନ୍ତ ବିରୋଧୀ ନାରା ଦେଇଥିଲେ କର୍ମୀ । ଏପରିକି ପୂରା ଜିଲ୍ଲାରେ ବୈଜୟନ୍ତ ପୁରୁଣା କର୍ମୀଙ୍କୁ ଅଣଦେଖା କରିବା ସହ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ଅଭିଯୋଗ ହୋଇଛି । ଦଳଡିଆଁ ନେତାଙ୍କୁ ବୈଜୟନ୍ତ ଟିକେଟ ଦେଇ ଏଠାରେ ଦଳୀୟ ସଙ୍ଗଠନକୁ ମୂଳପୋଛ କରିବାକୁ ଉଦ୍ୟମ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ ।ମହାକାଳପଡାରେ ଭୁବନମୋହନ ଜେନାଙ୍କ ବଦଳରେ ବୈଜୟନ୍ତ ବିଜୟ ପ୍ରଧାନଙ୍କୁ ପ୍ରାର୍ଥୀ କରି ଏହାର ପ୍ରମାଣ ଦେଇଛନ୍ତି ବୋଲି କହିଛନ୍ତି ବିଜେପିର କର୍ମୀ ଓ ନେତା ।
ଚଳିତଥର କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଘରେ ନ ପଶୁଣୁ ବୈଜୟନ୍ତଙ୍କ ମୁଣ୍ଡରେ ଚାଳ ବାଜିଲାଣି । ଅଥାର୍ତ ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଦଳ ଭିତରୁ ବୈଜୟନ୍ତଙ୍କ ବିରୋଧରେ ବିଦ୍ରୋହର ସ୍ୱର ଉଠିଛି । ଯାହା ପୁରା ଜିଲ୍ଲାକୁ ବ୍ୟାପିବା ଆରମ୍ଭ କରିଛି । ବୈଜୟନ୍ତଙ୍କୁ ନେଇ ଜିଲ୍ଲାରେ ପୁରୁଣା କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଯାହା ଆଗାମୀ ଦିନରେ ଉଗ୍ର ରୂପ ଧାରଣ କରିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ଅସନ୍ତୁଷ୍ଟ ଥିବା କର୍ମୀ ମାନେ ବୈଜୟନ୍ତ ପଣ୍ଡାଙ୍କୁ ଆଗାମୀ ଦିନରେ ଘୋର ବିରୋଧ କରିବେ ବୋଲି କର୍ମୀ ମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି । ଏହାପୂର୍ବରୁ ଗତକାଲି କେନ୍ଦ୍ରାପଡାରେ ମଧ୍ୟ ପ୍ରାର୍ଥୀ ଚୟନକୁ ନେଇ ଜିଲ୍ଲା ବିଜେପି କାର‌୍ୟ୍ୟାଳୟରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions