Connect with us

ବରଗଡ଼ ୨୬/୩ : ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ଲେଖିଛନ୍ତି ଯେ, ମୋଦିଙ୍କ ଆଦର୍ଶ ଓ ଆପଣଙ୍କ ଆଶିର୍ବାଦ ଯୋଗୁଁ ବିଜେପିର ସଫଳତା ବାର୍ତ୍ତା ନେଇ ବରଗଡ଼ ଲୋକସଭା ଆସନ ପାଇଁ କାର‌୍ୟ୍ୟ କରୁଥିଲି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ସହିତ ଆପଣ ମିଶି ମୋର ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୁଲ୍ୟ ବୁଝିବ ବଦଳରେ ଅଣଦେଖା କଲେ ଏବଂ ଦଳରୁ ବାହାରିବା ପାଇଁ ସବୁପ୍ରକାର ସଡ଼ଯନ୍ତ୍ର କଲେ । ଶେଷର ମୋର ଟିକେଟ୍ ମଧ୍ୟ କାଟିଲେ ଓ ଅପମାନିତ କଲେ । ମୋତେ ଅନୁଭବ ହେଲା ଯେ, ଦଳ ଏକ ନିର୍ଦ୍ଧିଷ୍ଟ ଲୋକର ଜାଗିରି ଅଟେ। ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପୋଯୋଗ କରାଯାଉଛି । ଏଭଳି ସ୍ଥିତିରେ ବିଜେପିରେ ରହି କାମ କରିବା ମୋ ପାଇଁ କଷ୍ଟ ସାଧ୍ୟ ବୋଲି କହି ଦଳ ଛାଡ଼ିବାକୁ ବାଧ୍ୟ ହେଉଛି ।
ନିକଟରେ ବରଗଡ଼ ଲୋକସଭା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେଇ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସୁବାଷ କ୍ଷୁବ୍ଧ ହୋଇଲେ । ଏପରିକି ସୁବାସଙ୍କ ସମର୍ଥକମାନେ ବରଗଡ଼ରେ ଦଳ ବିରୋଧୀ ନାରା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଷପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ । ଏହାପରେ ସୁବାସଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଲୋଭଦେଇ ମନାଇବାକୁ ଚେଷ୍ଟା କଲା କିନ୍ତୁ ଏହା ଲାଭଦାୟକ ହେଲାନାହିଁ । ଶେଷରେ ‘ପଦ୍ମ’ ଛାଡ଼ିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ବିଜେପି ନେତା ସୁବାସ ଚୌହାନ ।
ଗତକାଲି ସୁବାସଙ୍କ ଏକ ମୋବାଇଲ ମେସେଜ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସୁବାଷ କହିଥିଲେ କି, ବିଜେପି ତରଫରୁ ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ଟିକଟ କାଟି ଦିଆଗଲା । ଏପରିକି ଆଗାମୀ ନିର୍ବାଚନରେ ବିଜେପୁରରୁ ନବୀନଙ୍କ ବିପକ୍ଷରେ ଧର୍ମେନ୍ଦ୍ରଙ୍କୁ ଲଢ଼ିବା ପାଇଁ ଖୋଲାଖୋଲି ଆହ୍ୱାନ କରିଥିଲେ । ଯାହାକି ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଥିଲା ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions