ନୂଆପଡ଼ା ୨୭/୨ : ଆଜି ନୟାଗଡ଼ର ଖଣ୍ଡପଡ଼ା ୟୁକୋ ଏଟିଏମରୁ ଫେରୁଥିବା ବେଳେ ବୃଦ୍ଧଙ୍କୁ ଧକ୍କା ମାରି ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା । ଏହି ଲୁଟ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଦିନ ଦ୍ୱିପହରେ ନୟାଗଡ ଜିଲ୍ଳା ଖଣ୍ଡପଡ଼ା ୟୁକୋ ଏଟିଏମରୁ ଟଙ୍କା ଉଠାଇ ଫେରୁଥିଲେ ଜଣେ ବୃଦ୍ଧ । ସେହି ସମୟରେ ଲୁଟେରା ବାଇକ ଯେଗେ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲେ । ବୃଦ୍ଧ ଜଣକ ଘଟଣାସ୍ଥଳରେ ତଳେ ପଡ଼ିଯିବାରୁ ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କା ଝାମ୍ପିନେଇ ସେଠାରୁ ଫେରାର ହୋଇଗଲେ ଲୁଟେରା । ଏନେଇ ବୃଦ୍ଧ ବ୍ୟକ୍ତି ଜଣକ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛି ।