Connect with us

କଳାହାଣ୍ଡି ୨/୪ : ପ୍ରଭବାନୀପାଟଣା ବିଜୟ ସଂକଳ୍ପ ସଭାରେ ମୋଦି । ‘ଆପଣମାନେ କେନ୍ତା ଅଛନ୍’ କହି ଭବାନୀପାଟଣାରେ ଅଭିଭାଷଣ ଆରମ୍ଭ କଲେ ମୋଦି । ମୋଦି କହିଛନ୍ତି ବିଗତ ପାଂଚ ବର୍ଷରେ ଗୋଟିଏ ବି ଛୁଟି ନନେଇ ଯେତିକି କାମ କରିବା କଥା କରିଛି । ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଚେଷ୍ଟା କରିଛି । ପରିବର୍ତ୍ତନ ଦିଗରେ ଆଗକୁ ବଢ଼ିଛି ଦେଶ । ପୁରା ଭାରତବାସୀଙ୍କ ସହଯୋଗ ହେତୁ ଏସବୁ ସମ୍ଭବ ହୋଇଛି । ଦେଶର ପରିବର୍ତ୍ତନ ପାଇଁ ଦେଶର ସମସ୍ତ ନାଗରିକଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତୀ ।
ଓଡ଼ିଶା ଜନତା ଦେଶର ଚୌକିଦାର ପାଇଁ ଅନେକ ସମର୍ଥନ କରିଛନ୍ତି । ବିଜେପି ସରକାରରେ ଓଡ଼ିଶାରେ ୮ ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ମିଳିଛି । ଓଡ଼ିଶାରେ ୨୪ ଲକ୍ଷ ଘରକୁ ମାଗଣା ବିଜୁଳି ଯୋଗାଇ ଦିଆଯାଇଛି । ୩ ହଜାର ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ସଂଯୋଗ ହୋଇଛି । ଓଡ଼ିଶାର ୪୦ ଲକ୍ଷ ଗରିବ ଭଉଣୀ ଉଜ୍ଳଳା ଯୋଜନା ଦ୍ୱୋରା ଉପକୃତ ହୋଇଛନ୍ତି ଚୁଲି ଫୁଙ୍କିବାରୁ ମା’ଉଭଣୀମାନେ ତ୍ରାହି ପାଇଛନ୍ତି । ପାଖାପାଖି ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଗଲା । ଓଡ଼ିଶରେ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ମା ଭଉଣୀଙ୍କୁ ଇଜ୍ଜତ ଘର ଦିଆଯାଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ ମିଳିଛି । ହେଲେ ଏସବୁ ମୋଦି ପାଇଁ ନୁହେଁ ଆପଣଙ୍କ ଭୋଟ ପାଇଁ ଏସବୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଜନତାଙ୍କ ଭୋଟ ଯୋଗୁଁ ଗରିବଙ୍କ ମନରେ ଆଶା, ବିଶ୍ୱାସ ସୃଷ୍ଟି କରିଛି । ହେଲେ ଏଥିରେ ମୋଦି କିଛି କରିନାନ୍ତି । ଜନତାଙ୍କ ଭୋଟ ହିଁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରୁଛି କରୁଛି ବୋଲି କହିଛନ୍ତି ମୋଦି । କଂଗ୍ରେସ ସରକାର ଅମଳରେ ଆଦିବାସୀ ମନ୍ତ୍ରାଳୟ ହୋଇନଥିଲା । କିନ୍ତୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ । ସ୍ୱତନ୍ତ୍ର ବଜେଟ ଉପସ୍ଥାପନ ହେଲା । କେନ୍ଦ୍ର ସରକାର ମତ୍ସଜୀବୀ ପାଇଁ ନୂଆ ମନ୍ତ୍ରାଳୟ ମଧ୍ୟ କରିଛନ୍ତି, ଯାହା ଆଗରୁ ହୋଇପାରି ନଥିଲା । ପାଂଚ ବର୍ଷ ପୂର୍ବରୁ ୧୦ ଟି ଫସଲ ଉପରେ ଏମଏସପି ମିଳୁଥିଲା, ଆଉ ଏବେ ୫୦ ଟି ଫସଲ ଉପରେ ଏମଏସପି ଦେଇଛନ୍ତି ସରକାର । ଜନଜାତି ପିଲାଙ୍କ ପାଇଁ ତିଆରି ହୋଇଛି ଏକଲବ୍ୟ ସ୍କୁଲ ଖୋଲାଯାଇଛି । ଅଧିକ ପିଲାଙ୍କୁ ବୃତ୍ତି ପାଇବା ପାଇଁ ନୂଆ ନିୟମ କରାଯାଇଛି ।
ବିଜେପି ସରକାରରେ ନକ୍ସଲ କ୍ଷେତ୍ର କମିବାରେ ଲାଗିଛି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମୋଦି । କଂଗ୍ରେସ ଓ ରାଜ୍ୟ ସରକାର ଓଡ଼ିଶାକୁ ଗରିବ କରିଛନ୍ତି ବୋଲି କହିଛନ୍ତି । ଗରିବଙ୍କ ସହ ବିଶ୍ୱାସଘାତକତା କରିଛନ୍ତି । ଫଳରେ ଅନେକ ଦାନା ମାଝୀଙ୍କୁ ଆମ୍ବୁଲାନ୍ସ ମିଳିନାହିଁ । ଅନେକ ଲୋକଙ୍କୁ ଘର ପରିବାର ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡୁଛି । ଓଡିଶାର ବିକାଶରେ ବାଧା ପହଁଚିଛି । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ବିଜେଡି ସରକାର ଗରିବଙ୍କ ସହ କୃଷକଙ୍କ ଶତ୍ରୁ ମଧ୍ୟ ଅଟନ୍ତି । ପିଏମ କିଷାନ ନିଧୀ ଯୋଜନାକୁ ରାଜ୍ୟ ସରକାର ଲାଗୁ କରୁନାହାନ୍ତି । ତାଲିକା ପ୍ରଦାନ କରୁନାହାନ୍ତି । ଚଳିତ ନିର୍ବାଚନରେ ଓଡ଼ିଶା ନୂଆ ଇତିହାସ ରଚିବ ଓଡ଼ିଶା । ୟୁପି ଓ ତ୍ରିପୁରା ଫଳାଫଳ କଥା ଦୋହରାଇଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions