ଅମୃତସର ୧/୩ : ଭାରତରେ ପାଦ ଦେଲେ ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ସବୁ ଔପଚାରିକା ପ୍ରକ୍ରିୟା ପୂରା କରିବା ପରେ ଅଭିନନ୍ଦନଙ୍କୁ ୫ଟା ୩୫ରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ହସ୍ତାନ୍ତର କରିଛି ପାକିସ୍ତାନ । ଅଟାରୀ-ଓ୍ଵାଘା ବର୍ଡର ଦେଇ ଅଭିନନ୍ଦନ ଭାରତରେ ପ୍ରବେଶ କରିଛନ୍ତି। ଶତ୍ରୁର ମୁକାବିଲା କରି ପାକିସ୍ତାନ କବଜାକୁ ଚାଲି ଯାଇଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଅଟାରୀ ବର୍ଡରରେ ଭବ୍ୟ ସ୍ଵାଗତ କରାଯାଇଛି। ଅଭିନନ୍ଦନଙ୍କୁ ସ୍ଵାଗତ କରିବା ପାଇଁ ବର୍ଡରରେ ସକାଳୁ ଅପେକ୍ଷା କରି ରହିଥିବା ହଜାର ସଂଖ୍ୟକ ଲୋକେ ବହୁ ଉତ୍ସାହର ସହ ଜୋରଦାର ସ୍ଵାଗତ କରିଛନ୍ତି।