Connect with us

ଭୁବନେଶ୍ବର:ଓଡିଶା ପୋଲିସ ଲକଡାଉନ ସମୟରେ ମାସ୍କ ନପିନ୍ଧି ବୁଲୁଥିବା ଅମାନିୟ।ଙ୍କ ଠାରୁ ୧.୨୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛି। କରିଥିବା
ରାଜ୍ୟ ପୋଲିସ ଡିଜିପି ଅଭୟ ଶୁକ୍ରବାର କହିଛନ୍ତି ଯେ ନିୟମ ଉଲଙ୍ଘନ କ୍ଷେତ୍ରରେ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇ ଜୋରିମାନା ଆଦାୟ କରାଯାଇଛି। ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ବ ଉଲଙ୍ଘନରେ ୧୧,୭୪,୩୫୦ ଟଙ୍କା, ସାପ୍ତାହିକ ଲକ୍‌ଡାଉନ ଉଲଙ୍ଘନରେ ୩୦୦୦ ଟଙ୍କା ଏବଂ ରାତ୍ରୀକାଳୀନ କର୍ଫ୍ୟୁ ଉଲଙ୍ଘନ ପାଇଁ ୧,୦୩,୮୦୦ ଟଙ୍କା ଆଦାୟ କରାଯାଇଛି।

ଅଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଠାରେ ଅନୁଷ୍ଠିତ ଏକ ଭିଡ଼ିଓ କଂଫେରେନ୍ସରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ ମର୍ଯ୍ୟାଦା ଓ ମାନବିକତା ପ୍ରଦର୍ଶନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିଛନ୍ତି, ସେଥିପାଇଁ ଓଡିଶା ପୋଲିସ ବାହିନୀକୁ ଉଚ୍ଚପ୍ରଶଂସା କରିଥିଲେ।

ଲକ୍‌ଡାଉନ ସମୟରେ ଅନ୍ୟ ରାଜ୍ୟ ଗୁଡିକର ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ଯିବା ସମୟରେ ସେମାନଙ୍କୁ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର Zero Walking Inside Odisha ନୀତି କାର୍ଯ୍ୟକାରୀ କରିଥିଲେ। ଏହି ନୀତିକୁ ପୋଲିସ ବାହିନୀ ଯେଭଳି ଉତ୍ତମ ସମନ୍ବୟ ରଖି ସଫଳତାର ସହ କାର୍ଯ୍ୟକାରୀ କଲେ ଏବଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ମାନବୀୟ ସେବା ଯୋଗାଇ ଦେଲେ, ତାହା ଓଡିଶା ପୋଲିସର ଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବାତ୍ୟା ଅମ୍ଫାନ ସମୟରେ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀମାନେ ପଶ୍ଚିମବଙ୍ଗ ଯାଇ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । କରୋନା ଭୟ ସତ୍ତ୍ବେ ସେମାନେ କୋଲକତାରେ ଯେଭଳି ସାହସ ଓ ମାନବିକତାର ସହ ବିପନ୍ନ ଲୋକଙ୍କୁ ସେବା ଯୋଗାଇ ଦେଲେ, ତାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି କାର୍ଯ୍ୟକୁ ସାରା ଦେଶ ପ୍ରଶଂସା କରୁଛି ବୋଲି ପ୍ରକାଶ କରି ଏହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଲକତାରେ ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଆମର ଓଡ୍ରାଫ ଓ ଅଗ୍ନିଶମ ସେବାର କର୍ମଚାରୀ ମାନେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍‌ଡାଉନ ସମୟରେ ପୋଲିସ ମାନବିକତା ଉପରେ ଗୁରୁତ୍ବ ଦେଇ କାମ କରିଛି । କରୋନା ଯୁଦ୍ଧ ସରି ନାହିଁ। ତେଣୁ ଆମକୁ ଅଧିକ ସତର୍କ ହେବା ସହିତ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡିବ। ସେହିପରି ଆଗାମୀ ଦିନରେ ଏହି ମନୋଭାବ ନେଇ ସେବା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପୋଲିସ ବାହିନୀକୁ ଆହ୍ବାନ ଜଣାଇଥିଲେ।

ଓଡିଶା ପୋଲିସରେ ମାନବ ସମ୍ବଳର ଯୁକ୍ତିସଂଗତ (rationalise) ପରିଚାଳନା କରି ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କରିଥିଲେ ଯେ ଏହା ଏକ ଅସ୍ବାଭାବିକ ପରିସ୍ଥିତି ଏବଂ ଏଥିରେ ଆମ ସମସ୍ତେ ଟିମ୍‌ ସ୍ପିରିଟ୍‌ରେ କାମ କରୁଛୁ। ଏହି ଆହ୍ବାନର ମୁକାବିଲା କ୍ଷେତ୍ରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସବୁଠାରୁ ଆଗେରେ ଅଛନ୍ତି। ଏହି ଉତ୍ତମ କାର୍ଯ୍ୟକୁ ଜାରି ରଖିବା ପାଇଁ ସେ ପୋଲିସ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯଥେଷ୍ଟ ଭାବରେ ଉପଲବ୍‌ଧ ଅଛି । ପୋଲିସ ଏହାର ବ୍ୟବହାରକୁ ସୁନିଶ୍ଚିତ (enforce) କରିବା ପାଇଁ ସେ ଏସ୍‌.ପି ମାନଙ୍କୁ ପରାମର୍ଶ ଦେଇଥିଲେ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ପୋଲିସ ପ୍ରଶାସନ ଦ୍ବାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମହିଳା ମାନଙ୍କ ଉପରେ ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ୯୨୦୫ ଜଣ ମହିଳାଙ୍କ ସହିତ ଫୋନ ଜରିଆରେ ଯୋଗାଯୋଗ କରାଯାଇଛି । ଏଥିରେ ୫୩ଟି କେସ୍‌ରେ ଘରୋଇ ହିଂସାର ସୂଚନା ମିଳିଥିଲା ଏବଂ ଏଥିପାଇଁ ପୋଲିସ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଇଛି।

୮୦୦୨ଟି ସାମୟିକ ମେଡିକାଲ କେନ୍ଦ୍ର (TMC) ର ସୁରକ୍ଷା ଦାୟିତ୍ବ ନିଆଯାଇଛି। ପୋଲିସ ପକ୍ଷକୁ ବିଭିନ୍ନ କ୍ଷେତ୍ରରେ ସଚେତନତା କାର୍ଯ୍ୟକ୍ରମ, ବିଶେଷ କରି ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ପାଳନ ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି ବୋଲି ସେ କହିଥିଲେ । ସେହିପରି ମାନବିକତା ସଂପନ୍ନ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପୋଲିସ ଅଗ୍ରଣୀ ଭୂମିକା ନେଇଛି ବୋଲି ସେ କହିଥିଲେ। ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନ ଯାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ୫୨୪ଟି ଟ୍ରିପ୍‌ ଜରିଆରେ ସମୁଦାୟ ୨୪,୫୮୭ ଆନ୍ତରାଜ୍ୟ ପଥଚାରୀ ପ୍ରବାସୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି।

ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ କୋଲକତାକୁ ଅପ୍ରେଲ ୨୫ରେ ୩୭୨ ଜଣ ଜବାନ ଯାଇ ୧୨ ଦିନ ପର୍ଯ୍ୟନ୍ତ ନିୟୋଜିତ ହୋଇଥିଲେ। ସେମାନଙ୍କ କାର୍ଯ୍ୟକୁ କୋଲକତାବାସୀ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସେମାନେ ଯେତେବେଳେ କୋଲକତା ଓ ହାଓଡାର ରାସ୍ତାରେ ଯାଉଥିଲେ, ସେତେବେଳେ ଦୁଇ ପାର୍ଶ୍ବର ଜନତା ଛିଡାହୋଇ ଓଡିଶା ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରୁଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲକତାରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ବର୍ତ୍ତମାନ ସମୟରେ ବିଭିନ୍ନ ଲକ୍‌ଡାଉନ ନିୟମାବଳୀକୁ ପୋଲିସ ପ୍ରଶାସନ ଦକ୍ଷତାର ସହିତ ଲାଗୁ କରିପାରିଛି। ଯେକୌଣସି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବା କ୍ଷେତ୍ରରେ ପୋଲିସ ଯେପରି କାର୍ଯ୍ୟଦକ୍ଷତା ଦେଖାଇଛି, ତାହା ପ୍ରଶଂସନୀୟ। ସମସ୍ତ ନିର୍ଦ୍ଦେଶାବଳୀକୁ ପୋଲିସ ଅତ୍ୟନ୍ତ ସୂଚାରୁ ରୂପେ କାର୍ଯ୍ୟକାରୀ କରିଛି । ବୃତ୍ତିଗତ ଦକ୍ଷତା ଓ ମାନବୀୟ ମୂଲ୍ୟବୋଧ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବାରେ ପୋଲିସ ସଫଳ ହୋଇଛି ବୋଲି ସେ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୟୁରଭଂଜ, ସୁନ୍ଦରଗଡ, ମାଲକାନଗିରି, ଗଞ୍ଜାମ, ବରଗଡ, ଗଜପତି ଓ ଭଦ୍ରକ ଜିଲ୍ଲାର ଏସ୍‌.ପି ମାନଙ୍କ ସହିତ ସେମାନଙ୍କ ଜିଲ୍ଲାରେ Zero Walking Inside Odisha ନୀତିର କାର୍ଯ୍ୟକାରୀତା ସଂପର୍କରେ ପଚାରି ବୁଝିଥିଲେ। ଗୃହ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ଅପରାଧ

ଏବେ ବାବୁଙ୍କ ଗାଡି ଉପରେ ନଜର

Published

on

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ପୋଲିସର ଆଖି ଏବେ ବାବୁଙ୍କ ଗାଡି ଉପରେ।

ବାବୁମାନେ ଚଢୁଥିବା ତିନୋଟି ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ଶନିବାର ପାଖାପାଖି ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଛନ୍ତି।

କେଉଁଝର ବୈତରଣୀ ଇରିଗେସନ ଡିଭିଜନର ସୁପେରିନଟେଣ୍ଡେଟ ଇଂଜିନିୟରି ବିଧାନ ଚନ୍ଦ୍ର ସାହୁ ନିଜ ଗାଡିରେ କଟକ ଯାଉଥିବା ବେଳେ ପାଣିକୋଇଲି ଛକଠାରେ ଭିଜିଲାନ୍ସ ପୋଲିସ ଚଢ଼ାଉ କରି ନଗଦ ୧୦ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରିଛନ୍ତି। ସାହୁଙ୍କ କଟକସ୍ଥିତ ବାସ ଭବନରେ ବର୍ତ୍ତମାନ ତଲାସୀ ଚାଲିଛି।

ସେହିଭଳି ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ରାଉରକେଲା ରିଜିଓନାଲ ଅଫିସର ଡ଼ଃ ପି କେ ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ବେଳେ ଭୁବନେଶ୍ୱର ଠାରେ ତାଙ୍କ ପାଖରୁ ୧,୭୫,୦୦୦ ନଗଦ ଟଙ୍କା ଜବତ ହୋଇଛି। ତାଙ୍କର ଭୁବନେଶ୍ୱର ସୁନ୍ଦରପଦା ଘର ଉପରେ ଏବେ ଚଢ଼ାଉ ଜାରି ରହିଛି।

ଓଡିଶା ପଲୁସନ କଣ୍ଟ୍ରୋଲ ବୋର୍ଡ଼ର ବାଲେଶ୍ୱର ରିଜିଓନାଲ  ଅଫିସର ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ ଟାଙ୍ଗୀ ଚେକଗେଟ ନିକଟରେ ତାଙ୍କ ଗାଡି ଉପରେ ଚଢ଼ାଉ କରି ଭିଜିଲାନ୍ସ ପୋଲିସ ୮୯,୦୦୦ ନଗଦ ଟଙ୍କା ତାଙ୍କ ପାଖରୁ ଜବତ କରିଛନ୍ତି। ତାଙ୍କ ଘର ଉପରେ ଏବେ ଚଢ଼ାଉ ଚାଳିଛି।

 

Continue Reading

ଅପରାଧ

ତେର ଶହରୁ ଉର୍ଦ୍ଧ ହାଇଟେକ ଓ ରାଜଧାନୀ ସିଷ୍ଟମର କ୍ଷତିଗ୍ରସ୍ତ ଜମାକାରୀଙ୍କ ଦାବିପତ୍ର ଦାଖଲ

Published

on

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ତେରଶହରୁ ଉର୍ଦ୍ଧ ହାଇଟେକ ଇଷ୍ଟେଟସ ଏବଂ ରାଜଧାନୀ ସିଷ୍ଟମରେ ଜମିପାଇଁ ଟଙ୍କା ଜମାକରିଥିବା କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କର ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରି ସରିଲେଣି।
ଜମା ଟଙ୍କା ଫେରସ୍ତ ପାଇଁ ଆବେଦନ କରିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗତ ଜୁନ ୪ ତାରିଖରୁ ଅନ-ଲାଇନରେ www.opid.odisha.gov.in ଦାବିପତ୍ର ମଗା ଯାଇଥିଲା। ଗତ ୧୪ ଦିନ ଭିତରେ ତେରଶହରୁ ଉର୍ଦ୍ଧ ଆବେଦନ ପତ୍ର ମିଳି ସାରିଲାଣି। ଆବେଦନ କରିବାର ଶେଷ ତାରିଖ ଜୁଲାଇ ୧୯,୨୦୨୧ ରହିଛି।
ଏହି ଦୁଇ କମ୍ପାନୀର କଲ୍ୟାଣ ବିହାର, କଲ୍ୟାଣ ବିହାର ଫେଜ୨,ଭାଗ୍ୟ ନଗର, କୁଞ୍ଜ ବିହାର ଓ ପୁଷ୍ପାଞ୍ଜଳି ଏନକ୍ଲେଭ ଯୋଜନାରେ ଲୋକଙ୍କୁ ଗୃହଉପଯୋଗୀ ଜମି ଦେବାକୁ କହି ବିପୁଳ ପରିମାଣର ଜମା ଟଙ୍କା ସଂଗ୍ରହ କରିଥିଲେ।

Continue Reading

ଅପରାଧ

ରେଲୱେ ସମ୍ପତ୍ତି ଚୋରି – ଆରପିଏଫ୍ ଦ୍ୱାରା ତିନିଜଣ ଗିରଫ

Published

on

ଭୁବନେଶ୍ୱର: ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ରେଳ ସୁରକ୍ଷା ବଳ (ଆରପିଏଫ) ସ୍ଥାନୀୟ  ରେଳ ବିହାରରୁ ତିନି ଜଣଙ୍କୁ ଚୋରି କରୁଥିବା ସମୟରେ ଗିରଫ କରିଛି।

ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ଏବଂ ସିସିଟିଭି ଫୁଟେଜ୍ ଅନୁଯାୟୀ, ଆରପିଏଫ୍ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା (ସିଆଇବି) ଏବଂ ମୁଖ୍ୟାଳୟ ଆରପିଏଫ୍ ରିଜର୍ଭ କମ୍ପାନୀର ମିଳିତ ସହଯୋଗରେ ଏହି ଲୋକଙ୍କୁ ଗିରଫ କରିବା ସହ ରେଳ ସମ୍ପତ୍ତି ଜବତ କରିଛି।

ରେଳବିହାର ବାହାରେ ଚୋରି ଜିନିଷ ନେବା ପାଇଁ ଉପଲବ୍ଧ ଥିବା ଜଣେ ଲୋକ ସମେତ ତିନି ଜଣଙ୍କୁ ରେଲୱେ ସମ୍ପତ୍ତି ଏବଂ ଏସି ତମ୍ବା ତାର ଚୋରି କରି ନେଇଯାଉଥିବା ସମୟରେ ଆରପିଏଫ ଗତ ମେ ୧୭ ତାରିଖ ରାତିରେ ରେଳ ବିହାର କଲୋନୀରୁ ସେମାନଙ୍କୁ ଗିରଫ କରିଛି | ପୂର୍ବରୁ ସେମାନେ ରେଳ ବିହାରର କେତେକ ଘରୁ ତମ୍ବା ତାର ଓ ଏସି ଚୋରି କରିଥିବା ଦୋଷ ସ୍ୱୀକାର କରିଥିଲେ |

ସମସ୍ତ ଅଭିଯୁକ୍ତ ନିକଟସ୍ଥ ସାଲିଆ ସାହିର ବାସିନ୍ଦା ଏବଂ ରେଳ ବିହାର କଲୋନୀ ସହିତ ଭଲ ଭାବରେ ପରିଚିତ |

ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମଞ୍ଚେଶ୍ୱର ଆରପିଏଫ ପୋଷ୍ଟକୁ ପଠାଯାଇଥିଲା। ଏହି ସଂପର୍କରେ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions