Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ । କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ ବୋଲି ସେ ଆଶାପ୍ରକାଶ କରିଥିଲେ।

ସେହିପରି ବୈତରଣୀ ନଦୀର ତଳ ଅଞ୍ଚଳରେ ବନ୍ୟା ଆସିବାର ସମ୍ଭାବନା ଥିବାରୁ ପ୍ରଶାସନ ସତର୍କ ଦୃଷ୍ଟି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ୟଶର ପରିଚାଳନାରେ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ବିଧିବଦ୍ଧ ଯୋଜନା ଏବଂ ତ୍ରୁଟିଶୂନ୍ୟ ପରିଚାଳନା ଯୋଗୁ ବାତ୍ୟା ୟଶର ସଫଳ ମୁକାବିଲା କରାଯାଇପାରିଛି । ସେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ଥରେ ପ୍ରମାଣିତ କରିପାରିଛି ।

ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ସମସ୍ତ ଜନସାଧାରଣ, ନାଗରିକ ସଂଗଠନ ମାନଙ୍କୁ ରିଲିଫ ଓ ସ୍ଥାନାନ୍ତର କାର୍ଯ୍ୟରେ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

କେନ୍ଦ୍ର ସରକାର ଏବଂ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ଯଥା NDRF, IMD ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।

ପରିଶେଷରେ ମୁଖ୍ୟମନ୍ତ୍ରୀ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟରେ ଏହିଭଳି ଦକ୍ଷତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବାତ୍ୟା ଷୟଷତି ଆକଳନ କରିଥିଲେ

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ ରୁ ୮୦ ପ୍ରତିଶତ ସ୍ବଭାବିକ ହୋଇଛି ବୋଲି ପ୍ରକାଶ କରି ସେ କହିଲେ ଯେ ଜଳମଗ୍ନ ଅଞ୍ଚଳ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବିଦ୍ୟୁତ ଯୋଗାଯୋଗ ସ୍ବଭାବିକ ହୋଇଛି। ପାନୀୟ ଜଳ ପାଇଁ ଡିଜି ସେଟ୍‌, ଟ୍ୟାଙ୍କର ଜରିଆରେ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ସ୍ବତନ୍ତ୍ର ରିଲିଫ କମିଶନର ପି.କେ. ଜେନା ଏକ ଉପସ୍ଥାପନା ରଖି କରିଥିଲେ ଯେ ଲୋକଙ୍କ ସୁରକ୍ଷା ପାଇଁ ୧୨ଟି ଜିଲ୍ଲାର ୭ ଲକ୍ଷ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮୪୧୦ଟି ଆଶ୍ରୟ ସ୍ଥଳରେ ରଖାଯାଇଥିଲା । ସେ କହିଥିଲେ ଯେ ୨୦୦ଟି ବ୍ଲକ୍‌ରେ ପ୍ରବଳ ବର୍ଷା ହୋଇଥିଲା । ମୟୁରଭଂଜର କୁସୁମୀ ବ୍ଲକ୍‌ରେ ୫୧୫ ମି.ମି ବର୍ଷା ହୋଇଥିବାର ସେ ସୂଚନା ଦେଇଥିଲେ । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ନଦୀରେ ବନ୍ୟାଜଳ ବଢୁଥିବା ସତ୍ତ୍ବେ ବନ୍ୟା ଆଶଂକା କମ୍‌ ବୋଲି ପ୍ରକାଶ କରି କହିଥିଲେ ଯେ ବୈତରଣୀ ନଦୀର ନିମ୍ନାଞ୍ଚଳରେ ବନ୍ୟାର ସମ୍ଭାବନା ରହିଛି ଓ ସେଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ।

ଶକ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଥିଲା ଯେ ସମସ୍ତ ୩୩ ଓ ୧୧ କେଭି ଫିଡର ମରାମତି ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଖୁବ୍‌ ଶୀଘ୍ର ଶେଷ ହେବ । ୩୦ ଲକ୍ଷ ପ୍ରଭାବିତ ଉପଭୋକ୍ତାଙ୍କ ମଧ୍ୟରୁ ଆଜି ସଂଧ୍ୟା ସୁଦ୍ଧା ୨୩ ଲକ୍ଷ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଯୋଗ ସ୍ବଭାବିକ କରାଯିବ ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମୁଦାୟ ୬୨ଟି ବ୍ଲକ ପ୍ରଭାବିତ ହୋଇଛି । ସବୁ ପାଇପ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା। ୫୭୧ଟି ପାଇପ ଜଳ ପ୍ରକଳ୍ପକୁ ଜେନ୍‌ସେଟ୍‌ ଜରିଆରେ କାର୍ଯ୍ୟକାରୀ କରାଯାଉଛି ଏବଂ ୩୪୬ଟି ଟ୍ୟାଙ୍କର ଜରିଆରେ ଜଳମଗ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଅତିରିକ୍ତ ଟ୍ୟାଙ୍କର ପଠାଯାଇଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ ପୌରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକ୍ରିୟା ସ୍ବଭାବିକ କରାଯାଇଛି।

ଜଳସଂପଦ ବିଭାଗର ସୂଚନା ଅନୁଯାୟୀ କେନ୍ଦ୍ରାପଡା, ବାଲେଶ୍ବର ଓ ଭଦ୍ରକ ଅଂଚଳରେ କେତେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ଜଳମଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇର ଆକଳନ କରାଯାଉଛି ଏବଂ ବିଭିନ୍ନ ସ୍ଥାନରେ ମରାମତି କାର୍ଯ୍ୟ ଚାଲିଛି ।

ମହିଳା ଓ ଶିଶୁବିକାଶ ବିଭାଗର ସୂଚନା ଅନୁଯାୟୀ ୪୫୦୦ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୨୧୦୦ଙ୍କୁ ହସ୍‌ପିଟାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ବାତ୍ୟା ସମୟରେ ୭୫୦ ନବଜାତ ଶିଶୁ ଜନ୍ମ ହୋଇଛନ୍ତି ।

ସେହିପରି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସମସ୍ତ କୋଭିଡ ହସ୍‌ପିଟାଲରେ ଭିତ୍ତିଭୂମି ଠିକ୍‌ ରହିଛି । ଆଜି ସଂଧ୍ୟା ସୁଦ୍ଧା ଗଛ ପଡି ଅବରୋଧ ହୋଇଥିବା ସମସ୍ତ ସଡକ ଗୁଡିକ ଆବରୋଧମୁକ୍ତ କରାଯିବ। ସେହିପରି ଗ୍ରାମ ଉନ୍ନୟନ ବିଭାଗର ୩୫୦ଟି ସଡକ ଅବରୋଧ ହୋଇଥିବା ବେଳେ ଏହିସବୁ ଗୁଡିକ ଆଜି ସଂଧ୍ୟା ସୁଦ୍ଧା ଅବରୋଧମୁକ୍ତ ହେବ ।

ବୈଠକରେ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ଜିଲ୍ଲାରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକ୍ରମ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନର କାର୍ଯ୍ୟକୁ ପ୍ରଶଂସା କରି ଏହିଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ବୈଠକ ସଂଯୋଜନା କରିଥିଲେ । ସଂପୃକ୍ତ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ 20 ମାସର ମୋହନ ସରକାରଙ୍କ ରିପୋର୍ଟ କାର୍ଡ

Published

on

ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।

 ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।

ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।

ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।

ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଏବେ ସ୍ମାର୍ଟ ଅନ୍ତଃବାସ ଖୋଲିବ ଗୁମର…

Published

on

ଭୁବନେଶ୍ୱର : ସ୍ମାର୍ଟ ଫୋନ୍, ସ୍ମାର୍ଟ ମିଟର ପରେ ଏବେ ଆସୁଛି ସ୍ମାର୍ଟ ଅନ୍ତଃବାସ! ଚଡି! ହଁ ସ୍ମାର୍ଟ ଅଣ୍ଡରୱେର l ଆପଣ ମଳଦ୍ୱାର ବାଟେ ଦିନକୁ କେତେଥର ଦୂଷିତ ବାୟୁ ଛାଡ଼ୁଛନ୍ତି ତାହାର ହିସାବ ଏହି ଚଡି ଦେବ l

ପୂର୍ଵରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ମଣିଷ ଦିନକୁ ହାରାହାରି 16 ଥର ଦୁର୍ଗନ୍ଧ ବାୟୁ ଛାଡି ଥାଏ l ହେଲେ ଏହି ସ୍ମାର୍ଟ ଚଡିର ହିସାବରେ ଏହାର ଦୁଇଗୁଣ ଅର୍ଥାତ 32 ଥର ଛାଡି ଥାଏ l

ୟୁନିଭର୍ସିଟି ମେୟରଲାଣ୍ଡର ର ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ସ୍ମାର୍ଟ ଅନ୍ତବସ୍ତ୍ରରେ ଲାଗିଥିବା ହାଇଟେକ ସେନସରସ ପରିଧାନ କରିଥିବା ମଣିଷର ପାଡ଼ର ହିସାବ ରଖିବ l

ମଣିଷ ମଳଦ୍ୱାର ବାଟେ ମଳଭାଣ୍ଡର ଜୀବାଣୁ ଦ୍ୱାରା ପ୍ରସ୍ତୁତ ହଇଡ୍ରୋଜନ ଗ୍ୟାସ ବାହାରିଥାଏ

ହାଇଟେକ ସ୍ମାର୍ଟ ଚଡି ଦ୍ୱାରା ପାଡ଼ର ଆକଳନ କରିବା ହାସ୍ୟାସ୍ପଦ ମାନେ ହୋଇପାରେ ହେଲେ ଏହା ଆମେ କିପରି ଅଖାଦ୍ୟ ଖାଉ ଆଉ ଆମର ମଳଭାଣ୍ଡରେ ଥିବା ଜୀବାଣୁମାନେ ତାହାକୁ ହଜମ କରିବା ପାଇଁ ଲଢେଇ କରିଥାନ୍ତି ତାହାର ହିସାବ ଦେଇଥାଏ l

Continue Reading

ସ୍ପେଶାଲ ରିପୋର୍ଟ

ଓଡିଶା ଆଇଏଏସ ଅଫିସର ଅମ୍ରିତ ଋତୁରାଜଙ୍କ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ 

Published

on

ଭୁବନେଶ୍ୱର : କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ “ପାର୍ଶ୍ୱସ୍ରୋତ” ଉନ୍ମୋଚିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ ।ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଔପନ୍ୟାସିକା ସରୋଜିନୀ ସାହୁ, ସାହିତ୍ୟିକ ଅଜୟ ସ୍ୱାଇଁ, ପୁସ୍ତକର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦରସିଂ, ସାହିତ୍ୟପ୍ରେମୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଏହି ଉପନ୍ୟାସରେ କୁଟିଆ କନ୍ଧଙ୍କ ଜୀବନୀ ଓ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କ ଉଚ୍ଚ ପରମ୍ପରା, ପ୍ରଥା,ସେମାନଙ୍କ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରାମାଣିକ ଉପସ୍ଥାପନା ମାଧ୍ୟମରେ ପାଠକ ମାନଙ୍କୁ ଶ୍ରୀ ଋତୁରାଜ ଭେଟି ଦେଇଛନ୍ତି । ବିରଳ ପ୍ରାୟ ଏହି ଜନଜାତିଙ୍କୁ ମୁଖ୍ୟସ୍ରୋତ ନୁହେଁ ବରଂ ନିଜସହ ଅର୍ଥାତ ନିଜ ପାର୍ଶ୍ୱରେ ନେଇ ଆଗକୁ ବଢେଇବାର ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମିୟତା, ବିଶ୍ୱାସ ଓ ଆଧୁନିକ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବତାରଣା କରାଯାଇଛି । ଅନାଲୋଚିତ ଦିଗ ଉପରେ ଆଲୋଚନା ସହ ବିଭିନ୍ନ ଉପାଦେୟ ଚରିତ୍ର ମାଧ୍ୟମରେ ଏହି ଉପନ୍ୟାସ ଜୀବନ୍ତ ହୋଇ ଉଠିଛି । ଏହା ପାଠକ ମାନଙ୍କ ଆଦୃତି ସହ ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି ।

ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଏହି ଅଞ୍ଚଳର ଜନଜାତି ମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନାସିକ ଶ୍ରୀ ଋତୁରାଜ ଉଲ୍ଲେଖ କରିଛନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions