Connect with us

କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଖିରେ ନିଦ ନାହିଁ । ରାଜ୍ୟରେ କୃଷିର ଆଶାତୀତ ସଫଳତା ପାଇଁ ରାଜ୍ୟ ସରକାର ଦୁଇଦୁଇ ଥର କେନ୍ଦ୍ର ସରକାରଙ୍କ ଠାରୁ କୃଷି କର୍ମଣ ପୁରସ୍କାର ପାଇବାର ଗୌରବ ଅର୍ଜ୍ଜନ କରି ସାରିଲେଣି । ସରକାରଙ୍କ ଏପରି ଏକ ସଫଳତାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆମର ଉଦ୍ଦେଶ୍ୟ ନୁହେଁ । ଓଡିଶାର ଜଣେ ସଚେତନ ନାଗରୀକ କାରଣରୁ ଆମେ ବ୍ୟକ୍ତଗତ ଭାବେ ମଧ୍ୟ ବାହାର ରାଜ୍ୟ ସାମ୍ନାରେ ଗର୍ବର ସହ ଏହି ଉଦାହରଣ ଥୋଇବାରେ ଦ୍ୱିଧା ଅନୁଭବ କରିବୁ ନାହିଁ । ହେଲେ ଆପଣା ରାଜ୍ୟରେ ନିଜ ଆଖି ଦେଖିଥିବା ଘଟଣା ଯଦି ମାତ୍ର କେଇଟା ବର୍ଷ ଭିତରେ ଭିନ୍ନଋପ ନେଲା ତାହେଲେ ତାହା ସିଧା କହିବାରେ ପଛଘୁଞ୍ଚା ଦେବା ମଧ୍ୟ ଠିକ୍ ହେବ ନାହିଁ ।
ଆମେ କହିବାକୁ ଚାହୁଁଛୁ ରାଜ୍ୟ ସ୍ତରୀୟ ଅଖିମୁଠୀ ଅନୂକୂଳ କଥା । ପ୍ରତ୍ୟେକ ବର୍ଷ ଏହି ପବିତ୍ର ଦିନରେ ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସରକାରୀ ଭାବେ ଅଖିମୁଠୀ ଅନୂକୂଳ ଦିବସ ପାଳନ କରାଯାଉଛି । ସରକାରୀ ଅର୍ଥ ବ୍ୟୟ କରାଯାଇ ଏପରି ଏକ ଦିବସ ପାଳନ କରିବାରେ ଆମର ଆପତ୍ତି ନାହିଁ କି ସେଥିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ ମଧ୍ୟ କରାୁନାହୁଁ । କିନ୍ତୁ କଥା ହେଉଛି ଯେଉଁ ଚାଷ ଜମିରେ ଏହି ପବିତ୍ର ଦିବସ ପାଳନ କରାଯାଉଛି ସେ ଜମିର ପରବର୍ତ୍ତି ଅବସ୍ଥା କଣ ତାହା ମଧ୍ୟ ସରକାର ହିସାବ ରଖିବା ଆବଶ୍ୟକ । ଥରେ ଶଙ୍ଖ ଫୁଙ୍କି ମୁଣ୍ଡରେ ପଗଡି ବାନ୍ଧି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀରେ ଯେନତେନ ପ୍ରକାରେଣ ହଳଲଙ୍ଗଳ ଧରି ବିଲରେ ବୀହନ ପକାଇ ଏହି ଦିବସକୁ ନାମକୁ ମାତ୍ର ପାଳନ କଲେ କଥା ଶେଷ ହେଲା ନାହିଁ । ବରଂ ଏହି ଧାରାକୁ ସୁଦୁର ପ୍ରସାରୀ କରି ଚାଷୀକୁ ଚାଷପ୍ରତି ଅଧ୍ଚଳ ଉତ୍ସାହିତ କରିବା ଏହି ଉଦ୍ଦେଶ୍ୟର ମୂଳ ଲକ୍ଷ୍ୟ ।

କଥା ହେଉଛି ୨୦୦୭ ମସିହା ଅପ୍ରେଲ ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିବସରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଗନରୀ ପଞ୍ଚାୟତର ଖଣ୍ଡାଗର ମୌଜାରେ ତତ୍କାଳୀନ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରୀୟ ଅଖିମୁଠୀ ଦିବସରେ ଯୋଗଦେଇ ଅଖିମୁଠୀ ଅନୁକୂଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ସ୍ତରରେ ବେଶ ତତ୍ପରତା ପ୍ରକାଶ କାଇଥିଲା । ତତ୍କାଳୀନ କୃଷି ବିଭାଗ ପ୍ରମୁଖ ସଚିବ ହାୱା ସିଂ ଜହରଙ୍କ ଦ୍ୱାରା ଛପା ଯାଇଥିବା ନିମନ୍ତ୍ରଣ ପତ୍ର ବଣ୍ଟାଯାଇ ଅଞ୍ଚଳର ବହୁ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କେହି କେବେବି ବୋଧହୁଏ ହିସାବ ରଖି ନାହାନ୍ତି ଏବେ ସେହି ଜମିରେ କଣ ହେଉଛି । ସେଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣା ଯାଇଥିବା ବୀହନର ଧାନ ନିଜ ଖଳାକୁ କାଟି ନେଇଥିବା ଚଷା ପୁଅର ସେ ଜମି ଏବେ କି ଅବସ୍ଥାରେ ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଜମି ଉପରେ ଏବେ ଠିଆ ହୋଇଛି ବହୁତଳ ପ୍ରାସାଦ (ଆପାର୍ଟମେଣ୍ଟ୍) । ଏହି ଆପାର୍ଟମେଣ୍ଟ ରାତାରାତି ତିଆରି ହୋଇଯାଇନାହିଁ । ବିଗତ ପ୍ରାୟ ୫ବର୍ଷ ହେବ ଏହି କାର୍ଯ୍ୟ ଚାଲିଛି । ଖାଲି ଏହି ବିଲଟି ନୁହେଁ ବରଂ ଏହାର ଆଖପାଖ ବିଲ ଗୁଡିକର କିସମ ଇତି ମଧ୍ୟରେ ବଦଳି ଯାଇଥିବା ଦେଖିବାକୁ ମିଳୁଛି । ଏହି ଚାଷ ଜମି ଗୁଡିକ ଏବେ ଘରବରୀ କିସମରେ ପରିବତ୍ତିତ ହୋଇ ବହୁତଳ ଘର ନିର୍ମାଣ କରାଯାଇଛି । ଅଞ୍ଚଳର ଉନ୍ନତୀ ହେଉ ସେଥିରେ ଆମେ ବାଧକ ସାଜିବା ଆଦୌ ଆମର ଉଦ୍ଦେଶ୍ୟ ନୁହେଁ , ହେଲେ ଏଠାରେ ପ୍ରଶ୍ନ ହେଉଛି ଯେଉଁ ବିଲରେ ଦିନେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଖିମୁଠୀ ଅନୂକୂଳ କରିଥିଲେ ମାତ୍ର କେଇଟା ବର୍ଷ ଭିତରେ ସେହି ଜମିରେ କେଉଁଭଳି ପରିସ୍ଥିତିରେ ଆପାର୍ଟମେଣ୍ଟ ନିର୍ମାଣ କରାଗଲା ଓ ଗରୀବ ଚାଷୀଟି କେଉଁ ଅସୁବିଧାରେ ପଡି ଏପରି କାର୍ଯ୍ୟ କରିବାକୁ ଇଚ୍ଛା କଲା ତାହା ତଦନ୍ତ ସାପେକ୍ଷ ପରି ମନେହୁଏ ।ଏହି ଗୋଟିଏ ଘଟଣାରୁ ବାରିହୋଇ ପଡୁଛି ଓଡିଶାୋ ଜଣେ ଚାଷୀର ପ୍ରକୃତ ପରିସ୍ଥିତ କଣ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ 20 ମାସର ମୋହନ ସରକାରଙ୍କ ରିପୋର୍ଟ କାର୍ଡ

Published

on

ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।

 ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।

ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।

ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।

ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଏବେ ସ୍ମାର୍ଟ ଅନ୍ତଃବାସ ଖୋଲିବ ଗୁମର…

Published

on

ଭୁବନେଶ୍ୱର : ସ୍ମାର୍ଟ ଫୋନ୍, ସ୍ମାର୍ଟ ମିଟର ପରେ ଏବେ ଆସୁଛି ସ୍ମାର୍ଟ ଅନ୍ତଃବାସ! ଚଡି! ହଁ ସ୍ମାର୍ଟ ଅଣ୍ଡରୱେର l ଆପଣ ମଳଦ୍ୱାର ବାଟେ ଦିନକୁ କେତେଥର ଦୂଷିତ ବାୟୁ ଛାଡ଼ୁଛନ୍ତି ତାହାର ହିସାବ ଏହି ଚଡି ଦେବ l

ପୂର୍ଵରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ମଣିଷ ଦିନକୁ ହାରାହାରି 16 ଥର ଦୁର୍ଗନ୍ଧ ବାୟୁ ଛାଡି ଥାଏ l ହେଲେ ଏହି ସ୍ମାର୍ଟ ଚଡିର ହିସାବରେ ଏହାର ଦୁଇଗୁଣ ଅର୍ଥାତ 32 ଥର ଛାଡି ଥାଏ l

ୟୁନିଭର୍ସିଟି ମେୟରଲାଣ୍ଡର ର ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ସ୍ମାର୍ଟ ଅନ୍ତବସ୍ତ୍ରରେ ଲାଗିଥିବା ହାଇଟେକ ସେନସରସ ପରିଧାନ କରିଥିବା ମଣିଷର ପାଡ଼ର ହିସାବ ରଖିବ l

ମଣିଷ ମଳଦ୍ୱାର ବାଟେ ମଳଭାଣ୍ଡର ଜୀବାଣୁ ଦ୍ୱାରା ପ୍ରସ୍ତୁତ ହଇଡ୍ରୋଜନ ଗ୍ୟାସ ବାହାରିଥାଏ

ହାଇଟେକ ସ୍ମାର୍ଟ ଚଡି ଦ୍ୱାରା ପାଡ଼ର ଆକଳନ କରିବା ହାସ୍ୟାସ୍ପଦ ମାନେ ହୋଇପାରେ ହେଲେ ଏହା ଆମେ କିପରି ଅଖାଦ୍ୟ ଖାଉ ଆଉ ଆମର ମଳଭାଣ୍ଡରେ ଥିବା ଜୀବାଣୁମାନେ ତାହାକୁ ହଜମ କରିବା ପାଇଁ ଲଢେଇ କରିଥାନ୍ତି ତାହାର ହିସାବ ଦେଇଥାଏ l

Continue Reading

ସ୍ପେଶାଲ ରିପୋର୍ଟ

ଓଡିଶା ଆଇଏଏସ ଅଫିସର ଅମ୍ରିତ ଋତୁରାଜଙ୍କ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ 

Published

on

ଭୁବନେଶ୍ୱର : କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ “ପାର୍ଶ୍ୱସ୍ରୋତ” ଉନ୍ମୋଚିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ ।ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଔପନ୍ୟାସିକା ସରୋଜିନୀ ସାହୁ, ସାହିତ୍ୟିକ ଅଜୟ ସ୍ୱାଇଁ, ପୁସ୍ତକର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦରସିଂ, ସାହିତ୍ୟପ୍ରେମୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଏହି ଉପନ୍ୟାସରେ କୁଟିଆ କନ୍ଧଙ୍କ ଜୀବନୀ ଓ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କ ଉଚ୍ଚ ପରମ୍ପରା, ପ୍ରଥା,ସେମାନଙ୍କ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରାମାଣିକ ଉପସ୍ଥାପନା ମାଧ୍ୟମରେ ପାଠକ ମାନଙ୍କୁ ଶ୍ରୀ ଋତୁରାଜ ଭେଟି ଦେଇଛନ୍ତି । ବିରଳ ପ୍ରାୟ ଏହି ଜନଜାତିଙ୍କୁ ମୁଖ୍ୟସ୍ରୋତ ନୁହେଁ ବରଂ ନିଜସହ ଅର୍ଥାତ ନିଜ ପାର୍ଶ୍ୱରେ ନେଇ ଆଗକୁ ବଢେଇବାର ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମିୟତା, ବିଶ୍ୱାସ ଓ ଆଧୁନିକ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବତାରଣା କରାଯାଇଛି । ଅନାଲୋଚିତ ଦିଗ ଉପରେ ଆଲୋଚନା ସହ ବିଭିନ୍ନ ଉପାଦେୟ ଚରିତ୍ର ମାଧ୍ୟମରେ ଏହି ଉପନ୍ୟାସ ଜୀବନ୍ତ ହୋଇ ଉଠିଛି । ଏହା ପାଠକ ମାନଙ୍କ ଆଦୃତି ସହ ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି ।

ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଏହି ଅଞ୍ଚଳର ଜନଜାତି ମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନାସିକ ଶ୍ରୀ ଋତୁରାଜ ଉଲ୍ଲେଖ କରିଛନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions