ରାୟଗଡା ୧୯ ।୨ : ଆଜି ରାୟଗଡା ଠାରେ ବଟଲିଂ ପ୍ଲା୍ଟ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁଠୁ ଦ୍ରୁତ ଗତିରେ ବିକାଶ କରୁଥିବା ଅଂଚଳ ହେଉଛି ରାୟଗଡା । ଆଜି ଏହି ରାୟଗଡାରେ ଅନେକ ଗୁଡିଏ ବିକାଶର କାମ ଭାରତ ସରକାରଙ୍କ ତରଫରୁ ଆଜି ଏଠାରେ ଶୁଭାରମ୍ଭ ତଥା ଲୋକାର୍ପଣ କରଗଲା ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଜି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ବିକାଶ ଏକ ଜନଆନ୍ଦୋଳନ ରୂପେ ପରିଣତ ହୋଇଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ଓଡିଶାରେ ୧ କୋଟି ଘର ଭିତରୁ ପାଖାପାଖି ୨୦ ଲକ୍ଷ ଘରେ ଏଲପିଜି ସଂଯୋଗ ଥିଲା । ରାୟଗଡା ଜିଲ୍ଲରେ ଅଢେଇ ଲକ୍ଷ ଘରୁ ମାତ୍ର ୪୨ ହଜାର ଘରେ ଏଲପିଜି ଥିଲା । ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ଲୋକଙ୍କ ଜୀବନ ଯାଉଥିଲା । ମାତ୍ର ଭାରତବର୍ଷ ମହିଳାମାନଙ୍କ ଏହି କଷ୍ଟକୁ ଦେଖି ଗରିବ ଘରୁ ଆସିଥିବା ମୋଦି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆରମ୍ଭ କଲୋ ୨୦୨୨ ସୁଦ୍ଧା ଏମିତି ଗୋଟିଏ ଗରିବ ଘର ଗରିବ ନାହିଁ, ଯାରେ ସ୍ୱଚ୍ଛ ଇନ୍ଧନ ନପହଂଚବା ଆଜି ୮ କୋଟି ଲକ୍ଷରୁ ୬ କୋଟି ୪୦ ଲକ୍ଷ ଦେଶରେ ଏଲପିଜି ସଂଯୋଗ ହୋଇସାରିଲାଣି । ସେହିପରି ମୋଦିଙ୍କ ୫ ବର୍ଷ ନହେଉଣୁ ଓଡିଶାରେ ମଧ୍ୟ ୨୦ ଲକ୍ଷରୁ ବଢି ଏଲପିଜି ସଂଯୋଗ ୭୬ ଲକ୍ଷ ୬୫ ହଜାରରେ ପହଂଚିଲାଣି । ରାୟଗଡା ଜିଲ୍ଲାରେ ୪୨ ହଜାରରୁ ବଢି ୧ ଲକ୍ଷ ୭୦ ହଜାରରେ ପହଂଚିଲାଣି । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଓଡିଶାରେ ୩୭ ଲକ୍ଷ ଏଲପିଜି କନେକ୍ସନ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ଏହି ସଂଖ୍ୟା ୯୬ ହଜାର ହେଲାଣି । ଏହି ସଂଖ୍ୟା ଖୁବ ଶୀଘ୍ର ୧ ଲକ୍ଷରେ ପହଂଚିଯିବ । ସାଢେ ୪ ବର୍ଷରେ ନରେନ୍ଦ୍ର ମୋଦି ମହିଳା ମାନଙ୍କ ପାଇଁ ଏକ ଅଭିନବ ଓ କ୍ରାନ୍ତିକାରୀ ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ନାଁରେ ଆରମ୍ଭ କରିଛନ୍ତି । ଗଗଣ୍ଡା ଅଂଚଳର ଗରିବ ମହିଳାଙ୍କ ମୁଁହରେ ହସ ଫୁଟୁ ଏହା ମୋଦି ସରକାରଙ୍କ ପ୍ରାଥମିକତା । କେବଳ ଏଲପିଜି କନେକ୍ସନ ନୁହଁ ଏଲପଜି ଦୋକାନ ମଧ୍ୟ ଅଧିକ ଖୋଲାଯାଇଛି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଗ୍ୟାସ ସିଲିଣ୍ଡର ପାଇଁ ଭାଇଜାଗ, ରାୟପୁର, ଝାରସୁଗୁଡା କିମ୍ବା ଭୁବନେଶ୍ୱରକୁ ଅପେକ୍ଷା କରିବାକୁ ପଡୁଥିଲା । ମାତ୍ର ସେ ଦାୟିତ୍ୱ ନେବା ପରେ ଦକ୍ଷିଣ ଓଡିଶାର ବିଶେଷତଃ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀରକୁ ପ୍ରାଥମିକତା ଦିଆଗଲା । ଗତ ୬ ମାସ ତଳେ ସେ ବଲାଙ୍ଗୀରକୁ ଆସି ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଂଟ୍ର ଆରମ୍ଭ କରିଥିଲେ । ଆଜି ପୁନର୍ବାର ରାୟଗଡାରେ ୯୧ କୋଟି ଟଙ୍କା ବ୍ୟୟରେ ଦିନକୁ ୧୪୦୦ ଏବଂ ବର୍ଷକୁ ୪୨ ଲକ୍ଷ ଏଲପିଜି ସିଲିଣ୍ଡର ଉତ୍ପାଦନ କରିବା ବିଶିଷ୍ଟ ଗୋଟିଏ ବଟଲିଂ ପ୍ଲାଂଟର ଶୁଭାରମ୍ଭ କରାଗଲା । ଆଗାମୀ ୨୦୨୦ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଏହା ଉପହାର ଅଟେ । କେବିକେର ବିକାଶ କେବଳ ଦିଲ୍ଲୀ ଓ ଭୁବନେଶ୍ୱରରେ ଭାଷଣ ଦେଲେ ହେବନାହିଁ । ଏହାକୁ କରି ଦେଖାଇବାକୁ ହେବ । ମୋଦିଙ୍କ ସରକାର ଶହଶହ କୋଟି ଟଙ୍କା ଖର୍ଚ କରି କେବିକେ ଅଂଚଳରେ ଦୁଇଟି ଏଲପିଜି ବଟଲିଂ ପ୍ଲାଂଟ ଆରମ୍ଭ କରିଛନ୍ତି । ପୂର୍ବରୁ ବଡବଡ ସହରରୁ ଏ ଅଂଚଳକୁ ମାଲ୍ ଆସୁଥିବା ବେଳେ ଏବେ ରାୟଗଡାରୁ ଦକ୍ଷିଣ ଓଡିଶାକୁ ମାଲ୍ ଯିବ । ଏଠାକାର ଟ୍ରକ୍ ସଂଖ୍ୟା ଓ ଚାଳକଙ୍କ ସଂଖ୍ୟା ବଢିବା ସହ ଏଠାକାର ଆଦିବାସୀ,ଦଳିତ,ପଛୁଆ ବର୍ଗର ଯୁବକ ମାଲିକ ବନିବ ଏବଂ ବ୍ୟବସାୟ କରି କେବିକେ ଅଂଚଳରେ ସମ୍ପନ୍ନତା ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ବଟଲିଂ ପ୍ଲାଂଟ ସେହି ପଦିଗରେ ମହତ୍ୱପୂଣ୍ଣ ପଦକ୍ଷେପ । ଉଡାନ ଯୋଜନାରେ ଜୟପୁରକୁ ବିମାନ ଆସିବା ପାଇଁ ଭାରତ ସରକାର ପଇସା ଦେଇଛନ୍ତି । ଏଥିପାଇଁ ତେଲ, ଆଭିଏସନ୍ ଓ ପେଟ୍ରୋଲର ଆବଶ୍ୟକତା ରହିଛି । ଜୟପୁରରେ ଏଥିପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ଶ୍ରୀ ପ୍ରଧାନ ତାଙ୍କ ମାଧ୍ୟମରେ ବିପିସିଏଲକୁ ନିର୍ଦ୍ଦେଶ ଦେଇ ସ୍ଥାୟୀ ଭାବେ ଜୟପୁର ଏୟାରପୋର୍ଟରେ ୨ କୋଟି ଟଙ୍କା ଖର୍ଚ୍ଚ କରି ଏୟାର୍ ଫୁଏଲ ସର୍ଭିସ୍ ଷ୍ଟେସନ ତିଆରି ହୋଇପାରିଛିା ଜୟପୁରରେ ୧୨ ମାସ ତଥା ୩୬୫ ଦିନ ଜୟପୁରରେ ମଧ୍ୟ ବିମାନସେବା ହୋଇପାରିବ ତାର ଦାୟିତ୍ୱ ଆଜି ଆରମ୍ଭ କରାଗଲା ।