ଆଇନ କାନୁନ

ଲୋକଙ୍କ ନିକଟତର ହେବା ପାଇଁ ପୋଲିସକୁ ନବୀନଙ୍କ ପରାମର୍ଶ

Published

on

ଭୁବନେଶ୍ୱର ୧୯/୧ : ଲୋକଙ୍କ ନିକଟତର ହେବା ଏବଂ ସେମାନଙ୍କ ଆସ୍ଥା ହାସଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବାହିନୀକୁ ପରାମର୍ଶ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ୩ ଦିନିଆ ଉଚ୍ଚ ପୋଲିସ ଅଧିକାରୀ ସମ୍ମିଳନୀର ଶେଷ ଦିବସରେ ଯୋଗଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସାଇବର ଅପରାଧ ବୃଦ୍ଧି ପାଉଥିବାବେଳେ ପୋଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଧିକ ବୈଷୟିକ ଜ୍ଞାନ ହାସଲ କରିବାକୁ ପଡ଼ିବ । ସରକାର ପୋଲିସ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଉଦଯାପନୀ ଉତ୍ସବରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଉଦବୋଧନ ଦେଇ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ପୋଲିସ ଅଧିକାରୀମାନଙ୍କୁ ସଚେତନ କରାଇଥିଲେ । ଏଥିରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଉଦବୋଧନ ଦେଇଥିଲେ । ସମ୍ମିଳନୀରେ ଆଇନ ଶୃଙ୍ଖଳା, ମାଓ ଦମନ, ସାଇବର ଅପରାଧ ଓ ଆଗାମୀ ନିର୍ବାଚନ ପରିଚାଳନା ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version