ରାଜନୀତି

ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବ ଦାସ

Published

on

ଭୁବନେଶ୍ୱର ୧୬/୧ : ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କୁ ଏଆଇସିସି ବହିଷ୍କାର କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି- ମୁଁ କେନ୍ଦୁଝରରେ ଅଛି । ନବ ଦାସ କେତେବେଳେ ଇସ୍ତଫା ଦେଇଛନ୍ତି ଜାଣିନାହିଁ । କିନ୍ତୁ ଦଳରୁ ବହିଷ୍କାର କରାଯାଇଛି ବୋଲି ମୁଁ ତାଙ୍କୁ ସକାଳୁ ଜଣାଇ ଦେଇଥିଲି । ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି ।
ଅପରପକ୍ଷରେ ନବ ଦାସ କହିଛନ୍ତି ଯେ, ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିରଞ୍ଜନ ପଟ୍ଟନାକୟଙ୍କ ସହ ତାଙ୍କ ସମ୍ପର୍କ ଭଲ । ସଭାପତିଙ୍କ ବିରୁଦ୍ଧରେ ତାଙ୍କର କୋ÷ଣସି ଅଭିଯୋଗ ନାହିଁ । ଝାରସୁଗୁଡ଼ା ଅଂଚଳବାସୀଙ୍କ ଉନ୍ନତି ପାଇଁ ସେ ବିଜେଡ଼ିରେ ଯୋଗଦେବେ । ଅଂଚଳବାସୀ ଚାହୁଁଥିବାରୁ ସେ ମଧ୍ୟ ବିଜେଡ଼ିରୁ ଏ ବର୍ଷ ନିର୍ବାଚନ ଲଢ଼ିବେ ବୋଲି ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version