ସମ୍ବଲପୁର ୫/୧ : ଆଲବମ ଅଭିନେତ୍ରୀ ସିମ୍ରନ ସିଂଙ୍କ ବିବାଦୀୟ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ ଧ୍ରୁବରାଜ ସୁନାଙ୍କ ବିରୁଦ୍ଧରେ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ତାଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା କରାଯାଉଛି । ଗତକାଲି ପୋଲିସ ତାଙ୍କୁ ଅଟକ ରଖି ଜେରା କରୁଥିବାବେଳେ ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ କରି ଗିରଫ କରିଛି । ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ ବୁର୍ଲା ନିକଟସ୍ଥ ମହାନଦୀ ପୋଲତଳୁ ସିମ୍ରନଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିଲା ।