କଟକ ୧୦/୧ : ସ୍ୟାଟ ପଦବୀ ପୂରଣ ଲାଗି ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ମଧ୍ୟରେ ଯେଭଳି ଏସବୁ ପୂରଣ ହେବ ସେଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଆରମ୍ଭ କରିବାକୁ କୋର୍ଟ କହିଛନ୍ତି । ସ୍ୟାଟରେ କେତେଗୁଡ଼ିଏ ପଦବୀ ଖାଲି ଥିବାରୁ ବିଚାର ପ୍ରକ୍ରିୟାରେ ଗୁରୁତର ସମସ୍ୟା ସୃଷ୍ଟି ହେଉଥିବା ଦର୍ଶାଯାଇ ହାଇକୋର୍ଟରେ ଏଥିନେଇ ଆବେଦନ କରାଯାଇଥିଲା ।