Connect with us

ଢ଼େଙ୍କାନାଳ ୩/୪ : ନୂଆ ଓ ପୁରୁଣା ମୁହଁ ମଧ୍ୟରେ ହେବ ଜୋରଦାର ଲଢ଼େଇ । ପୂର୍ବରୁ ବିଜେପି ଓ କଂଗ୍ରେସ ଟିକେଟ ଘୋଷଣା କରିଥିବା ବେଳେ ଗତକାଲି ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ । ତଥାଗତ ଶତପଥୀ ଏହି ଆସନରୁ ଲଗାତାର ୩ ଥର ନିର୍ବାଚିତ ହୋଇଥିବା ବେଳେ ଏଥର ଢ଼େଙ୍କାନାଳ ପାଇଁ ନୂଆ ମୁହଁ ଉପରେ ଭରସିଛନ୍ତି ବିଜେଡ଼ି ସୁପ୍ରିମୋ । ଢ଼େଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିଛନ୍ତି ପାଳଲହଡ଼ା ବିଧାୟକ । ମହେଶ ସାହୁଙ୍କୁ ଢ଼େଙ୍କାନାଳ ଲୋକସଭା ପ୍ରାର୍ଥୀ କରିଛି ବିଜେଡ଼ି । ରାଜନୀତି ପାଇଁ ନୂଆ ନହେଲେ ବି ଢ଼େଙ୍କାନାଳ ବାସୀଙ୍କ ପାଇଁ ନୂଆ ମୁହଁ ମହେଶ ସାହୁ ।
ଅନେକ କଳ୍ପନା ଜଳ୍ପନା ପରେ ଢ଼େଙ୍କାନାଳ ପାଇଁ ଗତକାଲି ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡ଼ି ସୁପ୍ରିମୋ । ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବା ପାଇଁ ଅନିଚ୍ଛା ପ୍ରକାଶ କରିବା ପରେ ଏଥର ଏହି ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରାଯିବ ସେଥିନେଇ କଳ୍ପନାଜଳ୍ପନା ଚାଲିଥିଲା । ଶେଷରେ ପାଳଲହଡ଼ା ବିଧାୟକ ମହେଶ ସାହୁଙ୍କୁ ନବୀନ ଦଳୀୟ ପ୍ରାର୍ଥୀ ଭାବେ ବାଛିଛନ୍ତି । ପୂର୍ବରୁ ବିଜେପିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ମହେଶ ସାହୁ । ଆଉ ବିଜେଡ଼ିରେ ମିଶିବା ପରେ ପାଳଲହଡ଼ା ବିଧାନସଭା ଆସନରୁ ଟିକେଟ ପାଇ ନିର୍ବାଚନ ଜିତିଥିଲେ ମହେଶ ସାହୁ । ଅନ୍ୟପଟେ ବିଧାୟକ ମହେଶ ସାହୁ ଢ଼େଙ୍କାନାଳ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ମନୋନୀତ ହେବା ପରେ ତାଙ୍କ ସ୍ଥାନରେ ମୁକେଶ ପାଲଙ୍କୁ ପ୍ରାର୍ଥୀ କରାଯାଇଛି । ଢେଙ୍କାନାଳ ଲୋକସଭା ଆସନରେ ଚଳିତ ଥର ବିଜେଡି ପ୍ରାର୍ଥୀ ମହେଶ ସାହୁ,ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଓ କଂଗ୍ରେସ ପ୍ରତ୍ୟାଶୀ କାମାକ୍ଷା ପ୍ରସାଦ ସିଂଦେଓଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ।
ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଗତଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ତଥାଗତ ଶତପଥୀଙ୍କ ଠାରୁ ୧,୩୭, ୩୪୦ ମାର୍ଜିନରେ ନିର୍ବାଚନ ହାରିଥିଲେ । ଏଥିରୁ ସ୍ପଷ୍ଟ ହେଉଛି ଢ଼େଙ୍କାନାଳରେ ବିଜେଡ଼ି ମଜଭୁତ ସ୍ଥିତିରେ ରହିଛି । ଅନ୍ୟପଟେ ଢ଼େଙ୍କାନାଳର ପୂର୍ବତନ ସାଂସଦ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପରେ ପୁଣି ଭରସା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଏହି ଆସନରେ କାମକ୍ଷା ପ୍ରସାଦ ସିଂଦେଓ ସର୍ବମୋଟ ୬ ଥର ନିର୍ବାଚନ ଜିତିଛନ୍ତି । ୫ ଥର କଂଗ୍ରେସ ଟିକେଟରୁ ଓ ଥରେ ସ୍ୱତନ୍ତ୍ର ପାର୍ଟି ତରଫରୁ ଢ଼େଙ୍କାନାଳ ଆସନ ହାତେଇ ସାରିଛନ୍ତି କାମକ୍ଷା । ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସ ପ୍ରାର୍ଥୀ କାମକ୍ଷା ପ୍ରସାଦ ସିଂଦେଓ ଢ଼େଙ୍କାନାଳ ପାଇଁ ନୂଆ ମୁହଁ ନୁହେଁ । ହେଲେ ଏହି ଦୁଇ ପୁରୁଖା ତଥା ଟାଣୁଆ ନେତାଙ୍କୁ ନିର୍ବାଚନୀ ଯୁଦ୍ଧରେ ଟକ୍କର ଦେବାପାଇଁ ମହେଶ ସାହୁଙ୍କୁ ମୈଦାନକୁ ଆଣିଛନ୍ତି ବିଜେଡ଼ି ସୁପ୍ରିମୋ ।
ସୂଚନାଯୋଗ୍ୟ ୨୦୦୪ରୁ ୧୦୧୪ ପର‌୍ୟ୍ୟନ୍ତ ବିଜେଡ଼ି ହାତରେ ରହିଛି ଢ଼େଙ୍କାନାଳ ଲୋକସଭା ଆସନ । ନବୀନ ପଟ୍ଟନାୟକଙ୍କ ଉପରେ ଭରସା କରିଛନ୍ତି ଢ଼େଙ୍କାନାଳ ବାସୀ । ଢ଼େଙ୍କନାଳର ପୂର୍ବତନ ଫଳାଫଳ ଦେଖିାବାକୁ ଗଲେ ସ୍ପଷ୍ଟ ଜଣାପଡ଼ୁଛି ଏହି ଆସନରେ ବିଜେଡ଼ି ଓ କଂଗ୍ରେସ ନିଜର ପତିଆରା ଦେଖାଇଛ ନ୍ତି । ପୂର୍ବରୁ କଂଗ୍ରେସର ସ୍ଥିତି ସୁଦୃଢ଼ ଥିବା ବେଳେ ୨୦୦୪ରୁ ଶତପଥୀଙ୍କ ଉପରେ ଭରସିଥିଲେ ଢ଼େଙ୍କାନାଳ ବାସୀ । ତିନି ଥରର ସାଂସଦ ତଥାଗତ ଶତପଥୀଙ୍କ ବଦଳରେ ଏଥର ମହେଶ ସାହୁ ଢ଼େଙ୍କାନାଳରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ରେ ବିଜେଡ଼ି ଟିକେଟରୁ ପାଳଲହଡ଼ା ବିଧାନସଭା ନିର୍ବାଚନ ଜିତିଥିଲେ ମହେଶ ସାହୁ । ବିଜେଡ଼ି ଟିକେଟରୁ ନିର୍ବାଚନ ଲଢ଼ିବା ପୂର୍ବରୁ ବିଜେପିରୁ ୩ ଥର ବିଧାୟକ ହୋଇସାରିଛନ୍ତି ମହେଶ ସାହୁ ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions