Connect with us

ଡାଇବେଟିସ୍‌ ଏକ ରୋଗ ନୁହେଁ। କିନ୍ତୁ ସବୁ ରୋଗର ଜନନୀ। ଏହା ଏପରି ଏକ ଶାରୀରିକ ଅବସ୍ଥା ଯାହା ଧିରେ ଧିରେ ମଣିଷକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ। ଡାଇବେଟିସ୍‌ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନ୍‌ସୁଲିନ୍‌ ତିଆରି ବନ୍ଦ ହୋଇଯାଏ।

Continue Reading
Click to comment

Leave a Reply

Your email address will not be published. Required fields are marked *

ଜୀବନଚର୍ଯ୍ୟା

ଲକଡାଉନ ସମୟରେ କେନ୍ଦ୍ରମନ୍ତ୍ରୀ ପାଶ୍ୱନଙ୍କ ଦାଢି ଚିନ୍ତା

Published

on

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଲାସ ପାଶ୍ୱନ ଙ୍କ ଦାଢି ତାଙ୍କ ଗେଟଆପର ଏକ ସିଗନେଚର କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଗତ ସତୁରୀ ଦଶନ୍ଧିର ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଦୋ ରାସ୍ତେରେ ସେତବେଳର ସୁପରଷ୍ଟାର ରାଜେଶ ଖାନ୍ନା ମୁହଁରେ ଛୋଟ ଛୋଟ ଦାଢି ରଖି ଏକ ନୂଆ ଷ୍ଟାଇଲ ଭାରତୀୟ ଯୁବ ପିଢି କୁ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ପାଶ୍ୱନ ରାଜେଶ ଖାନ୍ନାଙ୍କ ଠାରୁ ଦାଢ଼ି ରଖିବା ଷ୍ଟାଇଲ ଅନୁକରଣ କରିଛନ୍ତି କି ନା ଜଣା ନାହିଁ । ହେଲେ ବର୍ତ୍ତମାନ ସମୟରେ ଦାଢୀକୁ ନେଇ ପାଶ୍ୱନ ଚିନ୍ତାରେ ଅଛନ୍ତି । ଲକଡାଉନ ପାଇଁ ସ୍ପା, ପାର୍ଲର, ସାଲୁନ ସବୁ ବନ୍ଦ । ଦାଢି ଟ୍ରିମ କରିବାର ଉପୟ ନାହିଁ ।

ହେଲେ ପାଶ୍ୱନ ବର୍ତ୍ତମାନ ଏକ ହେଅର ଡ୍ରେସର ପାଇଛନ୍ତି ।

ପୁଅ ଚିରାଗ ପାଶ୍ୱନ ବାପାଙ୍କର ଦାଢି ଟ୍ରିମ କରି ଦେଉଛନ୍ତି ।
ସାଂସଦ ପୁତ୍ର ଏକ ଟ୍ରିମର ସାହାଯ୍ୟରେ ବାପାଙ୍କର ଦାଢି ସାଇଜ଼ କରୁଥିବାର ଏକ ଭିଡ଼ିଓ ଛାଡି ଚିରାଗ ଚର୍ଚ୍ଚାରେ ଅଛନ୍ତି ।
ଯୁବ ପାଶ୍ୱନ କହିଛନ୍ତି ଯେ “କରୋନା ଲକଡାଉନର ଏହି କଠିନ ସମୟର ମଧ୍ୟ ଏକ ଭଲ ଦିଗ ରହିଛି । ମୋର ଏଭଳି ଏକ ଦକ୍ଷତା ସମ୍ପର୍କରେ ଲକଡାଉନ ହିଁ ମୋତେ ଶିଖାଇଛି । କରୋନା ବିରୁଦ୍ଧରେ ଏହି ନିର୍ଣ୍ଣାୟକ ଲଢ଼େଇ ସମୟରେ କେତକ ସୁନ୍ଦର ସ୍ମୃତି ସାଉଁଟିବାର ବେଳ ଆସିଛି ।”

Continue Reading

ଜୀବନଚର୍ଯ୍ୟା

୧୦୭ ବର୍ଷ ବୟସରେ ୧୦୭ ପ୍ରକାର ଚୁଟି କାଟୁଛନ୍ତି ଆନ୍ଥୋନୀ

Published

on

କୁହାଯାଏ କି ବୟସର ଏକ ସୀମା ଅଛି, ଏହାପରେ ମଣିଷ କର୍ମ ଜୀବନରୁ ଅବସର ନେଇଯାଏ । କାମ କରିବାର କ୍ଷମତା କମିଯାଏ । ହେଲେ କ’ଣ ? ଆପଣ ବିଶ୍ୱାସ କରିବେ ! ଦୁନିଆଁର ସବୁଠାରୁ ବୁଢା ବାରିକ ହେଉଛନ୍ତି ଆନ୍ଥୋନୀ ମେନ୍ସିନେଲି । ୧୦୭ବର୍ଷ ବୟସରେ ସେ ଲୋକଙ୍କ ପାଇଁ ଫୁଲ ଟାଇମ୍ ହେୟାର କଟ୍ କରୁଛନ୍ତି । ହଁ ଆପଣ ଜାଣି ଚମକି ଯାଇଥିବେ ନିହାତି, କିନ୍ତୁ କଥାଟି ସତ! ଆମେରିକାର ନ୍ୟୁର‌୍ୟକ ସହରର ୧୦୭ ବର୍ଷ ଧରି ଆନ୍ଥୋନୀ ମେନ୍ସିନେଲି ଆଜି ବି ଲୋକଙ୍କ ଚୁଟି କାଟୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ, ଲୋକମାନେ ନୂଆ ନୂଆ ହେୟାର କଟ୍ ପାଇଁ ନିଜେ ତାଙ୍କ ପାଖକୁ ଆସିଥାନ୍ତି । ଆନ୍ଥୋନୀ ମେନ୍ସିନେଲି ପାଖାପାଖି ୧୧ ବର୍ଷ ବୟସରୁ ଏହି ସହରରେ ସେଲୁନ ଚଳାଉଛନ୍ତି । ୨୦୦୭ ମସିହା ୯୬ ବର୍ଷରେ ସେ ଗୀନିଜ ୱାର୍ଲ୍ଡ ରେକର୍ଡ ବନାଇଥିଲେ । ଦୁନିଆର ସବୁଠାରୁ ବୁଢା ବାରିକ ଉପାଧି ମଧ୍ୟ ସେ ପାଇଛନ୍ତି । ତାଙ୍କ ବଢୁଥିବା ବୟସ ବି ତାଙ୍କ କାମରେ ବାଧକ ସାଜି ନାହିଁ । ମେନ୍ସିନେଲି କହନ୍ତି, “ମୋର କିଛି ଗ୍ରାହକ ଅଛନ୍ତି, ଯାହାର ପିତା, ଦାଦା ଓ ପରଦାଦା ସହିତ ଚାରି ପୀଢୀର ଲୋକଙ୍କ ଚୁଟି କାଟିଛନ୍ତି” । ମେନ୍ସିନେଲି ଆହୁରି ମଧ୍ୟ କହିନ୍ତି ସେ ସନ୍ତୋଷ ଜନକ ଭାବେ ଏହି କାମ କରି ଆସୁଛନ୍ତି । ଆଜି ପର୍ଯ୍ୟନ୍ତ ସେ କେବେ ନିଶା ଦ୍ରବ୍ୟ ମଧ୍ୟ ଗ୍ରହଣ କରି ନାହାଁନ୍ତି । ଏହି କାରଣରୁ ସେ ଏଇ ବୟସରେ ମଧ୍ୟ ଏତେ ଅଧିକ କାମ କରି ପାରୁଥିବା କହିଥାନ୍ତି । ଅଧିକ କାମ କରିବାର ଆଉ ଏକ କାରଣ ଥିବା କହନ୍ତି । ସେ କୁହନ୍ତି ତାଙ୍କ ସ୍ତ୍ରୀ ୧୪ ବର୍ଷ ପୂର୍ବେ ୭୦ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ସେ ନିଜକୁ ଉତ୍ସାହିତ ରଖିବା ପାଇଁ କାମ ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ମେନ୍ସିନେଲି କାମକୁ ଆସିବା ପୂର୍ବରୁ ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀଙ୍କ ସମାଧିକୁ ଯାଇଥାନ୍ତି ।

Continue Reading

ଜୀବନଚର୍ଯ୍ୟା

ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମାଂସ ବରା

Published

on

ଆବଶ୍ୟକ ସାମଗ୍ରୀ:  ଛେଳି ମାଂସର କିମା, ବ୍ରେଡ୍,ରସୁଣ,ଅଦା,ପିଆଜ, କଂଚାଲଙ୍କା,ଲବଙ୍ଗ,ଅଳେଇଚ,ଡାଲଚିନି,ତେଲ,ଲୁଣ ଏବଂ ହଳଦୀ ।

ପ୍ରଣାଳୀ- ଛେଳି ମାଂସକୁ ନେଇ ବହୁତ ପ୍ରକାର ଡିସ୍ ଆପଣ ଖାଇଥିବେ । ତେବେ ଛେଳି ମାଂସରେ ବରା ଭଳି ଏକ ସ୍ୱାଦିଷ୍ଟ ଡିସ୍ ଆପଣ ଘରେ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ ।ପାଣିରେ ବ୍ରେଡକୁ କିଛି ସମୟ ଭିଜାଇ ଦିଅନ୍ତୁ । ଏହାପରେ ମାଂସ ସହିତ ବ୍ରେଡକୁ ଭଲଭାବରେ ଚକଟି ଦିଅନ୍ତୁ ।
ଏବେ କଡେଇରେ ତେଲ ଗରମ ହେବା ପରେ ଚକଟିଥିବା ବ୍ରେଡ ଏବଂ ମାଂସର ମିଶ୍ରଣକୁ ଛୋଟ ଛୋଟ ବରା ଆକାରରେ ଛାଣନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମାଂସ ବରା । ଏହାକୁ ସସ୍ କିମ୍ବା ଚଟଣୀ ସହ ଖାଇପାରିବେ ।

 

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions