Connect with us

ଭୁବନେଶ୍ୱର ୧୨/୪ : ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
ଏହି ନୂଆ ଭୋଟର ଏବେ ଏକ ନିର୍ଣାୟକ ଭୂମିକା ନେଇପାରନ୍ତି । ହାତରେ ସ୍ମାର୍ଟ ଫୋନ୍ ସାଙ୍ଗକୁ ଏମାନେ ଖବର ପାଇଯାଉଛନ୍ତି ସ୍ମାର୍ଟ ଫୋନରେ । କହିବାକୁ ଗଲେ ହାତରେ ରହୁଛିି ଟିଭି । ୧୮ରୁ ୨୫ ବର୍ଷର ଏହି ଭୋଟରମାନେ କେବଳ ମୁଖ୍ୟସ୍ରୋତ ମିଡିଆ ନୁହେଁ, ସୋସିଆଲ ମିଡିଆରୁ ବି ଖବର ପରଖି ଦେଖୁଛନ୍ତି ।
ଭାରତରେ ଏବେ ୪୩ କୋଟି ଲୋକଙ୍କ ହାତରେ ରହିଛି ସ୍ମାର୍ଟ ଫୋନ୍ । ୨୦୧୪ ନିର୍ବାଚନରେ ୫୪୩ଟି ଲୋକସଭା ଆସନରୁ ମାତ୍ର ୫ ପ୍ରତିଶତ ଭୋଟ୍ ବ୍ୟବଧାନରେ ଜିତିଥିଲେ ୯୨ ସାଂସଦ । ଜେନ୍-ଜେଡରେ ଏହି ଭୋଟରଙ୍କ ସଂଖ୍ୟା ହେଉଛି ଦେଶର ମୋଟ ଭୋଟରଙ୍କର ୯ ପ୍ରତିଶତ । ତେଣୁ ଏମାନେ ଯେ ଭୋଟରେ ଏକ ନିର୍ଣାୟକ ଭୂମିକା ନେବେ ତାହା ଅସ୍ୱୀକାର କରିହେବ ନାହିଁ ।
ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions