Connect with us

ଭୁବନେଶ୍ୱର: ମହାମାରୀର ବିଭୀଷିକା ପାଇଁ ଅନ୍ୟକୁ ଦୋଷ ଦିଅ ନାହିଁ । ଏହି କଥା କହିଛନ୍ତି ଇଟଲୀୟ ଔପନ୍ୟାସିକା ଫ୍ରାନ୍ସସେସ୍କା  ମିଲାନ୍ଦ୍ରୀ ।

କରୋନା ମହାମାରୀର ଭୟାବହ ପରିପ୍ରେକ୍ଷୀରେ ଭାରତ ପାଇଁ ଏକ ବାର୍ତ୍ତା ଦେଇ ମିଲାନ୍ଦ୍ରୀ କହିଛନ୍ତି, ” ତୁମର ଭୟ ଓ ଆଶଙ୍କା ପାଇଁ ଅନ୍ୟକୁ କାହାରିକୁ ବା କୌଣସି ଗୋଷ୍ଠୀକୁ ଦୋଷ ଦେବା ପାଇଁ କେହି ଯେମିତି ତୁମକୁ ପ୍ରବର୍ତ୍ତାଇବାରେ ସଫଳ ନ ହେଉ। ଯଦି କୌଣସି ସରକାର, କ୍ଷମତାସୀନ ମଣିଷ ବା ଧର୍ମସଂସ୍ଥାନ ଯଦି ପ୍ରତିପାଦନ କରିବାକୁ ଚାହୁଁଥାଏ ଯେ ଗୋଷ୍ଠୀ ବିବାଦ ହିଁ ସଂକ୍ରମଣ ରୋକିବାର ରାସ୍ତା, ତାହେଲେ ସେମାନେ ଭାଇରସ ନୁହେଁ ବରଂ ଗଣତନ୍ତ୍ର ବିରୁଦ୍ଧରେ ଲଢେଇ କରିଛନ୍ତି । ଏବଂ ସେମାନଙ୍କର ଲକ୍ଷ୍ୟ କ୍ଷମତାକୁ ଜାବୁଡି ଧରିବା, ଜନସ୍ୱାସ୍ଥ୍ୟକୁ ସୁରକ୍ଷା ଦେବା ନୁହେଁ ।”

ଇଟାଲୀର ରୋମ ସହରରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ ସମୟ ଧରି ଲକଡାଉନରେ ପିଡୀତ ଔପନ୍ୟାସିକା ମିଲାନ୍ଦ୍ରୀ ସମ୍ପ୍ରତି ‘ଦ ଗରଦିଅନ’ ସମ୍ବାଦପତ୍ରରେ କରୋନା ମହାମାରୀରେ ଆକ୍ରାନ୍ତ    ଇଉରୋପୀୟବାସୀଙ୍କ ପାଇଁ  ଏକ ଚିଠି ଲେଖି ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି।

” ମହାମାରୀଉତ୍ତୋର କାଳରେ ସବୁ କିଛିର ପରିବର୍ତନ ହୋଇଯିବ । ତେବେ ପୃଥିବୀର ସ୍ଥିତି କଣ ହେବ ତାହା ବର୍ତମାନ କହିବା ସମ୍ଭବ ନୁହେଁ । ଯଦି ବି କେହି ଏହି ଭବିଷ୍ୟତ ସମ୍ପର୍କରେ କହୁଥାଏ ତାହାହେଲେ ସେ ବିଶ୍ୱରେ ବର୍ତମାନ କଣ ଘଟୁଛି ତାହା ଠିକଭାବେ ବୁଝି ନାହିଁ । ”

” ମୁଁ କେବଳ ଏତିକି ଦେଖି ପାରୁଛି ଯେ, ସବୁକିଛି ଭିନ୍ନ ହୋଇଯିବ । ଆମର ସମାଜ, ବିଶ୍ୱର ଭୂ-ରାଜନୈତିକ ଶକ୍ତି ଭିତରେ ଥିବା ସମ୍ପର୍କ, ପଂଜୀବାଦର ଭୂମିକା, ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣା ସହ ରାଜନୀତିର ସମ୍ପର୍କ, ବନ୍ୟଜନ୍ତୁଙ୍କ ଠାରୁ ମଣିଷକୁ କରୋନା ଭୂତାଣୁ ସଂକ୍ରମିତ ହେବା ଖବର ପରିପ୍ରେକ୍ଷୀରେ ମଣିଷ ଏବଂ ପ୍ରାକୃତିକ ପରିବେଶ ତଥା ପୃଥିବୀର ଇକୋଲୋଜିର ସମ୍ପର୍କରେ ପରିବର୍ତ୍ତନ ଘଟିବ।”

ମହାମାରୀରୁ ମାନବ ସମାଜକୁ ରକ୍ଷା କରିବା ଦିଗରେ ସାହିତ୍ୟର ଏକ ଯାଦୁଗରୀ ଭୂମିକା ରହିଛି ବୋଲି ମିଲାନ୍ଦ୍ରୀ କହିଛନ୍ତି ।      “ତହାହିଁ ପ୍ରକୃତରେ ସାହିତ୍ୟର ଯାଦୁ: ଅନ୍ୟ ଏକ ମଣିଷର ଜୀବନ ଯାହା ଜଣେ ହୁଏତ ଜୀଇଁ ପାରିବନି ବା ନିଜେ ସେହିଭଳି ଏକ ଜୀବନ ଜୀଇଁବାକୁ ଚାହିଁବନି ସେହିଭଳି ମଣିଷ ସହ ନିଜକୁ ଚିହ୍ନିବାର, ସହାନଭୂତି ଦେଖାଇବାର ସମ୍ଭାବନା, ଆଉ ନିଜର ନିକଟ ପହଞ୍ଚ ବାହାରେ ଥିବା ଅନ୍ୟ ଏକ ମଣିଷର ଅନୁଭୂତିକୁ ଦେଖିବା ।”

” ଏବଂ ଯଦି କୌଣସି ସମୟ ଥାଏ ଯେତେବେଳେ ସହିତ୍ୟର ଶକ୍ତି ବିଶ୍ୱ ସମୁଦାୟର ସମବେଦନାକୁ ସାଉଁଟିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ ତାହା ବର୍ତ୍ତମାନର ଏହି ସମୟ।”

 

 

 

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

ସାହିତ୍ୟ ମାସିକୀ: ସଫଳ ଗଳ୍ପ ରଚନା ପାଇଁ ଗବେଷଣା ଆବଶ୍ୟକ :ପ୍ରଦୋଷ ମିଶ୍ର

Published

on

ଭୁବନେଶ୍ୱର: ବୃତ୍ତି ଓ ପ୍ରବୃତ୍ତିରେ ଯଥାର୍ଥ ଅଂଶୀଦାର ହୋଇ ନିଜର ତଥା ଅନୁଭବର ସମନ୍ୱୟରେ ଭଲ ଗପ ଉତୁରିଥାଏ | ସଫଳ ଗଳ୍ପ ରଚନା ନିମନ୍ତେ ଗବେଷଣା କରିବା ମଧ୍ୟ ଜରୁରୀ ବୋଲି ବିଶିଷ୍ଟ କଥାଶିଳ୍ପୀ ପ୍ରଦୋଷ ମିଶ୍ର ଉଲ୍ଲେଖ କରିଛନ୍ତି |

ଆଜି ସନ୍ଧ୍ୟାରେ ଭୁବନେଶ୍ବର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ “ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଲେ ଯେ ପରିବେଶରୁ ଚରିତ୍ରମାନେ ଆସନ୍ତି ଓ ସତ୍ୟ ସହିତ କଳ୍ପନାର ମିଶ୍ରଣରେ ଭଲ ଗପ ସୃଷ୍ଟି ହୋଇପାରେ | ସେ ତାଙ୍କ ସୃଜନ ଯାତ୍ରାର ବିବରଣୀ ପ୍ରଦାନ କରିଥିଲେ |

ଅନୁଷ୍ଠାନର ଉପସଭାପତି ମିନତି ଦାଶ (ମାନୀ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସହ କଥାଶିଳ୍ପୀ ମୌସୁମୀ ଦାସ କଥାବାର୍ତ୍ତା କରିଥିଲାବେଳେ ସର୍ବଶ୍ରୀ ନନ୍ଦ କିଶୋର ବିଶ୍ୱାଳ, ଶ୍ୟାମାକିଙ୍କର ମହାନ୍ତି ଓ ସତ୍ୟରଞ୍ଜନ ପ୍ରହରାଜ ବିଭିନ୍ନ ପ୍ରଶ୍ନ ପଚାରିରଥିଲେ | ଯୁବ କଵି ରଶ୍ମିତା ବେହେରା “ଏ ମାସର କଵି ” ହିସାବରେ ଉପସ୍ଥିତ ରହି ସ୍ୱରଚିତ ଲେଖା ପାଠ କରିଥିଲେ |

ପରେ ଅଧ୍ୟାପିକା ଡ଼. ସଂଯୁକ୍ତା ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଉଷାରାଣୀ ଆଚାର୍ଯ୍ୟ, ଗୋଲକ ରାଉତ,ମନମୋହନ ମିଶ୍ର, ନିରୁପମା ରଥ, ବାସନ୍ତୀ ତ୍ରିପାଠୀ, ପ୍ରକାଶ ବେହେରା, ପିତାମ୍ବର ଭୋଇ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ, ରଜନୀକାନ୍ତ ପଟ୍ଟନାୟକ, ତପନ ରଥ, ମିହିରକାନ୍ତି ଦାଶ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡା, ଅଶୋକ ସିଂହ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ରଶ୍ମି ଦାସ, ସଂତାପ ଜେନା, ଧ୍ରୁବଚରଣ ସେଠୀ, ସୁଶାନ୍ତ ଷଡ଼ଙ୍ଗୀ, ଜୀବନକୃଷ୍ଣ ମିଶ୍ର, ଶୀତଳ ମିଶ୍ର, ପବିତ୍ର ମୋହନ ବାରିକ, ଅନୁସୂୟା ବାରିକ, ସ୍ୱର୍ଣ୍ଣଲତା ମହାପାତ୍ର, କବିତା ମିଶ୍ର, କ୍ଷେତ୍ରମୋହନ ଦାସ, ଅରୁଣା କର ଓ ପ୍ରିୟରଞ୍ଜନ ସାହୁ ପ୍ରମୁଖ ନିଜ ଲେଖା ଆବୃତ୍ତି କରିଥିଲେ | ଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading

ସାହିତ୍ୟ

ସାହିତ୍ୟ ମାସିକୀ:  ‘ଦୁଃଖ ଓ ନିଃସଙ୍ଗତାରୁ ସୃଜନ ସମ୍ଭବ ” : କବିତା ବାରିକ 

Published

on

ଭୁବନେଶ୍ୱର: ସାଧାରଣ ମଣିଷମାନଙ୍କୁ ମୋ ଲେଖାରେ ଚରିତ୍ର କରେ ଓ ସତ୍ୟର ପରଦା ଉଠାଇବାକୁ ଚେଷ୍ଟା କରେ ବୋଲି କଥାଶିଳ୍ପୀ ଡ଼. କବିତା ବାରିକ ଉଲ୍ଲେଖ କରିଛନ୍ତି | ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ

‘ସାହିତ୍ୟ ମାସିକୀ ‘ କାର୍ଯ୍ୟକ୍ରମରେ ଯୋଗଦେଇ ‘ମୋ ଜୀବନ, ମୋ ସୃଜନ’ ଶୀର୍ଷକ ବକ୍ତବ୍ୟ ରଖି କହିଲେ ଯେ ଦୁଃଖ ଓ ଅସହାୟତା

ସେ ତାଙ୍କ ଲେଖାରେ ଉପସ୍ଥାପିତ କରିଛନ୍ତି | ସେ ମୃତ୍ୟୁକୁ ନିକଟରୁ ଅନୁଭବ କରିଛନ୍ତି ବୋଲି ଦର୍ଶାଇ ତାଙ୍କ ସାହିତ୍ୟ ଯାତ୍ରା ବାବଦରେ ବିଶଦ ବିବରଣୀ ଦେଇଥିଲେ |

କଥାକାର ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ “ଏ ମାସର କଵି ” ହିସାବରେ ନିହାର ରଞ୍ଜନ ପରିଡା ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ | ଡ଼. ଅଶୋକ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥୁଲେ|

ପରେ ଆୟୋଜିତ କବିତା ପଠୋତ୍ସବରେ ଅଧ୍ୟାପିକା ମାନିନୀ ଜେନା ଓ କ୍ଷଣପ୍ରଭା ମହାନ୍ତି ସଂଯୋଜନା କରିଥିବାବେଳେ କୁମୁଦିନୀ ଜୀ, ଜୟ ନାରାୟଣ ନନ୍ଦ, ମିନତି ମିଶ୍ର, ଶ୍ୟାମା କିଙ୍କର ମହାନ୍ତି, ମିହିରକାନ୍ତି ଦାଶ, କଣ୍ଡୁରୀ ନାୟକ, ପବିତ୍ର ବାରିକ, ଲଷ୍ମୀଧର ଦାଶ, ପ୍ରିୟରଞ୍ଜନ ସାହୁ, ଅକ୍ଷୟ ସାହୁ,ପ୍ରମୋଦ ପ୍ରଧାନ,

ଦିଲ୍ଲୀପ ନାୟକ, ଶର୍ମିଷ୍ଠା ମହାପାତ୍ର, ବାସନ୍ତୀ ତ୍ରିପଠୀ, ବିରଞ୍ଚି ଶତପଥୀ, ସୁଶାନ୍ତ ଷଡ଼ଙ୍ଗୀ, ନିରୁପମା ରଥ, ଇତିଶ୍ରୀ ପତି, କଳ୍ପନା ମହାରଣା, ନବୀନ ଦାସ, ଅଲେଖ ରାଉତ, ଅଶୋକ ବେହେରା, ନମିତା ପାଇକରାୟ, ମନମୋହନ ମିଶ୍ର, ସଞ୍ଜୁଲତା ମହାନ୍ତି, ଅଳକା ରାୟ ଓ ଶୈଳେନ୍ଦ୍ର ଜେନା ପ୍ରମୁଖ ଲେଖା ପାଠ କରିଥିଲେ |

ଆରମ୍ଭରେ ବିଶିଷ୍ଟ ପ୍ରାବନ୍ଧିକ ଓ ସମ୍ପାଦକ ପ୍ରଫେସର ରବି ଶଙ୍କର ମିଶ୍ରଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading

ସାହିତ୍ୟ

‘ସୁରେଶ ସମାବେଶ’ରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

Published

on

ଭୁବନେଶ୍ୱର: ବିଶିଷ୍ଟ ଲେଖକ, ଗବେଷକ, ନାଟ୍ୟକର୍ମୀ ଓ ଲୋକସଂସ୍କୃତି ବିଶେଷଜ୍ଞ ସୁରେଶ ବଳବନ୍ତରାୟଙ୍କ ୭୧ତମ ଜନ୍ମତିଥି ଅବସରରେ ଆୟୋଜିତ ‘ସୁରେଶ ସମାବେଶ’ରେ ସଂସ୍କୃତି ଗବେଷକ ଡ. ସୁଧୀର କୁମାର ସାହୁଙ୍କୁ ‘ସୁରେଶ ସୃଜନ ସମ୍ମାନ’ ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ ସୁରେଶ ବଳବନ୍ତରାୟ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ସାହିତି୍ୟକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସ୍ୱର୍ଗତ ବଳବନ୍ତରାୟ ଓଡ଼ିଆ ସ୍ୱାଭିମାନ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସ୍ମରଣୀୟ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଡ. ହରେକୃଷ୍ଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଶିଷ୍ଟ ଗବେଷକ ତଥା ଲେଖକ ଡ. ଚିତ୍ରସେନ ପଶାୟତ ସ୍ମାରକ ବକ୍ତୃତା ପ୍ରଦାନପୂର୍ବକ ‘ଊନବିଂଶ ଶତାବ୍ଦୀରେ ସମ୍ବଲପୁର ଆନ୍ଦୋଳନରେ ଆଦିବାସୀଙ୍କ ଯୋଗଦାନ: ଲଖନପୁର ଓ ଘେଁସ ଜମିଦାର ପରିବାର’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରସାଦ ହରିଚନ୍ଦନ ମୌଖିକ ସାହିତ୍ୟରେ ଜାତି ବା ଜନଜୀବନର ଭାବ ସମ୍ପଦ ଭରି ରହିଛି ଏବଂ ଲୋକସଂସ୍କୃତିର ବିଶେଷ ବ୍ୟାଖ୍ୟା ଦରକାର ବୋଲି ଉଲ୍ଲେଖ କରିଥିଲେ ।

ପ୍ରାରମ୍ଭରେ ସ୍ୱର୍ଗତ ବଳବନ୍ତରାୟଙ୍କ ଫଟୋଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଫାଉଣ୍ଡେସନ୍‌ର ସଦସ୍ୟ ବିଶିଷ୍ଟ କବି ଶ୍ରୀ ରକ୍ଷକ ନାୟକ ସ୍ୱାଗତ ସୂଚନା ଓ ପରିଚୟ ପ୍ରଦାନ କରିଥିଲେ । ଫାଉଣ୍ଡେସନ୍‌ର ସଂପାଦିକା ଅଧ୍ୟାପିକା ଡ. ଅନ୍ୟା ଅନୁରୂପା ବିବରଣୀ ଉପସ୍ଥାପନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ସୁରେଶ ବଳବନ୍ତରାୟଙ୍କ ସଂପାଦିତ ନବଘନ ପରିଡ଼ା ବିରଚିତ ‘ଭାରତ ଲୀଳା (ଦ୍ୱାରୀ ଲୀଳା)’ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପୁସ୍ତକର ପ୍ରକାଶକ ଶ୍ରୀ ସୁଧୀର ମଉଡ଼ମଣି ଉପସ୍ଥିତ ଥିଲେ । ‘ସୁରେଶ ସୃଜନ ସମ୍ମାନ’ର ପ୍ରାପକ ଡ. ସାହୁ ସମ୍ବର୍ଦ୍ଧନାର ଉତ୍ତର ରଖିଥିବାବେଳେ ଅଧ୍ୟାପିକା ଡ. ଶାଶ୍ୱତୀ ଜେନା ମାନପତ୍ର ପାଠ କରିଥିଲେ । ଶେଷରେ ଫାଉଣ୍ଡେସନ୍‌ର ସଦସ୍ୟ ଭାଷାବିଜ୍ଞାନୀ ଡ. ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଦସ୍ୟ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ନୃତ୍ୟଗୁରୁ ଡ. ପ୍ରତିଭା ପଣ୍ଡା, ପବିତ୍ର ପ୍ରଧାନ, ରୁନା ପଣ୍ଡା, ପ୍ରଫେସର ବିଜୟ ମହାନ୍ତି, ପି.ସି. ଧୀର, ବିଶିଷ୍ଟ ସ୍ତମ୍ଭକାର ଭାସ୍କର ପରିଚ୍ଛା, କଥାକାର ଅଜୟ ସ୍ୱାଇଁ, ସମାଲୋଚକ ଡ. ସନ୍ତୋଷ ତି୍ରପାଠୀ, ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ, କଥାକାର ଆଭାସ ବରାଳ, ସନ୍ଧ୍ୟାବତୀ ପ୍ରଧାନ, କଥାକାର ପରେଶ ପଟ୍ଟନାୟକ, ଚିତ୍ରଶିଳ୍ପୀ ରାମହରି ଜେନା, ବୀଣାପାଣି ଚୌଧୁରୀ, ସଂଗୀତକାର ସୀମନ୍ତ ମହାନ୍ତି ଓ ଅନୁବାଦକ ବଙ୍ଗାଳୀ ନନ୍ଦଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ସଂସ୍କୃତିକର୍ମୀ ଓ ଶିଳ୍ପୀ ଉପସ୍ଥିତ ଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions