Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Top News

ଭୁବନେଶ୍ୱରରେ ବର୍ଦ୍ଧିତ ହୋଲଡିଂ ଟିକସ ବିରୋଧରେ ପ୍ରତିବାଦ ପାଇଁ କଂଗ୍ରେସର ପ୍ରସ୍ତୁତି

Published

on

ଭୁବନେଶ୍ୱର:କଂଗ୍ରେସର ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ମନ୍ତ୍ରୀ ଗଣେଶ ବେହେରା ଆଗାମୀ ଦିନରେ ତାଙ୍କ ଦଳ ରାଜଧାନୀ ରେ ହୋଲଡିଂ ଟିକସ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବା ବୋଲି କହିଛନ୍ତି।

“ବର୍ତମାନ ବି.ଏମ୍‌.ସି. ମନମୁଖୀ ହୋଲଡିଂ ଟ୍ୟାକ୍ସ ଆଦାୟ କରିଚାଲିଛି । ଫଳରେ ସାଧାରଣ ଲୋକମାନେ ବହୁତ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଏହି କରୋନା ମହାମାରୀ ସମୟରେ ସାଧାରଣ ଲୋକଟିଏ ଜୀବିକା ବଂଚେିବା ପାଇଁ ଜୀବନ ସହ ସଂଘର୍ଷ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମନୋମୁଖୀ ହୋଲଡିଂ ଟ୍ୟାକ୍ସ ଜନସାଧାରଣଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । “

ସେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ୫ ନମ୍ବର ବ୍ଲକ କଂଗ୍ରେସର କର୍ମୀ ସମ୍ମିଳନୀରେ ଏହି କଥା କହିଛନ୍ତି ।

ବର୍ଦ୍ଧିତ ହୋଲଡିଂ ଟିକସ ଯଦି ଅତି ଶୀଘ୍ର ପ୍ରତ୍ୟାହାର କରା ନଯାଏ ତେବେ ଏହି ବିଷୟରେ ପ୍ରତି ୱାର୍ଡର ପ୍ରତ୍ୟେକ ଘରକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହିତ ବି.ଏମ୍‌.ସି. ସମ୍ମୁଖରେ ଏକ ଏକ ବିରାଟ ପ୍ରତିବାଦ ସଭା ଆୟୋଜନ କରାଯିବାର ନିଷ୍ପତି ନିଆଯାଇଛି ବୋଲି ଜିଲ୍ଲା ସଭାପତି ବିଶ୍ୱଜିତ୍ ଦାସ କହିଥିଲେ ।

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ୫ ନମ୍ବର ବ୍ଲକର ଦେବରାଜ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା କଂଗ୍ରେସର ଆଗାମୀ ରଣନୀତି ନେଇ ଆଲୋଚନା କରାଯାଇଥିଲା । ଆଗକୁ କିପରି ୱାର୍ଡ ସ୍ତରରୁ କଂଗ୍ରେସ ସଙ୍ଗଠନକୁ ସୁଦୃଢ଼ କରାଯାଇ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିବ ଏବଂ ଭୁବନେଶ୍ୱର ମହାନଗର ନିର୍ବାଚନ ଲଢ଼ି ସମ୍ମାନ ରଖିପାରିବ ସେଥିନେଇ ଯୋଗଦେଇଥିବା ନେତୃବୃନ୍ଦ ସେମାନଙ୍କ ମତାମତ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରର ଅନେକ ସମସ୍ୟା ବର୍ତମାନ ଦେଖାଦେଇଛି ।

ବେହେରା କହିଥିଲେ ଯେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଛ ପ୍ରତିଶୃତି ଦେଇ କେବଳ ପ୍ରଚାର ମାଧ୍ୟମରେ ସାଧାରଣ ଜନତାଙ୍କୁ ପ୍ରତରାଣା କରିଚାଲିଛନ୍ତି । ବର୍ତମାନ ସମୟ ଆସିଛି ସାଧାରଣ ଲୋକଙ୍କ ପାଖକୁ ଯାଇ ସତକଥା କହି ଆସ୍ଥାଭାଜନ ହେବାପାଇଁ ।

ଏହି ସମ୍ମିଳନୀରେରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଏସ୍‌.କେ. ଅବତାବ ଅଲ୍ଲୀ, ଅନୁୱର ଖାନ୍‌, ଶ୍ରୀଧର ବଳିଆର ସିଂ, ଅଶୋକ ଦାଶ, ଯୋଗୀନାଥ ବାହୁବଳେନ୍ଦ୍ର, ରଜନୀ ମହାନ୍ତି, ରାଜୀବ ପଟ୍ଟନାୟକ, ଜୟକୃଷ୍ଣ ସୁବୁଦ୍ଧି, ସୁବ୍ରତ ମହାପାତ୍ର, ଦୀପକ ମହାପାତ୍ର,ପ୍ରସନ୍ନ ନାୟକ, ଅକ୍ଷୟ ଦାସ, ମିହିର ଆଚାର୍ଯ୍ୟ, ଆଲୋକ ମହାନ୍ତି, ସଂକୁନା କହଁର, ଦେବୀପ୍ରସାଦ ବାହାଲିଆ, ଆଦିତ୍ୟ ସାହୁ, ଆଦିତ୍ୟ ଦାସ ଓ ଆଶିଷ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions