Connect with us

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ଆର୍ଥିକ ବ୍ୟାପାର କମିଟି ୨୦୨୧-୨୨ ବଜାର ଋତୁ ପାଇଁ ବନ୍ଧିତ ଖରିଫ ଫସଲର ନ୍ୟୂନତମ ସହାୟକ ମୂଲ୍ୟ (ଏମଏସପି)ର ଅନୁମୋଦନ କରିଛନ୍ତି ।

ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଲାଭଜନକ ମୂଲ୍ୟ ସୁନିଶ୍ଚିତ କରିବା ନିମନ୍ତେ ସରକାର ୨୦୨୧-୨୨ ବଜାର ଋତୁ ପାଇଁ ଖରିଫ ଶସ୍ୟର ନ୍ୟୂନତମ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଗତବର୍ଷ ତୁଳନାରେ ସବୁଠାରୁ ଅଧିକ ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୪୫୨ଟଙ୍କା ରାଶି ଉପରେ ବୃଦ୍ଧି କରିଥିବାବେଳେ ତା ପଛକୁ ହରଡ ଓ ବିରି କ୍ୱିଣ୍ଟାଲ ପିଛା ତିନିଶହ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ବାଦାମ କ୍ୱିଣ୍ଟାଲ ପିଛା ୨୭୫ଟଙ୍କା ଓ ଅଳସୀ ୨୩୫ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ଗତବର୍ଷର ସହାୟକ ମୂଲ୍ୟ ତୁଳନାରେ ଏହି ଅତିରିକ୍ତ ବୃଦ୍ଧି ଫସଲ ନ ବଦଳାଇବା ପାଇଁ କରାଯାଇଛି ।

୨୦୨୧-୨୨ ନିମନ୍ତେ ଖରିଫ ଫସଲ ନ୍ୟୂନତମ ସହାୟକ ମୂଲ୍ୟ ନିମ୍ନମତେ ରଖାଯାଇଛି । ୨୦୨୧-୨୨ ପାଇଁ ଖରିଫ ଶସ୍ୟ ଏମଏସପି ବୃଦ୍ଧି ୨୦୧୮-୧୯ କେନ୍ଦ୍ରୀୟ ବଜେଟ୍‌ର ଘୋଷଣା ମୁତାବକ ହୋଇଛି । ବଜେଟରେ ଏମଏସପି ସର୍ବଭାରତୀୟ ହାରାହାରି ଉତ୍ପାଦ ମୂଲ୍ୟ (ସିଓପି)ର ଅନ୍ୟୁନ ଦେଢଗୁଣ ବୃଦ୍ଧି କରି କୃଷକଙ୍କୁ ଅଧିକ ଲାଭ ଦେବା ପାଇଁ ପ୍ରସ୍ତାବ ରହିଥିଲା । ଚାଷୀର ଉତ୍ପାଦନ ଖର୍ଚ୍ଚ ତୁଳନାରେ ଆକଳିତ ଆୟ ସର୍ବାଧିକ ବଜାରରେ ଶତକଡା ୮୫ଭାଗ ଥିବାବେଳେ ବିରିରେ ଶତକଡା ୬୫ ଓ ହରଡରେ ଶତକଡା ୬୨ ଥିଲା । ଅନ୍ୟାନ୍ୟ ଶସ୍ୟ ପାଇଁ ଚାଷୀଙ୍କ ଲାଗି ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ଶତକଡା ୫୦ଭାଗ ଲାଭ ଆକଳନ କରାଯାଇଥିଲା ।

ଗତ କିଛି ବର୍ଷରେ ଏମଏସପିର ପୁନର୍ବିନ୍ୟାସ ତୈଳବୀଜ, ଡାଲି ଓ ଅନ୍ୟାନ୍ୟ ମୋଟା ଶସ୍ୟ କ୍ଷେତ୍ରରେ କରାଯାଇଛି । ଏହାଫଳରେ ଚାଷୀମାନେ ଏହି ସବୁ ଫସଲ ଅଧିକ ଜମିରେ କରିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଚାହିଦା -ଯୋଗାଣ ଅସନ୍ତୁଳନରେ ସୁଧାର ଆଣିବେ । ଯେଉଁ ଭୂତଳ ଜଳସ୍ତରଜନିତ ଅସୁବିଧା ରହିଛି ସେଠାରେ ଧାନ ଓ ଗହମ ଉତ୍ପାଦନକୁ ଭରଣା କରିବା ପାଇଁ ପୌଷ୍ଟିକତା ଭରପୁର ଡାଲିଜାତୀୟ ଶସ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରୟାସ ହୋଇଛି ।

ଏହା ବ୍ୟତୀତ ଛତ୍ର ଯୋଜନା “ପ୍ରଧାନମନ୍ତ୍ରୀ ଅନ୍ନଦାତା ଅନ୍ନ ସଂରକ୍ଷଣ ଅଭିଯାନ (ପି.ଏମ-ଏଏଏସଏଚଏ) ” ୨୦୧୮ ମସିହାରେ ଘୋଷିତ ହୋଇ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଅଧିକ ଲାଭ ଦେବାକୁ ଘୋଷଣା କରାଯାଇଥିଲା । ଏହି ଛତ୍ର ଯୋଜନା ଅଧୀନରେ ତିନିଟି ଉପଯୋଜନା ରହିଛି ସେଗୁଡିକ ହେଲା ପ୍ରାଇସ ସହାୟକ(ପିଏସ୍‌ଏସ୍‌), ପ୍ରାଇସ ଡେଫିସିଏନ୍‌ସି ଦେୟ ଯୋଜନା(ପିଡିପିଏସ୍‌) ଓ ଘରୋଇ ଆହରଣ ଓ ଭଣ୍ଡାରଣ ଯୋଜନା(ବିପିଏସଏସ) ।

ଡାଲିଜାତୀୟ ଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ୨୦୨୧ ଖରିଫ ବର୍ଷରେ ଏକ ସ୍ୱତନ୍ତ୍ର ଖରିଫ ରଣନୀତି ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତୁତ ହୋଇଛି । ଅଧିକ ଜମିରେ ହରଡ, ମୁଗ ଏବଂ ବିରି ଚାଷ ଓ ଉତ୍ପାଦକତା ବୃଦ୍ଧି ପାଇଁ ଏକ ବିସ୍ତୃତ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି । ରଣନୀତି ଅନୁସାରେ ଉପଲବ୍ଧ ସମସ୍ତ ଅଧିକ ଅମଳକ୍ଷମ ବିହନ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାଯାଇଛି । ସେହିପରି ତୈଳବୀଜର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଭାରତ ସରକାର ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରି ଅନୁମୋଦନ କରିଛନ୍ତି । ୨୦୨୧ ଖରିଫ ଋତୁରେ ତ୍ୱରାନ୍ୱିତ ହେବାକୁ ଥିବା ଏହି ଯୋଜନାରେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ ବିହନ ମିନି କିଟ୍ ଆକାରରେ ଦିଆଯିବ । ସ୍ୱତନ୍ତ୍ର ଖରିଫ ଯୋଜନା ଅଧୀନରେ ୬ଲକ୍ଷ ୩୭ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ କରାଯିବ । ଏଥିରୁ ପ୍ରାୟ ୧୨୦.୨୬ଲକ୍ଷ କ୍ୱିଣ୍ଟାଲ ତୈଳବୀଜ ଓ ୨୪.୩୬ଲକ୍ଷ କ୍ୱିଣ୍ଟାଲ ଖାଇବା ତେଲ ଉତ୍ପାଦନ କରିବାର ସମ୍ଭାବନା ରହିଛି ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ନୂଆ ଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ୨୦୨୬, ମିଳିଲା ୪୩,୪୩୭ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ

Published

on

ନୂଆଦିଲ୍ଲୀ: ” ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଭାରତର ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ହେବାକୁ ଓଡ଼ିଶା ପ୍ରସ୍ତୁତ ରହିଛି ଏବଂ ମୁଁ ଏହି ଯାତ୍ରାରେ ଆମ ସହିତ ପାର୍ଟନର ହେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରୁଛି।”

ଏହି ଦୃଷ୍ଟିଭଙ୍ଗୀ ସହିତ, ଓଡିଶା ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଓଡ଼ିଶା ବାହାରେ ଆୟୋଜିତ ରାଜ୍ୟର ପ୍ରଥମ କ୍ଷେତ୍ର-କୈନ୍ଦ୍ରିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ରେ ଓଡ଼ିଶା ପାଇଁ ଏକ ନୂତନ ଅଭିବୃଦ୍ଧି ଏଜେଣ୍ଡା ଉପସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ  ହେମନ୍ତ ଶର୍ମା, ଏସୋଚାମ୍ (ASSOCHAM) ର ପ୍ରତିନିଧି ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦୦ ରୁ ଅଧିକ ଶିଳ୍ପ ନେତା, ଖାଦ୍ୟ ପ୍ରକ୍ରିୟାକରଣ ସଂଘ, ଉଦ୍ୟୋଗୀ, ନିବେଶକ ଏବଂ ବ୍ୟବସାୟୀ ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହି ରୋଡ୍‌-ସୋ’ରେ ୪୧,୭୪୮ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସହିତ ୨୭ଟି ବୁଝାମଣାପତ୍ର (MoU) ସ୍ବାକ୍ଷରିତ ହୋଇଛି । ଏହି ବ୍ୟାପକ ପରିମାଣର ନିବେଶ ପ୍ରସ୍ତାବ ଦ୍ୱାରା ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଇକୋସିଷ୍ଟମ ପ୍ରତି ଶିଳ୍ପଜଗତର ଭରସା ପ୍ରତିଫଳିତ ହୋଇଛି । ଏହା ଦ୍ୱାରା ୩୫,୨୫୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ, ଓଡ଼ିଶା ସରକାର ୧,୬୮୯ କୋଟି ଟଙ୍କାର ନିବେଶ ପାଇଁ ୧୨ଟି ନିବେଶ ଇଚ୍ଛାପତ୍ର (IIF) ଗ୍ରହଣ କରିଛନ୍ତି, ଯାହା ଦ୍ୱାରା ୮,୦୬୪ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ସମୁଦାୟ ଆଜି ଗସ୍ତର ପ୍ରଥମ ଦିନରେ ଓଡ଼ିଶା ସରକାର ମୋଟ ୪୩,୪୩୭ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛନ୍ତି, ଯାହା ଦ୍ୱାରା ୪୩,୩୧୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଶିଳ୍ପପତି ମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ବର୍ତ୍ତମାନ ଖାଦ୍ୟ ପ୍ରକ୍ରିୟାକରଣକୁ କେବଳ ଏକ ଶିଳ୍ପ କ୍ଷେତ୍ର ଭାବରେ ଦେଖୁନାହିଁ, ବରଂ ଏହାକୁ ଏକ ଅର୍ଥନୈତିକ ରୂପାନ୍ତର ଭାବରେ ଦେଖୁଛି ଯହା କୃଷକ, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ଗ୍ରାମାଞ୍ଚଳର ଉଦ୍ୟୋଗଗୁଡ଼ିକୁ ସିଧାସଳଖ ଉପକୃତ କରିଥାଏ।

ସେ କହିଛନ୍ତି ଯେ ଓଡ଼ିଶାରେ ଉତ୍ପାଦିତ ପ୍ରତ୍ୟେକ ପ୍ରମୁଖ କୃଷି ଏବଂ ସାମୁଦ୍ରିକ ସାମଗ୍ରୀ ଯେପରି ରାଜ୍ୟ ଭିତରେ ଅଧିକରୁ ଅଧିକ ପ୍ରକ୍ରିୟାକରଣ ହେବା ଆବଶ୍ୟକ । ଏହା ହେଉଛି ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଉତ୍ପାଦକମାନଙ୍କ ପାଇଁ ଅଧିକ ଆୟ ସୃଷ୍ଟି କରିବା ସହିତ ଯୁବବର୍ଗଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ସୁନିଶ୍ଚିତ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପାଞ୍ଚଟି ଷ୍ଟ୍ରାଟେଜିକ୍ ପିଲାର୍ ସମ୍ପର୍କିତ ଏକ ଦୀର୍ଘମିଆଦୀ ରୋଡମ୍ୟାପ ମଧ୍ୟ ଉନ୍ମୋଚନ କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର ସୃଷ୍ଟି, ସମନ୍ୱିତ କୋଲ୍ଡ-ଚେନ୍ ଏବଂ ୱେରହାଉସିଂ ଭିତ୍ତିଭୂମିର ସମ୍ପ୍ରସାରଣ, ଖାଦ୍ୟର ଗୁଣବତ୍ତା ଏବଂ ପ୍ରମାଣପତ୍ର ପ୍ରଣାଳୀକୁ ସୁଦୃଢ଼ କରିବା, ସଂଗଠିତ ଶିଳ୍ପ ସହିତ କୃଷକ ଉତ୍ପାଦକ ସଂଗଠନ, MSMEs ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ ଯୋଡ଼ିବା ହେଉଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହାଦ୍ୱାରା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଦକ୍ଷ ୱାର୍କଫୋର୍ସ’ର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।

ସମାରୋହକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମର ଦୃଷ୍ଟିଭଙ୍ଗୀ ହେଉଛି ଆମର କୃଷି ଏବଂ ସାମୁଦ୍ରିକ ସମ୍ପଦର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରି ଓଡ଼ିଶାକୁ ମୂଲ୍ୟବର୍ଦ୍ଧିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ରୂପାନ୍ତରିତ କରିବା। ଆମେ ଏକୀକୃତ ଇକୋସିଷ୍ଟମ ନିର୍ମାଣ କରୁଛୁ ଯେଉଁଠାରେ କୃଷକ, ଏମଏସଏମଇ (MSMEs), କୃଷକ ଉତ୍ପାଦକ ସଂଗଠନ, ମହିଳା-ନେତୃତ୍ୱାଧୀନ ଉଦ୍ୟୋଗ ଏବଂ ବିଶ୍ୱସ୍ତରୀୟ ଶିଳ୍ପଗୁଡ଼ିକ ଏକାଠି ବୃଦ୍ଧି ପାଆନ୍ତି, ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରନ୍ତି, ଗ୍ରାମାଞ୍ଚଳର ଆୟ ବୃଦ୍ଧି କରନ୍ତି ଏବଂ ସ୍ଥାୟୀ ଶିଳ୍ପ ବିକାଶକୁ ଚାଳିତ କରନ୍ତି ।”

ଏହି ଫୁଡ୍‌-ପ୍ରୋ ଇଭେଣ୍ଟ ପରେ ମୁଖ୍ୟମନ୍ତ୍ରୀ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଅଗ୍ରଣୀ ଶିଳ୍ପପତିଙ୍କ ସହିତ ଏକାଧିକ ବୈଠକ କରିଥିଲେ।

ସରକାରଙ୍କ ପ୍ରଥମ ଉତ୍ସର୍ଗୀକୃତ କ୍ଷେତ୍ରଭିତ୍ତିକ ଇନ୍‌ଭେଷ୍ଟମେଣ୍ଟ ରୋଡ୍‌-ସୋ’ ଭାବରେ, ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଏକ ପ୍ରଭାବଶାଳୀ ପଦକ୍ଷେପ ଭାବରେ ପରିଗଣିତ ହୋଇଛି। ଏହାଦ୍ୱାରା କୃଷିକ୍ଷେତ୍ରରେ ସମୃଦ୍ଧି ଆସିବା ସହିତ କୃଷକ ମାନଙ୍କର ବ୍ୟାପକ ରୋଜଗାର ବୃଦ୍ଧିର ସମ୍ଭାବନା ସୃଷ୍ଟି ହୋଇଛି ।

Continue Reading

Nation

ବନ୍ୟା ପ୍ରଭାବିତ ଜିଲ୍ଲାରେ ଅଗଷ୍ଟ ୧୫ ସୁଦ୍ଧା ଚାଉଳ ଓ କିରାସିନି କୋଟା ବଣ୍ଟନ ପାଇଁ ସରକାରଙ୍କ ତାଗିଦ  

Published

on

ଭୁବନେଶର : ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶୃଙ୍ଖଳ ବଜାୟ ରଖିବା ଓ ଏହାର ସହଜ ଉପଲବ୍ଧତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।ଏ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଛି ।

ଏହି ସମୀକ୍ଷା ବୈଠକରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ବିଭାଗୀୟ ପ୍ରମୁଖ ଅଧିକାରୀଙ୍କ ସମେତ ଭିଡ଼ିଓ କନଫରେନସିଙ୍ଗ ମାଧ୍ୟମରେ ସମସ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ସହଜ ଉପଲବ୍ଧତା ଓ ଏହାର ଦରଦାମ ବୃଦ୍ଧି ନିୟନ୍ତ୍ରଣ ଉପରେ ସବିଶେଷ ଆଲୋଚନା ହୋଇଛି । ଏଥିପ୍ରତି ସଜାଗ ରହିବାକୁ ଯୋଗାଣ ଅଧିକାରୀ ମାନଙ୍କୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଏ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ଚଢ଼ାଉ ଜୋରଦାର କରିବାକୁ କୁହାଯାଇଛି ।

ଏତଦବ୍ୟତୀତ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଗତ ଏପ୍ରିଲ-ମଇ-ଜୁନ ମାସର ଚାଉଳ କୋଟା ସହ, ଜୁଲାଇ ଓ ଅଗଷ୍ଟ ମାସର ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାଗୁଡ଼ିକର ଚାଉଳ କୋଟା ତଥା ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମାସର କିରାସିନି କୋଟାର ସମେୟାଚିତ ଉଠାଣ ଏବଂ ବଣ୍ଟନ ଉପରେ ସବିଶେଷ ସମୀକ୍ଷା କରଯାଇଥିଲା ।

ଉପରୋକ୍ତ ଚାଉଳ କୋଟା, କିରାସିନି କୋଟା ଗୁଡ଼ିକ ଯେପରି ଆସନ୍ତା ୧୫ ଅଗଷ୍ଟ ମଧ୍ୟରେ ଉଠାଣ ତଥା ବଣ୍ଟନ କାର୍ଯ୍ୟ ଶେଷ କରାଯିବ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Continue Reading

Nation

ତିନି ଜିଲ୍ଲାରେ ବନ୍ୟା ରିଲିଫ କାର୍ଯ୍ୟ ତଦାରଖ ପାଇଁ ତିନି ଆଇଏଏସ ଅଫିସର ଗଲେ

Published

on

ଭୁବନେଶ୍ୱର : ଓଡିଶା ସରକାର ଆଜି ତିନିଜଣ ଆଇ ଏ ଏସ ଅଫିସରଙ୍କୁ ବନ୍ୟା ରିଲିଫ ଓ ଥଇଥାନ କାର୍ଯ୍ୟ ତଦାରଖ ପାଇଁ ତିନି ବନ୍ୟା ପ୍ଲାବିତ ଜିଲ୍ଳାକୁ ପଠାଇଛନ୍ତି l ଓଏମସିର ଏମଡ଼ି ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, ଓଡିଶା ରାଜ୍ୟ ସିଭିଲ ସପଲାୟୀ ନିଗମ ଏମଡି  କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଏବଂ ରାଜ୍ୟ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କୁ ଯାଜପୁର ଜିଲ୍ଲାକୁ ପଠା ଯାଇଛି l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions