Connect with us

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟରେ ମୋ ସରକାରର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ବିଭାଗୀୟ ଅଧିକାରୀମାନଙ୍କୁ ଏ କ୍ଷେତ୍ରରେ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି

ରାଜ୍ୟରେ ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ସେବା ପାଉଛନ୍ତି ବା ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ଏ ସମସ୍ତଙ୍କର ଫିଡବ୍ୟାକ ରେକର୍ଡ କରାଯାଇ ଏହା ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ବର୍ତ୍ତମାନ ଏହାକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ସବୁ ସ୍ତରରେ, ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଲୋକଙ୍କ ଠାରୁ ଅଧିକରୁ ଅଧକ ଫିଡବ୍ୟାକ୍‌ ନେବାପାଇଁ ସେ ପରାମର୍ଶ ଦେଇଥିଲେ।

ସେ କହିଥିଲେ ଯେ ସବୁ ସରକାରଙ୍କ ଲକ୍ଷ୍ୟ ହେଉଛି ଲୋକଙ୍କୁ ସେବା ଯୋଗାଇଦେବା । ତେଣୁ ଲୋକଙ୍କ ଠାରୁ ନିୟମିତ ଭାବରେ ଫିଡବ୍ୟାକ୍‌ ଗ୍ରହଣ କରି ଏବଂ ତାହାକୁ ଭିତ୍ତିକରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଲେ କିମ୍ବା ନୀତି ବା ପ୍ରକ୍ରିୟାରେ ଆବଶ୍ୟକ ସଂଶୋଧନ କରିବା ଦ୍ବାରା ଲୋକଙ୍କ ପାଖରେ ସରକାରଙ୍କ ପ୍ରାସଙ୍ଗିକତା ରହିବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ବାରା ପରିଚାଳିତ ଏବଂ ଏହାଦ୍ବାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ଆମର ଲକ୍ଷ୍ୟ । ବିଭିନ୍ନ କ୍ଷେତ୍ରରେ ଓଡିଶା ଏବେ ଯେଉଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ସାରା ବିଶ୍ବର ନଜରକୁ ଆସିପାରିଛି । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷକ ମାନଙ୍କୁ ସହାୟତା, ସହରାଞ୍ଚଳ ପରିଚାଳନା ବ୍ୟବସ୍ଥା, କ୍ରୀଡା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ସ୍କୁଲ ରୂପାନ୍ତର ଆଦି କାର୍ଯ୍ୟକ୍ରମ ଗୁଡିକରେ ରାଜ୍ୟ ଅନେକ ପ୍ରଶଂସା ପାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ସରକାର ହେଉଛି ଏଭଳି ଏକ ସୁଦୂରପ୍ରସାରୀ ଚିନ୍ତାଧାରା, ଯାହାକି ଆମର ପ୍ରଶାସନିକ ବ୍ୟବସ୍ଥାର ପରୀକ୍ଷା ନିଏ । ଲୋକଙ୍କ ସେବା ଦିଗରେ ଆମର ଉଦ୍ୟମକୁ ପ୍ରମାଣିତ କରେ ଏବଂ ସରକାରଙ୍କୁ ଲୋକଙ୍କ ନିକଟତର କରାଏ । ମୋ ସରକାର କାର୍ଯ୍ୟକ୍ରମରେ ଟେକ୍‌ନୋଲୋଜି ସହାୟତାରେ ଆମେ ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ ନେଇପାରୁଛୁ । ଏହା ବ୍ୟବସ୍ଥାର ପରିବର୍ତ୍ତନର ସୂଚକ ।
ମୋ ସରକାର ଏକ ଭାଗିଦାରୀଭିତ୍ତିକ ଗଣତନ୍ତ୍ରର ସ୍ତମ୍ଭକୁ ସୁଦୃଢ କରେ ଏବଂ ଏହାଦ୍ବାରା ଓଡିଶାରେ ଆମେ ଏକ ସର୍ବଜନହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଆମକୁ ଲୋକଙ୍କୁ ନ୍ୟାୟ ଦେବାରେ ସାହାଯ୍ୟ କରିବା ସହିତ ଜନସାଧାରଣଙ୍କ ବିଶ୍ବାସକୁ ଭିତ୍ତିକରି ସବୁସ୍ତରରେ ବିଭିନ୍ନ ପ୍ରଶାସନିକ ସଂସ୍ଥା ଗୁଡିକୁ ଅଧିକ ଦକ୍ଷ, ଉତ୍ତରଦାୟୀ ଓ ସର୍ବଜନ ହିତକାରୀ କରିବାରେ ସହାୟକ ହେବ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେତେକ ହିତାଧିକାରୀଙ୍କ ସହିତ ଟେଲିଫୋନ୍‌ରେ ସିଧାସଳଖ କଥାହୋଇ ସେମାନଙ୍କ ଠାରୁ ଫିଡବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲ୍‌ଟିକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍‌ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତି ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ଏବଂ ସେମାନେ କିପରି ସେବା ପାଇଲେ, ସେମାନଙ୍କ ସହିତ ଉତ୍ତମ ବ୍ୟବହାର କରାଯାଇଥିଲା କି ନାହିଁ, କିମ୍ବା ସେମାନଙ୍କ ଠାରୁ କୌଣସି ପ୍ରକାର ଅର୍ଥ ମଗାଯାଇଥିଲା କି ନାହିଁ, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ ।

ତହସିଲ ଓ ସବ୍ ରେଜିଷ୍ଟାର ଅଫିସରେ ଦିଆ ଯାଉଥିବା ସେବାରେ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଯେଉଁ ବିଭାଗ ଗୁଡିକ ର feedback ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗ ଗୁଡିକର କାର୍ଯ୍ୟ ସମୀକ୍ଷା କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ମୋ ସରକାର କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି କହିଲେ ଯେ ବ୍ୟବସ୍ଥା କିପରି କାମ କରୁଛି, ତାକୁ ଜାଣିବା ହେଉଛି ମୋ ସରକାରର ଲକ୍ଷ୍ୟ । ଲୋକଙ୍କୁ ସମ୍ମାନର ସହିତ ସେବା ଯୋଗାଇଦେବା ହେଉଛି ସରକାରଙ୍କ ଦାୟିତ୍ବ । ସେମାନେ ଯେପରି କୌଣସି କାର୍ଯ୍ୟାଳୟରେ ଖରାପ ବ୍ୟବହାର ନ ପାଆନ୍ତି ଏବଂ ବୃତ୍ତିଗତ ସେବା ପାଆନ୍ତି, ତାକୁ ସୁନିଶ୍ଚିତ କରିବା ହେଉଛି ମୋ ସରକାରର ଲକ୍ଷ୍ୟ ବୋଲି ସେ କହିଥିଲେ ।

ଇଲୋକ୍ଟ୍ରୋନିକ୍‌ସ ଓ ଆଇ.ଟି ସଚିବ  ମନୋଜ କୁମାର ମିଶ୍ର ମୋ ସରକାର ଉପରେ ଏକ ଉପସ୍ଥାପନା ରଖି କହିଲେ ଯେ ବର୍ତ୍ତମାନ ୨୭ଟି ବିଭାଗର ୨୨୫ଟି ସେବା ମୋ ସରକାରରେ ଅନ୍ତର୍ଭୁକ୍ତ ହୋଇଛି । ଆଉ ମାସକ ମଧ୍ୟରେ ୨୫୦ଟି ସେବା ଅନ୍ତର୍ଭୁକ୍ତ ହେବ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୨ କୋଟି ଲୋକଙ୍କ ଡାଟାବେସ୍‌ ରଖାଯାଇଛି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

Continue Reading
Click to comment

Leave a Reply

Your email address will not be published. Required fields are marked *

ରାଜ୍ୟ

ହାପି ଆକ୍ସିସ ଫାଉଣ୍ଡେସନ ର ଆର୍ଟ କର୍ମଶାଳା

Published

on

ଭୁବନେଶ୍ୱର : ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମାଟି, ଗଛ ଓ ପ୍ରକୃତି ସହ ମଣିଷର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ‘ପ୍ଲାନଟିୟୋର୍ ଏ ପ୍ଲାନଟେ’ ଶୀର୍ଷକ ଏକ ସୃଜନଶୀଳ କର୍ମଶାଳା ଏଠାର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ବିଭିନ୍ନ ବର୍ଗରୁ ୫୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇ ମାଟିପାତ୍ର ଚିତ୍ରାଙ୍କନ ଏବଂସେଥିରେ ବୃକ୍ଷରୋପଣ କାର୍ଯ୍ୟରେ ସକ୍ରିୟ ଭାବେ ଭାଗ ନେଇଥିଲେ।

କର୍ମଶାଳାରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଏକ ମାଟିପାତ୍ର ଓ ଏକ ଚାରା ଗଛ ପ୍ରଦାନ କରାଯାଇଥିଲା। ସେମାନେ ନିଜ କଳ୍ପନା ଓ ସୃଜନଶୀଳତାର ରଙ୍ଗରେ ମାଟିପାତ୍ରକୁ ସଜାଇବା ସହିତ ସେଥିରେ ଚାରା ରୋପଣ କରି ଘରକୁ ନେଇଯାଇଥିଲେ। ଏହା ପ୍ରକୃତି ପ୍ରତି ସଚେତନତା, ମାନସିକ ପ୍ରଶାନ୍ତି ଏବଂ ସୃଜନଶୀଳତାର ଏକ ସୁନ୍ଦର ସମନ୍ୱୟ ଥିଲା।

କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ କଟକ କୁମ୍ଭାର ସାହିର କାରିଗରମାନଙ୍କ ନିର୍ମିତ ମାଟିପାତ୍ର ବ୍ୟବହାର କରାଯାଇଥିଲା। ଏହା ସହ ଚାରାଗୁଡ଼ିକୁ ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟ ଟିମ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ଆୟୋଜକମାନଙ୍କ ମତାନୁସାରେ, ମାଟିର ସ୍ପର୍ଶ ଓ ପ୍ରକୃତି ସହ ସଂଯୋଗ ମାନସିକ ଚାପ ହ୍ରାସ କରିବାରେ ସହାୟକ ହୋଇଥାଏ ଏବଂ ଏପରି କାର୍ଯ୍ୟକ୍ରମ ଲୋକଙ୍କୁ ସକାରାତ୍ମକ ଅନୁଭୂତି ପ୍ରଦାନ କରେ।

ହାପି ଆକ୍ସିସ ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କର୍ମଶାଳା ଅଜିତ ଆର୍ଟ ଆଣ୍ଡ କ୍ରାଫ୍ଟର ଏକ ନିଆରା ପ୍ରୟାସ ଭାବେ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ରଥଯାତ୍ରା ଅବସରରେ ଏକ ଭିନ୍ନ ଶୈଳୀରେ ଜଗନ୍ନାଥ ପେଣ୍ଟିଂକୁ ନେଇ ଆଉ ଏକ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯିବ। ଏହି କର୍ମଶାଳା ମାଧ୍ୟମରେ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତିକୁ ନୂତନ ପିଢ଼ୀ ସହ ଯୋଡ଼ିବାକୁ ଉଦ୍ୟମ କରାଯିବ।

 

 

Continue Reading

ରାଜ୍ୟ

ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଅବ୍ୟବସ୍ଥା ଦେଖି ରାଗିଲେ ସହରୀ ମନ୍ତ୍ରୀ କୃଷ୍ଣ ମହାପାତ୍ର

Published

on

ଭୁବନେଶ୍ୱର: ଓଡିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଆଇଜି ପାର୍କ (ଇନ୍ଦିରା ଗାନ୍ଧୀ ପାର୍କ) ଅଚାନକ ପରିଦର୍ଶନ କରିବା ସମୟରେ ସେଠାକାର ଅବ୍ୟବସ୍ଥା ଦେଖି ବିରକ୍ତି ପ୍ରକାଶ କଲେ ।

ପାର୍କର ଅବ୍ୟବସ୍ଥା, ବିଶେଷ କରି ଶୌଚାଳୟ ଏବଂ ପରିସ୍ରାଗାରର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ତୁରନ୍ତ ସୁଧାର ଆଣିବା ସହ ଉପଯୁକ୍ତ ପରିମଳ, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆସୁଥିବାରୁ ଏହାର ଯତ୍ନ ଏବଂ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ।

ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର  ଏନ୍. ଗଣେଶ ବାବୁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ନିରାପଦ ଏବଂ ପରିଦର୍ଶକ-ଅନୁକୂଳ କରିବା ପାଇଁ ଅଧିକାରୀ ଓ ରକ୍ଷଣାବେକ୍ଷଣ କର୍ମଚାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Continue Reading

ରାଜ୍ୟ

ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ୧,୮୦୦ ଶହରୁ ୨,୫୦୦ ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗ୍ରାମରକ୍ଷୀ ମାନଙ୍କ ପାଇଁ ପୂର୍ବରୁ ପ୍ରଚଳିତ ଥିବା ମାସିକ ଭତ୍ତାକୁ ବୃଦ୍ଧି କରିଛନ୍ତି। ଏଣିକି ଗ୍ରାମରକ୍ଷୀ ମାନେ ୧,୮୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ମାସିକ ଭତ୍ତା ପାଇବେ।

ଏଥି ସହିତ ସପ୍ତାହକୁ ଥରେ ସେମାନେ ଯେଉଁ ଥାନା ଅଧୀନରେ କାମ କରୁଥିବେ, ସେଠାକୁ ଯାଇ ସେମାନଙ୍କ ଉପସ୍ଥାନ ଦେବାର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଅପରାଧୀ ଚିହ୍ନଟ ପ୍ରକ୍ରିୟାରେ ଗ୍ରାମରକ୍ଷୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions