Connect with us

ଭୁବନେଶ୍ୱର:ଓଡିଶାର ବିଦ୍ୟୁତ ପିକ ଡିମାଣ୍ଡ ୨୦୨୯-୩୦ ସୁଦ୍ଧା ୧୦ ହଜାର ମେଗା ୱାଟ୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି l ଏବଂ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି l

ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ରାଜ୍ୟରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଶକ୍ତି ବିଭାଗ ଉପରେ ନ୍ୟସ୍ତ ଥିବା ଶକ୍ତି ଉତ୍ପାଦନ, ବିଦ୍ୟୁତ ସରବରାହ ଓ ବଣ୍ଟନ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା ହୋଇଥିଲା।

 

ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟରେ ପ୍ରାୟ ୧ କୋଟି ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ସେମାନଙ୍କ ପାଇଁ ନିରବଚ୍ଛିନ୍ନ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଦୃତ ଶିଳ୍ପାୟନ, ଆର୍ଥିକ ଅଭିବୃଦ୍ଧି ଯୋଗୁଁ ରାଜ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବଢୁଛି। ଆସନ୍ତା ପାଞ୍ଚ ବର୍ଷ ଅର୍ଥାତ ୨୦୨୯-୩୦ ବେଳକୁ ବିଦ୍ୟୁତ ଚାହିଦାକୁ ଆଖି ଆଗରେ ରଖି ବିଦ୍ୟୁତ ଉତ୍ପାଦନ, ସରବରାହ ଏବଂ ବିତରଣ ବ୍ୟବସ୍ଥାର ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 

୨୦୨୯-୩୦ ବେଳକୁ ରାଜ୍ୟରେ ପିକ୍ ଡିମାଣ୍ଡ ପ୍ରାୟ ୧୦ ହଜାର ମେଗା ୱାଟ୍‌ ରହିବ। ଏହି ଚାହିଦା ପୂରଣ କରିବା ପାଇଁ ଏକ ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ନୂଆ ପ୍ରାଇମେରୀ ସବ୍‌ ଷ୍ଟେସନ, ନୂଆ ୩୩ କେଭି ଏବଂ ୧୧ କେଭି ଲାଇନ୍‌ ଆଦି ଭିତ୍ତିଭୂମିର ବିକାଶ ଆବଶ୍ୟକ। ଏଥି ସହିତ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ୩୩/୧୧ କେଭି ଫିଡର ଗୁଡିକୁ ସୁଦୃଢ କରିବା ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଇବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ବଜେଟ୍‌ରେ ବିଦ୍ୟୁତ କ୍ଷେତ୍ରପାଇଁ ଆବଶ୍ୟକୀୟ ବ୍ୟୟ ବରାଦ କରି ରାଜ୍ୟକୁ ସଦାସର୍ବଦା ଶକ୍ତି କ୍ଷେତ୍ରରେ ବଳକା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିଦ୍ୟୁତ ବିତରଣ ସମ୍ପର୍କିତ ସମସ୍ତ ଅଭିଯୋଗର ସମୟାନୁଯାୟୀ ସମାଧାନ, ଅକ୍ଷୟ ଶକ୍ତିର ବିକାଶ ଏବଂ ବ୍ୟବହାର ବୃଦ୍ଧି, ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତ କ୍ଷେତ୍ର ପାଇଁ ଦକ୍ଷ ଏବଂ ଆବଶ୍ୟକୀୟ ମାନବ ସମ୍ବଳ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେବା ସହିତ ବାତ୍ୟ ‘ଦାନା’ ପରବର୍ତ୍ତୀ ସମୟରେ ତୁରନ୍ତ ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିଥିବାରୁ ଶକ୍ତି ବିଭାଗ ତଥା ସମସ୍ତ ବିତରକ କମ୍ପାନୀ ମାନଙ୍କୁ ସାଧୁବାଦ ଜଣାଇଥିଲେ।

ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ  କନକ ବର୍ଦ୍ଧନ ସିଂହ ଦେଓ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓପିଟିସିଏଲ ଓ ଓଏଚପିସିର ନିର୍ଦ୍ଦେଶକ ବୃନ୍ଦ, ସମସ୍ତ ବିତରଣ କମ୍ପାନୀର ସିଇଓ ମାନେ ଯୋଗଦେଇ ଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ବିଜୁବାବୁ ନେଇଗଲେ ବୌଦ କଲେଜର ଚାରି ଝିଅଙ୍କୁ

Published

on

ଭୁବନେଶ୍ୱର : ବିଜୁବାବୁ ନବେ ଦଶନ୍ଧିର ପ୍ରଥମ ଭାଗରେ ମୁଖ୍ୟମନ୍ତ୍ରୀ ଥିବାବେଳେ ବୌଦ ଯାଇଥିଲେ l ବୌଦକୁ ଏକ ନୂଆ ଜିଲ୍ଲାର ମାନ୍ୟତା ଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଜିଲ୍ଲା ପକ୍ଷରୁ ଆୟୋଜନ କରା ଯାଇଥିଲା l

ସଭା ସରିବା ପରେ ବିଜୁବାବୁ ବ୍ୟସ୍ତ ହେଉଥିଲେ ବାହାରି ଯିବାକୁ l

ଭୋଜିଭାତର ଆୟୋଜନ ହୋଇଥିଲା l ବିଜୁବାବୁ ମାଂସ ସିଝି ନଥାଏ l ଏଣୁ ବିଳମ୍ବ ହେଉଥାଏ l ବିଜୁବାବୁ ବୌଦ କଲେଜର କିଛି ଝିଅମାନଙ୍କ ସହ ଥଟ୍ଟାମଜା ହେଉଥାନ୍ତି l ହଟାତ ଉଠିଲେ ଯିବାକୁ l ଦରସିଝା ମାଂସ ତରକାରୀ ଟିକେ ଖାଇଦେଇ ବାହାରିଲେ l ତାଙ୍କସଙ୍ଗେ କଥାବାର୍ତ୍ତା ହେଉଥିବା ଚାରିଜଣ ଝିଅଙ୍କୁ କହିଲେ ତୁମେ ଚାଲ ତୁମକୁ ହେଲିକାପଟରରେ ବୁଲାଇ ଆଣିବି l

ଜିଲ୍ଲା ସଭାପତି ଥାନ୍ତି ଆଡ଼ଭୋକେଟ ସଚ୍ଚିଦାନନ୍ଦ ଦଲାଲ l କହିଲେ ସାର ପିଲାମାନେ ଲୁଗାପଟା କିଛି ଆଣି ନାହାନ୍ତି l ବିଜୁବାବୁ କହିଲେ ତୁମେ ବ୍ୟସ୍ତ ହୁଅନି l ତୁମେ ବି ମୋ ସାଙ୍ଗରେ ଚାଲ l ସଚ୍ଚିବାବୁ ବାହାରିଲା ବେଳକୁ ହେଲିକାପଟରର ପଙ୍ଖା ବୁଲିବା ଆରମ୍ଭ କରି ଦେଲାଣି l ମୁଣ୍ଡ କଟି ଯିବା ଭୟରେ ସଚ୍ଚିବାବୁ ହେଲିକାପଟର ପାଖକୁ ଗଲେ ନାହିଁ l ବିଜୁବାବୁ ବୌଦ କଲେଜର ଚାରି ଝିଅଙ୍କୁ ଧରି ଆକାଶକୁ ଉଡି ଗଲେ l

ତା ଆରଦିନ ସଚ୍ଚିବାବୁଙ୍କୁ ଖବର ଦେଲେ ସେ ହେଲିକାପଟର ରେ କୁଡିଆରୀ ପଡିଆରେ ପହଂଚିବେ ସେଠାରୁ ଝିଅମାନଙ୍କୁ ନେଇ ଯିବାକୁ ବନ୍ଦୋବସ୍ତ କରିବାକୁ କହିଲେ l ସଚ୍ଚିବାବୁ ପୁଅ ସଂଜୀବକୁ ପଠାଇ ଝିଅମାନଙ୍କୁ ଆଣିଥିଲେ l

ବିଜୁବାବୁ ଝିଅମାନଙ୍କୁ ନେଇ ସୁନାବେଡା ଯାଇଥିଲେ l ସେଠାରେ ଝିଅମାନଙ୍କ ଯତ୍ନ ନେବାକୁ ସିଡିପିଓଙ୍କୁ ଡାକି ଦାଇତ୍ୱ ଦେଇଥିଲେ l ପିଲାଙ୍କୁ ସୁନାବେଡା ଏରୋନୋଟିକ୍ସ କାରଖାନା ଦେଖାଇଥିଲେ l ସିଡିପିଓ ସାଙ୍ଗରେ ଝିଅମାନଙ୍କୁ ପଠାଇ ସେମାନଙ୍କର ମାନପସନ୍ଦର ଲୁଗାପଟା କିଣଇ ଦେଇଥିଲେ l

 

Continue Reading

ସ୍ପେଶାଲ ରିପୋର୍ଟ

ଓଡିଶାରେ 20 ମାସର ମୋହନ ସରକାରଙ୍କ ରିପୋର୍ଟ କାର୍ଡ

Published

on

ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।

 ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।

ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।

ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।

ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଏବେ ସ୍ମାର୍ଟ ଅନ୍ତଃବାସ ଖୋଲିବ ଗୁମର…

Published

on

ଭୁବନେଶ୍ୱର : ସ୍ମାର୍ଟ ଫୋନ୍, ସ୍ମାର୍ଟ ମିଟର ପରେ ଏବେ ଆସୁଛି ସ୍ମାର୍ଟ ଅନ୍ତଃବାସ! ଚଡି! ହଁ ସ୍ମାର୍ଟ ଅଣ୍ଡରୱେର l ଆପଣ ମଳଦ୍ୱାର ବାଟେ ଦିନକୁ କେତେଥର ଦୂଷିତ ବାୟୁ ଛାଡ଼ୁଛନ୍ତି ତାହାର ହିସାବ ଏହି ଚଡି ଦେବ l

ପୂର୍ଵରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ମଣିଷ ଦିନକୁ ହାରାହାରି 16 ଥର ଦୁର୍ଗନ୍ଧ ବାୟୁ ଛାଡି ଥାଏ l ହେଲେ ଏହି ସ୍ମାର୍ଟ ଚଡିର ହିସାବରେ ଏହାର ଦୁଇଗୁଣ ଅର୍ଥାତ 32 ଥର ଛାଡି ଥାଏ l

ୟୁନିଭର୍ସିଟି ମେୟରଲାଣ୍ଡର ର ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ସ୍ମାର୍ଟ ଅନ୍ତବସ୍ତ୍ରରେ ଲାଗିଥିବା ହାଇଟେକ ସେନସରସ ପରିଧାନ କରିଥିବା ମଣିଷର ପାଡ଼ର ହିସାବ ରଖିବ l

ମଣିଷ ମଳଦ୍ୱାର ବାଟେ ମଳଭାଣ୍ଡର ଜୀବାଣୁ ଦ୍ୱାରା ପ୍ରସ୍ତୁତ ହଇଡ୍ରୋଜନ ଗ୍ୟାସ ବାହାରିଥାଏ

ହାଇଟେକ ସ୍ମାର୍ଟ ଚଡି ଦ୍ୱାରା ପାଡ଼ର ଆକଳନ କରିବା ହାସ୍ୟାସ୍ପଦ ମାନେ ହୋଇପାରେ ହେଲେ ଏହା ଆମେ କିପରି ଅଖାଦ୍ୟ ଖାଉ ଆଉ ଆମର ମଳଭାଣ୍ଡରେ ଥିବା ଜୀବାଣୁମାନେ ତାହାକୁ ହଜମ କରିବା ପାଇଁ ଲଢେଇ କରିଥାନ୍ତି ତାହାର ହିସାବ ଦେଇଥାଏ l

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions