Connect with us

ଭୁବନେଶ୍ୱର :ଗୁଣାତ୍ମକ ଔଷଧ ଉତ୍ପାଦନ ଏବଂ ଚିକିତ୍ସା ପାଇଁ ଉନ୍ନତ ମାନର ଡ଼ିଭାଇସ ପ୍ରସ୍ତୁତ କରି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଫାର୍ମା କେନ୍ଦ୍ର ଭାବରେ ଉଭା ହେବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଭିଭାନ୍ତା ଠାରେ ଆୟୋଜିତ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫କୁ ସମ୍ବୋଧନ କରି କହିଛନ୍ତି।

ସୂଚନା ଯୋଗ୍ୟଯେ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସମୁଦାୟ ୬,୨୬୩ କୋଟି ଟଙ୍କାର ୪୫ଟି ବୁଝାମଣା ପତ୍ର (MoU ) ସ୍ଵାକ୍ଷରିତ ହୋଇଛି, ଯାହା ରାଜ୍ୟରେ ସମୁଦାୟ ୩୮,୪୦୬ ନିଯୁକ୍ତି ସୃଷ୍ଟି କରିବ। ସେଥି ମଧ୍ୟରୁ ଫର୍ମାସ୍ୟୁଟିକାଲସ ପାଇଁ ୩୨ଟି ବୁଝାମଣାପତ୍ର, ମେଡିକାଲ ଉପକରଣ ପାଇଁ ୧୨ଟି ବୁଝାମଣାପତ୍ର ଏବଂ ଏକ ଲ୍ୟାଣ୍ଡମାର୍କ ଶିଳ୍ପ ପାର୍କ ପ୍ରସ୍ତାବ ପାଇଁ ଆଉ ଗୋଟିଏ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଫର୍ମାସ୍ୟୁଟିକାଲ ଏବଂ ମେଡିକାଲ ଡ଼ିଭାଇସ ନୀତି ୨୦୨୫ (Odisha Pharmaceutical and Medical Devices Policy 2025) ର ଶୁଭାରମ୍ଭ କରିବା ସହିତ ଖୋର୍ଦ୍ଧା ଠାରେ ଗୋଟିଏ ଉତ୍ସର୍ଗୀକୃତ ଫାର୍ମା ପାର୍କ ତଥା ଏକ ମେଡିକାଲ ଡ଼ିଭାଇସେସ୍ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ନିବେଶକ ମାନଙ୍କର ପ୍ରଥମ ପସନ୍ଦର ରାଜ୍ୟ କରିବାକୁ ସରକାର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରୁଛନ୍ତି। ଏଥିସହିତ ରାଜ୍ୟରେ ଅଣ ପାରମ୍ପରିକ ଉଦ୍ୟୋଗକୁ ମଧ୍ୟ ବିକାଶ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ବର୍ତ୍ତମାନ ପୁଞ୍ଜି ନିବେଶ ପାଇଁ ଦେଶର ସବୁଠାରୁ ଉତ୍କୃଷ୍ଟ ରାଜ୍ୟ ମଧ୍ୟରୁ ଗୋଟିଏ। ଆମର ଶିଳ୍ପ ଇକୋସିଷ୍ଟମ ଦେଶର ସର୍ବୋତ୍ତମ ପରିବେଶ ମଧ୍ୟରେ ଅନ୍ୟତମ। ଅନ୍ୟାନ୍ୟ ଶିଳ୍ପ ସହିତ ଔଷଧ ଉତ୍ପାଦନରେ ମଧ୍ୟ ଓଡିଶାକୁ ଏକ ପ୍ରମୁଖ କେନ୍ଦ୍ର କରିବା ଆମର ଲକ୍ଷ୍ୟ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଧାତୁ, ଖଣିଜ ଏବଂ ରାସାୟନିକ କ୍ଷେତ୍ର ଗୁଡିକ ହେଉଛି ଆମ ଓଡିଶାରେ ଶିଳ୍ପର ବ୍ୟାକବୋନ୍। କିନ୍ତୁ ରାଜ୍ୟର ସମ୍ବଳକୁ ଲୋକାଭିମୁଖୀ କରିବା ପାଇଁ, ଆମକୁ ଆହୁରି ଆଗକୁ ଯିବାକୁ ପଡିବ। ତେଣୁ ଆମେ ଭିତ୍ତିଭୂମି, ନବସୃଜନ ଶକ୍ତି ଓ ଜ୍ଞାନଭିତ୍ତିକ ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛୁ। ଗତ ଦେଢ ବର୍ଷ ଭିତରେ ରାଜ୍ୟରେ ଶିଳ୍ପର ବ୍ୟାପକ ବିବିଧକରଣ ହୋଇଛି। ଓଡିଶାରେ କେମିକାଲ୍‍ସ, ପେଟ୍ରୋକେମିକାଲ୍‍ସ, ଗ୍ରୀନ ଏନର୍ଜି, ଫିନଟେକ୍, ଇଲେକ୍ଟ୍ରୋନିକ୍‍ସ, ସେମିକଣ୍ଡକ୍ଟର, ବୟନଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ ଆସିଛି। ଆଜି ଠାରୁ ଫାର୍ମା କ୍ଷେତ୍ରରେ ମଧ୍ୟ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ l

ଫାର୍ମା କ୍ଷେତ୍ର ଉପରେ ଆଲୋକପାତ କରି ସେ କହିଲେ ଯେ ଗତ ଦେଢ଼ ବର୍ଷ ମଧ୍ୟରେ, ଆମେ ରାଜ୍ୟର ଶିଳ୍ପ ନୀତି ଏବଂ ଫାର୍ମା ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଛୁ। ଆମର ଫାର୍ମା ନୀତି ଦେଶର ସର୍ବୋତ୍ତମ ନୀତି ମଧ୍ୟରୁ ଗୋଟିଏ। ନୂଆ ଫାର୍ମା ନୀତିରେ ଗବେଷଣା, ପୁଞ୍ଜି ନିବେଶ, ଭିତ୍ତିଭୂମି ନିର୍ମାଣ, ନିଯୁକ୍ତି ଇତ୍ୟାଦି ଫାର୍ମା କ୍ଷେତ୍ରର ପ୍ରତ୍ୟେକ ଅଂଶକୁ ପ୍ରୋତ୍ସାହନ ଦିଆଯାଇଛି ବୋଲି ସେ କହିଥିଲେ।

ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶାର ଫାର୍ମା କ୍ଷେତ୍ର ନୂତନ ଶିଖର ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିବା ସହିତ ଗୁଣବତ୍ତା ଏବଂ ମୂଲ୍ୟ ଦୃଷ୍ଟିରୁ, ଓଡ଼ିଶାର ଫାର୍ମା ଉତ୍ପାଦ ବିଶ୍ୱରେ ସବୁଠାରୁ ଆକର୍ଷଣୀୟ ହେବ, ଏବଂ ମେଡ-ଟେକ୍ ଉତ୍ପାଦନରେ ମଧ୍ୟ ଏହା ଓଡ଼ିଶାର ସୁନାମ ହେବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ ଫାର୍ମା ଶିଳ୍ପ ଯାହା ଆବଶ୍ୟକ କରେ, ରାଜ୍ୟ ତାହା ସମସ୍ତ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓଡ଼ିଶାର ପରିବେଶ ସମ୍ପୂର୍ଣ୍ଣ ଶିଳ୍ପ ଅନୁକୂଳ। ଯାହା ଶିଳ୍ପ ପାଇଁ ଆବଶ୍ୟକ, ସବୁକିଛି ଓଡ଼ିଶାରେ ଅଛି। ଓଡ଼ିଶାରେ ଦେଶର ସର୍ବାଧିକ ଖଣିଜ ପଦାର୍ଥ, ତିନୋଟି ପ୍ରମୁଖ ବନ୍ଦର, ଦୁଇଟି ବାଣିଜ୍ୟିକ ବିମାନବନ୍ଦର, ୫୭୫ କିଲୋମିଟର ପରିବ୍ୟାପ୍ତ ଉପକୂଳ, ଉନ୍ନତ ରେଳ ଏବଂ ସଡ଼କ ନେଟୱାର୍କ, ଅତିରିକ୍ତ ବିଦ୍ୟୁତ୍, ପର୍ଯ୍ୟାପ୍ତ ଜଳର ଉପଲବ୍ଧତା ସହ ତାଲିମପ୍ରାପ୍ତ ମାନବଶକ୍ତି ମଧ୍ୟ ଅଛି। ଏଣୁ ଓଡ଼ିଶା ପୂର୍ବ ଭାରତର ମାନ୍ୟୁଫାକ୍ଚରିଙ୍ଗ ହବ୍ ହେବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

କାର୍ଯ୍ୟକ୍ରମରେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ ଓଡ଼ିଶା ଫାର୍ମା ସମ୍ମିଳନୀ ୨୦୨୫ ଆମ ରାଜ୍ୟର ବିକାଶ-କେନ୍ଦ୍ରିତ ଶିଳ୍ପାୟନ ରଣନୀତିକୁ ପ୍ରତିଫଳିତ କରୁଛି। ପ୍ରଗତିଶୀଳ ନୀତି, ସମର୍ପିତ ଶିଳ୍ପ ପାର୍କ, ଦକ୍ଷ ମାନବ ସମ୍ବଳ ସହିତ ଓଡ଼ିଶା ବର୍ତ୍ତମାନ ଔଷଧ ଏବଂ ଚିକିତ୍ସା ଉପକରଣ ନିର୍ମାତାଙ୍କ ପାଇଁ ଏକ ପ୍ରକୃଷ୍ଟ ପରିବେଶ ସୃଷ୍ଟି କରିବ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପ୍ରମୁଖ ଉପସ୍ଥିତ ଥିଲେ। ଶିଳ୍ପ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍ ଧନ୍ୟବାଦ ଦେଇଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ପିଏମ୍‌ଜିଏସ୍‌ୱାଇ-୪ରେ ଓଡିଶାର ଗ୍ରାମୀଣ ରାସ୍ତା ପାଇଁ ୧୭୦୦ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦିତ

Published

on

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଶୁଭାରମ୍ଭ ହୋଇଯାଇଛି।

ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

ପିଏମ୍‌ଜିଏସ୍‌ୱାଇ-୪ରେ ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟ ବରାଦ କରାଯିବ। ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ପାଇଁ ରାଜ୍ୟ ସରକାର PMGSY-IV ମାଧ୍ୟମରେ ଅଣ-ସଂଯୋଜିତ ଗ୍ରାମଗୁଡ଼ିକୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଏହି ପର୍ଯ୍ୟାୟରେ କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁର ଭଳି ୮ଟି ଜିଲ୍ଲାର ୮୯୮ଟି ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ଯୋଗାଇ ଦିଆଯିବ। ଏଥିପାଇଁ ୧୭୦୨ କିଲୋମିଟର ଦୈର୍ଘ୍ୟର ୮୨୭ଟି ନୂତନ ରାସ୍ତା ନିର୍ମାଣ ହେବ, ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ୬୦:୪୦ ଅନୁପାତରେ ଅର୍ଥ ବିନିଯୋଗ କରିବେ। ଏହି ଶୁଭ ଅବସରରେ ଓଡ଼ିଶା ପାଇଁ କେନ୍ଦ୍ରୀୟ ସହାୟତାର ବଡ଼ ଘୋଷଣା କରାଯାଇଛି।

ଏହା ସହିତ ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧିନରେ ୬୩୦ କୋଟି ଟଙ୍କା ଏବଂ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ଜଳ ବିଭାଜିକା ବିକାଶ ଉପାଦାନ (WDC-PMKSY 2.0) ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ ଜିଲ୍ଲାରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। କୋଲନରା, ମୁନିଗୁଡା ଓ ରାୟଗଡ ବ୍ଲକରେ ୯୭ କୋଟି ଟଙ୍କା ବ୍ୟୟରେ ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଛି, ଯାହାଦ୍ୱାରା ୯୮ଟି ଗାଁର ଜନସାଧାରଣ ଉପକୃତ ହେବେ। ରାୟଗଡ଼ା, କାଶିପୁର, କେ. ସିଙ୍ଗପୁର, କୋଲନରା ଓ ମୁନିଗୁଡ଼ା ବ୍ଲକ ଅଞ୍ଚଳରେ ୧୦୪ କୋଟି ୫୬ ଲକ୍ଷ ଟଙ୍କା ବିନିଯୋଗରେ ୧୩ଟି ନୂଆ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ସଡ଼କ ଓ ସେତୁ ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୂର ଗ୍ରାମାଞ୍ଚଳଗୁଡ଼ିକ ମୁଖ୍ୟ ସ୍ରୋତ ସହ ଯୋଡ଼ି ହୋଇପାରିବେ।

ଗ୍ରାମୀଣ ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ‘Mission Powar’ (Power-Water-Road) ଅଭିଯାନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନାରେ ୫୦ରୁ ଅଧିକ ଜନସଂଖ୍ୟା ଥିବା କ୍ଷୁଦ୍ର ପଡ଼ା ଗ୍ରାମଗୁଡ଼ିକୁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ ପଞ୍ଚାୟତିରାଜ ବିଭାଗ ପାଇଁ ୩୪,୧୦୪ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୧୦,୨୦୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ବିକାଶର ସୁଫଳ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସଡ଼କ ନିର୍ମାଣରେ ସ୍ୱଚ୍ଛତା ଓ ଗୁଣାତ୍ମକ ମାନ ରକ୍ଷା କରିବା ପାଇଁ ଏକ ସୁଦୃଢ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାସ୍ତା ରକ୍ଷଣାବେକ୍ଷଣ ନିମନ୍ତେ ବଜେଟରେ ୫୫୦ କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘Incentive’ ଆକାରରେ ମିଳିଥିବା ୧୫୦ କୋଟି ଟଙ୍କା ମଧ୍ୟ ପୁରୁଣା ରାସ୍ତାର ମରାମତି ପାଇଁ ବିନିଯୋଗ କରାଯିବ। ରାଜ୍ୟ ସରକାରଙ୍କ ନୂତନ ଅଭିଯାନ ‘Mission Powar’ (Power-Water-Road) ମାଧ୍ୟମରେ ୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପ୍ରତ୍ୟେକ ଛୋଟ ପଡ଼ା, ଗାଁକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରାଯିବ। ଚଳିତ ବର୍ଷ ୯,୭୦୦ କିଲୋମିଟର ନୂତନ ରାସ୍ତା ଓ ୩୫୦ଟି ନୂଆ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ୍ ସିଂହ ଚୌହାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର କେବଳ ପ୍ରତ୍ୟେକ ଗ୍ରାମକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଆସିନାହାଁନ୍ତି, ବରଂ ପ୍ରତିଟି ହୃଦୟ ସହ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କର ମୂଳ ଲକ୍ଷ୍ୟ।

କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଏକ ପ୍ରସ୍ତାବ ରଖିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଦଳ ପଠାଇବେ। ଏହି ବିଶେଷଜ୍ଞମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ‘ସମନ୍ୱିତ କୃଷି ବ୍ୟବସ୍ଥା’ (Integrated Farming) ର ସମୀକ୍ଷା କରିବେ। କେବଳ ଧାନ ଚାଷ ନୁହେଁ, ବରଂ ଚାଷୀମାନେ ଯେପରି ସମସ୍ତ ପ୍ରକାରର ଅର୍ଥକାରୀ ଫସଲ ଉତ୍ପାଦନ କରି ଅଧିକ ରୋଜଗାର କରିପାରିବେ, ସେଥିପାଇଁ ସରକାର ମାର୍ଗଦର୍ଶନ ପ୍ରଦାନ କରିବେ। ଓଡ଼ିଶାର ପ୍ରତ୍ୟେକ କୃଷି ଭିତ୍ତିକ ଗ୍ରାମକୁ ଏକ ‘ବିହନ ଗ୍ରାମ’ (Seed Village) ଭାବେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଇଚ୍ଛା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ବାରା ଜନସାଧାରଣଙ୍କ ଅର୍ଥନୈତିକ ଉନ୍ନତି ସହିତ ଗାଁର ବିକାଶ ମଧ୍ୟ ଦ୍ବିଗୁଣିତ ହୋଇଛି। ଏଥି ସହିତ ରାଜ୍ୟରେ ମିଶନ ପାୱାର ଯୋଜନା କାର୍ଯ୍ୟକାରୀ ପାଇଁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ଶ୍ରୀ ଆପାଲା ସ୍ୱାମୀ କାଡ୍ରାକା, ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ୍ ଗମାଙ୍ଗୋ ଏବଂ ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର (MoRD) ନିର୍ଦ୍ଦେଶିକା ଶ୍ରୀମତୀ ରୀନା ନାଗର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଜାମିନୀ ଷଡଙ୍ଗୀ ଏବଂ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଆଶୁତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

Continue Reading

Nation

ନାଲକୋର ଐତିହାସିକ ନିଟ୍ ଲାଭ ୨୦୨୫ – ୨୬ ଆର୍ଥିକ ବର୍ଷରେ ୫,୮୧୬ କୋଟି ଟଙ୍କା

Published

on

ଭୁବନେଶ୍ୱର : କେନ୍ଦ୍ର ଖଣିମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ କମ୍ପାନୀ ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆର୍ଥିକ ବର୍ଷ ୨୦୨୫-୨୬ରେ ଉତ୍ପା୍ନ ଓ ବିକ୍ରୟ ତର୍ଥା ନିଟ୍ ଲାଭ ଅର୍ଜନ କ୍ଷେତ୍ରରେ ନିଜର ସର୍ବକାଳୀନ ସର୍ବାଧିକ ରେକର୍ଡ କୁ ଦୋହରାଇଛି।

ଆଜିର ନିର୍ଦେଶକ ମଣ୍ଡଳୀ ବୈଠକର ରେକର୍ଡ ହୋଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ୨୦୨୫-୨୬ରେ ସର୍ବକାଳୀନ ସର୍ବାଧିକ ୫,୮୧୬ କୋେଟି ଟଙ୍କାର ନିଟ୍ ଲାଭ (କର ପରବର୍ତ୍ତୀ ଲାଭ) ଅର୍ଜନ କରିଛି। ପୂର୍ବ ଆର୍ଥିକ ବର୍ଷରେ ଏହିପରିମାଣ ୫,୩୨୫ କୋଟି ଟଙ୍କା ଥିଲା  (୯.୨% ଅଭିବୃଦ୍ଧି)। ଏଥିସହ,

ଆର୍ଥିକ ବର୍ଷ ୨୦୨୫-୨୬ରେ ମଧ୍ୟ କମ୍ପାନୀ ସର୍ବକାଳୀନ ସର୍ବାଧିକ ୧୭,୮୪୩ କୋଟି ଟଙ୍କାର ମାେଟ ବ୍ୟବସାୟ କରିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୧୬,୭୮୮କୋଟି ଟଙ୍କା ଥିଲା ।

ଉତ୍ପାଦନ ପରିମାଣ ବୃଦ୍ଧି, ଉନ୍ନତ ବ୍ୟବସାୟ ଏବଂ ୟୁନିଟ୍‌ଗୁଡ଼ିକରେ କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବା ଦ୍ୱାରା ଏହି ଫଳାଫଳ ହାସଲ ହୋଇପାରିଛି ଯାହା ଏକ ଗତିଶୀଳ ବଜାର ପରିବେଶରେ କମ୍ପାନୀର ସ୍ଥିର ପ୍ରଦର୍ଶନକୁ ବଜାୟ ରଖିଛି। ଉଲ୍ଲେଖଯୋଗ୍ୟ ଯେ, ଆର୍ଥିକ ବର୍ଷ ୨୦୨୫-୨୬ ରେ ନାଲକୋ ମଧ୍ୟ ସ୍ଥାପନା ପରଠାରୁ ସର୍ବୋତ୍ତମ ଉତ୍ପାଦନ ଓ ବ୍ୟବସାୟିକ ପ୍ରଦର୍ଶନ ହାସଲ କରିଛି ।

କମ୍ପାନୀ ୭୭.୦୧ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ଏବଂ ୭୭.୦୭ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନରେ ଏହାର ସର୍ବୋଚ୍ଚ ରେକର୍ଡ କରିଛି। ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୨୩ ଲକ୍ଷ ଟନ୍ ରେ ପହଞ୍ଚିଛିଥିବାବେଳେ କାଲସାଇଣ୍ଡ୍ ଆଲୁମିନା ଉତ୍ପାଦନ ୨୨.୭୫ ଲକ୍ଷ ଟନ୍ ରେ ପହଞ୍ଚିଛି। ସେହିପରି, କାଷ୍ଟ ଧାତୁ ଉତ୍ପାଦନ ସର୍ବକାଳୀନ ସର୍ବାଧିକ ୪.୭୨ ଲକ୍ଷ ଟନ୍, ୬,୯୫୩ ମିଲିୟନ ୟୁନିଟ ରେକର୍ଡ ନେଟ୍ ବିଦ୍ୟୁତ୍ ଉତ୍ପାଦନ ଏବଂ ୪୦ ଲକ୍ଷ ଟନ୍ କୋଇଲା ମଧ୍ୟ ଉତ୍ପାଦନ କରାଯାଇଛି। ବିକ୍ରୟ କ୍ଷେତ୍ରରେ, ନାଲକୋ ଅଭୂତପୂର୍ବ ସଫଳତା ହାସଲ କରିଛି। ମୋଟ ଆଲୁମିନା ବିକ୍ରୟ ୧୪.୪୬ ଲକ୍ଷ ଟନ୍ ରେ ପହଞ୍ଚିଛିଥିବାବେଳେ (୧.୩୮ ଲକ୍ଷ ଟନ୍ ଘରୋଇ ଆଲୁମିନା ବିକ୍ରୟ ଅନ୍ତର୍ଭୁକ୍ତ), ଆଲୁମିନିୟମ୍ ଧାତୁ ବିକ୍ରୟ ୪.୭୪ ଲକ୍ଷ ଟନ୍ ହୋଇଛି ଯେଉଁଥିରେ ଘରୋଇ ବଜାରରେ ସର୍ବକାଳୀନ ସର୍ବାଧିକ ୪.୬୧ ଲକ୍ଷ ଟନ୍ ଧାତୁ ବିକ୍ରୟ ଅନ୍ତର୍ଭୁକ୍ତ।

“ଉତ୍ପାଦନ ପରିମାଣ ବୃଦ୍ଧି, ଉତ୍ପାଦର ସଠିକ ମୂଲ୍ୟ ଏବଂ ବଜାର ସୁଯୋଗକୁ କୁଶଳୀ ଢଙ୍ଗରେ ବ୍ୟବହାର କରିବାରେ ଆମର ଦକ୍ଷତା ଯୋଗୁଁ ଏହି ଫଳାଫଳ ହାସଲ ହୋଇପାରିଛି। କାରଖାନା, ମାନବ ସମ୍ବଳ ଏବଂ ପ୍ରକ୍ରିୟା ଦକ୍ଷତାକୁ ସୁଦୃଢ କରିବା ନିମନ୍ତେ ଆମର ପ୍ରଚେଷ୍ଟା ଲକ୍ଷ ହାସଲ ଦିଗରେ ସହାୟକ ହୋଇଥାଏ” ବୋଲି ନାଲକୋ ସିଏମଡି ଶ୍ରୀ ବ୍ରଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ,”ଏହି ସଫଳତା ଆମର କର୍ମଚାରୀଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିଫଳିତ କରେ, ଯାହା ଦକ୍ଷତା ଏବଂ ମୂଲ୍ୟ ଅନୁକୂଳନ ଦ୍ୱାରା ସମର୍ଥିତ”। ଏଥି ସହ, ଶ୍ରୀ ସିଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ମାର୍ଗଦର୍ଶନ ଏବଂ ଓଡ଼ିଶା ସରକାରଙ୍କ ନିରନ୍ତର ସହଯୋଗ ନିମନ୍ତେ ନିଜର କୃତଜ୍ଞତା ଜଣାଇଛନ୍ତି।

ଶ୍ରୀ ସିଂହ କାର୍ଯ୍ୟକ୍ଷମ ଉତ୍କର୍ଷତା ମାଧ୍ୟମରେ ଦୀର୍ଘକାଳୀନ, ସ୍ଥାୟୀ ଅଭିବୃଦ୍ଧି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇବା ସହ ସ୍ଥିର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବା ଏବଂ ନାଲକୋର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ସମ୍ବନ୍ଧରେ ମତ ପ୍ରକଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ମଧ୍ୟ ପ୍ରତି ଇକ୍ୱିଟି ସେୟାର ପିଛା ୨ ଟଙ୍କା ହିସାବରେ ତୃତୀୟ ମଧ୍ୟବର୍ତ୍ତୀକାଳୀନ ଲାଭାଂଶ(ସମୁଦାୟ ପରିମାଣ ୩୬୭.୩୩ କୋଟି ଟଙ୍କା) ମଧ୍ୟ ଘୋଷଣା କରିଛି।

 

Continue Reading

Nation

କୁଖ୍ୟାତ ନିଶା ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଭାରତ ଆଣିବାରେ ସଫଳ ହେଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)

Published

on

ଭୁବନେଶ୍ୱର : ତୁର୍କୀରେ ଲୁଚିଥିବା କୁଖ୍ୟାତ ନିଶା ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ଭାରତର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତୁର୍କୀରୁ ଭାରତ ଆଣିବାରେ ସଫଳ ହେଇଛି।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ  ଅମିତ ଶାହ ଆଜି କହିଛନ୍ତି ଯେ, ନାର୍କୋ-ସିଣ୍ଡିକେଟ୍ ବିରୋଧରେ ମୋଦୀ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ନୀତିର ପରିଣାମସ୍ବରୂପ କୁଖ୍ୟାତ ଡ୍ରଗ୍ସ ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଭାରତ ପ୍ରତ୍ୟର୍ପଣ କରି ଏନସିବି ଏକ ବଡ଼ ସଫଳତା ହାସଲ କରିଛି।

‘ଏକ୍ସ’ ପ୍ଲାଟଫର୍ମରେ ଶ୍ରୀ ଅମିତ ଶାହ ଲେଖିଛନ୍ତି, “ ଏନସିବି ଆଜି କୁଖ୍ୟାତ ନିଶା ଚାଲାଣକାରୀ ମହମ୍ମଦ ସଲିମ ଡୋଲାକୁ ତୁର୍କୀରୁ ଫେରାଇ ଆଣି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ନିଶାଚାଲାଣକାରୀ ସଂଗଠନଗୁଡ଼ିକୁ ଦୃଢ ହସ୍ତରେ ଦମନ ଲାଗି ମୋଦୀ ସରକାରଙ୍କ ମିସନ ଅଧିନରେ ଆମ ନିଶା-ନିରୋଧୀ ଏଜେନ୍ସିଗୁଡ଼ିକ ବିଶ୍ବର ପ୍ରମୁଖ ଏଜେନ୍ସିମାନଙ୍କ ନେଟଓ୍ବର୍କ ମାଧ୍ୟମରେ ସୀମା ସେପାରିକୁ ବି ନିଜର ପହଞ୍ଚ ବଢାଇଛନ୍ତି। ଏବେ ଯେଉଁଠାରେ ଲୁଚିଲେ ବି ନିଶା ମାଫିଆ ମୁଖ୍ୟମାନଙ୍କ ପାଇଁ କୌଣସି ସ୍ଥାନ ସୁରକ୍ଷିତ ନୁହେଁ।’’

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସଲିମ ଡୋଲାକୁ ଭାରତ ଆଣିବା ସମସ୍ତ ପଳାତକ ନିଶା ଅପରାଧୀ ଏବଂ ସଂଗଠିତ ଅପରାଧ ସିଣ୍ଡିକେଟ୍ ସଦସ୍ୟଙ୍କୁ ଆଇନର ଅଧୀନକୁ ଆଣିବା ଲାଗି ସରକାରଙ୍କ ଅଟଳ ସଂକଳ୍ପକୁ ସ୍ପଷ୍ଟ କରେ।

‘ଅପରେସନ୍ ଗ୍ଲୋବାଲ୍-ହଣ୍ଟ’ ଅଧୀନରେ ଏନସିବି ଅନ୍ତର୍ଜାତୀୟ ଏବଂ ଭାରତୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରି ସଲିମ ଡୋଲାକୁ ଭାରଣ ଆଣିବାରେ ସଫଳ ହୋଇଛି। ଆଜି ସକାଳେ ନୂଆଦିଲ୍ଲୀର ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ତାକୁ ଏନସିବି ତୁରନ୍ତ ନିଜ ହେପାଜତକୁ ନେଇଥିଲା।

ଭାରତର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ମାର୍ଚ୍ଚ ୨୦୨୪ରେ ସଲିମ ଡୋଲା (୫୯, ମୁମ୍ବାଇର ବାସିନ୍ଦା) ବିରୁଦ୍ଧରେ ଏକ ରେଡ୍ ନୋଟିସ ଜାରି କରିଥିଲା। ତା ନାଁରେ ଭାରତରେ ଅନେକ ନିଶା ଚାଲାଣମାମଲା ଥିବାବେଳେ ସେ ଭାରତରୁ ଫେରାର ହୋଇ ବିଗତ କିଛି ବର୍ଷ ହେଲା ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ଏବଂ ୟୁରୋପର ବିଭିନ୍ନ ଦେଶରେ ଏକ ବିଶାଳ ଆନ୍ତର୍ଜାତୀୟ ନିଶା କାରବାର ସିଣ୍ଡିକେଟ୍ ପ୍ରତିଷ୍ଠା କରିଥିଲା। ତାହାର ପ୍ରାୟ ଦୁଇ ଦଶନ୍ଧିର ଲମ୍ବା ଅପରାଧିକ ଇତିହାସ ରହିଛି। ମହାରାଷ୍ଟ୍ର ଏବଂ ଗୁଜରାଟରେ ବିଭିନ୍ନ ସମୟରେ ଜବତ ବିପୁଳ ପରିମାଣର ହେରୋଇନ୍, ଚରସ୍, ମେଫେଡ୍ରୋନ୍, ମାଣ୍ଡ୍ରାକ୍ସ ଏବଂ ମେଥାମ୍ଫେଟାମାଇନର ମାମଲାରେ ତାହାର ପ୍ରତ୍ୟକ୍ଷ ସଂପୃକ୍ତି ଥିଲା।

ସଲିମ ଡୋଲା ଭାରତର ଛୋଟ ଛୋଟ ନିଶାଚାଲାଣୀକାରୀଙ୍କ ପାଇଁ ଏକ ହୋଲ୍‌ସେଲର୍‌ଭାବେ କାମ କରି ବିପୁଳ ପରିମାଣ ନିଶାଦ୍ରବ୍ୟ ଯୋଗାଣ କରୁଥିଲା। ଗୁଜୁରାଟ ଏଟିଏସ୍ ଏବଂ ମୁମ୍ବାଇ ପୋଲିସ ମଧ୍ୟ ବିଭିନ୍ନ ମାମଲାରେ ତାକୁ ଖୋଜୁଥିଲା। ଏହା ପୂର୍ବରୁ ତା ପୁଅ ତାହିଲ ଡୋଲା ଓ ତାହାର ସହଯୋଗୀମାନଙ୍କୁ ୨୦୨୫ରେ ୟୁଏଇରୁ ଭାରତ ଅଣାଯିବା ପରେ ମୁମ୍ବାଇ ପୁଲିସ ଗିରଫ କରିଥିଲା। ଏହି କାର୍ଯ୍ୟାନୁଷ୍ଠାନ ତୁର୍କୀଏ, ଇଣ୍ଟରପୋଲ୍‌ ଓ ଭାରତୀୟ ଏଜେନ୍ସିମାନଙ୍କ ମିଳିତ ସହଯୋଗର ଏକ ଉଦାହରଣ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions