ନୂଆଦିଲ୍ଲୀ: କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାପତିଭାବେ ମଲ୍ଲିକାର୍ଜୁନଖାର୍ଗେ ନିର୍ବାଚିତ ହେବାପରେ ବର୍ତମାନ ରାଜ୍ୟସଭାର ବିରୋଧୀଦଳ ନେତା କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଖାର୍ଗେ ରାଜ୍ୟସଭା ବିରୋଧୀଦଳ ନେତା ପଦରୁ ଇସ୍ତଫା...
ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍ଓଡିଏଲ୍ର ସମସ୍ତ ଗ୍ରାହକ ଏବେ ୮ଟି ଜିଲ୍ଲାରେ ଥିବା ୧୬୫୨ କଲେକ୍ସନ ପଏଂଟ୍ରେ ସେମାନଙ୍କ ବିଦ୍ୟୁତ ବିଲ୍କୁ ସୁବିଧାରେ ପ୍ରଦାନ କରିପାରିବେ । ଏହି କଲେକ୍ସନ ପଏଂଟ୍ରେ ଗ୍ରାହକମାନେ ପ୍ରଦାନ କରିଥିବା ବିଲ୍ର ପେମେଂଟ୍ ରସିଦ ପାଇପାରିବେ । ଗ୍ରାହକମାନଙ୍କ ସୁବିଧା ଏବଂ ଡିଜିଟାଲ୍ ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ଫୋନ୍ପେ, ଆମାଜନ-ପେ, ଗୁଗୁଲ-ପେ, ଭାରତ ମନି, ଜିଓ ମନି, ପେଟିଏମ୍, ଫ୍ରିଚାର୍ଜ, ଏୟାରଟେଲ ମନି, ମୋବିକ୍ୱିକ୍, ପେୟୁ, ଟାଟା ନିଉ ଭଳି ପେମେଂଟ୍ ଗେଟ୍ୱେ ଏବଂ ଓକାକ୍, ଆଇବିଏଏକ୍ସ କ୍ୟାସ୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଭିମ୍ ଆଦି ଅନ୍ୟ ପ୍ଲାଟଫର୍ମ ସହ ସହଯୋଗିତା ସ୍ଥାପନ କରାଯାଇଛି । ଡିଜିଟାଲ ମାଧ୍ୟମରେ ପେମେଂଟ୍ ପ୍ରଦାନ କରୁଥିବା ଗ୍ରାହକମାନେ ସେମାନଙ୍କ ବିଲ୍ ଉପରେ ୩% ଡିଜିଟାଲ୍ ରିହାତି ପାଇପାରିବେ । ସେମାନେ କଂପାନିର ୱେବସାଇଟ୍ରେ ମଧ୍ୟ ସିଧାସଳଖ ପେମେଂଟ୍ କରିପାରିବେ । “ଗ୍ରାହକମାନଙ୍କ ସୁବିଧା ପ୍ରତି ଅନ୍ୟତମ ପଦକ୍ଷେପ ସ୍ୱରୂପ ଆମେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରିଛୁ । ତ୍ୱରିତ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ପେମେଂଟ୍ ନେଟ୍ୱର୍କକୁ ସମ୍ପ୍ରସାରିତ କରୁଛୁ । ବିବିଧ ମାଧ୍ୟମ ପ୍ରଦାନ କରିବା ସମେତ ଭରସାଯୋଗ୍ୟ ଏବଂ ଗ୍ରାହକ ମିତବ୍ୟୟୀ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ଉଦ୍ୟମ ଜାରି ରଖିବୁ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ ସିଂହ କହିଛନ୍ତି ।
ନୂଆଦିଲ୍ଲୀ: ଦେଶରେ ଚଳିତ ୨୦୨୧-୨୨ ବର୍ଷରେ ରେକର୍ଡ ପରିମାଣର ଆଳୁ, ପିଆଜ, ଟମାଟୋ, ପନିପରିବା ଓ ଫଳମୂଳର ଉତ୍ପାଦନ ହେବ। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ...
ରାୟପୁର: ଛତିଶଗଡ଼ର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧାର ହେବାରେ ଲାଗିଛି। ଦୀର୍ଘ ୧୫ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଥିବା ରମଣ ଏବେ ଚରମ ଦୁଶ୍ଚିନ୍ତାରେ ଅଛନ୍ତି। ଛତିଶଗଡ଼ରେ ଆସନ୍ତା ବର୍ଷ ଶେଷ ଆଡକୁ...
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ନିର୍ବାଚନ ବିଜୟ ବର୍ତମାନ ଶାସକ ବିଜେପି ଦଳର ନିଦ ହଜେଇ ଦେଇଛି। ଦିଲ୍ଲୀ, ପଞ୍ଜାବ ବିଜୟ ପରେ ଆପ ଦଳ ଯେଭଳି ଭାବେ ଗୁଜରାଟରେ ତାର ନିର୍ବାଚନ ପ୍ରଚାର ଚଳେଇଛି...
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୫ ତାରିଖ ମଙ୍ଗଳବାର ଦିନ ସରକାରୀ ଛୁଟି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଉକ୍ତ ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଉକ୍ତ ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା...
ଭୁବନେଶ୍ୱର: ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ) ପ୍ରଚଳନକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଶୁଭାରମ୍ଭ କରିଛନ୍ତି| ମାନ୍ୟବର ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରୋଧ ଦେଖି କେନ୍ଦ୍ରମନ୍ତ୍ରୀମାନଙ୍କ ମନରେ ଶଙ୍କା ପଶିଛି। ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବାର ଚିନ୍ତା ଏବେ ସେମାନଙ୍କୁ ଘରିଛି। ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଦୁଇଟି ପୃଥକ ପୃଥକ ବୈଠକରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ...
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିଧବା ପତ୍ନୀ ସଙ୍ଗୀତା ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାପାଇଁ ଶତ ଚେଷ୍ଟା କରିବି ଫୋନ୍ ରେ ପାଇ ନଥିବାରୁ ମନ ଖରାପ...
ଭୁବନେଶ୍ୱର: ପୁରୀରେ ହବିଷ୍ୟାଳି ମା’ ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହବିଷ୍ୟାଳି ମା’ମାନଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ହବିଷ୍ୟାଳି...