ସାହିତ୍ୟ

ଅନୁଵାଦର ରାଜନୀତି ଏବେ ମଧ୍ୟ ବଳବତ୍ତର ଅଛି :ଯତୀନ୍ଦ୍ର ନାୟକ

Published

on

ଭୁବନେଶ୍ୱର: ବିଶ୍ୱା୍ୟନ ପରିପ୍ରେକ୍ଷୀରେ ଅନୁଵାଦର ସ୍ଥିତି ନୂଆ ପାଠକ ବଜାର ଖୋଜୁଛି |

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ “ସାହିତ୍ୟ ମାସିକୀ “କାର୍ଯ୍ୟକ୍ରମରେ ଯୋଗ ଦେଇ ଖ୍ୟାତନାମା ଅନୁବାଦକ ଓ ସମାଲୋଚକ ପ୍ରଫେସର ଯତୀନ୍ଦ୍ର ନାୟକ ଅନୁଵାଦର ଇତିହାସ ଆଲୋଚନା କରି ପ୍ର. ନାୟକ କହିଲେ ଯେ କ୍ଷମତା ସବୁବେଳେ ଅନୁବାଦ ପାଇଁ ନିର୍ଦେଶ ଦେଇଆସିଛି | ଓଡ଼ିଆରେ 1990 ବେଳକୁ ପ୍ରାୟ 5 ହଜାର ବହିର ଓଡ଼ିଆ ଅନୁବାଦ ହୋଇଥିବାବେଳେ ଇଂରାଜୀକୁ ପ୍ରାୟ ଶହେରୁ କମ ଅନୁବାଦ ହୋଇଥିଲା | ରାଜନୈତିକ ନିଷ୍ପତ୍ତି ମଧ୍ୟ ଅନୁଵାଦକୁ ପ୍ରଭାବିତ କରିଆସିଚି |

ଓଡ଼ିଆ ସାହିତ୍ୟରେ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଆମ ଲେଖକମାନେ ଅନୁବାଦ ମାଧ୍ୟମରେ ଜାତୀୟତାରଉନ୍ମେଷ ପାଇଁ ଉଦ୍ୟମ କରିଥିଲେ|

ଇଂରାଜୀକୁ କ୍ଷମତାର ଭାଷା ଭାବରେ ଅଭିହିତ କରି ସେ କହିଲେ  ଯେ ଓଡ଼ିଆରେ ଭାଷାର ସମୃଦ୍ଧି ପାଇଁ ମଧ୍ୟ ଅନୁବାଦ ସାହାଯ୍ୟ କରିଛି |

ଚଳନ୍ତି ସମୟରେ ରୁଷ, ଚୀନ ଓ ଆମେରିକା ପରି ଦେଶମାନେ ଏସିୟ ଓ ଆଫ୍ରିକୀୟ ଦେଶରେ ନିଜ ସାହିତ୍ୟର ପ୍ରସାର ପାଇଁ ଅନୁବାଦ ନିମନ୍ତେ ପ୍ରଚୁର ଅର୍ଥ ବ୍ୟୟ କଲେ |ଏହା ଫଳରେ ଇଂରାଜୀ ଭାଷାର ବହୁତ ଲାଭ ହେଲା |

ପୁଣି ସତୁରିରୁ ନବେ ଦଶକ ମଧ୍ୟରେ ଆମେରିକୀୟ ସାହିତ୍ୟର ପ୍ରସାର ପାଇଁ ଜୋରସୋର ଉଦ୍ୟମ ହୋଇଥିଲା ବୋଲି ପ୍ର. ନାୟକ ଉଲ୍ଲେଖ କରିଥିଲେ |
ସର୍ବଶ୍ରୀ ପ୍ରଦୀପ୍ତ ବାରିକ, ନନ୍ଦ କିଶୋର ବିଶ୍ୱାଳ, ରମେଶ ପଟ୍ଟନାୟକ,ରମଣ ଆଗ୍ରୱାଲ, ଆଭାସ ବରାଳ ପ୍ରମୁଖ ପ୍ର. ନାୟକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ | ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ | “ଏ ମାସର କଥାକାର” ଭାବରେ ଯୁବ ଗାଳ୍ପିକା ଭୁବନେଶ୍ୱରୀ ପଣ୍ଡା ଉପସ୍ଥିତ ରହି ସ୍ୱରଚିତ ଗଳ୍ପ ପାଠ କରିଥିଲେ|
ପରେ ଅଧ୍ୟାପିକା ମାନିନୀ ଜେନା ଓ ମିନତି ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଇତିଶ୍ରୀ ପତି, ମନମୋହନ ମିଶ୍ର, ସୁସ୍ମିତା ଶତପଥି, ସଂତାପ ଜେନା, ମନୋରଞ୍ଜନ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ପଟ୍ଟନାୟକ, ସୁଶାନ୍ତ ଶତପଥି ଓ
ଶ୍ୟାମାକିଙ୍କର ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ |
ଶେଷରେ ଅନୁଷ୍ଠାନର ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

 

Leave a Reply

Your email address will not be published. Required fields are marked *

Trending

Exit mobile version