Connect with us

କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଭଗୀପୁର ପଞ୍ଚାୟତର କୂଅମଡା ଗାଁରୁ ଏକ ଆହତ ହରୀଣକୁ ଉଦ୍ଧାର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ହରୀଣଟି ଖାଦ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ଗାଁକୁ ଚାଲି ଆସିଥିବା ବେଳେ ଆଉ ଫେରିପାରି ନଥିଲା । ସକାଳ ହୋଇଯିବାରୁ ଗାଁରେ କୁକୁର ମାନେ ଗୋଡାଇବାରୁ ଏକ ପରିତ୍ୟକ୍ତ କୂଅରେ ହରୀଣଟି ପଡି ଯାଇଥିଲା ।

ଗ୍ରାମବାସୀ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ବାଙ୍କୀ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତରେ ହରୀଣଟିକୁ ଉଦ୍ଧାର କରି ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

ଜ୍ଞାନ କୌଶଳ

ମାଟ୍ରିକ ପରୀକ୍ଷା : ପରୀକ୍ଷା ଦିନ ହିଁ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର

Published

on

କଟକ ୧/୨ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ହେବାକୁ ଥିବା ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ଦିନ ହିଁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ । ୩୦୪ଟି ନୋଡ଼ାଲ ସେଣ୍ଟରରୁ ବିଭିନ୍ନ କେନ୍ଦ୍ରକୁ ଏହା ପଠାଯିବ । ଏଥିପାଇଁ ୬୯୩ଟି ଡେସ୍ପାଚ ଟିମ ନିୟୋଜିତ ହେବେ । ଚଳିତବର୍ଷ ୨୮୩୦ କେନ୍ଦ୍ରରେ ମୋଟ ୫ ଲକ୍ଷ ୭୨ ହଜାର ୬୯୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ସକାଳ ୯ଟା ପରିବର୍ତ୍ତେ ୧୦ଟାରୁ ଆରମ୍ଭ ହେବ ଓ ୧୨.୩୦ ପର୍ଯ୍ୟନ୍ତ ଏହା ଚାଲିବ ।

Continue Reading

ଜ୍ଞାନ କୌଶଳ

ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ : ଆଣବିକ ଆକ୍ରମଣର ମୁହଁତୋଡ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ

Published

on

ଦିଲ୍ଲୀ ୩୦/୧୨ : ଏଣିକି ଜଳ, ସ୍ଥଳ ଓ ଆକାଶରେ ଆଣବିକ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି କିଛିବର୍ଷ ମଧ୍ୟରେ ଦେଶର ଆଣବିକ ଯୁଦ୍ଧ-କୋ÷ଶଳ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । ଆଜି ଆକାଶବାଣୀର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ମତ ବିନିମୟ କରିବାବେଳେ ଏହା ଉଲ୍ଲେଖ କରି ସେ କହିଛନ୍ତି ଯେ, ଜଳ, ସ୍ଥଳ ଓ ଆକାଶରେ ଶତ୍ରୁର ଆଣବିକ ଆକ୍ରମଣକୁ ସମ୍ପୂର୍ଣ୍ଣ ପ୍ରତିହତ କରିବାର ଦକ୍ଷତା ଭାରତ ହାସଲ କରିସାରିଛି । କେହି ଆଣବିକ ଆକ୍ରମଣ କଲେ ଭାରତ ମଧ୍ୟ ତାହାର ମୁହଁତୋଡ଼ ଜବାବ ଦେଇପାରିବ ।
ଭାରତରେ ଯେ, ଦାରିଦ୍ର‌୍ୟ ଦୂରୀକରଣ ପ୍ରକ୍ରିୟାର ଗତି ଯଥେଷ୍ଟ ଦ୍ରୁତତର ହୋଇଛି, ତାହା ବହୁ ଆନ୍ତର୍ଜାତିକ ସଂସ୍ଥା ସ୍ୱୀକାର କରିସାରିଲେଣି । ଏହି ସଂସ୍ଥାଗୁଡ଼ିକ ଦେଶର ଅଭିବୃଦ୍ଧି ହାରର ଗତିକୁ ମଧ୍ୟ ପ୍ରଶଂସା କରିଛନ୍ତି । ୨୦୧୮ ଭାରତ ପାଇଁ ଏକ ସଫଳତାର ବର୍ଷ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବର୍ଷରେ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ‘ଆୟୁଷ୍ମାନ ଭାରତ’ ଆରମ୍ଭ ହୋଇଛି । ଦେଶର ପ୍ରତିଟି ଗାଁରେ ବିଜୁଳି ପହଂଚି ପାରିଛି । ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଏଭଳି ଗତିରେ ସଂପ୍ରସାରିତ ହେଉଛି ଯେ, ବର୍ତ୍ତମାନସୁଦ୍ଧା ଏହା ୯୫% ସୀମା ଅତିକ୍ରମ କରିସାରିଛି । କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

Continue Reading

ଜ୍ଞାନ କୌଶଳ

ମୁଖ୍ୟମନ୍ତ୍ରୀ ଜାଣନ୍ତିକି? ୨୦୦୭ ଅଖିମୁଠୀ ଅନୂକୂଳ ଜମିରେ ଏବେ ଆପାର୍ଟମେଣ୍ଟ୍!

Published

on

କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଖିରେ ନିଦ ନାହିଁ । ରାଜ୍ୟରେ କୃଷିର ଆଶାତୀତ ସଫଳତା ପାଇଁ ରାଜ୍ୟ ସରକାର ଦୁଇଦୁଇ ଥର କେନ୍ଦ୍ର ସରକାରଙ୍କ ଠାରୁ କୃଷି କର୍ମଣ ପୁରସ୍କାର ପାଇବାର ଗୌରବ ଅର୍ଜ୍ଜନ କରି ସାରିଲେଣି । ସରକାରଙ୍କ ଏପରି ଏକ ସଫଳତାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଆମର ଉଦ୍ଦେଶ୍ୟ ନୁହେଁ । ଓଡିଶାର ଜଣେ ସଚେତନ ନାଗରୀକ କାରଣରୁ ଆମେ ବ୍ୟକ୍ତଗତ ଭାବେ ମଧ୍ୟ ବାହାର ରାଜ୍ୟ ସାମ୍ନାରେ ଗର୍ବର ସହ ଏହି ଉଦାହରଣ ଥୋଇବାରେ ଦ୍ୱିଧା ଅନୁଭବ କରିବୁ ନାହିଁ । ହେଲେ ଆପଣା ରାଜ୍ୟରେ ନିଜ ଆଖି ଦେଖିଥିବା ଘଟଣା ଯଦି ମାତ୍ର କେଇଟା ବର୍ଷ ଭିତରେ ଭିନ୍ନଋପ ନେଲା ତାହେଲେ ତାହା ସିଧା କହିବାରେ ପଛଘୁଞ୍ଚା ଦେବା ମଧ୍ୟ ଠିକ୍ ହେବ ନାହିଁ ।
ଆମେ କହିବାକୁ ଚାହୁଁଛୁ ରାଜ୍ୟ ସ୍ତରୀୟ ଅଖିମୁଠୀ ଅନୂକୂଳ କଥା । ପ୍ରତ୍ୟେକ ବର୍ଷ ଏହି ପବିତ୍ର ଦିନରେ ରାଜ୍ୟ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସରକାରୀ ଭାବେ ଅଖିମୁଠୀ ଅନୂକୂଳ ଦିବସ ପାଳନ କରାଯାଉଛି । ସରକାରୀ ଅର୍ଥ ବ୍ୟୟ କରାଯାଇ ଏପରି ଏକ ଦିବସ ପାଳନ କରିବାରେ ଆମର ଆପତ୍ତି ନାହିଁ କି ସେଥିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସାହସ ମଧ୍ୟ କରାୁନାହୁଁ । କିନ୍ତୁ କଥା ହେଉଛି ଯେଉଁ ଚାଷ ଜମିରେ ଏହି ପବିତ୍ର ଦିବସ ପାଳନ କରାଯାଉଛି ସେ ଜମିର ପରବର୍ତ୍ତି ଅବସ୍ଥା କଣ ତାହା ମଧ୍ୟ ସରକାର ହିସାବ ରଖିବା ଆବଶ୍ୟକ । ଥରେ ଶଙ୍ଖ ଫୁଙ୍କି ମୁଣ୍ଡରେ ପଗଡି ବାନ୍ଧି ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନୀରେ ଯେନତେନ ପ୍ରକାରେଣ ହଳଲଙ୍ଗଳ ଧରି ବିଲରେ ବୀହନ ପକାଇ ଏହି ଦିବସକୁ ନାମକୁ ମାତ୍ର ପାଳନ କଲେ କଥା ଶେଷ ହେଲା ନାହିଁ । ବରଂ ଏହି ଧାରାକୁ ସୁଦୁର ପ୍ରସାରୀ କରି ଚାଷୀକୁ ଚାଷପ୍ରତି ଅଧ୍ଚଳ ଉତ୍ସାହିତ କରିବା ଏହି ଉଦ୍ଦେଶ୍ୟର ମୂଳ ଲକ୍ଷ୍ୟ ।

କଥା ହେଉଛି ୨୦୦୭ ମସିହା ଅପ୍ରେଲ ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିବସରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଗନରୀ ପଞ୍ଚାୟତର ଖଣ୍ଡାଗର ମୌଜାରେ ତତ୍କାଳୀନ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ତରୀୟ ଅଖିମୁଠୀ ଦିବସରେ ଯୋଗଦେଇ ଅଖିମୁଠୀ ଅନୁକୂଳ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ସ୍ତରରେ ବେଶ ତତ୍ପରତା ପ୍ରକାଶ କାଇଥିଲା । ତତ୍କାଳୀନ କୃଷି ବିଭାଗ ପ୍ରମୁଖ ସଚିବ ହାୱା ସିଂ ଜହରଙ୍କ ଦ୍ୱାରା ଛପା ଯାଇଥିବା ନିମନ୍ତ୍ରଣ ପତ୍ର ବଣ୍ଟାଯାଇ ଅଞ୍ଚଳର ବହୁ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କେହି କେବେବି ବୋଧହୁଏ ହିସାବ ରଖି ନାହାନ୍ତି ଏବେ ସେହି ଜମିରେ କଣ ହେଉଛି । ସେଦିନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣା ଯାଇଥିବା ବୀହନର ଧାନ ନିଜ ଖଳାକୁ କାଟି ନେଇଥିବା ଚଷା ପୁଅର ସେ ଜମି ଏବେ କି ଅବସ୍ଥାରେ ରହିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଜମି ଉପରେ ଏବେ ଠିଆ ହୋଇଛି ବହୁତଳ ପ୍ରାସାଦ (ଆପାର୍ଟମେଣ୍ଟ୍) । ଏହି ଆପାର୍ଟମେଣ୍ଟ ରାତାରାତି ତିଆରି ହୋଇଯାଇନାହିଁ । ବିଗତ ପ୍ରାୟ ୫ବର୍ଷ ହେବ ଏହି କାର୍ଯ୍ୟ ଚାଲିଛି । ଖାଲି ଏହି ବିଲଟି ନୁହେଁ ବରଂ ଏହାର ଆଖପାଖ ବିଲ ଗୁଡିକର କିସମ ଇତି ମଧ୍ୟରେ ବଦଳି ଯାଇଥିବା ଦେଖିବାକୁ ମିଳୁଛି । ଏହି ଚାଷ ଜମି ଗୁଡିକ ଏବେ ଘରବରୀ କିସମରେ ପରିବତ୍ତିତ ହୋଇ ବହୁତଳ ଘର ନିର୍ମାଣ କରାଯାଇଛି । ଅଞ୍ଚଳର ଉନ୍ନତୀ ହେଉ ସେଥିରେ ଆମେ ବାଧକ ସାଜିବା ଆଦୌ ଆମର ଉଦ୍ଦେଶ୍ୟ ନୁହେଁ , ହେଲେ ଏଠାରେ ପ୍ରଶ୍ନ ହେଉଛି ଯେଉଁ ବିଲରେ ଦିନେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଖିମୁଠୀ ଅନୂକୂଳ କରିଥିଲେ ମାତ୍ର କେଇଟା ବର୍ଷ ଭିତରେ ସେହି ଜମିରେ କେଉଁଭଳି ପରିସ୍ଥିତିରେ ଆପାର୍ଟମେଣ୍ଟ ନିର୍ମାଣ କରାଗଲା ଓ ଗରୀବ ଚାଷୀଟି କେଉଁ ଅସୁବିଧାରେ ପଡି ଏପରି କାର୍ଯ୍ୟ କରିବାକୁ ଇଚ୍ଛା କଲା ତାହା ତଦନ୍ତ ସାପେକ୍ଷ ପରି ମନେହୁଏ ।ଏହି ଗୋଟିଏ ଘଟଣାରୁ ବାରିହୋଇ ପଡୁଛି ଓଡିଶାୋ ଜଣେ ଚାଷୀର ପ୍ରକୃତ ପରିସ୍ଥିତ କଣ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions