Connect with us

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଦିନରେ ୪୫୦କୋଟି ଟଙ୍କାର ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଶନିବାର ଭିଡିଓ କନ୍ଫରେନ୍ସିଂ ଯୋଗେ ରାୟଗଡା, ନବରଂଗପୁର, କଳାହାଣ୍ଡି, ସମ୍ବଲପୁର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରେ ୬ଟି ଉଚ୍ଚ ଶକ୍ତି ସଂପନ୍ନ ଗ୍ରୀଡ ସବ୍ଷ୍ଟେସନ ଓ ବଲାଙ୍ଗୀର-କେସିଙ୍ଗାରେ ୨୨୦ କେଭି ଟ୍ରାନ୍ସମିଶନ ଲାଇନ ଉଦ୍ଘାଟନ କରି ଲୋକଙ୍କୁ ଗୁଣାତ୍ମକ ତଥା ନିର୍ଭରଯୋଗ୍ୟ ବିଦ୍ୟୁତ ସେବା ଯୋଗାଇ ଦେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ୬ଟି ଉଚ୍ଚଶକ୍ତି ସଂପନ୍ନ ଗ୍ରୀଡ ସବ୍‌ଷ୍ଟେସନ ଓ ଗୋଟିଏ ୨୨୦ କେଭି ଡବଲ ସର୍କିଟ ଟ୍ରାନସ୍‌ମିଶନ ଲାଇନ ପାଇଁ ୪୫୦ କୋଟି ଟଙ୍କା ବିନିଯୋଗ ହୋଇଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନୂତନ ବ୍ୟବସ୍ଥା ଦ୍ବାରା କଳାହାଣ୍ଡି, ରାୟଗଡା, ନବରଂଗପୁର, କେନ୍ଦୁଝର, ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ, ଛାତ୍ରଛାତ୍ରୀ ଓ ମା ମାନେ ବିଶେଷ ଉପକାର ପାଇବେ। କ୍ଷୁଦ୍ର ଶିଳ୍ପ ଓ ଜଳସେଚନ ପ୍ରକଳ୍ପ ଗୁଡିକ ମଧ୍ୟ ଉପକାର ପାଇବେ ବୋଲି ସେ କହିଥିଲେ ।

ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ୩୮୦୦ କୋଟି ଟଙ୍କା ବ୍ୟୟ ଅଟକଳରେ Odisha Distribution System Strengthening Project ଆରମ୍ଭ କରିଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୩୦ଟି ୩୩/୧୧ କେଭି ସବ୍‌ଷ୍ଟେସନ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟରେ ଲୋ-ଭୋଲ୍‌ଟେଜ ସମସ୍ୟା ଦୂର କରିବା ପାଇଁ ସରକାର ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ୧୮୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ସୁଷାନ୍ତ ସିଂ, ଖୋର୍ଦ୍ଧାରେ ସାଧାରଣ ଉଦ୍ୟୋଗ ଶ୍ରୀ ଅଶୋକ ପଣ୍ଡା, କଳାହାଣ୍ଡିରେ ଶକ୍ତି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, କେନ୍ଦୁଝରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ରାୟଗଡା-ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ରହି ବିଦ୍ୟୁତ ଭିତ୍ତିଭୂମିର ବିକାଶ ଦ୍ବାରା ରାଜ୍ୟର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସଂଚାଳନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଶକ୍ତି ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସ୍ବାଗତ ଭାଷଣ ଦେଇଥିଲେ। OPTCLର ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ଟାଟା ପାୱାର ଓଡିଶାର ଓଡ଼ିଆ ସିନେଷ୍ଟାର ସଂଯୋଗ

Published

on

ଭୁବନେଶ୍ୱର : ସେଦିନ ଥିଲା କୁମାର ପୁର୍ଣିମା l ବଲାଙ୍ଗୀର ଜିଲ୍ଲା ତରଭାରେ ଭୁଜାଖାଇ ଉତ୍ସବ ପାଇଁ ଚାଲିଥିଲା ପ୍ରସ୍ତୁତି l ରାତିରେ ଦୁଲୁକିବ ମଞ୍ଚ l ଆସିବେ ନାମୀଦାମୀ ନୃତ୍ୟଶିଳ୍ପୀ, ଗାୟକ ଗାୟିକା ଆଉ ଓଡ଼ିଆ ସିନେମାର ସୁପର ଷ୍ଟାର l

ଏଣେ ଭୁବନେଶ୍ୱର ଏଆର ପୋର୍ଟରୁ ଆକାଶ ଧରିଥିଲା ହେଲିକାପଟର l ହେଲିକାପଟରରେ ଥିଲେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ l ଆଉ ତାଙ୍କ ସାଙ୍ଗରେ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ସୁପର କ୍ଯୁଇଁନ ଅନୁ ଚୌଧୁରୀ, ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ l ଚାରିଜଣ ଯାତ୍ରୀଙ୍କୁ ନେଇ ତରଭା ଯାଉଥିବା ହେଲିକାପଟର ଟି ହଠାତ ଫେରିଆସିଥିଲା ଭୁବନେଶ୍ୱର ଏଆର ପୋର୍ଟ କୁ l ହେଲିକାପଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନ୍ତ୍ରୀ ଓ ସିନେମା ଷ୍ଟାରମାନଙ୍କର ତରଭା ଭୁଜାଖାଇ ମହୋତ୍ସବ ରେ ଯୋଗ ଦେବା ସମ୍ଭବ ହେଲା ନାହିଁ l

ହେଲେ ଏଆର ପୋର୍ଟରୁ ଫେରି ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓଙ୍କ ଘରେ ଗପସପ ହେଉଥିବା ବେଳେ ଟାଟା ପୱାର ଓଡିଶା ସିଇଓଙ୍କ ପାଖରୁ ଏକ ନିମନ୍ତ୍ରଣ ପାଇଥିଲେ ସିଂହ ଦେଓ ଯେକି ଶକ୍ତି ବିଭାଗ ଦାୟିତ୍ୱରେ ଅଛନ୍ତି l ଉପ-ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନେଇ ଭୁବନେଶ୍ୱର ପୱାର ହାଉସ ଛକରେ ଥିବା ଟାଟା ପୱାରର ମୁଖ୍ୟ ଅଫିସ ରେ ପହଞ୍ଚି ଥିଲେ l

ଓଡିଶା ଟାଟା ପାୱାର କ୍ୟାମ୍ପସରେ ସେମାନଙ୍କୁ ଅପେକ୍ଷା କରିଥିଲା ଚାରୋଟି ସୁସଜ୍ଜିତ ଭ୍ୟାନ l ଅବସର ଥିଲା ଟାଟା ପାୱାରର ଭ୍ରାମ୍ୟମନ ଟ୍ରେନିଂ ଭ୍ୟାନର ଫ୍ଲାଗ ଅଫ ଉତ୍ସବ l

ଆକସ୍ମିକ ଭାବେ ମିଳିଥିବା ଷ୍ଟାର ଅତିଥିଙ୍କୁ ଏହି ଉତ୍ସବରେ ସାମିଲ କରିବାର ସୁଯୋଗ ହାତଛଡା କରିନଥିଲା ଟାଟା ପୱାର l

ଅନୁ ଚୌଧୁରୀଙ୍କ ହାତରେ ଟିପିସିଓଡିଏଲ (TPCODL), ସିଦ୍ଧାନ୍ତଙ୍କ ହାତରେ ଟିପିଏସଓଡିଏଲ (TPSODL) ଏବଂ ଆକାଶ ଦାସଙ୍କ ହାତରେ ଟିପିଏନଓଡିଏଲ (TPNODL) ପାଇଁ ଉଦ୍ଧିଷ୍ଟ ଭ୍ୟାନଗୁଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଉପ-ମୁଖ୍ୟମନ୍ତ୍ରୀ ସିଂହ ଦେଓ ଟିପିଡବ୍ଲୁଓଡ଼ିଏଲ (TPWODL) ଗାଡିକୁ ପତାକା ଦେଖାଇଥିଲେ l

ଏହି ଉତ୍ସବ ପାଇଁ ଟାଟା ପାୱାର ଯେ କେବଳ ଆକସ୍ମିକ ଭାବେ ଓଡ଼ିଆ ସିନେମା ଜଗତର ସୁପର ଷ୍ଟାରମାନଙ୍କୁ କେବଳ ପାଇ ନଥିଲା, ଭ୍ୟାନଗୁଡିକର ଶୁଭାରମ୍ଭ ଘଟଣା ମଧ୍ୟ ଏକ ସଂଯୋଗ ଥିଲା l ମଧ୍ୟ ଓଡିଶା ଭୁବନେଶ୍ୱରରେ ରହୁଥିବା ଅନୁ TPCODL ର ଭ୍ୟାନ, ଦକ୍ଷିଣ ଓଡ଼ିଶାର  ବିଜେପି ବିଧାୟକ ସିଦ୍ଧାନ୍ତ TPSODL ଓ ଉତ୍ତର ଓଡିଶା ଯାଜପୁର କୋରେଇର ବିଜେପି ବିଧାୟକ ଆକାଶ ଦାସ ନାୟକ TPNODL ପାଇଁ ଉଦିଷ୍ଟ ଗାଡିର ଶୁଭାରମ୍ଭ କରିଥିଲେ l ସେହିଭଳି ପଶ୍ଚିମ ଓଡିଶାର ବଲାଙ୍ଗୀର ଜିଲ୍ଲା ପାଟଣାଗଡ MLA ସିଂହ ଦେଓ TPWODL ର ଭ୍ୟାନକୁ ସବୁଜ ପତକା ଦେଖିଇ ଥିଲେ l

 

 

 

Continue Reading

Business

ଓଡିଶାରେ ଦୁଇଟି ବନ୍ଦରର ବିକାଶ ପାଇଁ ଅଦାନୀ ଜେଏସ ଡବ୍ଲୁ ସହ ରିହାତି ଚୁକ୍ତି ସ୍ଵାକ୍ଷର

Published

on

ଭୁବନେଶ୍ୱର: ଓଡିଶାରେ ଦୁଇଟି ବନ୍ଦରର ବିକାଶ ପାଇଁ ଅଦାନୀ ଜେଏସ ଡବ୍ଲୁ ସହ ରାଜ୍ୟ ସରକାର ଗୁରୁବାର ରିହାତି ଚୁକ୍ତି ସ୍ଵାକ୍ଷର କରିଛନ୍ତି l

ଜେ.ଏସ୍.ଡବ୍ଲ ଉତ୍କଳ ଷ୍ଟିଲ ଲିମିଟେଡ୍ ର ପ୍ରେସିଡେଣ୍ଟ  ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ର ବିଜିନେସ ହେଡ  ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ  ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧00 କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ l

ସେହିଭଳି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ।

ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷର ଅବସରରେ କହିଛନ୍ତି l

ଲୋକସେବା ଭବନଠାରେ ଆୟୋଜିତ ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।

 

ସେ ପୁଣି କହିଥିଲେ ଯେ, ଗୋପାଳପୁର ବନ୍ଦର ଲିମିଟେଡ୍ (Adani Ports) ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲର ଉଭୟ ବନ୍ଦର ବିକାଶ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଖ୍ୟାତି ରହିଛି। ଏହି ଦୁଇଟି କମ୍ପାନୀ ଆମର ବନ୍ଦର ଭିତ୍ତିକ ବିକାଶ (Port Led Development) କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବେ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ନିଯୁକ୍ତି ସୃଷ୍ଟି ହେବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ ଯେ, ଓଡିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି। ଓଡିଶାର ସୁଦୀର୍ଘ ଉପକୂଳରେ ଅନେକ ସମ୍ଭାବିତ ସ୍ଥାନକୁ ନିରୂପିତ କରାଯାଇ ସେଠାରେ ଅଣ-ବୃହତ୍ତ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ ତଥା ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶ କରିବା ଆମ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଅତିରିକ୍ତ ସଚିବ ବିଧାନ ରାୟ ଏବଂ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ର ଅଧିକାରୀମାନ ଉପସ୍ଥିତ ଥିଲେ।

 

Continue Reading

Business

ମୁଖ୍ୟମନ୍ତ୍ରୀ କହିଲେ ମେକ ଇନ ଓଡିଶା 2025 କନକ୍ଳେଭ ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ

Published

on

ନୂଆଦିଲ୍ଲୀ : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଆଗାମୀ ବର୍ଷ ଜାନୁୟାରୀ ମାସରେ ଭୁବନେଶ୍ୱରରେ ହେବାକୁ ଥିବା Make in Odisha Conclave 2025 ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ l

ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।”

ଏଠାରେ ଗୁରୁବାର ଦିନ ବିଭିନ୍ନ ଦେଶର 34 ଜଣ କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶାରେ ପୁଞ୍ଜି ନିବେଶ କୁ ନେଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି।

ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ ଆଜିର ଆଲୋଚନା ଫଳପ୍ରଦ ହୋଇଛି।

ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି।

ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ ମୂଳଦୁଆ ପକାଇବ ।

ଯାହା ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ, ତାହା ସଫଳ ହେବ।

ଓଡିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବ ରେ ପରିଣତ ହେବାକୁ ଯାଉଛି।

ଏଥିନେଇ ନିଶ୍ଚିତ ରୂପରେ ଆମକୁ ଆଜି ଏକ ସଫଳ ସଙ୍କେତ ମିଳି ପାରିଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions