Connect with us

ଭୁବନେଶ୍ୱର: ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ କହିଛନ୍ତି।

ଭୁବନେଶ୍ବର ଜୟଦେବ ଭବନ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ପ୍ରାଣୀ ସମ୍ପଦର ବିକାଶ କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀଧନ ନିରୀକ୍ଷକ ଓ ବିଭାଗୀୟ ଅନ୍ୟ କର୍ମଚାରୀ ମାନେ ନିରନ୍ତର ଭାବେ ପ୍ରାଣୀ ସେବା ଯୋଗାଇଥାନ୍ତି। ଆମ ଏହି ବିଭାଗର କର୍ମଚାରୀ ମାନଙ୍କ ବୈଷୟିକ ଜ୍ଞାନ ଚାଷୀ ଭାଇ ମାନଙ୍କ ରୋଜଗାର ବୃଦ୍ଧି ପାଇଁ ଖୁବ୍ ସହାୟକ ହୋଇଥାଏ। ପ୍ରାଣୀ ପାଳନ ମନୁଷ୍ୟ ସମାଜର ସବୁଠାରୁ ପୁରାତନ ଜୀବିକା। ଆଜି ସମୟ ବଦଳି ଯାଇଛି, ମଣିଷ ସମାଜ ବର୍ତ୍ତମାନ ବିଭିନ୍ନ ପ୍ରକାର ବୃତ୍ତିଗତ ବ୍ୟବସାୟରେ ଜଡିତ ହୋଇ ଆଗକୁ ବଢୁଛି। କୃଷି ଓ ପଶୁ ପାଳନ କ୍ଷେତ୍ରରେ ଯୁବବର୍ଗଙ୍କ ମଧ୍ୟରେ ଫାର୍ମ ହାଉସ କରିବାର ଆଗ୍ରହ ବୃଦ୍ଧି ପାଉଛି। ଯଦି ଯୁବ ସମାଜ କୃଷି ଓ ପଶୁ ପାଳନ କ୍ଷେତ୍ରକୁ ବ୍ୟାପକ ଭାବେ ଆସିବେ ଏବଂ ଏହାକୁ ନିଜର ମୁଖ୍ୟ ବୃତ୍ତି ଭାବେ ଗ୍ରହଣ କରିବେ ତେବେ କୃଷି ଓ କୃଷକଙ୍କ ଆର୍ଥିକ ସ୍ଥିତିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଉପସ୍ଥିତ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆପଣ ମାନେ ଆପଣଙ୍କ ବୃତ୍ତିକୁ ଏକ ସାଧାରଣ ଚାକିରୀ ବୋଲି ଭାବନ୍ତୁ ନାହିଁ। ଆପଣ ମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଆପଣ ମାନେ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାନ୍ତୁ ଏବଂ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରନ୍ତୁ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣୀ ପାଳନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଅନେକ ସହାୟତା ଓ ରିହାତିର ବ୍ୟବସ୍ଥା କରାଯାଇଛି। ଆମ ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଲେ ସାଧାରଣ ଲୋକ ଓ ଯୁବବର୍ଗ ଏ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ ହେବେ।

ପ୍ରାଣୀ ସମ୍ପଦର ବିକାଶ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୬୯୭ କୋଟି ଟଙ୍କା ରଖାଯାଇଛି। ଆମ ନୂଆ ସରକାରଙ୍କ ଦ୍ବାରା ନୂତନ ଯୋଜନା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ଡବଲ ଇଞ୍ଜିନ ସରକାର ଦେଇଛନ୍ତି। ଆମକୁ ମଧ୍ୟ ବିକାଶକୁ ଡବଲ ସ୍ପିଡ୍‌ରେ କରିବାକୁ ପଡିବ। ଏ ବିଭାଗକୁ ଆହୁରି ସଶକ୍ତ କରିବାକୁ ପଡିବ। ଚାଷୀ ମାନଙ୍କୁ ଆଗକୁ ନେବାକୁ ପଡିବ। ଏଥିପାଇଁ ଆପଣ ମାନଙ୍କ ସହଯୋଗ ଆବଶ୍ୟକ।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆପଣ ମାନେ ଜଣେ ଜଣେ ପ୍ରାଣୀ ସେବକ ଭାବେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। କୃଷି ପରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଗ୍ରାମାଞ୍ଚଳର ଗରିବ କୃଷକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହିତ ସମାଜର ଶେଷ ଧାଡିରେ ରହିଥିବା ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଆପଣମାନଙ୍କର ବଳିଷ୍ଠ ଯୋଗଦାନ ରହିଛି। ୨୦୩୬ ବିକଶିତ ଓଡିଶା ଗଠନର ମୁଖ୍ୟ ବିନ୍ଧାଣୀ ହେବେ ଆପଣ ମାନେ। ଆମର ଏହି ବିକଶିତ ଓଡିଶା ଗଠନ ଲକ୍ଷ୍ୟ ପୂରଣ ପାଇଁ ଆସନ୍ତୁ ଆମେ ସମସ୍ତେ ମିଳି ମିଶି କାମ କରିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମ୍ମାନିତ କରିଥିଲେ।

ବିଧାୟକ ତଥା ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଶ୍ରୀ ବସନ୍ତ କୁମାର ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ସଭାପତି ଶ୍ରୀ ଉପେନ୍ଦ୍ର ନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।

Continue Reading
Click to comment

Leave a Reply

Your email address will not be published. Required fields are marked *

ସ୍ପେଶାଲ ରିପୋର୍ଟ

ଓଡିଶାରେ 20 ମାସର ମୋହନ ସରକାରଙ୍କ ରିପୋର୍ଟ କାର୍ଡ

Published

on

ଭୁବନେଶ୍ୱର : ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବାର ୨୦ ମାସରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯% ହାସଲ କରିଥିବା ବେଳେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆକର୍ଷଣ କରି ୧୦୯ ଟି ପ୍ରକଳ୍ପରେ ୧.୭୬ ଲକ୍ଷ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିଛି। ରାଜ୍ୟ ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି “ବିକାଶ ମନ୍ଥନ 1.0: ଗଭର୍ଣ୍ଣାସ ଇନ ଆକ୍ସନ” କାର୍ଯ୍ୟକ୍ରମର ଉଦ୍‌ଯାପନୀରେ ଉଦ୍‌ବୋଧନ ଦେଇ ତାଙ୍କ ସରକାରର ଉପଲବ୍ଧି ସମ୍ପର୍କରେ କହିଥିଲେ ।

 ସେ କହିଥିଲେ ଚଳିତ ବର୍ଷ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିଛି, ଯାହା ଜାତୀୟ ହାରଠାରୁ ଅଧିକ। ଗତ ୨୦ ମାସରେ ରାଜ୍ୟକୁ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକର୍ଷଣ କରାଯାଇଛି। ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସହ ଉଦ୍‌ଘାଟନ ହୋଇଥିବା ବେଳେ ପ୍ରାୟ ୧ ଲକ୍ଷ ୭୬ ହଜାର ନିଯୁକ୍ତି ସୃଷ୍ଟି ହୋଇଛି।

ସେ କହିଥିଲେ ଯେ Ease of Doing Business କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଇଲେକ୍ଟ୍ରୋନିକ୍ସ, କୃତ୍ତିମ ବୁଦ୍ଧିମତ୍ତା, Global Capability Centers ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ନୂତନ ନୀତି ପ୍ରସ୍ତୁତ କରାଯାଇଛି। ଓଡ଼ିଶାକୁ ଏକ ଡିଜିଟାଲ ଓ ଶିଳ୍ପ ଶକ୍ତିକେନ୍ଦ୍ରରେ ପରିଣତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ରାଜ୍ୟର ବଜେଟ ପ୍ରଥମଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବାକୁ ଯାଉଛି। ଭିତ୍ତିଭୂମି ଉନ୍ନତି ପାଇଁ ଚଳିତ ବଜେଟରେ ୭୨ ହଜାର ୧୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା GSDP ର ୬.୫ ପ୍ରତିଶତ। ବଡ଼ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଋଣ ହାର ସବୁଠାରୁ କମ୍ ରହିଥିବା ବେଳେ ଏହା ୧୩.୬ ପ୍ରତିଶତ ରହିଛି, ଯାହା FRBM ସୀମାଠାରୁ ଯଥେଷ୍ଟ କମ୍।

ସେ ଆହୁରି କହିଥିଲେ ଯେ ‘ସୁଭଦ୍ରା’ ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆର୍ଥିକ ସ୍ୱାଧୀନତା ହାସଲ କରିଥିବା ବେଳେ ପ୍ରାୟ ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇପାରିଛନ୍ତି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ ଫଳରେ ଚାଷୀମାନଙ୍କର ଭରସା ବଢ଼ିଛି। ୨୦୨୪–୨୫ ମସିହାରେ ରେକର୍ଡ ୯୨.୬୩ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ୨୮,୭୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶିକ୍ଷା କ୍ଷେତ୍ରରେ ୪୫ ହଜାର ଶିଶୁବାଟିକା ଖୋଲାଯାଇଥିବା ବେଳେ ୨୦ ହଜାରରୁ ଅଧିକ ଶିକ୍ଷକ ପଦବୀ ପୂରଣ କରାଯାଇଛି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୨୨୦୦ଟି ବିଦ୍ୟାଳୟ ସ୍ଥାପନ କରାଯାଉଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୦୨୬–୨୭ ବର୍ଷ ପାଇଁ ୨୩ ହଜାର ୧୮୨ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆୟୁଷ୍ମାନ ଭାରତ–ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧.୦୩ କୋଟି ପରିବାରର ୩.୪୭ କୋଟି ଲୋକ ଉପକୃତ ହେଉଛନ୍ତି।

ସେ ଉଲ୍ଲେଖ କରିଥିଲେ ଯେ ରାଜ୍ୟର ସମସ୍ତ ଗ୍ରାମକୁ ୨୦୨୭ ମାର୍ଚ୍ଚ ସୁଦ୍ଧା ପାଇପ ପାଣି ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଇକୋନୋମିକ ରିଜିଅନ (BCPPER) ର ଅର୍ଥନୀତିକୁ ୨୦୪୭ ସୁଦ୍ଧା ୫୦୦ ବିଲିଅନ ଡଲାର କରିବା ପାଇଁ ଲକ୍ଷ୍ୟ ରହିଛି।

ସାଂସ୍କୃତିକ କ୍ଷେତ୍ରରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କର୍ପସ ପାଣ୍ଠି ଗଠନ, ଐତିହ୍ୟ ଗ୍ରାମ ସୁରକ୍ଷା ଓ ବାଲିଯାତ୍ରାକୁ ବିଶ୍ୱସ୍ତରରେ ପ୍ରଚାର କରାଯାଉଛି। ୪୮ ବର୍ଷ ପରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାରର ଗଣତିମଣତି କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ୫୦୦ରୁ ଅଧିକ ନୀତି ନିର୍ଦ୍ଧାରକ, ଅଧିକାରୀ ଓ ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାରୁ ଏହାର ସହଆୟୋଜକ Odisha Centre for Integrated Development (OCID) ର ଉଚ୍ଚ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ।

ଓସିଆଇଡି ସଂଗଠନ ସଚିବ ରାଣା ପୃଥ୍ୱୀରାଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

ସ୍ପେଶାଲ ରିପୋର୍ଟ

ଏବେ ସ୍ମାର୍ଟ ଅନ୍ତଃବାସ ଖୋଲିବ ଗୁମର…

Published

on

ଭୁବନେଶ୍ୱର : ସ୍ମାର୍ଟ ଫୋନ୍, ସ୍ମାର୍ଟ ମିଟର ପରେ ଏବେ ଆସୁଛି ସ୍ମାର୍ଟ ଅନ୍ତଃବାସ! ଚଡି! ହଁ ସ୍ମାର୍ଟ ଅଣ୍ଡରୱେର l ଆପଣ ମଳଦ୍ୱାର ବାଟେ ଦିନକୁ କେତେଥର ଦୂଷିତ ବାୟୁ ଛାଡ଼ୁଛନ୍ତି ତାହାର ହିସାବ ଏହି ଚଡି ଦେବ l

ପୂର୍ଵରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ମଣିଷ ଦିନକୁ ହାରାହାରି 16 ଥର ଦୁର୍ଗନ୍ଧ ବାୟୁ ଛାଡି ଥାଏ l ହେଲେ ଏହି ସ୍ମାର୍ଟ ଚଡିର ହିସାବରେ ଏହାର ଦୁଇଗୁଣ ଅର୍ଥାତ 32 ଥର ଛାଡି ଥାଏ l

ୟୁନିଭର୍ସିଟି ମେୟରଲାଣ୍ଡର ର ବୈଜ୍ଞାନିକମାନେ ଉଦ୍ଭାବନ କରିଥିବା ଏହି ସ୍ମାର୍ଟ ଅନ୍ତବସ୍ତ୍ରରେ ଲାଗିଥିବା ହାଇଟେକ ସେନସରସ ପରିଧାନ କରିଥିବା ମଣିଷର ପାଡ଼ର ହିସାବ ରଖିବ l

ମଣିଷ ମଳଦ୍ୱାର ବାଟେ ମଳଭାଣ୍ଡର ଜୀବାଣୁ ଦ୍ୱାରା ପ୍ରସ୍ତୁତ ହଇଡ୍ରୋଜନ ଗ୍ୟାସ ବାହାରିଥାଏ

ହାଇଟେକ ସ୍ମାର୍ଟ ଚଡି ଦ୍ୱାରା ପାଡ଼ର ଆକଳନ କରିବା ହାସ୍ୟାସ୍ପଦ ମାନେ ହୋଇପାରେ ହେଲେ ଏହା ଆମେ କିପରି ଅଖାଦ୍ୟ ଖାଉ ଆଉ ଆମର ମଳଭାଣ୍ଡରେ ଥିବା ଜୀବାଣୁମାନେ ତାହାକୁ ହଜମ କରିବା ପାଇଁ ଲଢେଇ କରିଥାନ୍ତି ତାହାର ହିସାବ ଦେଇଥାଏ l

Continue Reading

ସ୍ପେଶାଲ ରିପୋର୍ଟ

ଓଡିଶା ଆଇଏଏସ ଅଫିସର ଅମ୍ରିତ ଋତୁରାଜଙ୍କ ଉପନ୍ୟାସ ପାର୍ଶ୍ୱସ୍ରୋତ ଉନ୍ମୋଚିତ 

Published

on

ଭୁବନେଶ୍ୱର : କୁଟିଆ କନ୍ଧ ମାନଙ୍କ ଜୀବନୀ ଆଧାରିତ ଉପନ୍ୟାସ “ପାର୍ଶ୍ୱସ୍ରୋତ” ଉନ୍ମୋଚିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଏହା ହେଉଛି ପ୍ରଥମ ଉପନ୍ୟାସ ।ସ୍ଥାନୀୟ ବୁଦ୍ଧ ମନ୍ଦିର ଅଡିଟୋରିୟମରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଔପନ୍ୟାସିକା ସରୋଜିନୀ ସାହୁ, ସାହିତ୍ୟିକ ଅଜୟ ସ୍ୱାଇଁ, ପୁସ୍ତକର ପ୍ରକାଶକ ଆଦିତ୍ୟ ଭାରତ ନିର୍ଦ୍ଦେଶକ ଶ୍ରୀ ଦେବାଶିଷ ସାମନ୍ତରାୟ, କଥାଶିଳ୍ପୀ ଚିରଶ୍ରୀ ଇନ୍ଦରସିଂ, ସାହିତ୍ୟପ୍ରେମୀ ଓ ସବୁ ବର୍ଗର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ଏହି ଉପନ୍ୟାସରେ କୁଟିଆ କନ୍ଧଙ୍କ ଜୀବନୀ ଓ ସଂସ୍କୃତି ଉପରେ ଏକ ସ୍ୱତନ୍ତ୍ର ଆଲେଖ୍ୟ ରହିଛି । ସେମାନଙ୍କ ଉଚ୍ଚ ପରମ୍ପରା, ପ୍ରଥା,ସେମାନଙ୍କ ଜୀବିକା ଉପାର୍ଜନକୁ ବିଭିନ୍ନ ପ୍ରାମାଣିକ ଉପସ୍ଥାପନା ମାଧ୍ୟମରେ ପାଠକ ମାନଙ୍କୁ ଶ୍ରୀ ଋତୁରାଜ ଭେଟି ଦେଇଛନ୍ତି । ବିରଳ ପ୍ରାୟ ଏହି ଜନଜାତିଙ୍କୁ ମୁଖ୍ୟସ୍ରୋତ ନୁହେଁ ବରଂ ନିଜସହ ଅର୍ଥାତ ନିଜ ପାର୍ଶ୍ୱରେ ନେଇ ଆଗକୁ ବଢେଇବାର ପ୍ରୟାସ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ପ୍ରକୃତି ସହ ନିବିଡ଼ ଆତ୍ମିୟତା, ବିଶ୍ୱାସ ଓ ଆଧୁନିକ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବତାରଣା କରାଯାଇଛି । ଅନାଲୋଚିତ ଦିଗ ଉପରେ ଆଲୋଚନା ସହ ବିଭିନ୍ନ ଉପାଦେୟ ଚରିତ୍ର ମାଧ୍ୟମରେ ଏହି ଉପନ୍ୟାସ ଜୀବନ୍ତ ହୋଇ ଉଠିଛି । ଏହା ପାଠକ ମାନଙ୍କ ଆଦୃତି ସହ ଜନଜାତି ମାନଙ୍କ ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ତଥ୍ୟ ରହିଛି ।

ପ୍ରଶାସନିକ କାର୍ଯ୍ୟରୁ ସମୟ ବାହାର କରି ଏହି ଅଞ୍ଚଳର ଜନଜାତି ମାନଙ୍କ ସହ ବିତିଥିବା ସମୟର ଅନୁଭବ ଓ ଅନୁଭୂତି ସମ୍ପର୍କରେ ଔପନାସିକ ଶ୍ରୀ ଋତୁରାଜ ଉଲ୍ଲେଖ କରିଛନ୍ତି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions