Connect with us

ଭୁବନେଶ୍ୱର: ଓଡିଶାରେ ଦୁଇଟି ବନ୍ଦରର ବିକାଶ ପାଇଁ ଅଦାନୀ ଜେଏସ ଡବ୍ଲୁ ସହ ରାଜ୍ୟ ସରକାର ଗୁରୁବାର ରିହାତି ଚୁକ୍ତି ସ୍ଵାକ୍ଷର କରିଛନ୍ତି l

ଜେ.ଏସ୍.ଡବ୍ଲ ଉତ୍କଳ ଷ୍ଟିଲ ଲିମିଟେଡ୍ ର ପ୍ରେସିଡେଣ୍ଟ  ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ର ବିଜିନେସ ହେଡ  ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ  ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।

ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧00 କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ l

ସେହିଭଳି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ।

ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷର ଅବସରରେ କହିଛନ୍ତି l

ଲୋକସେବା ଭବନଠାରେ ଆୟୋଜିତ ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।

 

ସେ ପୁଣି କହିଥିଲେ ଯେ, ଗୋପାଳପୁର ବନ୍ଦର ଲିମିଟେଡ୍ (Adani Ports) ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲର ଉଭୟ ବନ୍ଦର ବିକାଶ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଖ୍ୟାତି ରହିଛି। ଏହି ଦୁଇଟି କମ୍ପାନୀ ଆମର ବନ୍ଦର ଭିତ୍ତିକ ବିକାଶ (Port Led Development) କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବେ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ନିଯୁକ୍ତି ସୃଷ୍ଟି ହେବ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଥିଲେ ଯେ, ଓଡିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି। ଓଡିଶାର ସୁଦୀର୍ଘ ଉପକୂଳରେ ଅନେକ ସମ୍ଭାବିତ ସ୍ଥାନକୁ ନିରୂପିତ କରାଯାଇ ସେଠାରେ ଅଣ-ବୃହତ୍ତ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ ତଥା ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶ କରିବା ଆମ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ।

ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଅତିରିକ୍ତ ସଚିବ ବିଧାନ ରାୟ ଏବଂ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡ ର ଅଧିକାରୀମାନ ଉପସ୍ଥିତ ଥିଲେ।

 

Continue Reading
Click to comment

Leave a Reply

Your email address will not be published. Required fields are marked *

Business

ମୁଖ୍ୟମନ୍ତ୍ରୀ କହିଲେ ମେକ ଇନ ଓଡିଶା 2025 କନକ୍ଳେଭ ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ

Published

on

ନୂଆଦିଲ୍ଲୀ : ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ ଆଗାମୀ ବର୍ଷ ଜାନୁୟାରୀ ମାସରେ ଭୁବନେଶ୍ୱରରେ ହେବାକୁ ଥିବା Make in Odisha Conclave 2025 ସର୍ବ ବୃହତ ପୁଞ୍ଜି ନିବେଶ ମେଳା ହେବ l

ମୁଁ ଆଶା କରୁଛି ୨୦୨୫ କନକ୍ଲେଭ ଏକ ଶିଳ୍ପ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।”

ଏଠାରେ ଗୁରୁବାର ଦିନ ବିଭିନ୍ନ ଦେଶର 34 ଜଣ କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଓଡିଶାରେ ପୁଞ୍ଜି ନିବେଶ କୁ ନେଇ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି।

ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ ଆଜିର ଆଲୋଚନା ଫଳପ୍ରଦ ହୋଇଛି।

ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରୀନ ଏନର୍ଜି, ପେଟ୍ରୋ କେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଙ୍ଗ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି।

ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ ମୂଳଦୁଆ ପକାଇବ ।

ଯାହା ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ, ତାହା ସଫଳ ହେବ।

ଓଡିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡିଶା ଏକ ଶିଳ୍ପ ହବ ରେ ପରିଣତ ହେବାକୁ ଯାଉଛି।

ଏଥିନେଇ ନିଶ୍ଚିତ ରୂପରେ ଆମକୁ ଆଜି ଏକ ସଫଳ ସଙ୍କେତ ମିଳି ପାରିଛି।

Continue Reading

Business

କ୍ୟାଭେଣ୍ଡେସ ସିଗାରେଟ କମ୍ପାନୀ ମାଲିକଙ୍କ ଭିତରେ ପିଟାପିଟି

Published

on

ଭୁବନେଶ୍ୱର : ଦୀର୍ଘ ସତୁରି ବର୍ଷରୁ ଉର୍ଦ୍ଧ ସମୟ ଧରି ଭାରତୀୟ ସିଗାରେଟ ବଜାରରେ ରାଜତ୍ୱ କରୁଥିବା କ୍ୟାଭେଣ୍ଡରସ ସିଗାରେଟ ଦେଶର ଘରେ ଘରେ ପରିଚିତ l ତେବେ ଏହି ସିଗାରେଟ ପ୍ରସ୍ତୁତ କରୁଥିବା ଗଡ଼ଫ୍ରେୟ ଫିଲିପ୍ସ କମ୍ପାନୀ ମାଲିକଙ୍କ ଘରକଳି ଏବେ ଦାଣ୍ଡରେ ପଡି ଗଡୁଛି l

କମାନୀର ମାଲିକାଣୀ ବିନା ମୋଦୀ ଓ ତାଙ୍କ ପୁଅ କମ୍ପାନୀର କାର୍ୟନିର୍ବାହୀ ନିର୍ଦେଶକ ସମୀର ମୋଦିଙ୍କ ମଧ୍ୟରେ କମ୍ପାନୀ ସତ୍ୱକୁ ନେଇ ଚାଲିଥିବା ବିବାଦ ଏବେ ତୀବ୍ର ରୂପ ନେଇଛି l ଏପରିକି ଘଟଣା ବର୍ତମାନ ପିଟାପିଟି ଆଡକୁ ଗଲାଣି l

ପାଖାପାଖି 11,000 କୋଟିରୁ 30,000 କୋଟି ଟଙ୍କାର ଏହି ଗଡ଼ଫ୍ରେୟ ଫିଲିପ୍ସ ତମ୍ବାଖୁ କମ୍ପାନୀର ଉତ୍ତରାଧିକାରୀ ସତ୍ୱକୁ ନେଇ ଗୋଟେ ପଟେ ମା ଝିଅ ଓ ଅନ୍ୟ ପଟେ ଦୁଇ ପୁଅ ସମୀର ଓ ତାଙ୍କ ଭାଇଙ୍କ ମଧ୍ୟରେ ବୋର୍ଡରୁମ ଯୁଦ୍ଧ ଚାଲିଛି l

ବୋର୍ଡ଼ରୁମ ପିଟାପିଟି ରେ ସମୀରଙ୍କ ଆଙ୍ଗୁଠି ଭାଙ୍ଗି ଯିବା ଅଭିଯୋଗ ଏବଂ ସମୀରଙ୍କ ପୁତୁରା ହାଇକୋର୍ଟ ରେ ମାମଲା ରୁଜୁ କରିବା ପରେ ଏହି ବିବାଦ ଘନେଇବାରେ ଲାଗିଛି l

କମ୍ପାନୀର ଜଣେ ପ୍ରମୋଟରଙ୍କୁ ପିଟିବା ଏବଂ ରାତାରାତି ବାହାର କରିଦେବା କଥା ଏକ ସାକ୍ଷାତକାରରେ କହିଛନ୍ତି ସମୀର l ସେ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିବା କଥା ମଧ୍ୟ କହିଛନ୍ତି l

Continue Reading

Business

ଟିପିଏସ୍ଓଡିଏଲକୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର

Published

on

ବ୍ରହ୍ମପୁର: ଟିପିଏସ୍ଓଡିଏଲ୍(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)କୁ ସମ୍ମାନସ୍ପଦ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ମିଳିଛି । ଭୁବନେଶ୍ୱରରେ ଆୟୋଜିତ ନବମ ଜାତୀୟ ପରିବେଶ, ଶକ୍ତି ଓ ଜଳବାୟୁ ପରିବର୍ତ୍ତନ-୨୦୨୪ ସମ୍ମିଳନୀରେ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାରମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମ୍ଏସ୍) ଏବଂ ହାଇଦ୍ରାବାଦସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜ୍ (ଆଇପିଇ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ ପ୍ରଣାଳୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଟିପିଏସ୍ଓଡିଏଲକୁ ୨୦୨୩ ବର୍ଷ ପାଇଁ ୪-ତାରକା ବର୍ଗରେ ଏହି ପୁରସ୍କାର ମିଳିଛି । ଲେସୋଥୋର ହାଇକମିଶନର ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଟିପିଏସ୍ଓଡିଏଲକୁ ଏହି ପୁରସ୍କାର ଦେଇଛନ୍ତି । ପରିବେଶ ସଂରକ୍ଷଣ କ୍ଷେତ୍ରରେ ଅଭିନବ ଏବଂ ପ୍ରଭାବଶାଳୀ ଅଭ୍ୟାସ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଟିପିଏସଓଡିଏଲର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଆସିଛି।

କମ୍ପାନୀ ନିଜର ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ସହ ନିରନ୍ତର ବିକାଶ କ୍ଷେତ୍ରକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛି । ସେହିଭଳି ପରିବେଶ ସଂରକ୍ଷଣ ଓ ଏହାର ସକାରାତ୍ନକ ପରିବର୍ତ୍ତନ ଦିଗରେ ନିଜର କ୍ରମାଗତ ନିବେଶ ଜାରି ରଖିଛି ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions