Connect with us

ଭୁବନେଶ୍ୱର: ଥରେ ଲେଖାରୁ ଦୂରେଇ ଗଲେ ଆଉ ଫେରିବାର କଷ୍ଟକୁ ସାମ୍ନା କରିଛି ବୋଲି ବିଶିଷ୍ଟ କଥାକାର ସତ୍ୟ ମିଶ୍ର ଉଲ୍ଲେଖ କରିଛନ୍ତି |
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ ” ରେ ଯୋଗ ଦେଇ ଶ୍ରୀ ମିଶ୍ର ପରିବେଶ ତାଙ୍କୁ ଲେଖିବାକୁ ପ୍ରେରିତ କରିଛି | ନିଜ କୃତିଗୁଡିକର
ପୃଷ୍ଠଭୂମି ବର୍ଣ୍ଣନା କରିବା ସହିତ ସେ
ତାଙ୍କ ଅଧ୍ୟାପନା ଜୀବନ, ବ୍ୟାଙ୍କ ଚାକିରୀ ଓ ଗଳ୍ପ ରଚନାରୁ ଚାରି ଦଶନ୍ଧିର ନିର୍ବାସନ ଉପରେ ଅବତାରଣା କରିଥିଲେ | ଶ୍ରୀ ମିଶ୍ର ନିଜ ସୃଜନ ଯାତ୍ରା ବାବଦରେ ଉଲ୍ଲେଖ କରିବା ସହିତ ସାମ୍ପ୍ରତିକ
ପରିବର୍ତ୍ତିତ ସାହିତ୍ୟିକ ବାତାବରଣ ଉପରେ ମତ ରଖିଥିଲେ | ସହଦେଵ ସାହୁ, ମୌସୁମୀ ଦାସ, ପବିତ୍ର ମୋହନ ବାରିକ ପ୍ରମୁଖ ଲେଖକଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ |

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ପରିଡା ଦିବଂଗତ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ନିବେଦନ କରାଯାଇଥିଲା | ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ପରିଚାଳନାରେ ଆୟୋଜିତ ସଭାରେ “ଏ ମାସର କବି” ଭାବରେ ଉପସ୍ଥିତ ରହି ଅଧ୍ୟାପିକା ଡ଼. ସାୟନ୍ତନୀ ବେହୁରା ନିଜର ଲେଖା ପାଠ କରିଥିଲେ |
ଉପସଭାପତି ମିନତି ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା |
ତୃପ୍ତିମୟୀ ରାଉଳ, ଦେବରାଜ ବିଷୋୟୀ, ରବି ପଣ୍ଡା, ଇତିଶ୍ରୀ ପତି, ମନମୋହନ ମିଶ୍ର, ନିରୁପମା ରଥ, ପ୍ରିୟରଞ୍ଜନ ସାହୁ, ସଞ୍ଜୁଲତା ମହାନ୍ତି, ପ୍ରଣତି ପରିଡା, ହରିହର ବଳବନ୍ତରାୟ, ଗୀତାଞ୍ଜଳି ଦଳାଇ, ଉଷାରାଣୀ ଆଚାର୍ଯ୍ୟ, ନିରୁପମା କର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ | ଶେଷରେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ |

Continue Reading
Click to comment

Leave a Reply

Your email address will not be published. Required fields are marked *

ସାହିତ୍ୟ

‘ପ୍ରଣାମ ପ୍ରହରାଜ’ : କଵି ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ବହୁମୁଖୀ ସାରସ୍ୱତ ବ୍ୟକ୍ତିତ୍ୱ ଭାବରେ ସ୍ମରଣୀୟ ରହିବେ 

Published

on

ଭୁବନେଶ୍ୱର: ପ୍ରହରାଜ ସତ୍ୟ ନାରାୟଣ ନନ୍ଦ ଏକାଧାରରେ କଵି, ଅନୁବାଦକ, ଆଲୋଚକ ଓ ସମ୍ପାଦକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ | ତାଙ୍କ ସର୍ଜନା ସମ୍ପର୍କରେ ଯଥାର୍ଥ ଆକଳନ ହୋଇନାହିଁ |ସେ ପ୍ରକୃତି ଓ ଭାରତୀୟ ସଂସ୍କୃତିକୁ ତାଙ୍କ ସୃଜନ କଳାଉତ୍ସ ଭାବରେ ଗ୍ରହଣ କରିଥିଲେ | ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଓ ପବ୍ଲିକେସନରର

ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ମୃତିସଭାରେ ଅତିଥିମାନେ ତାଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କଵି ଓ ଅନୁବାଦକ ଅମରେଶ ପଟ୍ଟନାୟକ ପୌରୋହିତ୍ୟ କରି କଵି ଶ୍ରୀ ନନ୍ଦଙ୍କ

ସହିତ ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ | ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର କହିଲେ ଯେ ଜୀବନନୁଭବର ନିଛକ ପ୍ରତିଫଳନ ନନ୍ଦଙ୍କ କବିତାର ଆତ୍ମା | ବିଶିଷ୍ଟ ବିଦ୍ୱାନ ଅଧ୍ୟାପକ ଡ଼. ବିଭୁତି ମହାପାତ୍ର କହିଲେ ଯେ ପ୍ରହରାଜଙ୍କ

କବିତାର ପରିପାଟୀ ଓ ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ଶାସ୍ତ୍ରୀୟ | କେନ୍ଦ୍ର ସାହିତ୍ୟ ଏକାଡେମୀର ପୂର୍ବତନ ସହ -ସଚିବ ପ୍ରାବନ୍ଧିକ ଡ଼. ମିହିର କୁମାର ସାହୁ ପ୍ରହରାଜ କାବ୍ୟ ସାଧନାରେ ନିରପେକ୍ଷ ରହିଥିଲେ ବୋଲି କହିଥିଲେ | କଵି କେଦାର ମିଶ୍ର ତାଙ୍କୁ ଜଣେ ଏକ -ପ୍ରାଣ କଵି ଭାବରେ ଅଭିହିତ କରିଥିଲେ |

ପ୍ରାରମ୍ଭରେ କଵି ସ୍ବର୍ଗତ ନନ୍ଦଙ୍କ

ଫଟୋଚିତ୍ରରେ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ପରେ କବିଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଏକ ସ୍ମରଣିକା ଲୋକାର୍ପିତ ହୋଇଥିଲା ଏବଂ କଵି ତଥା ବର୍ଷା ପବ୍ଲିକେସନର ପ୍ରକାଶକ ବାଦଲ ମହାନ୍ତି ବକ୍ତବ୍ୟ ରଖିଥିଲେ |

କବିଙ୍କ ସାନଭାଇ ପ୍ରହରାଜ ଜୟ ନାରାୟଣ ନନ୍ଦ ବିଭିନ୍ନ ଘଟଣାର ଉପସ୍ଥାପନ ପୂର୍ବକ ସ୍ମୃତିଚାରଣ କରିଥିବାବେଳେ ଭୁବନେଶ୍ୱର

ସାହିତ୍ୟ ସମାଜ ଟ୍ରଷ୍ଟର ସଭାପତି କଵି ସୂର୍ଯ୍ୟ ମିଶ୍ର ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ | ଶେଷରେ ଅନୁଷ୍ଠାନର ଉପସଭାପତି

ମିନତି ଦାଶ (ମାନୀ ) ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଡ଼. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଥାକାର ଅଜୟ ସ୍ୱାଇଁ, ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ, ବିଶିଷ୍ଟ ଆଲୋଚକ ପ୍ର. କ୍ଷୀରୋଦ ବେହେରା, ଶୈଳେନ୍ଦ୍ର ଜେନା, ପବିତ୍ର ମୋହନ କର, ଡ଼. ପ୍ରଦୀପ୍ତ ବାରିକ, ମହେନ୍ଦ୍ର ମଲ୍ଲିକ, ଉପସଭାପତି ବିଭୁତି ପାଣିଗ୍ରାହୀ ତଥା ପ୍ରହରାଜ ପରିବାରର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ |

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଯାପିତ

Published

on

ଭୁବନେଶ୍ୱର:

ଭାବ, ଭାବନା, କଳ୍ପନା ଓ ଅନୁଭବର ହୃଦୟଗ୍ରାହୀ ପ୍ରକାଶ ହେଉଛି ସାହିତ୍ୟ । ଏହା ଅସ୍ମିତାର ପରିଚୟ । ଏହା ବିସ୍ତୃତ ହେଲେ ସଫଳତା ମିଳେ ବୋଲି ପ୍ରସିଦ୍ଧ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍‌ଯାପନ ଉତ୍ସବର ମୁକ୍ତ ଅଧିବେଶନରେ ଆଶୀର୍ବଚନ ଦେଇ ଡ. ପଟ୍ଟନାୟକ ସାହିତ୍ୟର ଦୂତମାନଙ୍କୁ ଅଧିକ ଅଗ୍ରସର ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ସାହିତ୍ୟ ପର୍ବର ଉଦ୍‌ଯାପନ ଉତ୍ସବରେ ଯୋଗଦେଇ ଡ. ପଟ୍ଟନାୟକ ସାହିତ୍ୟ ସେବାରେ ମନୋନିବେଶ କରି ଅସ୍ମିତାର ପ୍ରତିଷ୍ଠା ପାଇଁ ପ୍ରତି ଓଡ଼ିଆ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁଲେଖକ ଅଧ୍ୟାପକ ଅଭିରାମ ବିଶ୍ୱାଳ କହିଛନ୍ତି ଯେ ଓଡ଼ିଆ ଅସ୍ମିତାର ମୁଖ୍ୟ ଆଧାର ଭାଷା ଏବଂ ଏହା ଔଦ୍ଧତ୍ୟ ନୁହେଁ ବରଂ ଅହଂର ଓଁକାର । ସାହିତ୍ୟ ମୁକ୍ତିର ମାର୍ଗ ଦେଖାଏ ବୋଲି ସେ ପ୍ରକାଶ କରିଥିଲେ ।

ସମାଜସେବୀ ତଥା ଅନୁବାଦିକା ଶ୍ରୀମତୀ ନମ୍ରତା ଚଢ଼ା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ପାଠାଗାର ଆନ୍ଦୋଳନକୁ ସୁବିସ୍ତୃତ କରିବା ପାଇଁ ପରାମର୍ଶ ଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ତଥା ରାଜନେତା ଶ୍ରୀ ପ୍ରସାଦ ହରିଚନ୍ଦନ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ସାହିତ୍ୟ ଆସ୍ଥା ଓ ଆତ୍ମାର ଆଲୋକ ପ୍ରଦାନ କରିଥାଏ । ପାଠକୀୟ ସ୍ୱୀକୃତି ହେଉଛି ଲେଖକୀୟ ଜୟପାଠ ବୋଲି ସେ କହିଥିଲେ ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶ୍ରୀ ରକ୍ଷକ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ ସିଂହ ବକ୍ତବ୍ୟ ରଖିଥିବାବେଳେ ଉପସଭାପତି ଶ୍ରୀମତୀ ମିନତି ଦାଶ (ମାନି) ଧନ୍ୟବାଦ ଅର୍ପଣ କରିଥିଲେ ।

ଏହା ପରେ ‘ସମକାଳୀନ ଓଡ଼ିଆ କଥାସାହିତ୍ୟ: ଦୃଷ୍ଟିପାତ’ ପ୍ରସଙ୍ଗ ଉପରେ କଥାଶିଳ୍ପୀ ମୋନାଲିସା ମିଶ୍ର, ସ୍ୱାଗତିକା ସ୍ୱାଇଁ, ତପନ ମହାପାତ୍ର ଓ ଆଶିଷ ଗଡ଼ନାୟକ ଆଲୋକପାତ କରିଥିବାବେଳେ ଅଧିବେଶନକୁ ଅଧ୍ୟାପକ ଆଭାସ ବରାଳ ପରିଚାଳନା କରିଥିଲେ । ସେହିପରି ‘ଓଡ଼ିଆ ଭାଷା: ଭବିଷ୍ୟତ ଓ ଆହ୍ୱାନ’ ପ୍ରସଙ୍ଗ ଉପରେ ପ୍ରଫେସର ଡ. ସନ୍ତୋଷ ତି୍ରପାଠୀ, ଅଧ୍ୟାପକ ଡ. ସଦାନନ୍ଦ ନାୟକ, ଡ. ଅମ୍ବରୀଶ ଶତପଥୀ ଆଲୋଚନା କରିଥିଲେ ଏବଂ ଡ. ହିମାଦି୍ରତନୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଅପରାହ୍ନରେ ଆୟୋଜିତ କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ ଅଧ୍ୟାପିକା ଡ.ଇପ୍‌ସିତା ଷଡଙ୍ଗୀ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପିକା ଡ. ଗୀତାଶ୍ରୀ ପି୍ରୟମ୍ବଦା, ଅନୁଷ୍ଠାନର ଉପସଭାପତି ମିନତି ଦାଶ ଓ କ୍ଷଣପ୍ରଭା ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ୬୦ରୁ ଊଦ୍ଧ୍ୱର୍ କବି ସ୍ୱରଚିତ କବିତା ପାଠ କରିଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନାରେ ଉପସଭାପତି ବିଭୂତି ପାଣିଗ୍ରାହୀ, କେନ୍ଦ୍ରୀୟ ସମିତି ସଦସ୍ୟ ଡ. ନନ୍ଦକିଶୋର ବିଶ୍ୱାଳ, ଡ. ପ୍ରଦୀପ କୁମାର ବାରିକ, ବିଧୁଭୂଷଣ ତି୍ରପାଠୀ, ସଂଜୟ ମହାନ୍ତି, ଡ. ଅଭୟ ନାରାୟଣ ନାୟକ, ପ୍ରମୋଦ ପ୍ରଧାନ, ସୂର୍ଯ୍ୟ ଦେଓ, ସୁଧୀର ମଉଡ଼ମଣି ପ୍ରମୁଖ ସହଯୋଗ କରିଥିଲେ ।

Continue Reading

ସାହିତ୍ୟ

ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଘାଟିତ: ‘ସତ୍‌ସାହିତ୍ୟ ମଣିଷର ଆତ୍ମାର ସ୍ୱର ହୋଇଥାଏ’:ପଦ୍ମଭୂଷଣ ପ୍ରତିଭା ରାୟ

Published

on

ଭୁବନେଶ୍ୱର:

ଯେକୌଣସି ବିକଶିତ ସଭ୍ୟତା ସାହିତ୍ୟ ଓ ସଂସ୍କୃତିକୁ ନେଇ ଗର୍ବ କରିଥାଏ। ସେହିପରି ସତ୍‌ ସାହିତ୍ୟ ସବୁବେଳେ ମଣିଷର ଆତ୍ମାର ସ୍ୱରକୁ ଉପସ୍ଥାପନ କରିଥାଏ। ଏହା ମଣିଷପଣିଆର ଜୟଗାନ କରେ । ପ୍ରକୃତ ସାହିତ୍ୟ ଯେତେ ପରୀକ୍ଷାନିରୀକ୍ଷା ହେଉ ମଧ୍ୟ ଚେତନା ଜାଗ୍ରତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରସିଦ୍ଧ ସାହିତି୍ୟକା ପଦ୍ମଭୂଷଣ ଡ. ପ୍ରତିଭା ରାୟ ଉଲ୍ଲେଖ କରିଛନ୍ତି ।

ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନରେ ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ରାୟ କହିଲେ ଯେ ଆମ ସଂସ୍କୃତିରେ ବାର ମାସରେ ତେର ପର୍ବ ପରି ସାହିତ୍ୟ ପର୍ବ ଆଉ ଏକ ସଂଯୋଜନା । ସୁତରାଂ, ସାହିତ୍ୟ ପର୍ବରେ ଆମର ସାଂସ୍କୃତିକ ପରିଚୟକୁ ପ୍ରକାଶ କରିବା ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ସେ ଆୟୋଜକ ଅନୁଷ୍ଠାନ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରସିଦ୍ଧ ଲେଖକ ଓ ସ୍ତମ୍ଭକାର ଦାଶ୍‌ ବେନ୍‌ହୁର ସାହିତ୍ୟର ଭୂମିକା ଓ ଲେଖକର ସାମାଜିକ ଦାୟବଦ୍ଧତା ଉପରେ ଆଲୋକପାତ କରିଥିବାବେଳେ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ବସନ୍ତ କୁମାର ପଣ୍ଡା ଓଡ଼ିଆ ସାହିତ୍ୟର ବିଶାଳ ପରମ୍ପରା ଓ ବିଶେଷତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଭୟ ଅତିଥି ଶ୍ରୀ ଦାଶ୍‌ ବେନ୍‌ହୁର ଓ ପ୍ରଫେସର ପଣ୍ଡା ସମକାଳୀନ ସାହିତି୍ୟକମାନଙ୍କୁ ଅଧିକତର ଅଧ୍ୟୟନ ଓ ସମାଜନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ ।

ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ କବି ମନୋରଞ୍ଜନ ପାଣିଗ୍ରାହୀଙ୍କୁ ‘କୈଳାସ ଲେଙ୍କା ସୃଜନ ସମ୍ମାନ’ ଓ ପ୍ରଫେସର ଚକ୍ରଧର ବେହେରାଙ୍କୁ ‘ଦିନନାଥ ପାଠୀ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପତ୍ର ‘କବିତା-୨୦୨୫’, ସାହିତ୍ୟ ପର୍ବ ସ୍ମରଣିକା ‘ଆସର’ ଓ କୁମୁଦିନୀ ଜୀଙ୍କ ଲିଖିତ କବିତା ପୁସ୍ତକ ‘ଘୁଙ୍ଘୁର କାହିଁକି ବାନ୍ଧିନି ମୁଁ’ ଲୋକାର୍ପିତ ହୋଇଥିଲା । ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁବଲେଖକ ଅଂଶୁମାନ ସାହୁ ସଂଯୋଜନା କରିଥିଲେ । ସମ୍ପାଦିକା ସୋନାଲି ମହାପାତ୍ର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ । ମୌସୁମୀ ଦାସ ଓ ଶୈଳେନ୍ଦ୍ର କୁମାର ଜେନା ମାନପତ୍ର ପାଠ କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଉଦ୍‌ଘାଟନ ଉତ୍ସବ ପରେ ପରେ ‘ଭାରତୀୟତା: ନୂଆ ସମୟ, ନୂଆ ଭୂମିକା’ ପ୍ରସଙ୍ଗ ଉପରେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ପ୍ରାକ୍ତନ ପ୍ରଶାସକ କଲ୍ୟାଣ ରାୟ, ସ୍ତମ୍ଭକାର ସୌମେନ୍ଦ୍ର ଜେନା ଓ ଲେଖିକା ନବଜ୍ୟୋତି ରାୟ ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପକ ନେତାଜୀ ଅଭିନନ୍ଦନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

ନୃତ୍ୟଗୁରୁ ପଦ୍ମଶ୍ରୀ ଇଲିଆନା ଚିତାରିସ୍ତିଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପ କରିଥିଲେ ବିଶିଷ୍ଟ ଲେଖିକା ଅଧ୍ୟାପିକା ହିରଣ୍ମୟୀ ମିଶ୍ର । ପରେ ପରେ ଭଏସ୍‌ ଆର୍ଟିଷ୍ଟମାନଙ୍କୁ ନେଇ ‘ନେପଥ୍ୟରୁ ସ୍ୱର: କଣ୍ଠ କାରିଗର’ ବିଷୟ ଉପରେ ବୃତ୍ତିଗତ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ସଂଗୀତକାର ଶରତ ନାୟକ, ଭଏସ୍‌ ଆର୍ଟିଷ୍ଟ ରାକ୍ଷୀ ଦାଶ ଓ ସୁଧାକର ଦାସ ।

ଅପରାନ୍ହ ରେ ‘ଓଡ଼ିଆ ସଂଗୀତ ଓ ଲୋକସଂସ୍କୃତି’ ପ୍ରସଙ୍ଗ ନେଇ ଅନୁଷ୍ଠିତ ଆଲୋଚନା ସଭାରେ ସୁଗାୟିକା ଡ. ଆଦ୍ୟାଶା ଦାସ, ସୁସ୍ମିତା ଦାସ, ମହାପ୍ରସାଦ କର ଓ ଅନିନ୍ଦିତା ଦାସ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଟ ସିନେ ସମୀକ୍ଷକ ଓ ଗବେଷକ ଡ.ସୂର୍ଯ୍ୟ ଦେଓ ସଂଚାଳନ କରିଥିଲେ ।

ପ୍ରସିଦ୍ଧ କବି ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ରଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା ସମକାଳର ଯୁବକବିଙ୍କ ସ୍ୱର ‘ଓଡ଼ିଆ କବିତାରେ ନବତରଙ୍ଗ’ । ଏଥିରେ ନବପ୍ରଜନ୍ମର କବି ଜିତୁ ପ୍ରଧାନ, ସୁମିତ୍‌ ପଣ୍ଡା, ତୃପ୍ତି ରଞ୍ଜନ ଦାସ, ଜ୍ୟେତି ରଞ୍ଜନ ବାରିକ, ସଂଗ୍ରାମ ମହାରଣା, ଅଂଶୁମାନ ସାହୁ (ଖ), ଐଶ୍ୱର୍ଯ୍ୟା ରାଉତ, ଶୀତଲ ମିଶ୍ର, ସଂଘମିତ୍ରା ଭୂତିଆ, ଅଂଶୁମାନ ଜେନା, ନିହାର ରଞ୍ଜନ ପରିଡ଼ା, ଶିବ ଚରଣ ମହାପାତ୍ର, ସ୍ଥିତିପ୍ରଜ୍ଞା ସାହୁ, ସ୍ରୋତସ୍ୱିନୀ ପରିଡ଼ା, ରଶ୍ମିତା ବେହେରା, ବେଦପ୍ରକାଶ ନାୟକ, ଡ. ସୁବ୍ରତ ସେନାପତି, ଗୌରୀ ସାହୁ, ମନିଷା ବିଶ୍ୱାଳ ଓ ନାରାୟଣ ସହୁ ପ୍ରମୁଖ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଂଶୁମାନ ସାହୁ ।

ସନ୍ଧ୍ୟାରେ କଳାତ୍ମକ ଓଡ଼ିଆ ସିନେମା ‘ଧାରେ ଆଲୁଅ’ର ପର୍ଦ୍ଦାୟନ ହୋଇଥିଲା। ସୂର୍ଯ୍ୟମଣି ତି୍ରପାଠୀ ଅତିଥି ଭାବେ ଯୋଗଦେଇଥିଲେ।

ସାହିତ୍ୟ ପର୍ବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ, ଡ. ନନ୍ଦକିଶୋର ବିଶ୍ୱାଳ, ଡ. ପ୍ରଦୀପ୍ତ ବାରିକ, ଉପସଭାପତି ମିନତି ଦାସ, ସଂଜୟ ମହାନ୍ତି, ବିଧୁଭୂଷଣ ତି୍ରପାଠୀ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତାକାଲି ସାହିତ୍ୟ ପର୍ବ ଉଦ୍‌ଯାପିତ ହେବ ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions