Connect with us

ନୂଆଦିଲ୍ଲୀ: ଏକ ଜାତୀୟ ହଳଦୀ ବୋର୍ଡ ଗଠନ ସଂକ୍ରାନ୍ତ ସରକାରୀ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏହି ଜାତୀୟ ହଳଦୀ ବୋର୍ଡ ଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବିକାଶ ତଥା ଅଭିବୃଦ୍ଧି ସମ୍ପର୍କରେ କାମ କରିବ ।
ହଳଦୀ ସମ୍ବନ୍ଧୀୟ ବିଷୟରେ ଏହି ବୋର୍ଡ ନେତୃତ୍ୱ ଭୂମିକା ନେବ । ଏହା ଦେଶରା ଜାତୀୟ ମସଲା ବୋର୍ଡ ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରି ହଳଦୀ ଓ ଏହାର ବିଭିନ୍ନ ସାମଗ୍ରୀର ବ୍ୟବହାର ତଥା ବିକ୍ରିବଟାକୁ ବଢାଇବାକୁ କାମ କରିବ ।
ଏବେ ସମଗ୍ର ବିଶ୍ୱରେ ହଳଦୀର ବ୍ୟବହାର ଓ ଉପାଦେୟତା ବଢାଇବାକୁ ପ୍ରଚୁର ସୁଯୋଗ ରହିଛି । ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ସହିତ ପ୍ରାକୃତିକ ବ୍ୟାଧି ନିରୋଧକ ହଳଦୀର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ଆନ୍ତର୍ଜାତିକ ସ୍ତରରେ ହଳଦୀର ଗୁରୁତ୍ୱ ବଢିଛି । ତେଣୁ ଉଭୟ ଦେଶ ଓ ବିଦେଶରେ ହଳଦୀ ଓ ହଳଦୀ ଜାତ ସାମଗ୍ରୀର ବ୍ୟବହାର ତଥା ଏ ସଂକ୍ରାନ୍ତ ସଚେତନତା ବୃଦ୍ଧି ଦିଗରେ ଏହି ଜାତୀୟ ବୋର୍ଡ କାମ କରିବ । ଏହା ବିଦେଶରେ ହଳଦୀର ନୂଆ ବଜାର ସୃଷ୍ଟି କରି ଏହାର ରପ୍ତାନୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବ । ଏହା ଛଡା ହଳଦୀର ନୂଆ ଉତ୍ପାଦ ବିକଶିତ କରିବାକୁ ଏହି ବୋର୍ଡ ଗବେଷଣାକୁ ପ୍ରୋତ୍ସାହିତ କରିବ । ହଳଦୀର ମୂଲ୍ୟ ମିଶ୍ରିତ ସାମଗ୍ରୀ ଉତ୍ପାଦନ ପାଇଁ ଆମର ଯେଉଁ ପାରମ୍ପରିକ ଜ୍ଞାନ କୌଶଳ ଅଛି ତାହାର ବିକାଶ କ୍ଷେତ୍ରରେର କାମ କରିବାକୁ ଏହି ବୋର୍ଡ ପଦକ୍ଷେପ ନେବ ।
ନିର୍ଦ୍ଦିଷ୍ଟ ଭାବେ ଏହି ବୋର୍ଡ ହଳଦୀ ଚାଷୀଙ୍କ ଦକ୍ଷତା ବିକାଶ ଓ ହଳଦୀର ଉତ୍ପାଦନ ବୃଦ୍ଧି ଉପରେ ସ୍ୱତନ୍ତ୍ର ଧ୍ୟାନ ହେବ । ମୂଲ୍ୟ ମିଶ୍ରଣ କରି ଚାଷୀ ହଳଦୀ ଓ ଏହାର ସାମଗ୍ରୀରୁ କିପରି ଅଧିକ ଆୟ କରିପାରିବେ ସେ ବିଷୟରେ ବୋର୍ଡ କାମ କରିବ । ସେହିଭଳି ହଳଦୀର ମାନ ଓ ନିରାପତ୍ତା ପ୍ରତି ମଧ୍ୟ ଧ୍ୟାନ ଦେବ । ହଳଦୀର ଯେଉଁ ପ୍ରାକୃତିକ ଉପାଦେୟତା ରହିଛି ତାହାର ଲାଭ ସମଗ୍ର ମାନବ ସମାଜ ଯେପରି ପାଏ ସେ ଦିଗରେ ଏହି ବୋର୍ଡ କାମ କରିବ ।
ଜାତୀୟ ହଳଦୀ ବୋର୍ଡ ହଳଦୀ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ । ହଳଦୀ ଚାଷୀଙ୍କ ଆୟ ଓ ଉତ୍ପାଦନ ଯେପରି ବଢିବ ସେଥି ପାଇଁ ଏହା ଉତ୍ପାଦିତ ସାମଗ୍ରୀର ମୂଲ୍ୟ ମିଶ୍ରଣ ଓ ଅନ୍ୟାନ୍ୟ ଦିଗ ଉପରେ ଗୁରୁତ୍ୱ ଦେବ । ହଳଦୀ ଚାଷୀ ଚାଷ ଜମି ନିକଟରେ ଯେପରି ଉତ୍ତମ ପ୍ରକ୍ରିୟାକରଣ ସୁବିଧା ପାଇବେ ଓ ସେମାନଙ୍କ ଉତ୍ପାଦ ଗୁଣମାନ ଦୃଷ୍ଟିରୁ ଉତ୍କୃଷ୍ଟ ତଥା ରପ୍ତାନୀ ଉପଯୋଗୀ ହେବ ସେ ଦିଗରେ ବୋର୍ଡ ବିଭିନ୍ନ ପଦକ୍ଷେପ ନେବ । ଏହି ବୋର୍ଡ ହଳଦୀ ଓ ଏହାର ବିଭିନ୍ନ ଉତ୍ପାଦନର ଗବେଷଣା, ଉନ୍ନୟନ, ବଜାର ବିକାଶ , ବିକ୍ରିବଟା, ବ୍ୟବହାର ବୃଦ୍ଧି, ମୂଲ୍ୟ ମିଶ୍ରଣ, ବ୍ୟବସାୟ ତଥା ରପ୍ତାନୀ କ୍ଷେତ୍ରରେ କାମ କରିବ । ବିଶେଷକରି ବିଦେଶକୁ ଅଧିକ ପରିମାଣର ଉତ୍କୃଷ୍ଟ ହଳଦୀ ଏବଂ ହଳଦୀଜାତ ସାମଗ୍ରୀ ରପ୍ତାନୀ କରି ଭାରତ ତାହାର ଅଗ୍ରଣୀ ସ୍ଥିତିକୁ ଆହୁରି ଯେପରି ସୁଦୃଢ କରିପାରିବ ସେ ଦିଗରେ ଏହି ବୋର୍ଡ ଉଦ୍ୟମ ଜାରି ରଖିବ ।
ଏହି ବୋର୍ଡର ଜଣେ ଅଧ୍ୟକ୍ଷ ରହିବେ ଓ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ହେବେ । ଏହାର ସଦସ୍ୟଭାବେ ଆୟୁଷ, ଭେଷଜ, କୃଷି ଓ କୃଷକ କଲ୍ୟାଣ, ବାଣିଜ୍ୟ ଓ ଶିଳ୍ପ ବିଭାଗର ପ୍ରତିନିଧିମାନେ ନିଯୁକ୍ତି ପାଇବେ । ଏହି ସଭ୍ୟମାନେ ପାଳି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରୁ ବୋର୍ଡକୁ ମନୋନୀତ ହେବେ । ଆବଶ୍ୟକସ୍ଥଳେ ହଳଦୀ ଚାଷ, ଗବେଷଶା, ବ୍ୟବସାୟ ଓ ରପ୍ତାନୀ କ୍ଷେତ୍ରରେ ପ୍ରତିନିଧିମାନଙ୍କୁ ମଧ୍ୟ ବୋର୍ଡର ସଦସ୍ୟଭାବେ ଗ୍ରହଣ କରାଯିବ । ବୋର୍ଡର ସଚିବ ନିଯୁକ୍ତି କାର୍ଯ୍ୟ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ କରିବ ।

ଭାରତ ବିଶ୍ୱର ସର୍ବବୃହତ୍ ହଳଦୀ ଉତ୍ପାଦନକାରୀ ଦେଶ । ଦଳଦୀର ବ୍ୟବହାର ଓ ରପ୍ତାନୀରେ ମଧ୍ୟ ଭାରତ ବିଶ୍ୱରେ ଏକ ନମ୍ବର ।୨୦୨୨-୨୩ରେ ଭାରତରେ ୩.୨୪ ଲକ୍ଷ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲା । ସେ ବର୍ଷ ଉତ୍ପାଦିତ ହଳଦୀର ପରିମାଣ ଥିଲା ୧୧. ୬୧ ଲକ୍ଷ ଟନ । ଏହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫ଭାଗରୁ ଅଧିକ । ଭାରତରେ ୩୦ପ୍ରକାରରୁ ଅଧିକ କିସମର ହଳଦୀ ଉତ୍ପାଦିତ ହୋଇଥାଏ । ଏହା ଦେଶର ୨୦ଟି ରାଜ୍ୟରେ ଚାଷ ହୁଏ । ମହାରାଷ୍ଟ୍ର, ତେଲଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁରେ ଅଧିକ ହଳଦୀ ଚାଷ ହୁଏ ।
ବିଶ୍ୱ ହଳଦୀ ବ୍ୟବସାୟରେ ଭାରତର ଅଂଶ ୬୨ ଶତାଂଶରୁ ଅଧିକ । ୨୦୨୨-୨୩ରେ ୩୮୦ରୁ ଅଧିକ ରପ୍ତାନୀକାରୀ ଭାରତରୁ ୧.୫୩୪ ଲକ୍ଷ ଟନ ହଳଦୀ ରପ୍ତାନୀ କରିଥିଲେ । ଏହାର ମୂଲ୍ୟ ଥିଲା ୨୦୭.୪୫ ନିୟୁତ ଆମେରିକୀୟ ଡଲାର । ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ଆମେରିକାର ଓ ମାଲେସିଆରେ ଭାରତୀୟ ହଳଦୀର ଚାହିଦା ଅଧିକ । ନବଗଠିତ ହଳଦୀ ବୋର୍ଡ ତାହାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ୨୦୩୦ସୁଦ୍ଧା ଭାରତରୁ ଏକ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ହଳଦୀ ଓ ହଳଦୀଜାତ ସାମଗ୍ରୀ ରପ୍ତାନୀ କରିବାକୁ ଆଶା ରଖିଛି ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଏଥର ତୃତୀୟ ଲିଙ୍ଗୀ ପଶିବେ…

Published

on

ଭୁବନେଶ୍ୱର : ସେ ପୁରୁଷ ନୁହଁନ୍ତି l ମହିଳା ବି ନୁହନ୍ତି l ସେ ଜଣେ ଜଣାଶୁଣା ତୃତୀୟ ଲିଙ୍ଗୀ ମଣିଷ l

ଆତ୍ମ ଘୋଷିତ ତୃତୀୟ ଲିଙ୍ଗୀ ମେନକା ଗୁରୁସ୍ୱାମୀ ଯିବେ ରାଜ୍ୟସଭା l ପାର୍ଲିଆମେଣ୍ଟରେ ସଭ୍ୟ ହିସାବରେ ପ୍ରବେଶ କରିବାରେ ଦେଶର ପ୍ରଥମ ତୃତୀୟ ଲିଙ୍ଗୀ ଭାବେ ସେ ଇତିହାସ ରଚିବାକୁ ଯାଉଛନ୍ତି l

ସବୁ ରାଜନୈତିକ ଦଳଗୁଡିକ ବିସ୍ତାରିତ ପ୍ରତିନିଧିତ୍ୱ କଥାର ଡିଣ୍ଡିମ ପିଟୁଥିବା ବେଳେ, ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମେନକାଙ୍କୁ ରାଜ୍ୟସଭା ପାର୍ଥି କରି ଏକ ନୂତନ ପରମ୍ପରା ସୃଷ୍ଟି କରିଛି l

Continue Reading

Nation

ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଖୁବ୍ ଶୀଘ୍ର ଆରମ୍ଭ ହେବ, ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା

Published

on

ଭୁବନେଶ୍ୱର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାର ଓ ମୋତିମାଣିକ୍ୟର ଖୁବ୍ ଶୀଘ୍ର ଗଣତି-ମଣତି ଆରମ୍ଭ ହେବ। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରୁ ଏହା ଜଣା ଯାଇଛି।

ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ। ସୂଚନାଯୋଗ୍ୟ ଯେ, ଗଣତି-ମଣତିର ସମସ୍ତ ପୂର୍ବ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ମରାମତି ଓ ସଂରକ୍ଷଣ କାର୍ଯ୍ଯ ଇତି ମଧ୍ଯରେ ସରିଛି । ସମଗ୍ର ପ୍ରକ୍ରିୟା ୯୫ ଦିନରେ ଓ ୩୩୩ ଘଣ୍ଟାର କାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି। ବର୍ତ୍ତମାନ ଗଣତି-ମଣତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ଗଣତି-ମଣତି ପାଇଁ ସମ୍ପୂର୍ଣ୍ଣ ପ୍ରକ୍ରିୟାର SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି। ସରକାରଙ୍କ ଅନୁମୋଦନ ପରେ ଏହା ଆରମ୍ଭ କରାଯିବ। କଡା ସୁରକ୍ଷା ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ।

ସୂଚନାଯୋଗ୍ୟ ଯେ, ଶେଷ ଗଣତି-ମଣତି ପ୍ରକ୍ରିୟା ୧୯୭୮ରେ ହୋଇଥିଲା। ତେଣୁ ବର୍ତ୍ତମାନର ପ୍ରକ୍ରିୟାରେ ସମ୍ପତ୍ତିର ଗଣତି ସମୟରେ ଏହାକୁ ୧୯୭୮ର ତାଲିକା ସହିତ ମେଳକ କରାଯାଇ ଚୁଡାନ୍ତ ତାଲିକା ପ୍ରସ୍ତୁତ କରାଯିବ। ସମ୍ପୂର୍ଣ୍ଣ ପ୍ରକ୍ରିୟାର ଫଟୋଗ୍ରାଫି ସହିତ ଡିଜିଟାଲ୍ କାଟାଲଗ୍ ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାଯାଇଛି।

ବୈଠକରେ ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଫାସି କାଠ ଓ ଚନ୍ଦନ କାଠର ବ୍ୟାପକ ଆବଶ୍ୟକତା ରହୁଥିବାରୁ ଏଥିପାଇଁ ବନପ୍ରକଳ୍ପ ଜରିଆରେ ଏହି ଗଛ ଗୁଡିକ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ଏବଂ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Continue Reading

Nation

ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ହିଣ୍ଡାଲକୋର ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କର କଲେ ଶିଳାନ୍ୟାସ

Published

on

କେନ୍ଦୁଝର: ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଳାରେ ସ୍ଥାପନ ହେବାକୁ ଯାଉଥିବା ୧୦୦ କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ ୧୮୭ କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି।

ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦୁଝର କେବଳ ଖଣି ଏବଂ ଇସ୍ପାତ ପାଇଁ ଜଣାଯିବ ନାହିଁ। ଆମେ ଏହାକୁ ବହୁବିଧ କ୍ଷେତ୍ର ଶିଳ୍ପ ଅଭିବୃଦ୍ଧିର କେନ୍ଦ୍ର କରିବାକୁ ପ୍ରତିବଦ୍ଧ।

ସୂଚନା ଥାଉ ଯେ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ୍ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ ସହାୟତା ସହିତ ହିଣ୍ଡାଲ୍କୋ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହି ୟୁନିଟ୍ ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ କରିବ।

ସେ ଆହୁରି କହିଥିଲେ ଯେ ଗତ ବର୍ଷ ଜୁଲାଇ ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ଓ-ଟେକ୍ସ ଟେକ୍ସଟାଇଲ୍ କନକ୍ଲେଭ ସମୟରେ, ୭,୮୦୦ କୋଟି ଟଙ୍କାର ୩୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯାହା ରାଜ୍ୟ ସାରା ୫୩,୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି। ଭଦ୍ରକରେ ଏକ ଟେକ୍ନିକାଲ୍ ଟେକ୍ସଟାଇଲ୍ ପାର୍କ ସହିତ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, କଟକ ଏବଂ ଜଗତସିଂହପୁର ଠାରେ ମଧ୍ଯ ସମର୍ପିତ ବୟନଶିଳ୍ପ ଏବଂ ପୋଷାକ ପାର୍କ ପ୍ରତିଷ୍ଠା କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଦ୍ୱାରା OCAC ମାଧ୍ୟମରେ 187 କୋଟି ଟଙ୍କା ବିନିଯୋଗରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ଡାଟା ସେଣ୍ଟର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି।

ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ସରକାରଙ୍କ ଧ୍ୟାନକୁ ଦୋହରାଇ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜିଲ୍ଲାରେ ମନ୍ଦିର ବିକାଶ ପାଇଁ 312 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଏବଂ ମକର ପର୍ବ ସମୟରେ 1,900 କୋଟି ଟଙ୍କାର ପ୍ରକଳ୍ପ ପୂର୍ବରୁ ଆରମ୍ଭ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାଏକ, ବିଧାୟକ ଶ୍ରୀ ଅଖିଳ ନାଏକ, ଡଃ ଫକୀର ମୋହନ ନାଏକ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ, ଓକାକ ସିଇଓ ଶ୍ରୀ ପ୍ରଦୀପ କୁମାର ରାଉତ, ହିଂଡ଼ାଲକୋ ସଭାପତି ଶ୍ରୀ ଅର୍ଧେନ୍ଦୁ ମହାପାତ୍ର, ବରିଷ୍ଠ ଅଧିକାରୀ ଏବଂ ବହୁ ସଂଖ୍ୟକ ନାଗରିକ ଯୋଗ ଦେଇଥିଲେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions